RI, ଅମିନ, ଆଇସିଡିଏସ୍‌ ସୁପରଭାଇଜର ପରୀକ୍ଷା ପାଇଁ ବାହାରିଲା ବିଜ୍ଞପ୍ତି, ଜାଣନ୍ତୁ କେବେ ପ୍ରିଲିମିନାରୀ…

ଭୁବନେଶ୍ୱର,୨୬ା୯(ସୁଚିସ୍ମିତା ସାହୁ): ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନଆୟୋଗ (ଓଏସ୍‌ଏସ୍‌ଏସ୍‌ସି) ଦ୍ୱାରା ପରିଚାଳିତ ଆର୍‌ଆଇ, ଏଆର୍‌ଆଇ, ଅମିନ ଓ ଆଇସିଡିଏସ୍‌ ସୁପରଭାଇଜର ପଦ ପାଇଁ ପ୍ରିଲିମିନାରି ପରୀକ୍ଷା ଅକ୍ଟୋବର ୮ରୁ ଆରମ୍ଭ ହେବ। ଏହି ପରୀକ୍ଷା ୧୩ ନଭେମ୍ବର ଯାଏ ସବୁ ଜିଲାରେ ଅନୁଷ୍ଠିତ ହେବ ବୋଲି ଶୁକ୍ରବାର ଆୟୋଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି। ପରୀକ୍ଷାର୍ଥୀମାନେ www.osssc.gov.in. ମାଧ୍ୟମରେ ଆଡ୍‌ମିଶନ ଲେଟର ଡାଉନ୍‌ଲୋଡ୍‌ କରିପାରିବେ। ସେମାନେ ଚାହିଁଲେ ପୋର୍ଟାଲ ମାଧ୍ୟମରେ ମକ୍‌ ଟେଷ୍ଟ ଦେଇପାରିବେ। ଆଡ୍‌ମିଶନ ଲେଟରରେ ପରୀକ୍ଷା ତାରିଖ, ସ୍ଥାନ ଏବଂ କେନ୍ଦ୍ର ସମ୍ପର୍କିତ ତଥ୍ୟ ଉଲ୍ଲେଖ କରାଯିବ।

ସୂଚନାଯୋଗ୍ୟ, ଆର୍‌ଆଇ, ଏଆର୍‌ଆଇ, ଅମିନ ଓ ଆଇସିଡିଏସ୍‌ ସୁପରଭାଇଜର ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ଆଣି ଚାକିରି ଆଶାୟୀଙ୍କ ସହ ବିଭିନ୍ନ ସଙ୍ଗଠନ ଆନ୍ଦୋଳନକୁ ଓହ୍ଲାଇଥିଲେ। ପରୀକ୍ଷା ବାତିଲ ସହ ଅନିୟମିତତାକାରୀଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଶେଷରେ ରାଜ୍ୟ ସରକାର ଅଭିଯୋଗ ଆଧାରରେ ତଦନ୍ତ କରିବା ସହ ସବୁ ପିଲାଙ୍କୁ ପ୍ରିଲିମ ପରୀକ୍ଷା ପାସ୍‌ କରିଦେଇଥିଲେ। ହେଲେ ଏହି ପରୀକ୍ଷାକୁ ରଦ୍ଦ କରିବା ଲାଗି କେତେଜଣ ପରୀକ୍ଷାର୍ଥୀ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ହାଇକୋର୍ଟ ତାହାକୁ ବାତିଲ କରି ସାନି ପରୀକ୍ଷା କରିବାକୁ ନିର୍ଦ୍ଦେଶ ଦେଇଥିଲେ।

Share
Tags: Examodisha