କଟକ,୧୪ା୨: କଟକ ଜିଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନ୍ଧେଙ୍କୁ ନୋଟିସ୍ ଜାରି ହୋଇଛି। ରାଜ୍ୟ ସଭା ସଚିବାଳୟ ନିର୍ଦ୍ଦେଶକଙ୍କ ପକ୍ଷରୁ ନୋଟିସ୍ ହୋଇଛି। ଦେବାଶିଷ ସାମନ୍ତରାୟଙ୍କ ଲିଖିତ ଅଭିଯୋଗକୁ ଗ୍ରହଣ କରି ଏହି ନୋଟିସ୍ ହୋଇଛି। ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ଦେବାଶିଷଙ୍କୁ ଡକାଯାଇ ନ ଥିବାରୁ ଏପରି ନୋଟିସ୍ ହୋଇଛି।
ଦେବାଶିଷଙ୍କ ସହ ଅନ୍ୟ ବିଜେଡି ଏମ୍ପିଙ୍କ ପକ୍ଷରୁ ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ ଦିଆଯାଇଥିବା ଲିଖିତ ଅଭିଯୋଗକୁ ଗ୍ରହଣ କରି ନୋଟିସ ଜାରି କରାଯାଇଛି। ଜାନୁଆରୀ ୨୩ରେ କଟକ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ରାଜ୍ୟ ସଭା ସାଂସଦ ଦେବାଶିଷଙ୍କୁ ଆମନ୍ତ୍ରଣ କରାଯାଇ ନ ଥିଲା।
କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ ସିପି ରାଧାକ୍ରିଷ୍ଣନ୍ ମୁଖ ଅତିଥି ଭାବେ ଯୋଗଦେଇଥିଲେ। ଦେବାଶିଷ ଅଭିଯୋଗ କରିଥିଲେ କେଉଁ ଆଧାରରେ ଜିଲାପାଳ ମୋତେ ନିମନ୍ତ୍ରଣ କରିନାହାନ୍ତି ଏହା ରାଜ୍ୟ ସଭା ପାଇଁ ଅପମାନ। ରାଜ୍ୟ ସଭା ଅଧ୍ୟକ୍ଷଙ୍କ ନିକଟରେ କଟକ ଜିଲାପାଳଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ନୋଟିସ୍ ଜାରି ପାଇଁ ଦାବି କରିଥିଲେ।

