ବିଞ୍ଝାରପୁର ବିଡିଓଙ୍କୁ ଲୋକାୟୁକ୍ତଙ୍କ ନୋଟିସ

ଯାଜପୁର ଅଫିସ,୨୦ା୪: ଯାଜପୁର ଜିଲା ବିଞ୍ଝାରପୁର ବ୍ଲକରେ ସରକାରୀ ଅର୍ଥ ହେରାଫେରି ଅଭିଯୋଗ ପିଛା ଛାଡୁନି ା ଏହି ବ୍ଲକ ସୟଦପୁର ପଞ୍ଚାୟତରେ ହୋଇଥିବା ବିଭିନ୍ନ ଦୁର୍ନୀତି ସମ୍ପର୍କରେ ପୂର୍ବତନ ସରପଞ୍ଚ ତଥା ସାମାଜିକ କର୍ମୀ ଅବଦୁଲ କାଦିର ଲୋକାୟୁକ୍ତଙ୍କ ଦ୍ୱାରସ୍ଥ ହୋଇଥିଲେ ା ଏନେଇ ଲୋକାୟୁକ୍ତରେ ଏକ ମାମଲା (ନଂ.ଏଲୱାଇ- ୧୨୮/୨୦୨୩) ରୁଜୁ ହୋଇଥିଲା। ଉକ୍ତ ଆବେଦନକୁ ବିଚାର କରି ଲୋକାୟୁକ୍ତ ବିଞ୍ଝାରପୁର ବିଡିଓ ମିନତି ଜଗଦ୍ଦେବ, ସହକାରୀ ଯନ୍ତ୍ରୀ ପ୍ରସନ୍ନ କୁମାର ଦାସ, କନିଷ୍ଠ ଯନ୍ତ୍ରୀ ଶିଶିର କୁମାର ନାୟକ ଓ ବିକାଶ ରଞ୍ଜନ ଦାସଙ୍କୁ ୬ ସପ୍ତାହ ମଧ୍ୟରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ପୂର୍ବରୁ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌), ଆବାସ ଯୋଜନାରେ ଅନେକ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ ହୋଇଥିଲା ା ଏଥିପାଇଁ କେତେଜଣ ସରକାରୀ କର୍ମଚାରୀ ନିଲମ୍ବିତ ହୋଇଥିଲେ ା ଆହୁରି ମଧ୍ୟ କେତେଜଣ କର୍ମଚାରୀ ଓ ଜନପ୍ରତିନିଧିଙ୍କୁ ଟଙ୍କା ଫେରସ୍ତ ବା ରିକଭରି ପାଇଁ ନିର୍ଦ୍ଦେଶ ହୋଇଥିଲା ା ଏବେ ବିଭିନ୍ନ ଯୋଜନାରେ ଜାଲ୍‌ ବିଲ୍‌ ଉପସ୍ଥାପନ କରି ବିପୁଳ ଅର୍ଥ ଲୁଟ ହୋଇଥିବା ନେଇ କାଦିର ଅଭିଯୋଗ କରିଛନ୍ତି ା କେବଳ ସୟଦପୁର ପଞ୍ଚାୟତରେ ୬୫ ଲକ୍ଷ ଟଙ୍କାରୁ ଅଧିକ ଆତ୍ମସାତ୍‌ ହୋଇଥିବା ବେଳେ ସମସ୍ତ ପଞ୍ଚାୟତର ଉନ୍ନୟନମୂଳକ କାର୍ଯ୍ୟର ତଦନ୍ତ କରାଗଲେ ଏହି ଦୁର୍ନୀତି ୨୫ କୋଟି ଟଙ୍କାରୁ ଅଧିକ ହେବ ବୋଲି ଅଭିଯୋଗରେ ଦର୍ଶାଯାଇଛି ା ସୂଚନା ଅଧିକାର ଆଇନ ବଳରେ ମିଳିଥିବା ତଥ୍ୟକୁ ଆଧାର କରି ସେ ଏହି ଦୁର୍ନୀତିର ପର୍ଦ୍ଦାଫାଶ କରିଛନ୍ତି ବୋଲି ଜଣାପଡିଛି ା
ତେବେ ବିଞ୍ଝାରପୁର ବ୍ଲକରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ରାଜ୍ୟ ସରକାର କିମ୍ବା ସ୍ଥାନୀୟ ପ୍ରଶାସନ କୌଣସି କାର୍ଯ୍ୟାନୁଷ୍ଠାନ ନ ନେବାରୁ କାଦିର ଏହି ଦୁର୍ନୀତିକୁ ନେଇ ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା (ନଂ.ଡବ୍ଲ୍ୟୁପିସି-୨୧୨୮/୨୦୨୩) ଆଗତ କରିଥିଲେ ା ବିଚାରପତି ଜଷ୍ଟିସ୍‌ ବିଶ୍ୱଜିତ ରଥ ଏହି ଅଭିଯୋଗ ଉପରେ ବିଚାର କରିବାକୁ ରାଜ୍ୟ ସରକାର ତଥା ପଞ୍ଚାୟତିରାଜ ସଚିବଙ୍କୁ ନିର୍ଦ୍ଦେଶ ଦେଇଥିଲେ ା ଏବେ ପୁଣି ଲୋକାୟୁକ୍ତଙ୍କ ନିର୍ଦ୍ଦେଶକୁ ନେଇ ବିଞ୍ଝାରପୁର ବ୍ଲକ ପ୍ରଶାସନ ହରଡ଼ଘଣାରେ ପଡିଛି। ଅଭିଯୋଗ ଅନୁଯାୟୀ, ବିଭିନ୍ନ ପ୍ରକଳ୍ପ ଶେଷ ହେବା ପରେ ଭେଣ୍ଡରଙ୍କଠାରୁ ସାମଗ୍ରୀ କିଣାଯିବା, ଯନ୍ତ୍ରୀଙ୍କ ଦ୍ୱାରା ବିଲ୍‌ ପ୍ରସ୍ତୁତ ହେବା ପରେ ସାମଗ୍ରୀ କିଣା ବାବଦ ବିଲ୍‌ ଦାଖଲ ହେବା, ବିଲ୍‌ରେ ଜିଏସ୍‌ଟି ସମ୍ପର୍କରେ ବିବରଣୀ ନ ଦେବା, ଗୋଟିଏ କାର୍ଯ୍ୟାଦେଶ ନମ୍ବରରେ ୧୧ଟି ପ୍ରକଳ୍ପ ହୋଇଥିବା ଭଳି ଅନିୟମିତତା ସାମ୍ନାକୁ ଆସିଛି। ବିଞ୍ଝାରପୁର ବ୍ଲକର ସୟଦପୁର ପଞ୍ଚାୟତରେ ୨୧ଟି ପ୍ରକଳ୍ପରେ ଏପରି ଭାବେ ଜାଲ୍‌ ବିଲ୍‌ ପ୍ରସ୍ତୁତ କରାଯାଇ ସରକାରୀ ଅର୍ଥ ଲୁଟ୍‌ ହୋଇଛି ବୋଲି ଅଭିଯୋଗ ହୋଇଛି ା କେବଳ ସୟଦପୁର ପଞ୍ଚାୟତ ନୁହେଁ, ଏହି ବ୍ଲକର ୨୯ଟି ପଞ୍ଚାୟତରେ ଏଭଳି ଦୁର୍ନୀତି ହୋଇଛି ବୋଲି ଜଣାପଡିଛି ା


Enter your email to get our daily news in your inbox.

All Right Reserved By Dharitri.Com

କେମିତି ରହିବ ୨୦୨୬ରେ ଶନିଙ୍କ ଚାଲି? ଏସବୁ ରାଶି ରହିବେ ସତର୍କ, ଖରାପ ଟାଇମ୍‌ ଆରମ୍ଭ…

ହିନ୍ଦୁ ଧର୍ମ ଏବଂ ଜ୍ୟୋତିଷ ଶାସ୍ତ୍ରରେ, ଶନି ଦେବଙ୍କୁ କର୍ମର ଦାତା ଏବଂ ନ୍ୟାୟର ଦେବତା ଭାବରେ ବିବେଚନା କରାଯାଏ। ତାଙ୍କୁ ନଅଟି ଗ୍ରହ ମଧ୍ୟରେ...

ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା: ବନ୍ଧା ହେଲେ ୱେବ ଚ୍ୟାନେଲ ସାମ୍ବାଦିକ

ଖୋର୍ଦ୍ଧା,୩୦।୧୨(ପ୍ରଭାତ ପାଣିଗ୍ରାହୀ): ସାମ୍ବାଦିକ ଆଳରେ ଗଞ୍ଜେଇ ଚୋରାଚାଲାଣ ପଡିଲା ମହଙ୍ଗା। ଖୋର୍ଦ୍ଧା ଅବକାରୀ ବିଭାଗର ଜିଲା ମୋବାଇଲ ୟୁନିଟ ହାତରେ ଧରାପଡ଼ିଲେ ୱେବ ଚ୍ୟାନେଲ ସାମ୍ବାଦିକ...

ପାହାଡ଼ ଉପରେ ପୂଜା ପାଉଛନ୍ତି ମା’ ବାଳକୁମାରୀ, ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଏହି ସ୍ଥାନ

ଗଞ୍ଜାମ ,୩୦।୧୨(ବିଦ୍ୟାଧର ସାହୁ ): ଗଞ୍ଜାମ ଜିଲା ବ୍ରହ୍ମପୁର ଠାରୁ ୨୫ କି.ମି. ଚିକିଟିରୁ ୮ କିଲୋମିଟର ଗଲାପରେ ଧାନ ଘର ଛକ ଏବଂ ସେଠାରୁ...

୨୦୨୬ ଟି-୨୦ ବିଶ୍ୱକପ ପାଇଁ ଦଳ ଘୋଷଣା କଲା ଇଂଲଣ୍ଡ, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ

ନୂଆଦିଲ୍ଲୀ,୩୦।୧୨: ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ECB) ଭାରତରେ ହେବାକୁ ଥିବା ୨୦୨୬ ଟି-୨୦ ବିଶ୍ୱକପ ପାଇଁ ଏହାର ଦଳ ଘୋଷଣା କରିଛି। ଆଶ୍ଚର୍ଯ୍ୟଜନକ...

ଜଙ୍ଗଲ ଓ ପରିବେଶ ମନ୍ତ୍ରୀଙ୍କ ବଡ଼ ବୟାନ, ବଣଭୋଜି ନାରେ ପ୍ରଦୂଷଣ କଲେ ହେବ…

ଭୁବନେଶ୍ୱର,୩୦।୧୨: ବର୍ତ୍ତମାନ ସମୟରେ ପର୍ଯ୍ୟଟନ ଋତୁ ଚାଲୁଥିବା ବେଳେ ଅନେକ ସ୍ଥାନରେ ପର୍ଯ୍ୟଟକଙ୍କ ଗହଳି ଦେଖାଯାଉଛି । ବଣଭୋଜି କରି ମଜା ନେଉଛନ୍ତି ଲୋକେ ।...

ଖଣି ପାଇଁ ଜମି ଯିବାରୁ ଜୀବନ ହାରିଲେ ଯୁବକ, ୧୭ ଘଣ୍ଟାରୁ ଅଧିକ ସମୟ ମୃତଦେହକୁ ରଖି ବିକ୍ଷୋଭ କଲେ…

ଝାରସୁଗୁଡା, ୩୦।୧୨(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଉବୁଡା ଗ୍ରାମର ଜଣେ ୨୫ ବର୍ଷୀୟ ଯୁବକଙ୍କ ସୋମବାର ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ...

ନୂଆବର୍ଷ ପାଇଁ ପୁରୀରେ ବଢ଼ିଲା ସୁରକ୍ଷା ବ୍ୟବସ୍ଥା

ପୁରୀ,୩୦।୧୨: ନୂଆବର୍ଷ ପାଳନ ପାଇଁ ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଦିଆଯାଇଛି। ଶ୍ରଦ୍ଧାଳୁଙ୍କ ସୁରକ୍ଷା ଏବଂ ଶୃଙ୍ଖଳିତ ଦର୍ଶନ ପାଇଁ ୭୦ ପ୍ଲାଟୁନ ପୋଲିସ ଫୋର୍ସ...

ଭଦ୍ରକରେ କିନ୍ନରଙ୍କୁ ଆକ୍ରମଣ: ଚୁଟି କାଟିବା ସହ ଟଙ୍କା ସୁନା ଲୁଟ ଅଭିଯୋଗ, ଥାନାରେ ଉତ୍ତେଜନା

ଭଦ୍ରକ, ୩୦/୧୨(ସନାତନ ରାଉତ): ଭଦ୍ରକରେ ୨ ଗୋଷ୍ଠୀ କିନ୍ନରଙ୍କ ବିବାଦ ଥମିବାର ନାଁ ଧରୁନି । ଉଭୟ ଗୋଷ୍ଠୀ ମଧ୍ୟରେ ଛକା ପଞ୍ଝା ଲାଗି ରହିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri