ପୁନରୁଦ୍ଧାର ହେଲାନି, ବନ୍ଦ କରିଦେଲେ

ବରଗଡ଼,୧।୧୧(ପ୍ରେମାନନ୍ଦ ଖମାରୀ): ବରଗଡ଼ ସମବାୟ ଚିନିକଳ ଜିଲାର ଆଖୁଚାଷୀଙ୍କ ଜୀବନରେଖା ଥିଲା। ସହର ଉପକଣ୍ଠ ତୋରାଠାରେ ନିର୍ମିତ ଏହି ଚିନିକଳକୁ ୧୯୭୪ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ଉଦ୍‌ଘାଟନ କରିଥିଲେ। ଦୀର୍ଘବର୍ଷ ଧରି ଚିନିକଳ ଠିକ୍‌ ଭବେ ଚାଲୁଥିଲା ଏବଂ ଜିଲା ତଥା ଜିଲା ବାହାର ଆଖୁଚାଷୀ ଲାଭବାନ୍‌ ହେଉଥିଲେ। ସେହିପରି ଚିନିକଳ ଅଞ୍ଚଳର ବହୁଲୋକଙ୍କୁ କର୍ମଯୋଗାଣ ସହିତ ସେମାନଙ୍କ ପରିବାର ପୋଷଣରେ ସହାୟକ ହୋଇଥିଲା। କିନ୍ତୁ ପରବର୍ତ୍ତୀ ସମୟରେ ପରିଚାଳନାଗତ ତ୍ରୁଟି ଯୋଗୁ ଚିନିକଳ ଅକାମୀ ହୋଇ ପଡ଼ିଥିଲା। ଏହାର ପୁନରୁଦ୍ଧାର ପାଇଁ ଆନ୍ଦୋଳନ ହୋଇଥିଲା। ଏହାସତ୍ତ୍ବେ ଚିନିକଳ କାର୍ଯ୍ୟକ୍ଷମ ହେଲାନାହିଁ। ଅନ୍ୟପଟେ ଲୋକଙ୍କୁ ରୋଜଗାର ଯୋଗାଉଥିବା ଚିନିକଳକୁ ବର୍ତ୍ତମାନ ସରକାର ସମ୍ପୂର୍ଣ୍ଣ ଭାବେ ବନ୍ଦ ଘୋଷଣା କରିଛନ୍ତି।
ରାଜ୍ୟ ସରକାରଙ୍କ ସମବାୟ ବିଭାଗ ଅଧୀନରେ ଥିବା ଏହି ଚିନିକଳର ଦାୟିତ୍ୱ ୧୯୯୦ରୁ ୧୯୯୮ ମସିହା ପର୍ଯ୍ୟନ୍ତ ପ୍ରାଇଭେଟ୍‌ ସଂସ୍ଥା ପୋନ୍ନି ସୁଗାରକୁ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ସେହି ଘରୋଇ ସଂସ୍ଥା ଦାୟିତ୍ୱ ଛାଡି ଚାଲିଯାଇଥିଲା ଏବଂ ପୂର୍ବଭଳି ସମବାୟ ବିଭାଗ ଅଧୀନରେ ଚିନିକଳ ରହିଲା। ହେଲେ ଚିନିକଳ ଆଉ ଆଗଭଳି ଆଗେଇ ନ ଥିଲା। ଚାଷୀମାନେ ଆଖୁ ବିକିବା ସତ୍ତ୍ବେ ଦୀର୍ଘଦିନ ଧରି ସେମାନଙ୍କ ପ୍ରାପ୍ୟ ପାଇ ପାରି ନ ଥିଲେ ଏବଂ ଏଥିପାଇଁ ସେମାନଙ୍କୁ ଆନ୍ଦୋଳନକୁ ଓହ୍ଲାଇବାକୁ ପଡ଼ୁଥିଲା। ସେହିପରି ଚାଷୀମାନେ ଆଖୁ ଧରି ଚିନିକଳରେ ପହଞ୍ଚୁଥିଲେ ସୁଦ୍ଧା ଆଖୁକିଣାରେ କଟକଣା ଲଗାଗଲା। ବର୍ଷ ବର୍ଷ ଚିନିକଳ କର୍ମଚାରୀଙ୍କୁ ସେମାନଙ୍କ ଦରମା ମିଳିଲାନି। ସେମାନେ ମଧ୍ୟ ଆନ୍ଦୋଳନକୁ ଓହ୍ଲାଇଥିଲେ। ଏଭଳି ସ୍ଥିତିରେ ଚିନିକଳ ଧୀରେ ଧୀରେ ଅସ୍ତିତ୍ୱ ହରାଇ ବସିଥିଲା। ଅପରପକ୍ଷେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବକେୟା ଦରମା ପ୍ରଦାନ ଦାବିରେ କର୍ମଚାରୀମାନେ ଆନ୍ଦୋଳନକୁ ଓହ୍ଲାଇବାରୁ ମୁଖ୍ୟମନ୍ତ୍ରୀ ୧୧କୋଟି ଟଙ୍କାର ପ୍ୟାକେଜ ଘୋଷଣା କରିଥିଲେ। ତାକୁ ନେଇ ଚିନିକଳ କାର୍ଯ୍ୟକ୍ଷମ ହେବ ବୋଲି ସମସ୍ତଙ୍କ ମନରେ ଆଶା ସଞ୍ଚାର ହୋଇଥିଲା। କିନ୍ତୁ ସେହି ପ୍ୟାକେଜ୍‌ ମଧ୍ୟ ମିଳି ନ ଥିଲା ଏବଂ ଶେଷରେ ଚିନିକଳକୁ ସମ୍ପୂର୍ଣ୍ଣ ବନ୍ଦ ଘୋଷଣା ସଭିଁଙ୍କୁ ନିରାଶ କରିଛି।
ବରଗଡ଼ ଏମ୍‌ପି ସୁରେଶ ପୂଜାରୀ କହିଛନ୍ତି, ବରଗଡ଼ରେ ଚିନିକଳ, ସୂତାକଳ, ସିମେଣ୍ଟ କାରଖାନା ଥିଲା। ପୂର୍ବରୁ ସିମେଣ୍ଟ କାରଖାନାକୁ ବିକ୍ରି କରାଯାଇଥିବା ବେଳେ ଚିନିକଳ, ସୂତାକଳକୁ ବନ୍ଦ କରିଦେଲେ। ବରଗଡ଼ ଏବେ ଶିଳ୍ପଶୂନ୍ୟ ହୋଇଗଲା କହିଲେ ଅତ୍ୟୁକ୍ତି ହେବନାହିଁ। ଏବେ ବଜାର ବ୍ୟବସ୍ଥା ଠିକ୍‌ ଅଛି। କଞ୍ଚାମାଲ ମହଜୁଦ ରହିଛି। ଏଭଳି ସ୍ଥିତିରେ ଚିନିକଳକୁ ସମ୍ପୂର୍ଣ୍ଣ ବନ୍ଦ କରିଦେବା ଆଦୌ ଠିକ୍‌ ନୁହେଁ। ଚିନିକଳ ପୁନରୁଦ୍ଧାର ପାଇଁ ମୁଁ ପୂର୍ବରୁ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଛି । ରାଜ୍ୟ ସରକାର ଚାହିଁଥିଲେ ଉଭୟ ରାଜ୍ୟ ଓ କେନ୍ଦ୍ର ମିଳିତ ଭାବେ ଚିନିକଳର ପୁନରୁଦ୍ଧାର କରିପାରିଥାଆନ୍ତେ। ଆଇଓସିଏଲର ଏକ ପ୍ରତିନିଧି ଦଳ ମଧ୍ୟ ଚିନିକଳ ପରିଦର୍ଶନ କରିଥିଲେ। ଏବେ ମଧ୍ୟ ସମୟ ଅଛି, ରାଜ୍ୟ ସରକାର ଚିନିକଳ ବନ୍ଦ ନିଷ୍ପତ୍ତିରୁ ଓହରିଲେ ସେ ଚିନିକଳର ପୁନରୁଦ୍ଧାର ପାଇଁ କେନ୍ଦ୍ର ସରକାରଙ୍କଠାରେ ପ୍ରସ୍ତାବ ଦେବେ ବୋଲି ପୂଜାରୀ କହିଛନ୍ତି। ସେହିପରି ନିଜ ଦୋଷ, ଦୁର୍ବଳତାକୁ ଲୁଚାଇବା ପାଇଁ ରାଜ୍ୟ ସରକାର ମିଛ ତଥ୍ୟ ଦେଇ ଚିନିକଳକୁ ବନ୍ଦ କରି ଦେଇଛନ୍ତି ବୋଲି ଆମ୍‌ ଆଦ୍‌ମୀ ପାର୍ଟିର ଜିଲା ଆବାହକ ଭବାନୀ ପ୍ରସାଦ ସାହୁ କହିଛନ୍ତି। ଚିନିକଳର ପୁନରୁଦ୍ଧାର ପାଇଁ ଆପ୍‌ ବାରମ୍ବାର ରାଜ୍ୟ ସରକାର ଏବଂ ସ୍ଥାନୀୟ ଜନପ୍ରତିନିଧିମାନଙ୍କୁ ଜଣାଇଛି। ଏହାସତ୍ତ୍ବେ ପୁନରୁଦ୍ଧାର ବଦଳରେ ବନ୍ଦ କରିଦେବା ନିଷ୍ପତ୍ତି ପଛରେ ଶାସକଦଳର କିଛି ନେତାଙ୍କ ସ୍ବାର୍ଥ ଥାଇପାରେ ବୋଲି ସେ ଅଭିଯୋଗ କରିଛନ୍ତି। ଚାଷୀନେତା ରମେଶ ମହାପାତ୍ର କହିଛନ୍ତି, କୃଷିଭିତ୍ତିକ ଶିଳ୍ପ ହେଲେ ଚାଷୀଙ୍କ ଆୟ ବଢ଼ିବ। କିନ୍ତୁ ଦିନକୁ ଦିନ ଚିନିକଳ ଭଳି କୃଷିଭିତ୍ତିକ ଶିଳ୍ପକୁ ବନ୍ଦ କରି ଦିଆଯିବା ଦ୍ୱାରା ସରକାର କୃଷି, କୃଷକଙ୍କୁ ସଙ୍କଟ ମଧ୍ୟକୁ ଠେଲି ଦେଉଛନ୍ତି। ଏ ସମ୍ପର୍କରେ ବରଗଡ଼ ଜିଲା ବିଜେଡି ସଭାପତି ତଥା ପୂର୍ବତନ ଏମ୍‌ପି ଡ. ପ୍ରଭାସ ସିଂ କହିଛନ୍ତି, ଚିନିକଳ କ୍ଷତି ହେବାରୁ ସମବାୟ ବିଭାଗ ସେଭଳି ନିଷ୍ପତ୍ତି ନେଇଛି। ଚିନିକଳ ଯେପରି ପୁନରୁଦ୍ଧାର ହୋଇପାରିବ, ଜିଲାର ସମସ୍ତ ବିଧାୟକଙ୍କ ସହ ଆଲୋଚନା କରି ପୁଣିଥରେ ସେ ନେଇ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ।
ଉଲ୍ଲେଖନୀୟ, ରାଜ୍ୟ ସରକାରଙ୍କ ସମବାୟ ସମିତି ସମୂହର ରେଜିଷ୍ଟ୍ରାର ଉଦ୍ଧବ ଚରଣ ମାଝୀଙ୍କ କାର୍ଯ୍ୟାଳୟରୁ ପ୍ରକାଶିତ (ଅର୍ଡର ନଂ-୧୮୨୭୩ ତା-୧୬।୧୦।୨୦୨୩ରିଖରେ ୨୦୨୨-୨୩) ରିପୋର୍ଟ ଅନୁସାରେ ଏହି ଚିନିକଳ ଠିକ୍‌ ଭାବେ ବ୍ୟବସାୟ କରୁ ନ ଥିବା, ଗତ ମାର୍ଚ୍ଚ ୩୧ତାରିଖ ସୁଦ୍ଧା ଚିନିକଳକୁ ୭୨କୋଟି ୫୯ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡ଼ିଥିବା, ଗତ ୧୯୮୯ ଅଗଷ୍ଟ ୨୦ତାରିଖ ପରଠାରୁ ଆଦୌ ବାର୍ଷିକ ସାଧାରଣ ସଭା ଅନୁଷ୍ଠିତ ହୋଇ ନ ଥିବା ଆଦି କାରଣ ଦର୍ଶାଇ ଚିନିକଳକୁ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବା ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ରାମ ନବବୀ ପାଇଁ ହାଇଆଲର୍ଟରେ ସମ୍ୱଲପୁର ସହର, ଜାରି ହେଲା ମ୍ୟାପ୍‌

ସମ୍ୱଲପୁର,୨୬ା୩(ପ୍ରମୋଦ ବହିଦାର): ଶୁକ୍ରବାର ଶ୍ରୀରାମ ନବମୀ ଉପଲକ୍ଷେ ପାଳିତ ହେବାକୁ ଥିବା ଶ୍ରୀରାମ ଜନ୍ମୋତ୍ସବ ଓ ଶୋଭାଯାତ୍ରା ପାଇଁ ହାଇଆଲର୍ଟରେ ରହିଛି ସମଗ୍ର ସମ୍ୱଲପୁର ସହର। ସମଗ୍ର…

କିଏ ସେହି ଅଜଣା ବ୍ୟକ୍ତି? ମହେନ୍ଦ୍ରଗିରି ପାଦଦେଶରୁ ମୃତଦେହ ଉଦ୍ଧାର ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା

ପାରଳାଖେମୁଣ୍ଡି, ୨୬।୩ (ଗିରିଧାରୀ ପରିଚ୍ଛା): ଗଜପତି  ଜିଲା ଗାରାବନ୍ଧ ଥାନା ଅନ୍ତର୍ଗତ ମହେନ୍ଦ୍ରଗିରି ପାଦଦେଶରେ ଥିବା ମାଡ଼ବା ଗ୍ରାମ ନିକଟସ୍ଥ ଏଙ୍ଗାରସିଂ ପାହାଡ଼ ଉପରୁ ଜଣେ ଅଜଣା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଛିଡ଼ା ହୋଇଥିଲା ଜେସିବି, ପଛରୁ ପିଟିଲା ବାଇକ: ଯୁବକ ଗୁରୁତର, ଆମ୍ବୁଲାନ୍ସ ନମିଳିବାରୁ…

ନନ୍ଦପୁର, ୨୬।୩ (ତୁଷାର କାନ୍ତ ମହାନ୍ତି): କୋରାପୁଟ  ଜିଲା ନନ୍ଦପୁର-ସେମିଳିଗୁଡ଼ା ସଂଯୋଗୀ ଏମଡିଆର-୫୫ ରାସ୍ତାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତା କଡ଼ରେ ଛିଡ଼ା ହୋଇଥିବା…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

୧୫ ବର୍ଷ ପରେ ପ୍ରଥମ ଡିଜିଟାଲ ଜନଗଣନା: ଦିଗପହଣ୍ଡିରେ ପରିଗଣନାକାରୀଙ୍କୁ ମିଳିଲା ତାଲିମ

ଦିଗପହଣ୍ଡି,୨୬। ୩(ଅଶେଷ ନାଥ ମିଶ୍ର):କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଅଧିନସ୍ଥ ଜନଗଣନା ନିର୍ଦ୍ଦେଶାଳୟ ଏବଂ ବିପର୍ଯୟ ପରିଚାଳନା ବିଭାଗ ଆନୁକୁଲ୍ୟରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri