Posted inଜାତୀୟ

ଯାଉନାହାନ୍ତି, ପଠାଉଛନ୍ତି

ନୂଆଦିଲ୍ଲୀ/ଇମ୍ଫାଲ,୧୯ା୧୧: ପୁଣି ଜାତିଆଣ ହିଂସାର ନିଅଁାରେ ଜଳୁଛି ମଣିପୁର। ଜିରିବାମ୍‌ର ଏକ ଶିବିରରୁ ନିଖୋଜ ହୋଇଯାଇଥିବା ୬ ଅପହୃତଙ୍କ ମୃତଦେହ ମିଳିବା ପରେ ୩ ଦିନ ଧରି ଉପତ୍ୟକାରେ ଭଙ୍ଗାରୁଜା ଓ ଜଳାପୋଡ଼ା ଲାଗିରହିଛି। ଇତିମଧ୍ୟରେ ଅନେକ ବିଧାୟକ ଓ ମନ୍ତ୍ରୀଙ୍କ ଘରକୁ ମଧ୍ୟ ବିକ୍ଷୋଭକାରୀ ଟାର୍ଗେଟ କରିଛନ୍ତି। ଏପରି କି ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂଙ୍କ ଘରକୁ ମଧ୍ୟ ଅନୁପ୍ରବେଶ ଉଦ୍ୟମ ହୋଇଛି। ମଣିପୁରର ମେଣ୍ଟ ସରକାରରେ ଭାଗୁଆଳି ଥିବା କନରାଡ୍‌ ସାଙ୍ଗ୍‌ମାଙ୍କ ନେତୃତ୍ୱାଧୀନ ନ୍ୟାଶନାଲ ପିପୁଲ୍ସ ପାର୍ଟି (ଏନ୍‌ପିପି) ରବିବାର ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଦାୟୀ କରିବା ସହ ସମର୍ଥନ ପ୍ରତ୍ୟାହାର କରିଛି। ସୋମବାର ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂ ନିଜ କ୍ୟାବିନେଟ୍‌ ସଦସ୍ୟ ଓ ଶାସକ ଏନ୍‌ଡିଏ ବିଧାୟକମାନଙ୍କୁ ନେଇ ଏକ ବୈଠକ କରିଛନ୍ତି। ରାଜ୍ୟରେ ଅଣାୟତ୍ତ ହେଉଥିବା ସ୍ଥିତି ସମୀକ୍ଷା ପାଇଁ ଉକ୍ତ ବୈଠକ କରାଯାଇଥିବା ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ୫୦ କମ୍ପାନୀ କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବଳ (ସିଏପିଏଫ୍‌) ଅର୍ଥାତ୍‌ ୫,୦୦୦ ଯବାନଙ୍କୁ ମଣିପୁରକୁ ପଠାଇଛି। ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ଅଧ୍ୟକ୍ଷତାରେ ରବିବାର ଓ ସୋମବାର ବସିଥିବା ବୈଠକରେ ମଣିପୁର ସ୍ଥିତି ସମୀକ୍ଷା କରାଯାଇଛି। ଆହ୍ବାନପୂର୍ଣ୍ଣ ସ୍ଥିତିର ମୁକାବିଲା ପାଇଁ ଉକ୍ତ ବୈଠକରେ ଅତିରିକ୍ତ କେନ୍ଦ୍ରୀୟ ବଳ ପ୍ରେରଣ ନିଷ୍ପତ୍ତି ନିଆଯାଇଥିବା କୁହାଯାଉଛି। ଏହା ପୂର୍ବରୁ ନଭେମ୍ବର ୧୨ରେ ଜିବିରାମ ଜିଲାରେ ହିଂସା ଘଟିବା ପରେ ମନ୍ତ୍ରଣାଳୟ ୨୦ ସିଏପିଏଫ୍‌ (୧୫ ସିଆର୍‌ପିଏଫ୍‌ ଏବଂ ୫ ବିଏସ୍‌ଏଫ୍‌) କମ୍ପାନୀ ପଠାଇଥିଲା। କେନ୍ଦ୍ରୀୟ ରିଜର୍ଭ ପୋଲିସ ବଳ (ସିଆର୍‌ପିଏଫ୍‌) ମହାନିର୍ଦ୍ଦେଶକ ଏ.ଡି. ସିଂ ଏବଂ ସିଏପିଏଫ୍‌ର ବରିଷ୍ଠ ଅଧିକାରୀମାନେ ମଧ୍ୟ ମଣିପୁରରେ ରହିଛନ୍ତି। ଏସବୁକୁ ମିଶାଇଲେ ମଣିପୁରରେ ଗତବର୍ଷ ମେ’ ପରଠୁ ମୋଟ ୨୧୮ ସିଏପିଏଫ୍‌ କମ୍ପାନୀ ମୁତୟନ ହୋଇଛନ୍ତି। ଏହି ପୃଷ୍ଠଭୂମିରେ ପ୍ରଧାନମନ୍ତ୍ରୀ ମୋଦି ଥରୁଟିଏ ମଧ୍ୟ ମଣିପୁରକୁ ନ ଯିବା ଦୁର୍ଭାଗ୍ୟଜନକ ବୋଲି କଂଗ୍ରେସ ସମାଲୋଚନା କରିଛି। ନୂଆଦିଲ୍ଲୀସ୍ଥିତ ଏଆଇସିସି ମୁଖ୍ୟାଳୟରେ ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି, ମଣିପୁରରେ ଡବଲ ଇଞ୍ଜିନ ସରକାର ସମ୍ପୂର୍ଣ୍ଣ ଫେଲ୍‌ ମାରିଛି। ଆସନ୍ତା ୨୫ରେ ପାର୍ଲାମେଣ୍ଟର ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମଣିପୁର ଗସ୍ତ କରି ଲୋକଙ୍କ ସମସ୍ୟା ବୁଝନ୍ତୁ। ମୁଖ୍ୟମନ୍ତ୍ରୀ ବୀରେନ୍‌ ସିଂ ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଶାହା ଇସ୍ତଫା ଦିଅନ୍ତୁ ବୋଲି ରମେଶ ଦାବି କରିଛନ୍ତି। ସେପଟେ ଭାଜପା ସହଯୋଗୀ ସଂଯୁକ୍ତ ଜନତା ଦଳ (ଜେଡିୟୁ) ବିଧାୟକ ଅବ୍‌ଦୁଲ ନାସିର ପ୍ରଧାନମନ୍ତ୍ରୀଙ୍କୁ ଏକ ପତ୍ର ଲେଖିଛନ୍ତି। ଜିବିରାମରେ ମହିଳା ଓ ଶିଶୁଙ୍କ ହତ୍ୟା ପାଇଁ ଦାୟୀ ବ୍ୟକ୍ତିମାନଙ୍କୁ ‘ଆତଙ୍କବାଦୀ’ ଘୋଷଣା କରାଯାଉ ବୋଲି ସେ ଦାବି କରିଛନ୍ତି। ସଦ୍ୟ ହିଂସାକୁ ନେଇ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ୩ଟି ମାମଲା ରୁଜୁ କରିଛି। ସୋମବାର ଜିରିବାମ୍‌ ଜିଲାରେ ବିକ୍ଷୋଭକାରୀ ଓ ସୁରକ୍ଷା ବଳ ମଧ୍ୟରେ ସଂଘର୍ଷ ଘଟିଛି। ଏଥିରେ ବିକ୍ଷୋଭକାରୀ କେ. ଅଥୋଉବା(୨୦)ଙ୍କ ମୃତ୍ୟୁ ଘଟିଥିବାବେଳେ ଆଉ କେତେଜଣ ଆହତ ହୋଇଛନ୍ତି। ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କ ଗୁଳିମାଡ଼ରେ ଲୋକଙ୍କ ପ୍ରାଣହାନି ଘଟିବା ଉପତ୍ୟକାର ସ୍ଥିତିକୁ ଆହୁରି ସଙ୍ଗିନ କରିଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପଶ୍ଚିମବଙ୍ଗରେ ଚାଞ୍ଚଲ୍ୟ: ଭାଜପା ନେତା ଶୁଭେନ୍ଦୁ ଅଧିକାରୀଙ୍କ PAଙ୍କୁ ଗୁଳି କରି ହତ୍ୟା, ବାଜିଛି ୩ ରାଉଣ୍ଡ ଗୁଳି

କୋଲକାତା,୬।୫: ପଶ୍ଚିମବଙ୍ଗରୁ ବଡ଼ ଖବର ସାମ୍ନାକୁ ଆସିଛି। ଭାଜପାର ବରିଷ୍ଠ ନେତା ତଥା ବିରୋଧୀ ଦଳ ନେତା ଶୁଭେନ୍ଦୁ ଅଧିକାରୀଙ୍କ ବ୍ୟକ୍ତିଗତ ସହକାରୀ (PA) ଚନ୍ଦ୍ରନାଥ ରଥଙ୍କୁ…

ବିଶ୍ବରେ ଚହଳ! ଇରାନକୁ ଖୋଲା ଧମକ ଦେଲେ ଟ୍ରମ୍ପ, ହର୍ମୁଜ୍‌ ନ ଖୋଲିଲେ ବୋମାମାଡ଼…

ଓ୍ବାଶିଂଟନ,୬ା୫: ବଢ଼ୁଥିବା ଉତ୍ତେଜନା ମଧ୍ୟରେ, ଡୋନାଲ୍ଡ ଟ୍ରମ୍ପ ପୁନର୍ବାର ଇରନକୁ ଧମକ ଦେଇଛନ୍ତି। ତୁରନ୍ତ ଷ୍ଟ୍ରେଟ୍‌ ଅଫ୍‌ ହର୍ମୁଜ୍‌ ନ ଖୋଲିରେ ଅଧିକ ବୋମାମାଡ଼ ହେବ ବୋଲି…

କାଲି ତାମିଲନାଡୁରେ ହେବନି ଶପଥ ସମାରୋହ! ଟିଭିକେକୁ ସଂଖ୍ୟାଗରିଷ୍ଠତାର ପ୍ରମାଣ ମାଗିଲେ ରାଜ୍ୟପାଳ

ଚେନ୍ନାଇ,୬ା୫: ତାମିଲନାଡୁରେ ଗୁରୁବାର ହେବାକୁ ଥିବା ବିଜୟଙ୍କ ଶପଥ ଗ୍ରହଣ ସମାରୋହକୁ ସ୍ଥଗିତ ରଖାଯାଇପାରେ । ଥଲାପତି ବିଜୟଙ୍କ ନେତୃତ୍ୱାଧୀନ ତାମିଲାଗା ଭେଟ୍ଟ୍ରି କାଝଗମ୍‌ (ଟିଭିକେ) ତାମିଲନାଡୁରେ…

ଜାତୀୟ ରାଜପଥ ଉପରେ ହାଇଓ୍ବା ଚଢ଼ାଇ କରିଥିଲେ ହତ୍ୟା, ଅଭିଯୁକ୍ତଙ୍କୁ ବାନ୍ଧିଲା…

ଦେବଗଡ଼,୬।୫(ଶଶାଙ୍କ ଶେଖର ଝାଙ୍କର): ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଦେବଗଡ଼ ଥାନା ଚଟିବରଘାଟ ଗ୍ରାମ ନିକଟସ୍ଥ ୪୯ ନମ୍ବର ଜାତୀୟ ରାଜପଥ ଉପରେ ହାଇୱାରେ ଧକ୍କା ଦେଇ ସ୍କୁଟି…

ସବ୍‌ସିଡି ପାଇଁ ୩୦ହଜାର ଲାଞ୍ଚ ନେଉଥିଲେ ଡିଆର୍‌ପି, ମାଡିବସିଲା ଭିଜିଲାନ୍ସ

ବରଗଡ଼,୬।୫(ପ୍ରେମାନନ୍ଦ ଖମାରୀ): ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟୋଗ ଔପଚାରିକରଣ ଯୋଜନା(ପିଏମ୍‌ଏଫ୍‌ଏମ୍‌ଇ)ରେ ଦିଆଯାଉଥିବା ଋଣର ରିହାତି (ସବ୍‌ସିଡି) ରିଲିଜ୍‌ ପାଇଁ ଲାଞ୍ଚ ନେବା ବରଗଡ଼ ଜିଲା ଶିଳ୍ପକେନ୍ଦ୍ର…

କିଏ ସେ ଅଗ୍ନିମିତ୍ରା ପଲ? ଦିଲ୍ଲୀରେ ପହଞ୍ଚିବା ପରେ ବଢ଼ିଲା ହଲଚଲ, ହେବେ କି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ…

କୋଲକାତା,୬।୫: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ଗଡ଼କୁ ଭାଙ୍ଗି ଭାଜପା ୨୦୭ଟି ଆସନ ସହ ସଂଖ୍ୟାଗରିଷ୍ଠତା ହାସଲ କରିଛି। ଏବେ ମୁଖ୍ୟମନ୍ତ୍ରୀ ଚୟନ ପାଇଁ ଦିଲ୍ଲୀରୁ କୋଲକାତା ପର୍ଯ୍ୟନ୍ତ…

ହାର୍ଦ୍ଦିକ ପାଣ୍ଡ୍ୟା ଖେଳିବେ RCB ବିପକ୍ଷ ମ୍ୟାଚ୍‌, ମୁମ୍ବାଇ ଶିବିରରୁ ବଡ଼ ଖବର

ରାୟପୁର,୬।୫: ପିଠିରେ ଯନ୍ତ୍ରଣା ଯୋଗୁ ଲକ୍ଷ୍ନୌ ବିପକ୍ଷ ମ୍ୟାଚ୍‌ରୁ ବାଦ ପଡ଼ିଥିବା ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଏବେ ସମ୍ପୂର୍ଣ୍ଣ ଫିଟଥିବା ଜଣାପଡ଼ିଛି। ରବିବାର ଦିନ…

ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଲଘୁଚାପ, ୧୦ ବେଳକୁ ହେବ….

ଭୁବନେଶ୍ବର,୬ା୫: ବଙ୍ଗୋପସାଗରରେ ସୃଷ୍ଟି ହେବ ଲଘୁଚାପ । ଏକ ମଡେଲ୍ ଅନୁଯାୟୀ ୧୦ରେ ଲଘୁଚାପ ଦାନା ବାନ୍ଧିବାର ସମ୍ଭାବନା ରହିଛି । ଶ୍ରୀଲଙ୍କା ଓ ତାମିଲନାଡୁ ଉପକୂଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri