ବିଞ୍ଝାରପୁର ବିଡିଓଙ୍କୁ ଲୋକାୟୁକ୍ତଙ୍କ ନୋଟିସ

ଯାଜପୁର ଅଫିସ,୨୦ା୪: ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ସରକାରୀ ଅର୍ଥ ହେରାଫେରି ଅଭିଯୋଗ ପିଛା ଛାଡୁନି ା ଏହି ବ୍ଲକ ସୟଦପୁର ପଞ୍ଚାୟତରେ ହୋଇଥିବା ବିଭିନ୍ନ ଦୁର୍ନୀତି ସମ୍ପର୍କରେ ପୂର୍ବତନ ସରପଞ୍ଚ ତଥା ସାମାଜିକ କର୍ମୀ ଅବଦୁଲ କାଦିର ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ ା ଏନେଇ ଲୋକାୟୁକ୍ତରେ ଏକ ମାମଲା (ନଂ.ଏଲୱାଇ- ୧୨୮/୨୦୨୩) ରୁଜୁ ହୋଇଥିଲା। ଉକ୍ତ ଆବେଦନକୁ ବିଚାର କରି ଲୋକାୟୁକ୍ତ ବିଞ୍ଝାରପୁର ବିଡିଓ ମିନତି ଜଗଦ୍ଦେବ, ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ଦାସ, କନିଷ୍ଠ ଯନ୍ତ୍ରୀ ଶିଶିର କୁମାର ନାୟକ ଓ ବିକାଶ ରଞ୍ଜନ ଦାସଙ୍କୁ ୬ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ପୂର୍ବରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌), ଆବାସ ଯୋଜନାରେ ଅନେକ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା ା ଏଥିପାଇଁ କେତେଜଣ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଥିଲେ ା ଆହୁରି ମଧ୍ୟ କେତେଜଣ କର୍ମଚାରୀ ଓ ଜନପ୍ରତିନିଧିଙ୍କୁ ଟଙ୍କା ଫେରସ୍ତ ବା ରିକଭରି ପାଇଁ ନିର୍ଦ୍ଦେଶ ହୋଇଥିଲା ା ଏବେ ବିଭିନ୍ନ ଯୋଜନାରେ ଜାଲ୍‌ ବିଲ୍‌ ଉପସ୍ଥାପନ କରି ବିପୁଳ ଅର୍ଥ ଲୁଟ ହୋଇଥିବା ନେଇ କାଦିର ଅଭିଯୋଗ କରିଛନ୍ତି ା କେବଳ ସୟଦପୁର ପଞ୍ଚାୟତରେ ୬୫ ଲକ୍ଷ ଟଙ୍କାରୁ ଅଧିକ ଆତ୍ମସାତ୍‌ ହୋଇଥିବା ବେଳେ ସମସ୍ତ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟର ତଦନ୍ତ କରାଗଲେ ଏହି ଦୁର୍ନୀତି ୨୫ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅଭିଯୋଗରେ ଦର୍ଶାଯାଇଛି ା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟକୁ ଆଧାର କରି ସେ ଏହି ଦୁର୍ନୀତିର ପର୍ଦ୍ଦାଫାଶ କରିଛନ୍ତି ବୋଲି ଜଣାପଡିଛି ା
ତେବେ ବିଞ୍ଝାରପୁର ବ୍ଲକରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ରାଜ୍ୟ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ କାଦିର ଏହି ଦୁର୍ନୀତିକୁ ନେଇ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ନଂ.ଡବ୍ଲ୍ୟୁପିସି-୨୧୨୮/୨୦୨୩) ଆଗତ କରିଥିଲେ ା ବିଚାରପତି ଜଷ୍ଟିସ୍‌ ବିଶ୍ୱଜିତ ରଥ ଏହି ଅଭିଯୋଗ ଉପରେ ବିଚାର କରିବାକୁ ରାଜ୍ୟ ସରକାର ତଥା ପଞ୍ଚାୟତିରାଜ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ା ଏବେ ପୁଣି ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ନେଇ ବିଞ୍ଝାରପୁର ବ୍ଲକ ପ୍ରଶାସନ ହରଡ଼ଘଣାରେ ପଡିଛି। ଅଭିଯୋଗ ଅନୁଯାୟୀ, ବିଭିନ୍ନ ପ୍ରକଳ୍ପ ଶେଷ ହେବା ପରେ ଭେଣ୍ଡରଙ୍କଠାରୁ ସାମଗ୍ରୀ କିଣାଯିବା, ଯନ୍ତ୍ରୀଙ୍କ ଦ୍ୱାରା ବିଲ୍‌ ପ୍ରସ୍ତୁତ ହେବା ପରେ ସାମଗ୍ରୀ କିଣା ବାବଦ ବିଲ୍‌ ଦାଖଲ ହେବା, ବିଲ୍‌ରେ ଜିଏସ୍‌ଟି ସମ୍ପର୍କରେ ବିବରଣୀ ନ ଦେବା, ଗୋଟିଏ କାର୍ଯ୍ୟାଦେଶ ନମ୍ବରରେ ୧୧ଟି ପ୍ରକଳ୍ପ ହୋଇଥିବା ଭଳି ଅନିୟମିତତା ସାମ୍ନାକୁ ଆସିଛି। ବିଞ୍ଝାରପୁର ବ୍ଲକର ସୟଦପୁର ପଞ୍ଚାୟତରେ ୨୧ଟି ପ୍ରକଳ୍ପରେ ଏପରି ଭାବେ ଜାଲ୍‌ ବିଲ୍‌ ପ୍ରସ୍ତୁତ କରାଯାଇ ସରକାରୀ ଅର୍ଥ ଲୁଟ୍‌ ହୋଇଛି ବୋଲି ଅଭିଯୋଗ ହୋଇଛି ା କେବଳ ସୟଦପୁର ପଞ୍ଚାୟତ ନୁହେଁ, ଏହି ବ୍ଲକର ୨୯ଟି ପଞ୍ଚାୟତରେ ଏଭଳି ଦୁର୍ନୀତି ହୋଇଛି ବୋଲି ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଅବସରକୁ ନେଇ ମୁହଁ ଖୋଲିଲେ ଶାମି

ନୂଆଦିଲ୍ଲୀ,୩୧ା୩: ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ଅବସର ସମ୍ପର୍କରେ ଚିନ୍ତା କରୁ ନ ଥିବା କହିଛନ୍ତି। ସେ ତାଙ୍କର ବୟସ, ଆହତ ସମସ୍ୟା କିମ୍ବା…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri