Posted inଜାତୀୟ

ଶେଷ ନୁହେଁ, ଆରମ୍ଭ ମାତ୍ର: ଅମ୍ରିତ୍‌ପାଲ

ଚଣ୍ଡିଗଡ଼/ନୂଆଦିଲ୍ଲୀ,୨୪ା୪: ଜାତୀୟ ସୁରକ୍ଷା ଆଇନ (ଏନ୍‌ଏସ୍‌ଏ) ବଳରେ ଗିରଫ ହୋଇଥିବା ୨୯ ବର୍ଷୀୟ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ଅମ୍ରିତ୍‌ପାଲ ସିଂଙ୍କୁ ଏକ ସ୍ବତନ୍ତ୍ର ବିମାନରେ ଆସାମର ଦିବ୍ରୁଗଡ଼ ଜେଲକୁ ନିଆଯାଇଛି। ସେଠାରେ ପୂର୍ବରୁ ତାଙ୍କର ଅନ୍ୟ ୯ ସହଯୋଗୀ ବନ୍ଦୀ ଅଛନ୍ତି। ଅମ୍ରିତ୍‌ପାଲଙ୍କ ଗିରଫଦାରି ପରେ ଅନ୍‌ଲାଇନ୍‌ରେ ଏକ ଭିଡିଓ ଆସିଛି, ଯହିଁରେ ଏହି କଠୋରପନ୍ଥୀ ପ୍ରବଚକ ନିଜ ଆମତ୍ସମର୍ପଣ ସମ୍ପର୍କିତ ଧର୍ମବାଣୀ ଦେଉଥିବା ଦେଖିବାକୁ ମିଳିଛି। ୧୯୮୪ରେ ଅମୃତସରର ସ୍ବର୍ଣ୍ଣମନ୍ଦିରରେ ସେନାର ବିବାଦୀୟ ଅପରେଶନ୍‌ ‘ବ୍ଲୁ ଷ୍ଟାର’ରେ ନିହତ ଭିଣ୍ଡରାନ୍‌ଓ୍ବାଲେଙ୍କ ଫଟୋ ସାମ୍ନାରେ ଅମ୍ରିତ୍‌ପାଲ ବସିଥିବା ଅନ୍ୟ ଏକ କ୍ଲିପ୍‌ରେ ଦେଖାଯାଇଛି।
ଅମ୍ରିତ୍‌ପାଲ ରୋଡେକୁ ଭିଣ୍ଡରନ୍‌ଓ୍ବାଲେଙ୍କ ଜନ୍ମସ୍ଥାନ ଅଭିହିତ କରି ସେଠାରେ ତାଙ୍କ ନିଜ ‘ଦସ୍ତର ବନ୍ଦୀ’ (ପଗଡ଼ି ଭିଡ଼ା ଉତ୍ସବ) ହୋଇଥିବା ପ୍ରକାଶ କରିଛନ୍ତି। ଅମ୍ରିତ୍‌ପାଲ କହିଛନ୍ତି, ସେ ଆମତ୍ସମର୍ପଣ କରିବାକୁ ଯାଉଛନ୍ତି। ତାଙ୍କ ଗିରଫଦାରି ଶେଷ ନୁହେଁ, ଆରମ୍ଭ ମାତ୍ର। ସର୍ବଶକ୍ତିମାନଙ୍କ ଅଦାଲତରେ ସେ ଦୋଷୀ ନୁହନ୍ତି।

ଫେରାର ହେବାକୁ
ବାଟ ନ ଥିଲା: ପୋଲିସ

ଏନେଇ ପୋଲିସ ଆଇଜି ସୁଖଚେନ୍‌ ସିଂ ଗିଲ୍‌ କହିଛନ୍ତି, ଅମ୍ରିତ୍‌ପାଲ ରୋଡେ ଗ୍ରାମରେ ଥିବା ଜଣାପଡ଼ିବା ପରେ ଅମୃତସର ପୋଲିସ ଏବଂ ପଞ୍ଜାବ ପୋଲିସର ଗୋଇନ୍ଦା ଶାଖା ତାଙ୍କୁ ଚାରିପଟୁ ଘେରିଥିଲା। ଗୁରୁଦ୍ୱାରାର ପବିତ୍ରତା ବଜାୟ ରଖିବା ପାଇଁ ଭିତରକୁ ପୋଲିସ ପ୍ରବେଶ କରି ନ ଥିଲା। ଅମ୍ରିତ୍‌ପାଲ ଆଉ ଖସିପାରିବେ ନାହିଁ ବୋଲି ତାଙ୍କ ନିକଟକୁ ଏକ ସନ୍ଦେଶ ପଠାଯାଇଥିଲା।

ଦୀପ ସିଦ୍ଧୁ ଗଢ଼ିଥିଲେ
‘ଓ୍ବାରିସ୍‌ ପଞ୍ଜାବ ଦେ ’

ଉଗ୍ରପନ୍ଥୀ ଜର୍ନେଲ ସିଂଙ୍କ ପୈତୃକ ଗ୍ରାମ ରୋଡେରେ ୨୦୨୨ ସେପ୍ଟେମ୍ବର ୨୯ରେ ଦସ୍ତରବନ୍ଦୀ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଗତବର୍ଷ ଫେବୃୟାରୀରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଗାୟକ ତଥା ଅଭିନେତା ଦୀପ ସିଦ୍ଧୁ ଏହି ଗ୍ରାମରେ ‘ଓ୍ବାରିସ୍‌ ପଞ୍ଜାବ ଦେ’ ସଙ୍ଗଠନ ପ୍ରତିଷ୍ଠା କରିଥିଲେ। ଅମ୍ରିତ୍‌ପାଲ ସିଂ ଏହି ସଂସ୍ଥାର ମୁଖ୍ୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଖସିଲା ପାରଦ, ଶିମିଳିପାଳରେ ତାପମାତ୍ରା ୧ ଡିଗ୍ରୀ ରେକର୍ଡ

ବାରିପଦା,୮।୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଜାତୀୟ ଉଦ୍ୟାନରେ ପାରଦ ନିମ୍ନଗାମୀ ହୋଇଛି । ଉପରବାରହାକାମୁଡାରେ ତାପାମାତ୍ରା ୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ନେଇ…

‘ଆତଙ୍କବାଦ ଉପରେ ଦୋମୁହାଁ ମନୋଭାବ…,’ ମାଲେସିଆରେ ଏମିତି କହିଲେ ମୋଦି, ଶୁଣିଲେ ଉଡିବ ପାକିସ୍ତାନର ନିଦ

ନୂଆଦିଲ୍ଲୀ,୮।୨: ମାଲେସିଆ ପ୍ରଧାନମନ୍ତ୍ରୀ ଅନୱର ଇବ୍ରାହିମଙ୍କ ସହ ଏକ ମିଳିତ ପ୍ରେସ ବିବୃତ୍ତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଯେ ଭାରତ ଏବଂ ମାଲେସିଆ ସେମାନଙ୍କର ସମ୍ପର୍କକୁ…

ଇମ୍ରାନ ଖାନ-ବୁଶରା ବିବିଙ୍କୁ ୧୭ ବର୍ଷ ଜେଲଦଣ୍ଡ, ଲାଗିଛି କୋଟି କୋଟି ଟଙ୍କାର ଜରିମାନା

ଇସଲାମାବାଦ,୮।୨: ତୋଶାଖାନା-୨ ଦୁର୍ନୀତି ମାମଲାରେ ପୂର୍ବତନ ପାକିସ୍ତାନୀ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଏବଂ ତାଙ୍କ ପତ୍ନୀ ବୁଶରା ବିବିଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୧୭ ବର୍ଷ ଜେଲଦଣ୍ଡ…

ଉପ ମୁଖ୍ୟମନ୍ତ୍ରୀସ୍‌ଙ୍କ ଗସ୍ତକୁ ନେଇ ପ୍ରସ୍ତୁତି ଜୋରଦାର 

କେସିଙ୍ଗା,୮।୨(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକକୁ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  ସୋମବାର  ଗସ୍ତରେ ଆସିବେ। ଏ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଜୋରଦାର…

ଭାରତ ସହ T20 World Cupରେ ଖେଳିବାକୁ ରାଜି ହେଲା ପାକିସ୍ତାନ! କେମିତି ୨୪ ଘଣ୍ଟାରେ ବଦଳିଲା ମନୋଭାବ? ଜାଣନ୍ତୁ…

ନୂଆଦିଲ୍ଲୀ,୮।୨: ପାକିସ୍ତାନ କ୍ରିକେଟ ବୋର୍ଡ (PCB) ଫେବୃଆରୀ ୧୫ରେ ଭାରତ ବିପକ୍ଷରେ ହେବାକୁ ଥିବା T20 ବିଶ୍ୱକପ ମ୍ୟାଚ ବର୍ଜନ କରିବା ପାଇଁ ଆଲୋଚନା ଆରମ୍ଭ କରିବାକୁ…

ରିଜର୍ଭ ବ୍ୟାଙ୍କରେ ବମ୍ପର ନିଯୁକ୍ତି ସୁଯୋଗ, ଏହି ଦିନ ରହିଛି ଆବେଦନର ଶେଷ ତାରିଖ

ନୂଆଦିଲ୍ଲୀ,୮|୨: ଭାରତୀୟ ରିଜର୍ଭ ବ୍ୟାଙ୍କ ଆଇନ ଅଧିକାରୀ, ପରିଚାଳକ ଏବଂ ସହାୟକ ପରିଚାଳକ ସମେତ ଅନେକ ପଦବୀ ପାଇଁ ନିଯୁକ୍ତି ଘୋଷଣା କରିଛି। ଆଗ୍ରହୀ ଶିକ୍ଷାର୍ଥୀମାନେ ଫେବୃଆରୀ…

‘ଭାରତ-ମାଲେସିଆ ସହଭାଗୀତା ଐତିହାସିକ’, ଦ୍ୱିପାକ୍ଷିକ ଆଲୋଚନା ସମୟରେ କହିଲେ ପ୍ରଧାନମନ୍ତ୍ରୀ ମୋଦି

କୁଆଲାଲମ୍ପୁର,୮।୨: ରବିବାର ମାଲେସିଆର ପ୍ରଶାସନିକ ରାଜଧାନୀ ପୁତ୍ରଜାୟାରେ ଥିବା ପର୍ଦାନା ପୁତ୍ରଜାୟା ଭବନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଆନୁଷ୍ଠାନିକ ଭାବରେ ସ୍ବାଗତ କରାଯାଇଥିଲା ଏବଂ ଗାର୍ଡ ଅଫ…

ବଡ଼ ଧରଣର ଛଟେଇ ପରେ ଇସ୍ତଫା ଦେଲେ ୱାଶିଂଟନ ପୋଷ୍ଟର ସିଇଓ ୱିଲ ଲୁଇସ

ୱାଶିଂଟନ,୮।୨: ପ୍ରତିଷ୍ଠିତ ୱାଶିଂଟନ ପୋଷ୍ଟର ପ୍ରକାଶକ ଏବଂ ସିଇଓ ୱିଲ ଲୁଇସ ଇସ୍ତଫା ଦେଇଛନ୍ତି। ବହୁ ସଂଖ୍ୟାରେ କର୍ମଚାରୀ ଛଟେଇ ମଧ୍ୟରେ ଏହି ନିଷ୍ପତ୍ତି ଆସିଛି। ଲୁଇସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri