ବେଶି ନୁହେଁ କେବଳ ଏହି ଗୋଟିଏ  କାରଣ ପାଇଁ  ନବୀନ ଲାଗୁ କଲେନି ଆୟୁଷ୍ମାନ ଭାରତ: ସବୁ ଗୁମର ଖୋଲିଦେଲେ ନଡ୍ଡା

କଟକ,୧୧।୪: ରାଜ୍ୟରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ ହୋଇଛି। ଆୟୁଷ୍ମାନ ଭାରତ ସହ ଆୟୁଷ୍ମାନ ବୟୋ ବନ୍ଦନାର ଶୁଭାରମ୍ଭ  କଟକରେ  କରିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେ.ପି ନଡ୍ଡା। ପ୍ରାୟ ସାଢ଼େ ୩ କୋଟି ଲୋକଙ୍କଙ୍କୁ ଆୟୁଷ୍ମାନ ଭାରତ ଯୋଜନାରେ ମାଗଣା ଚିକିତ୍ସା ସୁବିଧା ମିଳିବ। ଦେଶର ୨୯ ହଜାରରୁ ଊଦ୍ଧର୍‌ବ ହସ୍ପିଟାଲରେ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ।
ତେବେ ଆୟୁଷ୍ମାନ ଭାରତ ଶୁଭାରମ୍ଭ ଅବସରରେ ସ୍ବାସ୍ଥ୍ୟମନ୍ତ୍ରୀ ନଡ୍ଡା  କହିଛନ୍ତି,  ବିଶ୍ବର ସବୁଠୁ ବଡ଼ ସ୍ବାସ୍ଥ୍ୟ ଯୋଜନା। ଦେଶର ୬୧ କୋଟି ଲୋକ ଏହାଦ୍ବାରା ଉପକୃତ ହୋଇପାରିବେ। ଏହା ଇନ୍ସୁରାନ୍ସ ନୁହେଁ, ଆସୁରାନ୍ସ ଯୋଜନା  ବୋଲି  ନଡ୍ଡା କହିଛନ୍ତି।
ସେ ଆହୁରି କହିଛନ୍ତି, ୨୦୧୮ରେ ରାଞ୍ଚିରେ ଆୟୁଷ୍ମାନ ଯୋଜନାର ଶୁଭାରମ୍ଭ ହୋଇଥିଲା। ଏହାକୁ ଲାଗୁ କରିବାକୁ ବାରମ୍ବାର ନବୀନଙ୍କୁ କହିଛି।
କିନ୍ତୁ ଅହଂ ଭାବ ଯୋଗୁ ନବୀନ ଏହାକୁ ଲାଗୁ କଲେନି। ତେଣୁ ରାଜ୍ୟବାସୀ ଆପଣଙ୍କୁ ଘରେ ବସାଇଦେଲେ। ଦିଲ୍ଲୀରେ ବି ଲାଗୁ କରିବାକୁ କେଜରିୱାଲଙ୍କୁ ଅନୁରୋଧ କରିଥିଲି କିନ୍ତୁ କେଜରିୱାଲ ଶୁଣିଲେନି, ଏବେ ଦିଲ୍ଲୀରେ ଆମ ସରକାର ବୋଲି ନଡ୍ଡା  କହିଛନ୍ତି।