ଆରଆଇ, ଏଆରଆଇ ସମେତ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ କଲା ବିଜ୍ଞପ୍ତି, ଡିସେମ୍ବର ୩୦ରୁ ଆବେଦନ ଆରମ୍ଭ 

ଭୁବନେଶ୍ୱର,୨୯ା୧୨: ଓଡ଼ିଶା ସବ ଅର୍ଡିନେଟ ସିଲେକ୍ସନ କମିଶନ(ଓଏସଏସଏସସି) ପକ୍ଷରୁ ରେଭିନିଉ ଇନ୍ସପେକ୍ଟର(ଆରଆଇ), ଏଆରଆଇ, ଆଇସିଡିଏସ, ଅମିନ ଏବଂ ଷ୍ଟାଟିଷ୍ଟିକାଲ ଫିଲଡ ସର୍ଭେୟର ପଦବୀରେ ନିଯୁକ୍ତି ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏଥିପାଇଁ ୨୦୨୩ ଡିସେମ୍ବର ୩୦ ତାରିଖରୁ ଆବେଦନ ଆରମ୍ଭ ହେଉଥିଲା ବେଳେ ୩୧ ଜାନୁୟାରୀ ୨୦୨୪ ଶେଷ ତାରିଖ ରହିଛି। ଆଶାୟୀ ପ୍ରାଥୀମାନେ ଓଏସଏସଏସସି ଅଫିସିଆଲ ୱେବସାଇଟ https://www.osssc.gov.in/ ରେ ଯାଇ ଆବେଦନ କରିପାରିବେ।

ଖାଲିଥିବା ପଦବୀ ବିବରଣୀ: ଏହି ନିଯୁକ୍ତି ପ୍ରକ୍ରିୟାରେ ମୋଟ ଆରଆଇ ୫୫୯ ଟି ପଦବୀ ପୁରାଣ ହେବ। ସେହିଭଳି ଆଇସିଡିଏସରେ ୪୯୮ଟି ପଦବୀ ପୁରଣ ହେବ। ୮୨୭ ଟି ଏଆରଆଇ ପଦବୀ, ୬୮୬ ଟି ଅମିନ ପଦବୀ ଏବଂ ୩୨୫ ଟି ଷ୍ଟାଟିଷ୍ଟିକାଲ ଫିଲଡ ସର୍ଭେୟର ପଦବୀ ରହିଛି।

ବୟସ ସୀମା: ଆଇସିଡିଏସ ଏବଂ ଷ୍ଟାଟିଷ୍ଟିକାଲ ଫିଲଡ ସର୍ଭେୟର ପଦବୀ ପାଇଁ ଜାନୁଆରୀ ୧, ୨୦୨୧ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୨୧ ରୁ ୩୮ ବର୍ଷ ମଧ୍ୟରେ ହେବା ଉଚିତ୍। ରେଭିନିଉ ଇନ୍ସପେକ୍ଟର(ଆରଆଇ), ଏଆରଆଇ ଏବଂ ଅମିନ ପଦବୀ ପାଇଁ ଜାନୁଆରୀ ୧, ୨୦୨୧ ସୁଦ୍ଧା ପ୍ରାର୍ଥୀଙ୍କ ବୟସ ୨୦ରୁ ୩୮ ବର୍ଷ ମଧ୍ୟରେ ହେବା ଉଚିତ୍।

ଶିକ୍ଷାଗତ ଯୋଗ୍ୟତା: ପ୍ରାର୍ଥୀମାନେ ଆଇସିଡିଏସ ଏବଂ ଆରଆଇ ପଦବୀ ପାଇଁ କୌଣସି ସୀକୃତିପ୍ରାପ୍ତ ବିଶ୍ଵବିଦ୍ୟଳରୁ ଗ୍ରାଜୁଏଟ୍ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଏଆରଆଇ, ଅମିନ ଏବଂ ଷ୍ଟାଟିଷ୍ଟିକାଲ ଫିଲଡ ସର୍ଭେୟର ପଦବୀ ପାଇଁ ଯୁକ୍ତ ଦୁଇ ପାସ୍ କରିଥିବା ଆବଶ୍ୟକ।

ଚୟନ ପ୍ରକ୍ରିୟା: ପ୍ରାର୍ଥୀଙ୍କ ଚୟନ ପାଇଁ ତିନୋଟି ପର୍ଯ୍ୟାୟରେ ପରୀକ୍ଷା ଅନୁଷ୍ଠିତ ହେବ। ପ୍ରଥମେ ପ୍ରିଲିମିନାରୀ, ଦ୍ୱିତୀୟରେ ମୁଖ୍ୟ ପରୀକ୍ଷା ଏବଂ ଶେଷରେ ପ୍ରାକ୍ଟିକାଲ କମ୍ପ୍ୟୁଟର ସ୍କିଲ୍ ଟେଷ୍ଟ ରହିଛି।

ଆବେଦନ ଶୁଳ୍କ: ସମସ୍ତ ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଶୁଳ୍କ ମୁକ୍ତ ଅଟେ।

ନିଯୁକ୍ତି ପାଇଁ ପ୍ରକାଶ ପାଇଥିବା ବିଜ୍ଞପ୍ତି ବିଷୟରେ ଜାଣିବା ପାଇଁ ତଳେ ଥିବା ଲିଙ୍କରେ କ୍ଲିକ କରନ୍ତୁ।

https://www.osssc.gov.in/OSSSC


Enter your email to get our daily news in your inbox.

All Right Reserved By Dharitri.Com

ବାଘୁଆମନ୍ଦିରରୁ ଚୋରି, ଦେଉଳରୁ ସୁନା, ରୁପା…

ଗୁଣୁପୁର, ୫।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣୁପୁର ସହରର ପୁରୁଣା ବସ୍‌ଷ୍ଟାଣ୍ଡ ନିକଟରେ ଥିବା ପୁରାତନ ଶୈବପୀଠ ବାଘୁଆ ମନ୍ଦିର ତଥା ଉମା ରାମଲିଙ୍ଗେଶ୍ୱର ମନ୍ଦିରରୁ…

ରାଜରାସ୍ତାରେ ଶିକ୍ଷକଙ୍କ ରଣହୁଙ୍କାର, ଲୋୟର ପିଏମ୍‌ଜିରେ ହଜାର ହଜାର ଶିକ୍ଷକଙ୍କ ବିକ୍ଷୋଭ

ଭୁବନେଶ୍ୱର, ୫।୯: ଯେଉଁ ଦିନଟି ଶିକ୍ଷକଙ୍କୁ ସମ୍ମାନ ଓ ଶ୍ରଦ୍ଧା ଜଣାଇବାର ଦିନ, ସେହି ଗୁରୁଦିବସରେ ରାଜରାସ୍ତାକୁ ଓହ୍ଲାଇ ନିଜ ହକ୍‌ ପାଇଁ ଗର୍ଜିଲେ ରାଜ୍ୟର ହଜାର…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

୧୮ ଘଣ୍ଟା ଧରି ଶୁଟିଂ କଲେ ପ୍ରୀତି ଜିଣ୍ଟା: ପଛରେ କାରଣ ଜାଣିଲେ…

ଦୀର୍ଘ ଦିନ ପରେ ଅଭିନେତ୍ରୀ ପ୍ରୀତି ଜିଣ୍ଟା ‘ପାର୍ଟିସନ ୧୯୪୭’ ସହିତ ବଡ଼ ପରଦାକୁ ଫେରିଛନ୍ତି। ଚଳିତ ବର୍ଷ ତାଙ୍କର ଦ୍ୱିତୀୟ ଫିଲ୍ମ ରିଲିଜ ଅପେକ୍ଷାରେ ଅଛନ୍ତି।…

ଆଜିଠୁ ଆରମ୍ଭ ହେଲା ମାଗଣା LPG ସିଲିଣ୍ଡର ଯୋଜନା; ବର୍ଷକୁ ମିଳିବ ୩ଟି ସିଲିଣ୍ଡର, ଖାତାକୁ ଆସିବ ୩ହଜାର ଟଙ୍କା

ନୂଆଦିଲ୍‌ଲୀ,୫।୯: ରନ୍ଧନ ଗ୍ୟାସ ସିଲିଣ୍ଡରର ବଢ଼ୁଥିବା ଦର ଯୋଗୁଁ ଚିନ୍ତିତ ଥିବା ପରିବାରଗୁଡ଼ିକ ପାଇଁ ଏକ ବଡ଼ ଖୁସି ଖବର ଆସିଛି! ଯଦି ଆପଣଙ୍କ ଘରେ ମଧ୍ୟ…

ରୋହିତ ଶର୍ମାଙ୍କ ଭବିଷ୍ୟତ ବିଷୟରେ BCCI କେବେ ନେବ ନିଷ୍ପତ୍ତି? ସାମ୍ନାକୁ ଆସିଲା ତାରିଖ

ନୂଆଦିଲ୍ଲୀ,୫।୯: ଭାରତୀୟ ODI ଦଳରେ ରୋହିତ ଶର୍ମାଙ୍କ ଭବିଷ୍ୟତ କ’ଣ ଅଛି, ଏବଂ ସେ କ’ଣ 2027 ODI ବିଶ୍ୱକପ ପାଇଁ ଯୋଜନାର ଅଂଶ ହେବେ? ଏହି…

ଜୁନ୍‌ରେ ଅବସରପ୍ରାପ୍ତ ଶିକ୍ଷକଙ୍କ ଘରୁ ଚୋରି କରିଥିଲେ ଲକ୍ଷାଧିକ ଟଙ୍କାର ସୁନାଗହଣା: ୨ ଜଣଙ୍କୁ ଧରି…

ଝରିଗାଁ,୫ା୯(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ପୋଲିସକୁ ମିଳିଛି ବଡ଼ ସଫଳତା। ଝରିଗାଁ ଥାନା ଅଞ୍ଚଳରେ ଗତ ଜୁନ୍‌ ମାସରେ ଲକ୍ଷାଧିକ ଟଙ୍କା ସହ ସୁନା…

ପରିବାରରୁ ଅଲଗା ରାସନ କାର୍ଡ କିପରି କରିବେ? ଅବିବାହିତଙ୍କ ପାଇଁ କ’ଣ ରହିଛି ନିୟମ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା

ନୂଆଦିଲ୍ଲୀ,୫।୯:ରାସନ କାର୍ଡ କେବଳ ଶସ୍ତାରେ ରାସନ ପାଇବାର ମାଧ୍ୟମ ନୁହେଁ, ବରଂ ଏହା ଏକ ଗୁରୁତ୍ୱପୂର୍ଣ୍ଣ ସରକାରୀ ପରିଚୟପତ୍ର ଏବଂ ଠିକଣା ପ୍ରମାଣପତ୍ର (Address Proof) ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri