ନଭେମ୍ବର ସରିଲା, ବିକ୍ରି ହେଲାନି ବସ୍ତାଏ ଧାନ

ବରଗଡ଼,୧।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଗତ ୨୮ତାରିଖରୁ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଛି। ଧାନ ସଂଗ୍ରହ ପ୍ରକ୍ରିୟାକୁ ରବିବାର ୩ଦିନ ବିତି ଯାଇଛି। ଆଜି ଭୋରରୁ ବର୍ଷା ହୋଇଛି। ଅନେକ ସ୍ଥାନରେ କ୍ଷେତ, ଖଳାରେ ପଡ଼ିଥିବା ଅମଳ ଧାନ ଭିଜିଯାଇଛି। ଏହା ଚାଷୀମାନଙ୍କ ଚିନ୍ତା ବଢ଼ାଇ ଦେଇଛି। ହେଲେ ଜିଲାରେ ଏପର୍ଯ୍ୟନ୍ତ ଧାନ କିଣାବିକା ସ୍ବାଭାବିକ ହୋଇ ପାରିନାହିଁ। ଚାଷୀମାନେ ମଣ୍ଡିକୁ ଧାନ ଧରି ଆସୁଛନ୍ତି। ବିକ୍ରି ଆଶା ନେଇ ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ମଣ୍ଡିରେ ଭୋକ ଉପାସରେ ରହୁଛନ୍ତି। କିନ୍ତୁ ମଣ୍ଡିକୁ ଆଣିଥିବା ଧାନ ବିକ୍ରି ହେଉ ନାହିଁ ଏବଂ ଶେଷରେ ଚାଷୀଙ୍କୁ ନିରାଶରେ ଘରକୁ ଫେରିବାକୁ ପଡୁଛି। ଅନ୍ୟପଟେ ମିଲର୍ସମାନେ ସେମାନଙ୍କ ଦାବି ସମୂହ ପୂରଣ ନ ହେବା ପର୍ଯ୍ୟନ୍ତ ଧାନ ସଂଗ୍ରହ ପ୍ରକ୍ରିୟାରେ ଚୁକ୍ତିନାମା କରିବେ ନାହିଁ ଏବଂ ଧାନ ଉଠାଇବେ ନାହିଁ ବୋଲି ଅଟଳ ଅଛନ୍ତି। ଏଭଳି ସ୍ଥିତିରେ ଜିଲା ପ୍ରଶାସନ ଅସହାୟ ହୋଇପଡ଼ି ଥିବାବେଳେ ସ୍ଥାନୀୟ ଜନ ପ୍ରତିନିଧିଙ୍କ ନୀରବତା ସବୁଆଡ଼େ ଚର୍ଚ୍ଚାର ବିଷୟ ହୋଇଛି। ଏହାକୁ ନେଇ ଜିଲାବ୍ୟାପୀ ଚାଷୀ ମହଲରେ ଚାପା ଅସନ୍ତୋଷ ଲାଗି ରହିଥିବାବେଳେ ନିକଟ ଭବିଷ୍ୟତରେ ଏକ ବଡ଼ ଚାଷୀ ଆନ୍ଦୋଳନ ମୁଣ୍ଡ ଟେକିଛି।
ଭାଜପା ରାଜ୍ୟରେ ଶାସନକୁ ଆସିବା ପରେ ଧାନ କୁଇଣ୍ଟାଲ ପ୍ରତି ୮୦୦ ଟଙ୍କା ଇନପୁଟ୍‌ ସବସିଡ଼ି ପାଇ ଚାଷୀମାନେ ଖୁସି ବ୍ୟକ୍ତ କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ଚାଷୀଙ୍କ କ୍ଷେତ୍ରରେ ନୂଆ ସରକାରଙ୍କ ଆଭିମୁଖ୍ୟ ସେମାନଙ୍କୁ ଅଡୁଆରେ ପକାଇଛି ବୋଲି ଚାଷୀମାନେ କହିଛନ୍ତି। ଚଳିତ ଧାନ ସଂଗ୍ରହ ପ୍ରକ୍ରିୟାରୁ ଏହା ସ୍ପଷ୍ଟ ଅନୁମେୟ। ଧାନ ସଂଗ୍ରହ ପ୍ରକ୍ରିୟା ପୂର୍ବରୁ ଧାନବିକ୍ରି ପଞ୍ଜୀକରଣ ପାଇଁ ଯେଭଳି କଟକଣା କରାଗଲା, ସେହିଦିନଠାରୁ ଧାନ ସଂଗ୍ରହ ପ୍ରକ୍ରିୟା ନେଇ ଚାଷୀଙ୍କ ଚିନ୍ତା ବଢ଼ିଥିଲା। ପଞ୍ଜୀକରଣରେ ବଂଶାବଳୀ ଏବଂ ପରବର୍ତ୍ତୀ ସମୟରେ ବଂଶାବଳୀକୁ ନେଇ ସ୍ବୀକାରୋକ୍ତିକୁ ନେଇ ଚାଷୀମାନଙ୍କୁ ବହୁ ହଟହଟାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ଏପରିକି ଏପର୍ଯ୍ୟନ୍ତ ବରଗଡ଼ ଜିଲାର ୫ ହଜାରରୁ ଅଧିକ ଚାଷୀ ଧାନବିକ୍ରି ପଞ୍ଜୀକରଣରୁ ବାଦ୍‌ ପଡ଼ିଛନ୍ତି। ତେବେ ଧାନ ସଂଗ୍ରହ ପ୍ରକ୍ରିୟା ପୂର୍ବରୁ ବାଦ୍‌ ପଡ଼ିଥିବା ସମସ୍ତ ଚାଷୀ ଧାନବିକ୍ରି ପଞ୍ଜୀକୃତ ହେବେ ବୋଲି ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଚାଲିଥିବା ଧାରଣାସ୍ଥଳୀକୁ ପହଞ୍ଚି ଅତାବିରା ବିଧାୟକ ନିହାର ରଞ୍ଜନ ମହାନନ୍ଦ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ତାହା ମଧ୍ୟ ପାଣିର ଗାର ପାଲଟିଛି। ସେହିପରି ଧାନଦରକୁ ନେଇ ଚାଷୀମାନେ ଦ୍ୱନ୍ଦ୍ୱରେ ରହିଥିବାବେଳେ ସରକାର ମଧ୍ୟ ଅଡୁଆରେ ପଡ଼ିଛନ୍ତି। କେଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପ୍ରତ ୨୩୦୦ଟଙ୍କା ଏବଂ ଇନପୁଟ୍‌ ଆସିଷ୍ଟାଣ୍ଟ(ବୋନସ୍‌) ୮୦୦ ଟଙ୍କା ମିଶାଇ ୩୧୦୦ ଟଙ୍କା ପୂର୍ବରୁ ପ୍ରଦାନ କରି ଆସୁଥିଲେ। କିନ୍ତୁ କେନ୍ଦ୍ର ସରକାର ଏଥର ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ୨୩୬୯ଟଙ୍କାକୁ ବୃଦ୍ଧି କରିଛନ୍ତି। ଏହି ଦୃଷ୍ଟିରୁ ଚାଷୀମାନେ ଧାନ କୁଇଣ୍ଟାଲ ପ୍ରତି ୩୧୬୯ଟଙ୍କା ପାଇବା କଥା। ମାତ୍ର ତାହା ମଧ୍ୟ ଦେବା ପାଇଁ ସରକାର ଅରାଜି ରହିଛନ୍ତି ଏବଂ ବୋନସ ସହିତ ଧାନଦର କୁଇଣ୍ଟାଲ ପ୍ରତି ପୂର୍ବଭଳି ୩୧୦୦ ଟଙ୍କାରେ ସୀମିତ ରଖିବା ସାଧାରଣରେ ଆଲୋଚିତ ହେଉଛି। ଏଭଳି ସ୍ଥିତିରେ ସରକାର ନିଜ ଘୋଷିତ ବୋନସ ରାଶିକୁ ୮୦୦ରୁ ୭୩୧ ଟଙ୍କା ହ୍ରାସ କରୁଥିବା ସାଧାରଣରେ ଚର୍ଚ୍ଚାର ବିଷୟ ହେଉଛି।
ତେବେ ରବିବାର ନଭେମ୍ବର ମାସ ସରୁଥିବାବେଳେ ଜିଲାରେ ବସ୍ତାଟିଏ ମଧ୍ୟ ଧାନ ବିକ୍ରି ହୋଇ ନ ପାରିବା ସମସ୍ତଙ୍କୁ ଚକିତ କରିଛି। ସାଧାରଣତଃ ଅକ୍ଟୋବର ମାସ ଶେଷ ସୁଦ୍ଧା ଜିଲାସ୍ତରୀୟ ଧାନ ସଂଗ୍ରହ କମିଟି ବସିଥାଏ ଏବଂ ସେହି ବୈଠକର ନିଷ୍ପତ୍ତିକ୍ରମେ ନଭେମ୍ବର ପ୍ରଥମ କିମ୍ବା ଦ୍ୱିତୀୟ ସପ୍ତାହରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହୋଇଥାଏ। ମାତ୍ର ଏଥର ତାହା ମଧ୍ୟ ହେଲା ନାହିଁ। ନଭେମ୍ବର ତୃତୀୟ ସପ୍ତାହରେ ଧାନ ସଂଗ୍ରହ କମିଟି ବୈଠକ ବସିଲା ଏବଂ ଶେଷ ସପ୍ତାହରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେଲା। ଏହା ପୂର୍ବରୁ ଏକ ଧାନ ସଂଗ୍ରହ କମିଟି ବୈଠକକୁ ନୂଆଁପଡ଼ା ନିର୍ବାଚନ ଆଳ ଦେଖାଇ ବାତିଲ କରାଗଲା। କିନ୍ତୁ ଶେଷ ସପ୍ତାହରେ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ କରିଥିଲେ ସୁଦ୍ଧା ଚାଷୀମାନେ ଧାନ ବିକ୍ରି କରି ପାରିବେ ବୋଲି ମନରେ ଆଶା ବାନ୍ଧିଥିଲେ। ମାତ୍ର ଇତିମଧ୍ୟରେ ଧାନ ସଂଗ୍ରହ ପ୍ରକ୍ରିୟାର ୩ଦିନ ବିତିଯାଇ ଥିଲେ ସୁଦ୍ଧା ଜିଲାର ମଣ୍ଡି ଗୁଡ଼ିକରେ ବସ୍ତାଟିଏ ମଧ୍ୟ ଧାନ ଉଠି ପାରି ନାହିଁ। ତେବେ ମିଲର୍ସମାନେ ସେମାନଙ୍କ ଦାବି ହାସଲ ନେଇ ଯେଭଳି ଜିଦ୍‌ରେ ଅଟଳ ରହିଛନ୍ତି। ରବିବାର ବରଗଡ଼ର ଏକ ହୋଟେଲ ସମ୍ମିଳନୀ କକ୍ଷରେ ଅଲ୍‌ ଓଡ଼ିଶା ମିଲର୍ସ ଆସୋସିଏଶନର ଏକ ବୈଠକ ବସିଥିଲା। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ମିଲର୍ସମାନେ ମଣ୍ଡିରୁ ଧାନ ଉଠାଇବେ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ନେଇଛନ୍ତି। ଆସୋସିଏଶନର ମୁଖ୍ୟ ଉପଦେଷ୍ଟା ସନ୍ତୋଷ ଅଗ୍ରୱାଲ କହିଛନ୍ତି, ମିଲର୍ସ ଆସୋସିଏଶନ ଗତବର୍ଷରୁ ସରକାରଙ୍କ ପାଖରେ ଦାବି ରଖି ଆସିଛି। ଏଥର ମଧ୍ୟ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବାର ଯଥେଷ୍ଟ ପୂର୍ବରୁ ସେହି ଦାବି ସରକାରଙ୍କଠାରେ ଉପସ୍ଥାପନ କରି ସାରିଛି। ମାତ୍ର ସରକାର ତାକୁ ଗୁରୁତ୍ୱ ଦେଇ ନାହାନ୍ତି କିମ୍ବା କିଛି ସୁଫଳ ମିଳିପାରି ନାହିଁ। ଯେ ପର୍ଯ୍ୟନ୍ତ ଦାବି ନେଇ ସୁଫଳ ନ ମିଳିବ, ଆମେ ଧାନ ଉଠାଇବା ପାଇଁ ସକ୍ଷମ ହେବୁ ନାହିଁ। ବିଭିନ୍ନ ରାଜ୍ୟରେ ସରକାର ଧାନ କିଣି ନିଜ ହେପାଜତରେ ରଖୁଛନ୍ତି ଏବଂ ମିଲର୍ସଙ୍କ ଆବଶ୍ୟକତା ଅନୁସାରେ କଷ୍ଟମ ମିଲିଂ ପାଇଁ ଦିଆଯାଉଛି। କିନ୍ତୁ ଆମ ଏଠାରେ ମିଲର୍ସଙ୍କ ଉପରେ ସବୁ ବୋଝ ଲଦି ଦିଆଯାଉଛି। କିନ୍ତୁ ବାରମ୍ବାର ଦାବି ସତ୍ତ୍ୱେ ସରକାର ମିଲର୍ସଙ୍କ ଆବଶ୍ୟକତା ପୂରଣ କରୁ ନାହାନ୍ତି। ଅନ୍ୟପଟେ ମିଲର୍ସମାନେ ଧାନ ସଂରକ୍ଷଣ ପାଇଁ ବୀମା କରୁଛନ୍ତି ଏବଂ କୁଇଣ୍ଟାଲ ପ୍ରତି ସାଢ଼େ ୩ଟଙ୍କାରୁ ୪ଟଙ୍କା ନିଜ ହାତରୁ ଖର୍ଚ୍ଚ କରୁଛନ୍ତି। ଏହାସତ୍ତ୍ୱେ ସରକାର ମିଲିଂ ଚାର୍ଜ ବୃଦ୍ଧି ସହିତ ଅନ୍ୟ ଦାବି ପୂରଣ କରୁ ନାହାନ୍ତି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଧାନ ସଂଗ୍ରହ ପ୍ରକ୍ରିୟାରେ ଚୁକ୍ତିନାମା କରିବାକୁ କୌଣସି ମିଲର୍ସ ସହମତି ପ୍ରକାଶ କରୁ ନାହାନ୍ତି।

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଗ୍ୟାସ କନେକ୍ସନ ନେଉଥିଲେ ବଡ଼ ଘୋଷଣା, ଏପ୍ରିଲ ୩୦ ଯାଏ ମାଗଣା ମିଳିବ ଗ୍ୟାସ…

ନୂଆଦିଲ୍ଲୀ,୨୪।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଯୋଗୁଁ ତରଳ ପେଟ୍ରୋଲିୟମ ଗ୍ୟାସ (LPG) ବ୍ୟବହାରକାରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ମଧ୍ୟରେ, ପାଇପଲାଇନ ମାଧ୍ୟମରେ ପ୍ରାକୃତିକ ଗ୍ୟାସ ଯୋଗାଣ କରୁଥିବା…

ଚିର ନିଦ୍ରାରେ ହରିଶ ରାଣା: ୧୩ ବର୍ଷର ଯନ୍ତ୍ରଣାରୁ ମୁକ୍ତି, ସୁପ୍ରିମକୋର୍ଟଙ୍କ ଅନୁମତି ପରେ ମିଳିଲା ‘ଇଚ୍ଛାମୃତ୍ୟୁ’

ନୂଆଦିଲ୍ଲୀ,୨୪।୩: ଦୀର୍ଘ ୧୩ ବର୍ଷ ଧରି କୋମାରେ ରହି ମୃତ୍ୟୁ ସହ ସଂଗ୍ରାମ କରୁଥିବା ହରିଶ ରାଣା ଶେଷରେ ଆଖି ବୁଜିଛନ୍ତି। ଭାରତର ସର୍ବୋଚ୍ଚ ନ୍ୟାୟାଳୟଙ୍କ ଐତିହାସିକ…

ତିନି ମହଲା ବିଶିଷ୍ଟ ଧନୀ ଲୋକଙ୍କ ଘରେ ଲାଗିନି ୱାଟର ମିଟର: ବିଭାଗର ଅନୁକମ୍ପା ନା ପାୱାର କରିଡର ସରକାରୀ ଦଳର…

ଗଞ୍ଜାମ,୨୪।୩(ବିଦ୍ୟାଧର ସାହୁ): ୧୨ଟି ୱାର୍ଡକୁ ନେଇ ଗଞ୍ଜାମ ଏନଏସି ଗଠିତ ହୋଇଛି। ଗଞ୍ଜାମ ସହରର ବିଭିନ୍ନ ସାହିରେ ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୱାଟର ମିଟର ଲଗା ଯାଇଛି…

ପୋଲିସ -ପଡାବାସୀ ମୁହାଁମୁହିଁ : ଗରିବଙ୍କ ଘର ଉପରେ ମାଡିଲା ବୁଲଡୋଜର

ବରଗଡ଼,୨୪।୩(ପ୍ରେମାନନ୍ଦ ଖମାରୀ) : ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଚାଲିଛି। ପର୍ଯ୍ୟାୟକ୍ରମେ ସହରର ଗୋଟିଏ ପଡାରୁ ଅନ୍ୟ ପଡାରେ ଏହି ଅଭିଯାନ ଚାଲିଛି। ତେବେ ଏଥିରେ ଅଧିକ…

ଦ୍ୱିତୀୟ ବିବାହ କଲେ ରାପର୍‌ Badshah, ଫଟୋ ସେୟାର କରି ଚମକାଇଲେ ଶାଶୁ

ମୁମ୍ୱାଇ: ପଞ୍ଜାବୀ ଗାୟକ ଏବଂ ରାପର୍‌ ବାଦଶାହଙ୍କ କିଏ ବା ଜାଣିନି? ସମଗ୍ର ଦେଶ ତାଙ୍କ ଗୀତରେ ଝୁମି ଉଠୁଛି। ତଥାପି, ତାଙ୍କ ବିଷୟରେ ଏକ ବଡ଼…

ଏତେ କୋଟି ଟଙ୍କାରେ ବିକ୍ରି ହେଲା ରାଜସ୍ଥାନ ରୟାଲ୍ସ , ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୨୪।୩: ରାଜସ୍ଥାନ ରୟାଲ୍ସ ଦଳକୁ ୧.୬୩ ବିଲିୟନ ଆମେରିକୀୟ ଡଲାରରେ ବିକ୍ରି କରାଯାଇଛି। ଆମେରିକୀୟ ବ୍ୟବସାୟୀ କାଲ ସୋମାନୀଙ୍କ ନେତୃତ୍ୱରେ ଏକ ସଂଘ ପ୍ରାୟ ୧୫,୨୮୬ କୋଟିରେ…

ଇଂଲଣ୍ଡର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ ମ୍ୟାକୁଲମ

ଲଣ୍ଡନ,୨୪ା୩: ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ବ୍ରେଣ୍ଡନ ମ୍ୟାକୁଲମ ୩ଟି ଫର୍ମାଟରେ ଇଂଲଣ୍ଡ ଦଳର ମୁଖ୍ୟ କୋଚ୍‌ ଭାବେ କାର୍ଯ୍ୟ ଜାରି ରଖିବେ। ଏ ନେଇ ଇଂଲଣ୍ଡ ଓ…

ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ, ୫୫ ଲକ୍ଷର…

ଫୁଲବାଣୀ,୨୪।୩(ରିଙ୍କୁ ରାଉତ): ଆତ୍ମସମର୍ପଣ କଲେ ମୋଷ୍ଟ ୱାଣ୍ଟେଡ ମାଓବାଦୀ ନେତା ଶୁକ୍ରୁ। କନ୍ଧମାଳ ପୋଲିସ ପାଖରେ ଶୁକ୍ରୁର ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଏକେ-୪୭ ସହ ସେ  ଆତ୍ମସମର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri