ବକ୍ସିଂରୁ ଅବସର ନେଇ ନାହିଁ: ମିଥ୍ୟା ଖବରକୁ ଖଣ୍ଡନ କଲେ ମେରି କମ୍‌…

ନୂଆଦିଲ୍ଲୀ,୨୫।୧ : ଗତକାଲି ଭାରତୀୟ ମହିଳା ବକ୍ସର ମେରି କମଙ୍କ ଅବସର ନେଇଥିବା ଖବର ସାମ୍ନାକୁ ଆସିଥିଲା। କିଛି ଘଣ୍ଟା ପରେ, ମେରି କମ ଅବସର ନେଇଥିବା ଖବରକୁ ଭୁଲ ବୋଲି ଘୋଷଣା କରିଛନ୍ତି। ମେରି କମ କହିଛନ୍ତି ସେ ବକ୍ସିଂରୁ ଅବସର ନେଇ ନାହାନ୍ତି। ମିଡିଆ ରିପୋର୍ଟରେ ଦାବି କରାଯାଇଛି ମେରି କମ ବକ୍ସିଂରୁ ଅବସର ନେଇଛନ୍ତି। ବର୍ତ୍ତମାନ ସେ ନିଜେ ଏହି ସମସ୍ତ ଖବରକୁ ମିଥ୍ୟା ବୋଲି କହି ସମସ୍ତ ଚର୍ଚ୍ଚାକୁ ସମାପ୍ତ କରିଛନ୍ତି ।

ନ୍ୟୁଜ ଏଜେନ୍ସି ଅନୁଯାୟୀ, ତାଙ୍କ ଅବସର ଖବର ଉପରେ ସେ କହିଛନ୍ତି ମୋ ମନ୍ତବ୍ୟକୁ ଭୁଲ ଭାବେ ଦର୍ଶାଯାଇଛି। ମୁଁ ଏପର୍ଯ୍ୟନ୍ତ ମୋର ଅବସର ଘୋଷଣା କରି ନାହିଁ। ଯେଉଁ ଦିନ ମୁଁ ମୋର ଅବସର ଘୋଷଣା କରିବି, ମୁଁ ପ୍ରଥମେ ଗଣମାଧ୍ୟମ ସାମ୍ନାକୁ ଆସିବି। ଗତକାଲି ମୋର ଅବସର ଖବର ମୁଁ ଦେଖିଲି, ଯାହା ସତ୍ୟ ନୁହେଁ ।

ମୁଁ ଜାନୁଆରୀ ୨୪ ରେ ଦିବ୍ରୁଗଡରେ ଏକ ସ୍କୁଲ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲି। ଯେଉଁଠାରେ ମୁଁ ପିଲାମାନଙ୍କୁ ପ୍ରେରଣା ଦେଇଥିଲି । ଏହି ସମୟ ମଧ୍ୟରେ, ପିଲାମାନଙ୍କୁ କହିଥିଲି ବକ୍ସିଂରେ ସଫଳତା ହାସଲ କରିବାକୁ ମୋର କ୍ଷୁଧା ଅଛି କିନ୍ତୁ ସମୟସୀମା ଯୋଗୁ ମୁଁ ଆଉ ଅଲିମ୍ପିକ୍ସରେ ଭାଗ ନେଇ ପାରିବି ନାହିଁ। ମୁଁ ତଥାପି ମୋର ଫିଟନେସ ଉପରେ ଧ୍ୟାନ ଦେଉଛି ଏବଂ ସମସ୍ତଙ୍କ ସାମ୍ନାରେ ମୋର ଅବସର ଘୋଷଣା କରିବି ।

ସୂଚନାଯୋଗ୍ୟ. ମେରି କମ ସାରା ବିଶ୍ୱରେ ଭାରତୀୟ ମହିଳା କୁସ୍ତି ପାଇଁ ଗୌରବ ଆଣିଛନ୍ତି। ସେ ୬ ଥର ବିଶ୍ୱ ଚାମ୍ପିୟନଶିପ ଟାଇଟଲ ଜିତିଛନ୍ତି। ୨୦୦୫, ୨୦୦୬, ୨୦୦୮, ୨୦୧୦, ୨୦୧୨ ଏବଂ ୨୦୧୮ ରେ ବିଶ୍ୱ ଚାମ୍ପିଅନଶିପ ଟାଇଟଲ ଜିତିଥିଲେ। ଏହା ସହିତ ସେ ଅଲିମ୍ପିକ୍ସରେ ଭାରତ ପାଇଁ ପଦକ ଜିତିଛନ୍ତି। ୨୦୧୨ ଅଲିମ୍ପିକ ଗେମ୍ସରେ ସେ ବ୍ରୋଞ୍ଜ ପଦକ ଜିତିଥିଲେ।

 

https://www.instagram.com/reel/CydSNX-JHtw/?utm_source=ig_embed&ig_rid=ca575e14-c52c-4968-a813-7fcf1341c312

 

 

 

 


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri