ଛତ୍ରପୁର,୨୪।୬(ସନ୍ତୋଷ ପାଢ଼ୀ): ମଙ୍ଗଳବାର ସୁଦ୍ଧା ୬୩ ଜଣ ପଳାତକ ୱାରେଣ୍ଟିଙ୍କ ଘରେ ଗଞ୍ଜାମ ଜିଲାର ବିଭିନ୍ନ ଥାନା ପକ୍ଷରୁ ନୋଟିସ ଲଗାଯାଇଛି। କୌଣସି ୱାରେଣ୍ଟି ନିର୍ଦ୍ଧାରିତ ଦିନ ଓ ସମୟରେ ସମ୍ପୃକ୍ତ କୋର୍ଟରେ ହାଜର ନହେଲେ କିମ୍ବା ଫେରାର ରହୁଥିବା ୱାରେଣ୍ଟି ମାନଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବା ସହ ସେମାନଙ୍କ ସମ୍ପତ୍ତିକୁ ବ୍ୟାଜପ୍ତି କରାଯିବ ଭଞ୍ଜନଗର ଓ ତାର୍ସିଙ୍ଗ ଥାନା ପକ୍ଷରୁ ୫ ଜଣ ଲେଖାଏଁ ଫେରାର ୱାରେଣ୍ଟିଙ୍କ ଘରେ ନୋଟିସ ଲଗାଇଥିବା ବେଳେ ଜଗନ୍ନାଥ ପ୍ରସାଦ, ବେଲଗୁଣ୍ଠା, ପାଟପୁର ଓ ଚମାଖଣ୍ଡି ଥାନା ପୋଲିସ ପକ୍ଷରୁ ୨ଜଣ ଲେଖାଏ, ଗାଙ୍ଗପୁର ଥାନା ପକ୍ଷରୁ ୧୩ ଜଣ,ବୁଗୁଡ଼ା ଥାନା ପକ୍ଷରୁ ୮ ଜଣ,ହିଞ୍ଜିଳି ଥାନା ପକ୍ଷର ୩ ଜଣ,ପୋଲସରା ଥାନା ୯ ଜଣ,କୋଦଳା ଓ ଛତ୍ରପୁର ଥାନା ପକ୍ଷରୁ ୪ ଜଣ ଲେଖାଏ, ପୁରୁଷୋତ୍ତମପୁର, ବେଗୁନିଆପଡା,ରମ୍ଭା ଓ ଖଲିକୋଟ ଥାନା ପକ୍ଷରୁ ଜଣେ ଲେଖାଏ ଫେରାର ୱାରେଣ୍ଟିଙ୍କ ଘରେ ନୋଟିସ ଲଗାଯାଇଛି।


