କେବଳ ୨୦୨୯ ନୁହେଁ…ମୋଦିଙ୍କ ଅବସର ନେଇ ବଡ଼ ଖୁଲାସା କଲେ ରାଜନାଥ ସିଂହ, ବିରୋଧୀଙ୍କ ବଢ଼ିଯିବ ଚିନ୍ତା

ନୂଆଦିଲ୍ଲୀ,୨୧।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୭୫ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏଣୁ ବିରୋଧୀ ଦଳ ବାରମ୍ବାର କହି ଆସୁଛନ୍ତି ଯେ ତାଙ୍କୁ ଏବେ ଅବସର ନେବା ଉଚିତ। ବିଭିନ୍ନ ସମୟରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରିଥାଏ। ଏବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମୋଦିଙ୍କ ଅବସରକୁ ନେଇ ବଡ଼ ଖୁଲାସା କରିଛନ୍ତି। ସେ ସ୍ପଷ୍ଟ କରିଛନ୍ତି ଯେ, ୨୦୨୯ ଓ ୨୦୩୪ର ନିର୍ବାଚନ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ହିଁ ଲଢ଼ାଯିବ। ଆଗାମୀ ଅନେକ ବର୍ଷ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ପଦ ଖାଲି ରହିବ ନାହିଁ କାରଣ ମୋଦି ହିଁ ଏହି ପଦରେ ରହିବେ।

ଇଣ୍ଡିଆ ଟୁଡେକୁ ଦେଇଥିବା ଏକ ସାକ୍ଷାତକାରରେ ରାଜନାଥ ସିଂହ କହିଛନ୍ତି, ଆଗାମୀ ବହୁ ବର୍ଷ ପର୍ଯ୍ୟନ୍ତ ନରେନ୍ଦ୍ର ମୋଦି ହିଁ ପ୍ରଧାନମନ୍ତ୍ରୀ ରହିବେ। ସେ ନିର୍ବିବାଦୀ ନେତା ଏବଂ ଆଗାମୀ ଦିନରେ ମଧ୍ୟ ଏହି ସ୍ଥିତି ବଜାୟ ରହିବ। ପ୍ରଧାନମନ୍ତ୍ରୀ ପଦ ପାଇଁ କୌଣସି ସ୍ଥାନ ଖାଲି ନାହିଁ। ଏହା ହିଁ ସତ୍ୟ।

ରାଜନାଥ ସିଂହ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ନିଜର ୩୫ ବର୍ଷର ସମ୍ପର୍କ ବିଷୟରେ ମଧ୍ୟ ଆଲୋଚନା କରିଛନ୍ତି। ସେ କହିଛନ୍ତି, ମୁଁ ଓ ମୋଦିଜୀ ପ୍ରଥମେ ଝାଂସୀରେ ଭେଟିଥିଲୁ। ତାଙ୍କର ନେତୃତ୍ୱ ଓ ବ୍ୟକ୍ତିତ୍ୱରେ ସମୟ ସହିତ ଅନେକ ପରିବର୍ତ୍ତନ ଦେଖାଯାଇଛି। ବିଶେଷକରି ପ୍ରଧାନମନ୍ତ୍ରୀ ହେବା ପରେ ସେ ଅନେକ ଜଟିଳ ନିଷ୍ପତ୍ତି ନେଇଛନ୍ତି, ଯାହା ଅନ୍ୟ କେହି ନେବାକୁ ଦ୍ୱିଧା କରିଥାନ୍ତେ। ବଡ଼ ବଡ଼ ଚ୍ୟାଲେଞ୍ଜ ସାମ୍ନାରେ ମଧ୍ୟ ସେ କେବେ ବିଚଳିତ ହୁଅନ୍ତି ନାହିଁ। ଏହା ତାଙ୍କର ଅନନ୍ୟ କ୍ଷମତା।

ସେ ଆହୁରି କହିଛନ୍ତି, ବିଶ୍ୱର ଅନେକ ବଡ଼ ନେତା ବୈଶ୍ୱିକ ପ୍ରସଙ୍ଗରେ ମୋଦିଙ୍କଠାରୁ ପରାମର୍ଶ ନିଅନ୍ତି। ମୁଁ ପୂର୍ବରୁ କୌଣସି ପ୍ରଧାନମନ୍ତ୍ରୀଙ୍କୁ ବିଶ୍ୱ ନେତାଙ୍କଠାରୁ ଜନ୍ମଦିନରେ ଏତେ ବ୍ୟକ୍ତିଗତ ଫୋନ କଲ ପାଉଥିବା ଦେଖି ନାହିଁ।
ରାଜନାଥ କହିଛନ୍ତି ଯେ, ୨୦୧୩ରେ ଭାଜପା ନରେନ୍ଦ୍ର ମୋଦିଙ୍କୁ ନିର୍ବାଚନ ଅଭିଯାନର ସଂଯୋଜକ ଓ ପରେ ସଂସଦୀୟ ବୋର୍ଡର ସମର୍ଥନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଥିଲା। ସେ କହିଛନ୍ତି, ବରିଷ୍ଠ ନେତା ଲାଲକୃଷ୍ଣ ଆଡ଼ଭାନୀଙ୍କୁ କୌଣସି ଅସମ୍ମାନ କରାଯାଇ ନାହିଁ। ତାଙ୍କୁ ଆଜି ମଧ୍ୟ ବହୁତ ସମ୍ମାନ ଦିଆଯାଉଛି ଓ ଆଗକୁ ମଧ୍ୟ ରହିବ। କିନ୍ତୁ ଦେଶର ମନୋଭାବ ମୋଦିଙ୍କ ନେତୃତ୍ୱ ଦାବି କରୁଥିଲା।୨୦୧୪ ନିର୍ବାଚନ ପ୍ରଚାର ସମୟରେ ମୁଁ ଓ ମୋଦିଜୀ ଅନେକ ସମୟ ଏକାଠି ଯାତ୍ରା କରୁଥିଲୁ। ମୁଁ ତାଙ୍କୁ କହୁଥିଲି ଯେ ତାଙ୍କୁ ପୂର୍ଣ୍ଣ ବହୁମତ ମିଳିବ, କିନ୍ତୁ ସେ ନିଜେ ଏହା ଉପରେ ପୂରା ବିଶ୍ୱାସ କରୁ ନ ଥିଲେ।

ବିପକ୍ଷ ଦଳର ଭୋଟ ଚୋରି ଅଭିଯୋଗକୁ ରାଜନାଥ ସିଂହ ଆଧାରହୀନ ବୋଲି କହିଛନ୍ତି। ସେ କହିଛନ୍ତି, ଯଦି ସେମାନଙ୍କ ପାଖରେ କୌଣସି ପ୍ରମାଣ ଅଛି, ତେବେ ସେମାନେ କୋର୍ଟକୁ ଯାଆନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inHome, Home Left View All

ଦୀର୍ଘ ସାଢେ ୫ ଘଣ୍ଟା ପରେ ଜାତୀୟ ରାଜପଥରେ ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ପଟ୍ଟାଙ୍ଗି,୧୬।୩(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅନ୍ତର୍ଗତ ଆନ୍ଧ୍ର ଓଡ଼ିଶା ସୀମାନ୍ତ ରାଜପଥ ଦୀର୍ଘ ସମୟ ଧରି ଅବରୋଧ ରହିଥିଲା । ତେବେ ଉକ୍ତ…

ଭଡା ଘରୁ ମିଳିଲା ଯୁବତୀଙ୍କ ଝୁଲନ୍ତା ମୃତଦେହ, ହତ୍ୟା ସନ୍ଦେହ କଲେ ପରିବାର

ଭବାନୀପାଟଣା,୧୬।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହର ସ୍ଥିତ ଇରିଗେସନ କଲୋନୀ ୭ ନଂ ଲେନର ଏକ ଭଡା ଘରୁ ସୋମବାର ସନ୍ଧ୍ୟାରେ ଜଣେ ଯୁବତୀଙ୍କ…

ବିଜେଡି-କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ଏହି ୧୧ ବିଧାୟକ, କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନରେ ବିଜେଡି ଓ କଂଗ୍ରେସର ଅଙ୍କ ଗୋଳମାଳ କରିଦେଲେ ୧୧ ବିଧାୟକ। କ୍ରସ୍‌ ଭୋଟିଂ କରି ବିଗାଡ଼ିଦେଲେ ଖେଳ। ଗୋଟେ ଚୁଟ୍‌କିରେ ବଦଳିଗଲା…

ହାଇସ୍କୁଲ ପରିଚାଳନା କମିଟି ଗଠନ ପାଇଁ ବସିଥିଲା ସଭା: ଆସିଲେନି ବିଧାୟକ, ସ୍ଥଗିତ ରହିଲା…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ବି. ତୁରୁବୁଡ଼ି ପଞ୍ଚାୟତ ହାଇସ୍କୁଲ ପରିଚାଳନା କମିଟି ଗଠନ ନିମନ୍ତେ ସୋମବାର ଆଲୋଚନା ସଭା ଅନୁଷ୍ଠିତ ହୋଇଯାଇଛି।…

ପଲିଥିନ ତଳେ ୫ ପ୍ରାଣୀଙ୍କ ବିତୁଛି ଜୀବନ: ବ୍ଲକ ଅଧ୍ୟକ୍ଷ, ଜିଲା ପରିଷଦଙ୍କ ନିଜ ପଞ୍ଚାୟତରେ ଏଭଳି ଚିତ୍ର

ଥୁଆମୂଳ ରାମପୁର,୧୬।୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡ ଜିଲା ଥୁଆମୂଳ ରାମପୁର ବ୍ଲକ ଅଧୀନସ୍ଥ ଗୁଣୁପୁର ଗ୍ରାମପଞ୍ଚାୟତରୁ ଆସିଛି ଏକ ଲଜ୍ଜାଜନକ ତଥ୍ୟ। ଯେଉଁ ପଞ୍ଚାୟତ ବ୍ଲକ ଅଧ୍ୟକ୍ଷ…

‘ଏହି ୩ ବିଧାୟକ ଏଭଳି କାମ କରିବେ ବୋଲି କେବେ ଭାବିନଥିଲି, ଛେଳି,ମେଣ୍ଢା ଭଳି ବିକ୍ରି ହୋଇଗଲେ’…

ଭୁବନେଶ୍ୱର,୧୬।୩: ଅପେକ୍ଷାର ଅନ୍ତ ଘଟିଛି । ରାଜ୍ୟ ସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତେବେ କ୍ରସ୍‌ ଭୋଟିଂକୁ ନେଇ ପିସିସି ସଭାପତି ଭକ୍ତ ଚରଣ…

ଛିଡା ହୋଇଛି ପାଣି ଟ୍ୟାଙ୍କର, ତଳୁ ଚକା ଖୋଲି ନେଇଗଲେ…

ଦିଗପହଣ୍ଡି,୧୬।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଫାସିଗୁଡା ପଞ୍ଚାୟତ ଧେରେଣ୍ଡି ଗ୍ରାମ ନିକଟରେ ଜଳସେଚନ ବିଭାଗ ପକ୍ଷରୁ କେନାଲ ଉନ୍ନତିକରଣ କାମ ପାଇଁ ବ୍ୟବହାର…

ରାଜ୍ୟ ସଭା ନିର୍ବାଚନରେ ବିଜେଡି ଖାଇଲା ଚକ୍‌ମା, ଏମାନେ କରିଛନ୍ତି କ୍ରସ୍‌ ଭୋଟିଂ, ସାମ୍ନାକୁ ଆସିଲା ନାଁ

ଭୁବନେଶ୍ୱର,୧୬।୩: ରାଜ୍ୟ ସଭା ନିର୍ବାଚନର ଫଳାଫଳ ପ୍ରକାଶ ପାଇଛି। ଭାଜପାର ୨ ପ୍ରାର୍ଥୀ ମନମୋହନ ସାମଲ ଓ ସୁଜିତ୍‌ କୁମାର ଏବଂ ବିଜେଡିର ସଂତୃପ୍ତ ମିଶ୍ର ବିଜୟୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri