ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ

ଗୋପାଳପୁର/ବ୍ରହ୍ମପୁର, ୨/୮(ନବୀନ ରାଜ ଆଚାରୀ/ସୁବାସ ଚନ୍ଦ୍ର ପାଢ଼ୀ): କିଛି ବର୍ଷ ବ୍ୟବଧାନରେ ୍ରହ୍ମପୁର ପୋଲିସ ଜିଲାରେ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଓରଫ ମାଲ ନାହାକ(୨୯) ଆହତ ହୋଇଛି। ଘଟଣାଟି ପିତାତଳି-ସୋର୍ଲା ରୋଡ ନିକଟରେ ଶନିବାର ଭୋର ପ୍ରାୟ ସାଢେ ୫ଟା’ବେଳେ ଘଟିଛି। ଗୋଳନ୍ଥରା ପୋଲିସ ଅଧିକାରୀଙ୍କ ଗୁଳି ସୁନୀଲଙ୍କ ବାମ ଗୋଢ଼ ଜଙ୍ଘ ପାଖରେ ବାଜିଛି। ସେ ଏବେ ଏମକେସିଜି ମେଡିକାଲରେ ଚିକିତ୍ସାଧୀନ ରହିଛନ୍ତି। ୨୧ ହଜାର ଟଙ୍କା, ୭.୬୫ ଏମଏମ ବନ୍ଧୁକ, ୩ଟି ଜୀବନ୍ତ ଗୁଳି ଓ ବାଇକ ଜବତ କରିଛି l ଘଟଣାସ୍ଥଳ ଜଣେ ଚମ୍ପଟ ମାରିଥିବା ବିଶ୍ୱସ୍ତ ସୂତ୍ରରୁ ଜଣାପଡିଛି l
ସୁନୀଲଙ୍କ ନାଁ’ରେ ବିଭିନ୍ନ ଥାନାରେ ୨୦ ରୁ ଅଧିକ ସଙ୍ଗୀନ ମାମଲା ରହିଥିବା ପୋଲିସ କହିଛି। ଗତ ୨୨ ତାରିଖ ରାତ୍ର ନିମଖଣ୍ଡି ଥାନା ଅନ୍ତର୍ଗତ ଗୋବିନ୍ଦ ବିହାରରେ ରହୁଥିବା ଶୁଭଶ୍ରୀ ଜେନା ନିଜ ପୁଅକୁ ଟିଉସନ୍‌ରୁ ଧରି ଫେରୁଥିବାବେଳେ ଘର ନିକଟରେ ସୁନୀଲ ତାଙ୍କ ଗାଢ଼ି ଅଟକାଇ ତାଙ୍କ ଉପରକୁ ଫାଏରିଂ କରି ଦୁଇ ଭରିରର ସୁନା ହାର ନେଇଥିଲେ ଯାହାକି ପୋଲିସ ଜାଣିବାକୁ ପାଇଛି। ଏମକେସିଜିରେ ଏବେ ପୋଲିସ ହେପାଜତରେ ସୁନୀଲ ରହି ଚିକିତ୍ସିତ ହେଉଛନ୍ତି।

ଘଟଣାରୁ ପ୍ରକାଶ ଯେ , ଉକ୍ତ ସୁନୀଲ ଜାତୀୟ ରାଜପଥ ଗୋଳନ୍ଥରା ଦେଇ ଚିକିଟି ଯାଉଥିବା ନେଇ ବ୍ରହ୍ମପୁର ଏସପି ଡା. ସର୍ଣା ବିବେକ ଏମ. ଖବର ପାଇଥିଲେ। ଏସପିନଜ ନିର୍ଦେଶରେ ଗୋଳନ୍ଥରା ଥାନାଧିକାରୀ ବିବେକାନନ୍ଦ ସ୍ବାଇଁ, ଏସଆଇ ସିଲୁ ଧଳ ଓ ଅନ୍ୟାନ୍ୟ ପୋଲିସ କର୍ମଚାରୀ ପୋଲିସ ଗାଢିରେ ତାଙ୍କର ପିଛା କରିଥିଲେ। ପିତାତଳି ପୂର୍ବରୁ ପୋଲିସ ଗାଁକୁ ଦେଖି ସୁନୀଲ ପ୍ରଥମେ ଦୁଇ ରାଉଣ୍ଡ ଗୁଳି ଫାଏରିଂ କରିଥିଲେ। ପୋଲିସ ମଧ୍ୟ ପାଲଟା ଆକ୍ରମଣ କରି ତାଙ୍କ ଉପରକୁ ଦୁଇ ରାଉଣ୍ଡ ଗୁଳି ଫାଏରିଂ କରିଥିଲା। ଗୋଟିଏ ଗୁଳି ସୁନୀଲଙ୍କ ଆଣ୍ଠୁକୁ ମାଡ଼ ହେବା ପରେ ସେ ତଳେ ପଡି ଯାଇଥିଲେ। ପୋଲିସ ତାଙ୍କୁ ସେଠାରୁ କାବୁ କରି ଚିକିତ୍ସା ପାଇଁ ଏମକେସିଜି ମେଡିକାଲରେ ଭର୍ତ୍ତି କରିଥିଲା। ସାଇଣ୍ଟିଫିକ ଟିମ ସହାୟତାରେ ପୋଲିସ ଘଟଣାର ତଦନ୍ତ କରୁଛି। କିଛି ସମୟ ପରେ ବ୍ରହ୍ମପୁର ଏସପି ଡା. ସର୍ବଣା ବିବେ ଏମ ଘଟଣାସ୍ଥଳକୁ ପରିଦର୍ଶନ କରିବା ସହ ୧୨ ଟା ସମୟ ଗୋଳନ୍ଥରା ଥାନା ରେ ଘଟଣା ନେଇ ପ୍ରେସମିଟ କରିବା ନେଇ ସୂଚନା ମିଳିଛି l


Enter your email to get our daily news in your inbox.

All Right Reserved By Dharitri.Com

ସଂଘବଦ୍ଧ ଆକ୍ରମଣ: ପୁଅଙ୍କୁ ବଞ୍ଚାଇବାକୁ ଯାଇ ବାପା-ମା’ ଆହତ, ଗୁରୁତର… 

ଦିଗପହଣ୍ଡି,୨୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ପଞ୍ଚାୟତ ନରସିଂହପୁର ଗ୍ରାମରେ ବ୍ୟବସାୟିକ ଶତ୍ରୁତାକୁ ନେଇ ଗୋଟିଏ ପରିବାରର ବାପ,ମା ଓ ପୁଅଙ୍କୁ...

ଆଗକୁ ପଞ୍ଚାୟତ ନିର୍ବାଚନ: ସାଙ୍ଗଠନିକ ବୈଠକରେ ବାଜିଲା ଭାଜପାର ବିଗୁଲ… 

କୋରାପୁଟ,୨୦।୧(ଅମିତାଭ ବେହେରା): ଆସନ୍ତା ପଞ୍ଚାୟତ ନିର୍ବାଚନ ନେଇ କୋରାପୁଟରେ ଭାଜପାର ସାଙ୍ଗଠନିକ  ଭିତ୍ତିଭୂମିକୁ  ଅଧିକ ସୁଦୃଢ କରିବା ଲକ୍ଷ୍ୟରେ ମଙ୍ଗଳବାର ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ...

ଦକ୍ଷିଣାଞ୍ଚଳ ରାଜସ୍ବ ଆୟୁକ୍ତ, ଜ଼ିଲାପାଳମାନଙ୍କ ସମ୍ମିଳନୀ:ପଞ୍ଚାୟତ, ପୌର ନିର୍ବାଚନ ସଫଳତାର ସହ…

ଛତ୍ରପୁର,୨୦ା୧(ଦିଲୀପ ସାମଲ): ଆଗାମୀ ପଞ୍ଚାୟତ, ପୌର ନିର୍ବାଚନ ଏବଂ ଭୋଟର ତାଲିକା ସଂଶୋଧନକୁ ସ୍ବଚ୍ଛ, ନିରପେକ୍ଷ ଓ ସଫଳତାର ସହ ସମ୍ପାଦନ କରିବା ପାଇଁ ଛତ୍ରପୁରସ୍ଥିତ...

ପିଏମଶ୍ରୀ ଉତ୍ସବରେ ୩ ବିଧାୟକ: ଛାତ୍ରଛାତ୍ରୀଙ୍କ ପ୍ରତିଭା ଦେଖି କଲେ ପ୍ରଶଂସା

ବରଗଡ଼,୨୦।୧(ପ୍ରେମାନନ୍ଦ ଖମାରୀ) – ବରଗଡ଼ ରାଣା ପ୍ରତାପ ସ୍କୁଲ ପରିସରରେ ଚାଲିଥିବା ବରଗଡ଼ ଜିଲାସ୍ତରୀୟ ପିଏମଶ୍ରୀ ଉତ୍ସବ ମଙ୍ଗଳବାର ଉଦଯାପିତ ହୋଇଯାଇଛି । ଅତିରିକ୍ତ ଜିଲାପାଳ...

ମହିଳାଙ୍କ ହାତରେ ‘ଆମ ବସ୍’ ଷ୍ଟିୟରିଂ: ଏହି ଦିନରୁ ମିଳିବ ଦାୟିତ୍ୱ

ଭୁବନେଶ୍ୱର,୨୦।୧: ରାଜ୍ୟ ପରିବହନ ସେବାରେ ଏକ ବଡ଼ ପରିବର୍ତ୍ତନ ଆସିବାକୁ ଯାଉଛି। ଏଣିକି ପୁରୁଷଙ୍କ ସହ ମହିଳାମାନେ ମଧ୍ୟ ‘ଆମ ବସ୍’ ଚଲାଇବେ। ବିଶେଷ କରି...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri