ମିଳୁନି ମୂଲ, ଟମାଟୋ ଚାଷକରି ଚାଷୀ ହତାଶ

ବରଗଡ଼,୧୪।୨(ପ୍ରେମାନନ୍ଦ ଖମାରୀ):କୃଷିକ୍ଷେତ୍ରରେ ବରଗଡ଼ ଜିଲାର ଏକ ଭିନ୍ନ ପରିଚୟ ରହିଛି। ଚାଷୀବହୁଳ ଏହି ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ସେହିପରି ଏଠାରେ ପନିପରିବା ଚାଷ ମଧ୍ୟ ପଛରେ ପଡ଼ିନାହିଁ। ଜିଲାର ଉଭୟ ହୀରାକୁଦ ଜଳସେଚିତ ଏବଂ ଅଣଜଳସେଚିତ ଅଞ୍ଚଳରେ ଚାଷୀମାନେ ପରିବା ଚାଷକୁ ମଧ୍ୟ ନିଜର ଏକ ଜୀବିକାଭାବେ ଆଦରି ନେଇଛନ୍ତି। ତେବେ ଜଳସେଚିତ ଅଞ୍ଚଳ ତୁଳନାରେ ଅଣଜଳସେଚିତ ଅଞ୍ଚଳରେ ପରିବା ଚାଷ ଅଧିକ ହୋଇଥାଏ। ଅନ୍ୟପଟେ ଅଣଧାନ ଚାଷ କରିବାକୁ ମଧ୍ୟ ବିଭିନ୍ନ ସମୟରେ କୃଷି ବିଭାଗ ଜିଲାର ଚାଷୀଙ୍କୁ ପ୍ରୋତ୍ସାହନ ଦେଇ ଆସୁଛି। କିନ୍ତୁ ଧାନ ଭଳି ଅଣଧାନ ଚାଷକଲେ ମଧ୍ୟ ଚାଷୀଙ୍କୁ ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ପଡୁଛି। ବର୍ତ୍ତମାନ ଜିଲାରେ ଟମାଟୋ ଚାଷକୁ ନେଇ ଅନୁରୂପ ସ୍ଥିତି ଉପୁଜିଛି। ବିଲରେ ବେପାରୀମାନେ ଚାଷୀଙ୍କଠାରୁ କିଲୋ ପ୍ରତି ୨ଟଙ୍କାରେ ଟମାଟୋ କିଣୁଥିବାବେଳେ ବଜାରରେ ତାକୁ ୧୦ଟଙ୍କାରେ ବିକ୍ରି କରୁଥିବା ଅଭିଯୋଗ ହୋଇଛି। ଜିଲାରେ ସରକାରୀ ଶୀତଳ ଭଣ୍ଡାର ନ ଥିବା ଯୋଗୁ ଚାଷୀ ଟମାଟୋକୁ ସଂରକ୍ଷିତ ରଖିପାରୁ ନାହାନ୍ତି ଏବଂ ତାକୁ ଶସ୍ତାରେ ବିକି ଚାଷୀଙ୍କୁ ଏଭଳି କ୍ଷତିଗ୍ରସ୍ତ ହେବାକୁ ପଡୁଛି ବୋଲି ସାଧାରଣରେ ମତପ୍ରକାଶ ପାଇଛି।
କୃଷିବିଭାଗ ତଥ୍ୟ ଅନୁଯାୟୀ, ଜିଲାରେ ଏଥର ୮୦୦ ହେକ୍ଟରରୁ ଅଧିକ ଜମିରେ ଟମାଟୋ ଚାଷ ହୋଇଛି। ସାଧାରଣତଃ ଢିପ ଜମି(ଯେଉଁଠାକୁ କମ୍‌ ପାଣି ମାଡ଼ିଥାଏ), ସେଭଳି ଜମିରେ ଏହି ଚାଷ ହୋଇଥାଏ। ବରଗଡ଼ ବ୍ଲକର ନିଲେଶ୍ୱର, ବାଲିଯୁରୀ, ବାଗଡ଼ିଆ, ବିରମାଲ, ବାଞ୍ଚିପାଲି, ଧଉଁରାଖନ୍ଦା ସମେତ ଅମ୍ବାଭୋନା, ଭଟଲି ଏବଂ ପଦ୍ମପୁର ଉପଖଣ୍ଡର ବିଭିନ୍ନ ଅଞ୍ଚଳରେ ଚାଷୀମାନେ ଟମାଟୋ ଚାଷ କରିଛନ୍ତି। ଏଥର ଟମାଟୋ ଭଲ ଅମଳ ହୋଇଥିଲା। କିନ୍ତୁ ଅମଳ ସମୟରେ ଅଭାବୀ ବିକ୍ରି ଯୋଗୁ ସେମାନଙ୍କୁ କ୍ଷତିଗ୍ରସ୍ତ ହେବାକୁ ପଡ଼ିଛି ବୋଲି ଚାଷୀମାନେ କହିଛନ୍ତି।
ବାଲିଯୁରୀ ଗ୍ରାମର ଜଣେ ଚାଷୀ ଅନ୍ତର୍ଯ୍ୟାମୀ ବିଶ୍ୱାଳ କହିଛନ୍ତି, ସେ ଏଥର ଅଧ ଏକର ଜମିରେ ଟମାଟୋ ଚାଷ କରିଥିଲେ। ଟମାଟୋ ମଧ୍ୟ ଭଲ ହୋଇଥିଲା। ଏହି ଚାଷରେ ସେ ୧୫ରୁ ୨୦ହଜାର ଟଙ୍କା ଖର୍ଚ୍ଚ କରିଥିଲେ। କିନ୍ତୁ ଲାଭ ତ ଦୂରର କଥା, ଖର୍ଚ୍ଚ ଟଙ୍କା ମଧ୍ୟ ମିଳିଲାନି ବୋଲି ସେ କହିଛନ୍ତି। ସେହିପରି ଚାଷୀ ସଂଗଠନ ଜୟ କିଷାନ ଆନ୍ଦୋଳନର ସମ୍ପାଦକ ହର ବଣିଆଁ କହିଛନ୍ତି, କେବଳ ଟମାଟୋ ନୁହେଁ, ବାଇଗଣରେ ମଧ୍ୟ ଅନୁରୂପ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି। ପରିବା ପାଇଁ ସରକାରୀଭାବେ ସର୍ବନିମ୍ନ ସହାୟକ ମୂଲ୍ୟ ନ ଥିବାବେଳେ ଜିଲାରେ ଏପର୍ଯ୍ୟନ୍ତ ଗୋଟିଏ ମଧ୍ୟ ସରକାରୀ ଶୀତଳ ଭଣ୍ଡାର ନାହିଁ। ଫଳରେ ଜିଲାର ଚାଷୀମାନେ ପରିବା ଚାଷ କଲେ ମଧ୍ୟ ବାରମ୍ବାର କ୍ଷତିର ସମ୍ମୁଖୀନ ହେଉଛନ୍ତି ବୋଲି ସେ କହିଥିଲେ।
ଜିଲାରେ ପରିବା ସଂରକ୍ଷିତ ରଖିବାକୁ ସରକାରୀ ଶୀତଳ ଭଣ୍ଡାର ଥିଲେ ଚାଷୀଙ୍କୁ ଏଭଳି ଅଭାବୀ ବିକ୍ରିର ସମ୍ମୁଖୀନ ହେବାକୁ ପଡ଼ି ନ ଥାନ୍ତା ବୋଲି ସଚେତନ ନାଗରିକ ମହଲରେ ମତପ୍ରକାଶ ପାଇଛି। ଜିଲାରେ ସରକାରୀ ସ୍ତରରେ ଯେଉଁ ଶୀତଳ ଭଣ୍ଡାର ରହିଛି, ତାହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଅନ୍ୟପଟେ ବରଗଡ଼ ବ୍ଲକ କୁରୁଆଁ ଗ୍ରାମରେ ୨୫୦୦ ମେଟ୍ରିକ ଟନ୍‌ କ୍ଷମତାସମ୍ପନ୍ନ ଏକ ଘରୋଇ ଶୀତଳ ଭଣ୍ଡାର ରହିଛି। ଏହା ସହିତ ଗୋବିନ୍ଦପୁରରେ ଆଉ ଏକ ଘରୋଇ ଶୀତଳ ଭଣ୍ଡାର ନିର୍ମାଣାଧୀନ ରହିଛି। ସେହିପରି ନିୟନ୍ତ୍ରିତ ବଜାର କମିଟି ପକ୍ଷରୁ ୨ଟି ସୋଲାର ଶୀତଳ ଭଣ୍ଡାର ରହିଥିଲେ ସୁଦ୍ଧା ତାହା କାର୍ଯ୍ୟକ୍ଷମ ହୋଇପାରି ନାହିଁ।
ଏସମ୍ପର୍କରେ ବରଗଡ଼ର ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ଗୋବିନ୍ଦ ପଣ୍ଡାଙ୍କୁ ପଚାରିବାରୁ ସେ କହିଥିଲେ, ବରଗଡ଼ ବ୍ଲକର ଏକାମ୍ର ଛକ ଏବଂ ସୋହେଲା ବ୍ଲକର ଛୁରିଆପାଲିରେ ୧ଏକର ପରିମିତ ଜମିରେ ଗୋଟିଏ ଲେଖାଏ ଶୀତଳ ଭଣ୍ଡାର ନିର୍ମାଣ କରିବାର ପ୍ରସ୍ତାବ ରହିଛି ଏବଂ ଏ ନେଇ ସରକାରଙ୍କୁ ମଧ୍ୟ ଅବଗତ କରାଯାଇଛି। ଏହି ୨ଶୀତଳ ଭଣ୍ଡାର ନିର୍ମାଣ ହେବା ପରେ ପ୍ରତ୍ୟେକ ବ୍ଲକରେ ଶୀତଳ ଭଣ୍ଡାର ନିର୍ମାଣ ଯୋଜନା ରହିଛି। ଏହା ସହିତ ଭେଡ଼େନ ଓ ଗାଇସିଲେଟ୍‌ ବ୍ଲକରେ ଓରେଡ଼ା ୧୦ମେଟ୍ରିକ ଟନ୍‌ କ୍ଷମତାସମ୍ପନ୍ନ ଶୀତଳ ଭଣ୍ଡାର ନିର୍ମାଣ କରିବ ବୋଲି ସେ କହିଥିଲେ। ଏ ଯାଏ ଟମାଟୋ ଅଭାବୀ ବିକ୍ରି ନେଇ ତାଙ୍କ ପାଖକୁ କିଛି ଅଭିଯୋଗ ପହଞ୍ଚି ନ ଥିବା ସହକାରୀ ଉଦ୍ୟାନ ନିର୍ଦ୍ଦେଶକ ପଣ୍ଡା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ଅଡୁଆ ବଢ଼ିଲା: ଜାମିନ ବିହୀନ ଗିରଫ ପରୱାନା ରହିତାଦେଶ ହଟାଇଲେ…

କଟକ,୨୫।୮(କାର୍ତ୍ତିକ ସାହୁ): ବାରମ୍ବାର ସମୟ ନେଇ ନିମ୍ନ ଅଦାଲତରେ ହାଜର ନ ହେବା କଣ୍ଠଶିଳ୍ପୀ ସୌରିନ ଭଟ୍ଟଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି। ଫଳରେ ଗିରଫଦାରିକୁ ନେଇ…

୩୦ ଯାଏ ବଢ଼ିଲା ଓଏସ୍‌ଏସ୍‌ଟିଇଟି ପଞ୍ଜୀକରଣ, ସେପ୍ଟେମ୍ବର ୩୦…

କଟକ,୨୫।୮(କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଓଡ଼ିଶା ସେକେଣ୍ଡାରି ସ୍କୁଲ ଟିଚର୍ସ ଇଲିଜିବିଲିଟି ଟେଷ୍ଟ (ଓଏସ୍‌ଏସ୍‌ଟିଇଟି) ୨୦୨୬ ନିମନ୍ତେ ପଞ୍ଜୀକରଣ ଅବଧିକୁ ଅଗଷ୍ଟ…

ପୁଣି ଲଘୁଚାପ: ୨୮ରୁ ଆହୁରି ବଢ଼ିବ ବର୍ଷା, ଏସବୁ ଜିଲାକୁ ଓ୍ବାର୍ନିଂ…

ଭୁବନେଶ୍ୱର, ୨୫ା୮(ବନ୍ଦନା ସେଠୀ) – ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଆସନ୍ତା ୨୪ ଘଣ୍ଟାରେ ଉତ୍ତର ପଶ୍ଚିମ ଆଡ଼କୁ ଗତି କରିବା ସହ ଝାଡ଼ଖଣ୍ଡ ଓ ଉତ୍ତର ଓଡ଼ିଶା…

“ବିବାହ ନ କଲେ ଆତ୍ମହତ୍ୟା କରିବି” କହି ନେଇଗଲେ, ପ୍ରେମିକା ୩ ମାସର ଗର୍ଭବତୀ ହେବା ପରେ ଫେରାର୍; ପରିଶେଷରେ…

ଦେବଗଡ଼,୨୫।୮(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଛ ପ୍ରତିଶ୍ରୁତି ଦେଇ ପ୍ରେମିକାଙ୍କ ସହ ବାରମ୍ବାର ଶାରୀରିକ ସମ୍ପର୍କ ସ୍ଥାପନ କରିବା ଏବଂ ପରବର୍ତ୍ତୀ ସମୟରେ ପ୍ରତାରଣା କରିବା ଅଭିଯୋଗରେ…

ସାନଖେମୁଣ୍ଡି ବ୍ଲକ ସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି: ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଶ୍ରମ ଦିବସ ସୃଷ୍ଟି, ବିନା ଗ୍ରାମସଭାରେ କାମକୁ ନେଇ ଅସନ୍ତୋଷ

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସମ୍ମିଳନୀ କକ୍ଷରେ ମଙ୍ଗଳବାର ବ୍ଲକସ୍ତରୀୟ ସାମାଜିକ ସମୀକ୍ଷା ଓ ଜନଶୁଣାଣିର ୨୦୨୬-୨୭ ଆର୍ଥିକ ବର୍ଷ ପ୍ରଥମ ଚକ୍ର…

ଗୁରୁଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ଏଣ୍ଟ୍ରି, ୫ ରାଶିଙ୍କ ଲାଗିଲା ଲଟେରୀ! ବଢିବ ଧନ-ସମ୍ପତ୍ତି…

ଦ୍ରିକ ପଞ୍ଚାଙ୍ଗ ଅନୁସାରେ, ମଙ୍ଗଳ ଗ୍ରହ ବୃହସ୍ପତି (ଦେବଗୁରୁ ବୃହସ୍ପତି)ଙ୍କ ଦ୍ୱାରା ଶାସିତ ପୁନର୍ୱାସୁ ନକ୍ଷତ୍ରରେ ୨ ସେପ୍ଟେମ୍ୱର, ୨୦୨୬ ରେ ପ୍ରବେଶ କରିବାକୁ ଯାଉଛି। ମଙ୍ଗଳ…

ନିଶାମୁକ୍ତ ସମାଜ ଗଠନ ପାଇଁ ଆହ୍ୱାନ: ରମ୍ଭା ଥାନା ପକ୍ଷରୁ…

ରମ୍ଭା, ୨୫।୮ (ବିଦ୍ୟାଧର ସାହୁ): ସୁବଳୟା ସ୍ଥିତ ଗୋପାଳ କୃଷ୍ଣ ଉଚ୍ଚ ମାଧ୍ୟମିକ ମହାବିଦ୍ୟାଳୟରେ ରମ୍ଭା ପୋଲିସ ପକ୍ଷରୁ ସାଇବର୍ ଅପରାଧ ଓ ନିଶା ନିବାରଣ ସଚେତନତା…

ସାଂଘାତିକ! ଶେଷରେ ପାରାଦୀପ ସମୁଦ୍ରରୁ ମିଳିଲା ନିଖୋଜ ଜାହାଜର…

ନୂଆଦିଲ୍ଲୀ,୨୫।୮: ସମୁଦ୍ର ଗର୍ଭରେ ବିରାଟ ବଡ଼ MV ଓସେନ ୱିନର ଜାହାଜ ଗାଏବ ହୋଇଯିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏତେ ବଡ଼ ସର୍ଚ୍ଚ ଅପରେସନ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri