ଏ ଯାଏ ସରିଲାନି ଡ୍ରେନ୍‌ ସଫେଇ

ଭୁବନେଶ୍ୱର,୨୧।୬(ବନ୍ଦନା ସେଠୀ): ଓଡ଼ିଶାରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପହଞ୍ଚତ୍ ସାରିଥିବାବେଳେ ଏବେ ରାଜଧାନୀ ଭୁବନେଶ୍ୱରରେ ବିଭିନ୍ନ ସମୟରେ ବର୍ଷା ହେଉଛି। ମାତ୍ର ଏଯାଏ ମୌସୁମୀ ବର୍ଷା ଓ ସମ୍ଭାବ୍ୟ ସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ନ ଥିବା ଜଣାପଡିଛି। ବିଏମ୍‌ସିର ମାଳମାଳ ଯୋଜନା, ବୈଠକ ଓ ନିର୍ଦ୍ଦେଶ ପରେ ବି ପ୍ରତିବର୍ଷ ଜଳବନ୍ଦୀ ସମସ୍ୟା ଉପୁଜୁଛି। ଘରେ, ରାସ୍ତାରେ ଡ୍ରେନ୍‌ ପାଣି ଚାଲୁଛି। ଏପରିକି ଡ୍ରେନ୍‌ରେ ଭାସି ମୃତ୍ୟୁ ଘଟିବା ଭଳି ଘଟଣା ଘଟୁଛି। ଏବେ ବହୁ ଡ୍ରେନ୍‌ର ସଫେଇ କାମ ଆରମ୍ଭ ହୋଇ ନ ଥିବାବେଳେ ଆଉ କେତେକ ସ୍ଥାନରେ ଡ୍ରେନ୍‌ ସଫା ପରେ ସେହିଠାରେ ମାଟି, ପଙ୍କ ଆଦି ଗଦା ହୋଇ ରହିଛି। ପୁଣି ସଫେଇ ପରେ ସ୍ଲାବ୍‌ ପକାଯାଇ ନ ଥିବାରୁ ଡ୍ରେନ୍‌ ମୁକୁଳା ପଡିଛି। ବିଏମ୍‌ସିର ଅବହେଳା ପାଇଁ ଜଣେ ନାବାଳକର ଜୀବନ ଯିବା ପରେ ମଧ୍ୟ ଡ୍ରେନ୍‌ ସଫେଇ ହେଉ କି ଡ୍ରେନ୍‌ ଉପରେ ସ୍ଲାବ୍‌ ପକାଇବା କାମ ହେଉ କୌଣସି କଥାକୁ ଗୁରୁତ୍ୱ ଦିଆଯାଉ ନ ଥିବା ଦେଖାଯାଇଛି। ଏପରିକି ଜୁନ୍‌ ୨୦ ସୁଦ୍ଧା ସହରର ସମସ୍ତ ଡ୍ରେନ୍‌ ସଫା କରିବା ପାଇଁ ମେୟର ସୁଲୋଚନା ଦାସ ଗତ ୭ ତାରିଖ ବୈଠକରେ ନିର୍ଦ୍ଦେଶ ଦେଇଥିଲେ ମଧ୍ୟ ଏଯାବତ୍‌ ତାହାକୁ ପାଳନ କରାଯାଇନାହିଁ। ଡ୍ରେନ୍‌ ସଫେଇ ପାଇଁ ୩୪ଟି ଏଜେନ୍ସିକୁ ନିୟୋଜିତ କରାଯାଇଥିବାବେଳେ ସେମାନେ ମେୟର, କମିଶନରଙ୍କ ନିର୍ଦ୍ଦେଶ ମାନୁ ନ ଥିବା ଏସବୁ ଘଟଣାରୁ ଜଣାପଡୁଛି।
ସହରରେ ଥିବା ମୋଟ୍‌ ୧୮୦୦ କି.ମି.ର ଡ୍ରେନ୍‌ ମଧ୍ୟରୁ କିଛି ବିଏମ୍‌ସ, ଏନ୍‌ଏଚ୍‌ଆଇ, ପିଡବ୍ଲ୍ୟୁଡି, ଇଡ୍‌କୋର ଡ୍ରେନ୍‌ ରହିଛି। ପ୍ରତିବର୍ଷ ବର୍ଷାଦିନ ଆସିଲେ ଡ୍ରେନ୍‌ ସଫେଇ ହୋଇ ନ ଥିବାରୁ ଜଳବନ୍ଦୀ ସମସ୍ୟା ଦେଖାଯାଏ। ସେତେବେଳେ ବିଏମ୍‌ସି, ଏନ୍‌ଏଚ୍‌ଆଇ ଏବଂ ଅନ୍ୟାନ୍ୟ ବିଭାଗ ଏଥିପାଇଁ ପରସ୍ପରକୁ ଦୋଷାରୋପ କରନ୍ତି। ତେଣୁ ଏହି ସମସ୍ୟାକୁ ଏଡାଇବା ପାଇଁ ଚଳିତ ବର୍ଷ ପ୍ରଥମ କରି ଭୁବନେଶ୍ୱର ମହାନଗର ନିଗମାଞ୍ଚଳରେ ଥିବା ସମସ୍ତ ଡ୍ରେନ୍‌ର ସଫେଇ କାର୍ଯ୍ୟ ବିଏମ୍‌ସିକୁ ନିଜ ହାତକୁ ନେଇଥିଲା। ତେବେ ପୂର୍ବରୁ ଠିକ୍‌ ଭାବେ କାମ ଆରମ୍ଭ କରି ନ ଥିବାବେଳେ ବାହାଘର ବେଳେ ବାଇଗଣ ରୋଇବା ଭଳି ବର୍ଷା ଆସିବା ବେଳକୁ ଯଥାଶୀଘ୍ର କାମ ସାରିବା ପାଇଁ ସମୀକ୍ଷା ଏବଂ ତାଗିଦ୍‌ କରାଯାଇଥିଲା। ଏପରିକି ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ନ ସରିଲେ ସମ୍ପୃକ୍ତ ଏଜେନ୍ସି ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମଧ୍ୟ ମେୟର ଚେତାବନୀ ଦେଇଥିଲେ। ମାତ୍ର କାଲା ଆଗରେ ମୂଳା ଚୋବାଇବା ପରି ଏଜେନ୍ସିମାନଙ୍କ ଉପରେ ବିଏମ୍‌ସି କର୍ତ୍ତୃପକ୍ଷଙ୍କ ତାଗିଦ୍‌ କି ଚେତାବନୀର କୌଣସି ପ୍ରଭାବ ପଡୁନାହିଁ। ମିଳିଥିବା ସୂଚନା ଅନୁଯାୟୀ, ବିଏମ୍‌ସିର ନିଜସ୍ବ ୧୩୮୦ କି.ମି. ଡ୍ରେନ୍‌ ମଧ୍ୟରୁ ୮୦% ସଫେଇ ହୋଇଥିବାବେଳେ, ପିଡବ୍ଲ୍ୟୁଡିର ୩୬୦କି.ମି. ଡ୍ରେନ୍‌ ମଧ୍ୟରୁ ୪୫% ସଫା ହୋଇଛି। ସେହିପରି ଏନ୍‌ଏଚ୍‌ଆଇ ଅନ୍ତର୍ଗତ ୩୪କି.ମି. ଡ୍ରେନ୍‌ ମଧ୍ୟରୁ ମାତ୍ର ୩୦% ସଫେଇ ହୋଇଛି। ସେହିପରି ୭୭କି.ମି. ବିଶିଷ୍ଟ ମୁଖ୍ୟ ନାଳ ମଧ୍ୟରୁ ୫୨କି.ମି. ସଫେଇ ହୋଇଛି। ସମ୍ପୂର୍ଣ୍ଣ ସଫେଇ କାମ ସାରିବା ପାଇଁ ଆଉ ସପ୍ତାହେ ସମୟ ଲାଗିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି। ସେହିପରି ବିଏମସି ଅଞ୍ଚଳରେ ମୋଟ୍‌ ୩୪ଟି ସମ୍ବେଦନଶୀଳ ସ୍ଥାନ ଚିହ୍ନଟ କରାଯାଇଥିବାବେଳେ, ୧୨ଟି ପ୍ରମୁଖ ସ୍ଥାନରେ ଜଳବନ୍ଦୀ ସ୍ଥତି ଉପୁଜୁଛି। ସେହିପରି ୧୩୮୦ କି.ମି. ଡ୍ରେନ୍‌ ମଧ୍ୟରୁ ୨୭କି.ମି. ପର୍ଯ୍ୟନ୍ତ ଡ୍ରେନ୍‌ରେ ସ୍ଲାବ୍‌ ଭାଙ୍ଗି ଯାଇଥିବା ସୂଚନା ମିଳିଛି।


Enter your email to get our daily news in your inbox.

All Right Reserved By Dharitri.Com

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

ଓଡିଶାର ଶ୍ରେଷ୍ଠ ପୋଲିସ ଥାନା ଘୋଷଣା: ବାଜିମାରିଲା ଏହି ଥାନା

ଛତ୍ରପୁର, ୨୭/୩ (ଦିଲ୍ଲୀପ ସାମଲ): ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟ ଦ୍ୱାରା ଗଞ୍ଜାମ ପୋଲିସ ଜିଲାର ବଡ଼ଗଡ଼ ପୋଲିସ ଥାନା ୨୦୨୫ ବର୍ଷ ପାଇଁ ଓଡ଼ିଶାର ଶ୍ରେଷ୍ଠ…

ବୁଢ଼ୀ ଠାକୁରାଣୀ ଯାତ୍ରା ପାଇଁ ପାଟପୁର ଗାଁ ଉତ୍ସବମୁଖର: ଅସ୍ଥାୟୀ ପୀଠରେ ପୂଜା ପାଇଲେ ଦେବୀ

ଦିଗପହଣ୍ଡି,୨୭୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ପାଟପୁର ଗାଁର ଗ୍ରାମ ଦେବତୀ ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ଦୁଇବର୍ଷ ବ୍ୟବଧାନରେ ଚୈତ୍ର ଶୁକ୍ଳ ନବମୀ ତିଥି…

ଯୁଦ୍ଧ ଭିତରେ ମିସାଇଲ କିଣିଲା ଭାରତ, ଥରିଲା ପାକିସ୍ତାନ!

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଭାରତ ରୁଷିଆଠାରୁ ‘ଟୁଙ୍ଗୁସ୍କା’ ଆଣ୍ଟି-ଏୟାରକ୍ରାଫ୍ଟ ଏବଂ ମିସାଇଲ ସିଷ୍ଟମ ହାସଲ କରିବାକୁ ଯୋଜନା କରିଛି। ଏଥିପାଇଁ, ଭାରତ ରୁଷିଆର ରୋସୋବୋରୋନେକ୍ସପୋର୍ଟ…

ନୂଆ ପ୍ରଧାନମନ୍ତ୍ରୀଙ୍କୁ ଶୁଭେଚ୍ଛା ଜଣାଇଲେ ମୋଦି, କହିଲେ ଗୁରୁତ୍ୱପୂର୍ଣ୍ଣ କଥା

ନୂଆଦିଲ୍ଲୀ/କାଠମାଣ୍ଡୁ,୨୭।୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ନେପାଳର ନୂଆ ପ୍ରଧାନମନ୍ତ୍ରୀ ବଲେନ୍ଦ୍ର ‘ବାଲେନ’ ଶାହଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ସେ କହିଛନ୍ତି ଯେ ଉଭୟ ଦେଶର ପାରସ୍ପରିକ ଲାଭକୁ…

ଯୁଦ୍ଧ ମଧ୍ୟରେ ଏମିତି ପଦକ୍ଷେପ ନେବାକୁ ଯାଉଛି ଭାରତ: ଚାହଁ ରହିଯିବେ ଚାଇନା-ପାକିସ୍ତାନ

ନୂଆଦିଲ୍ଲୀ,୨୭।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବଂ ହର୍ମୁଜ ଷ୍ଟ୍ରେଟ୍‌ ବନ୍ଦ ହେବା ବିଶ୍ୱ ଶକ୍ତି ବଜାରରେ ଅସ୍ଥିରତା ସୃଷ୍ଟି କରିଛି। ବିଶ୍ୱର ପ୍ରାୟ ୨୦% ତୈଳ ଏହି…

ଜଣେ ବିବାହିତ ପୁରୁଷ ଲିଭ-ଇନରେ ରହିପାରିବେ କି? ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ଆଲ୍ଲାହାବାଦ,୨୭।୩: ଜଣେ ବିବାହିତ ପୁରୁଷ ଲିଭ-ଇନ ସମ୍ପର୍କରେ ରହିପାରିବେ କି ନାହିଁ ଏହାକୁ ନେଇ ଆଲ୍ଲାହାବାଦ ହାଇକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଶୁକ୍ରବାର କୋର୍ଟ ଏକ…

ରାମ ନବମୀରେ ପ୍ରଶଂସକଙ୍କୁ ଚମତ୍କାର ଉପହାର ଦେଲେ ରାମ ଚରଣ

ସୁପରଷ୍ଟାର ରାମ ଚରଣ ପ୍ରଶଂସକଙ୍କୁ ଏକ ଚମତ୍କାର ଉପହାର ଦେଇଛନ୍ତି। ରାମ ନବମୀରେ ଫିଲ୍ମ ‘ପେଡ୍ଡି ପେହେଲୱାନ’ର ପ୍ରଥମ ଝଲକ ରିଲିଜ ହୋଇଛି। ଏହା ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri