୨୪ ନୂଆ ଏନଏସି, ୫ ମ୍ୟୁନିସିପାଲଟି ପାଇଁ ବିଜ୍ଞପ୍ତି ପ୍ରକାଶ: ଗଞ୍ଜାମ ଜିଲାର ଏହି ସବୁ ଅଞ୍ଚଳ…

ଛତ୍ରପୁର, ୨୩।୧୨ (ଦିଲ୍ଲୀପ ସାମଲ): ରାଜ୍ୟର ୨୪ ନୂଆ ଏନଏସି ଓ ୫ ମ୍ୟୁନିସିପାଲଟି ପାଇଁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ରାଜ୍ୟ ସରକାର। ପାଲଲହଡା, ସିମୁଳିଆ, ସୋହେଲା, ତିହିଡି, ଧୂଷୁରୀ, ସାଲେପୁର, ବଡମ୍ବା, ନରସିଂହପୁର, ଗନ୍ଦିଆଁ, ଜଗନ୍ନାଥପ୍ରସାଦ, ପାତ୍ରପୁର, ନର୍ଲା, ଜୟପାଟଣା, ଟାଙ୍ଗୀ, ବୋରିଗୁମ୍ମା, ବେତନଟୀ, ବାଙ୍ଗିରିପୋଡି, ଚିତ୍ରଡା, କପ୍ତିପଦା, ରାସଗୋବିନ୍ଦପୁର, ବିଷମକଟକ, ବାମରା, ରେଙ୍ଗାଲୀ, ବୀରମହାରାଜପୁର ନୂଆ ଏନଏସି ହେବ।
ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି।

ସେହିପରି ୫ ନୂଆ ମ୍ୟୁନିସିପାଲଟି ପାଇଁ ରାଜ୍ୟ ସରକାର ବିଜ୍ଞପ୍ତି ପ୍ରକାଶ କରିଛନ୍ତି । ବୌଦ୍ଧ ଜିଲାର ବୌଦ୍ଧଗଡ, ଗଞ୍ଜାମ ଜିଲାର ଭଞ୍ଜନଗର, କବିସୂର୍ଯ୍ୟନଗର, ପୋଲସରା ଏବଂ ମୟୂରଭଞ୍ଜ ଜିଲାର କରଞ୍ଜିଆ ନୂଆ ମ୍ୟୁନିସିପାଲଟି ପାଇଁ ଚୁଡାନ୍ତ ବିଜ୍ଞପ୍ତି ରାଜ୍ୟ ସରକାର ପ୍ରକାଶ କରିଛନ୍ତି।

 

 

Dharitri – The Largest & Most Trusted Odia Daily