ବିଳମ୍ବରେ ଅଫିସ ଆସିବାରୁ ୩୦ କର୍ମଚାରୀଙ୍କୁ ନୋଟିସ

କଟକ,୩୧।୭: ସିଏମ୍‌ସି କମିଶନର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବିଳମ୍ବରେ ଅଫିସ ଆସିବାରୁ ୩୦ଜଣ ସିଏମ୍‌ସି କର୍ମଚାରୀଙ୍କୁ ସୋ’ କଜ୍‌ ନୋଟିସ୍‌ ଜାରି କରିଛନ୍ତି। ଏପରିକି କର୍ମଚାରୀଙ୍କ କାହିଁକି ଦରମା ବନ୍ଦ ହେବ ନାହିଁ ସେନେଇ ୨୪ ଘଣ୍ଟାରେ ଉତ୍ତର ଦେବାକୁ କମିଶନର ନିର୍ଦ୍ଦେଶ ଦେଇଛନ୍ତି।