ସ୍ବପ୍ନ ନୁହେଁ – ବାସ୍ତବତାର ନୂଆ ସକାଳ

ଆଜି ଦେଶର ଯଶସ୍ବୀ ପ୍ରଧାନମନ୍ତ୍ରୀ ଓ ବିଶ୍ୱର ଦୂରଦର୍ଶୀ ଜନନେତା ନରେନ୍ଦ୍ର ମୋଦିଜୀଙ୍କ ଦ୍ୱାରା ଉଦ୍‌ଘାଟନ ହେବାକୁ ଯାଉଛି ଉତ୍କର୍ଷ ଓଡ଼ିଶା ସମ୍ମିଳନୀ ୨୦୨୫। ଏଥିପାଇଁ ଆମେ ଚୂଡ଼ାନ୍ତ ପ୍ରସ୍ତୁତି କରିସାରିଛୁ। ଆମ ଦେଶର ତଥା ବିଦେଶର ଅନେକ ବୃହତ୍‌ ଶିଳ୍ପସଂସ୍ଥାର ସର୍ବୋଚ୍ଚ ପ୍ରତିନିଧି ଓ ଶିଳ୍ପପତି ଏଥିରେ ଯୋଗଦେବେ। ପ୍ରାୟ ୧୨ଟି ଦେଶର ନିବେଶକ,୨୦ଟି ଦେଶର ପ୍ରତିନିଧିମାନେ ମଧ୍ୟ ଏଥିରେ ଭାଗନେବେ। ଭୁବନେଶ୍ବର ଜନତା ମଇଦାନରେ ଆୟୋଜିତ ହେବ ଉତ୍କର୍ଷ ଓ ୨୭ ତାରିଖରେ ବିଭିନ୍ନ ଶିଳ୍ପସଂସ୍ଥାର ପ୍ରତିନିଧି ଆସି ପହଞ୍ଚିଲା ପରେ ଆମ ସହ ଅଣ ଆନୁଷ୍ଠାନିକ ଆଲୋଚନାକରି ଉତ୍କର୍ଷ ଓଡ଼ିଶା ସମ୍ମିଳନୀକୁ ପ୍ରଥମ ସଫଳତା ଦେବେ। ସେଦିନ ପ୍ରାରମ୍ଭିକ ଭାବେ ଭାରତୀୟ ଶିଳ୍ପସଂଘ(ସିଆଇଆଇ) ପକ୍ଷରୁ ୫ଟି ଅଧିବେଶନ ସମ୍ପନ୍ନହେବ, ଯେଉଁଥିରେ ନିମନ୍ତ୍ରିତ ଶିଳ୍ପପତି,ବିଭିନ୍ନ ବିଭାଗର ମନ୍ତ୍ରୀ ଓ ସଚିବମାନେ ଯୋଗଦେବେ। ସେଦିନ ଶିଳ୍ପ ସମୂହର ପ୍ରାୟ ୨ଶହରୁ ଊର୍ଦ୍ଧ୍ୱ ଉଦ୍ୟୋଗପତି ଉପସ୍ଥିତ ରହିବେ।
ପ୍ରଧାନମନ୍ତ୍ରୀ ମୋଦିଜୀ ଉତ୍କର୍ଷ ଓଡ଼ିଶାକୁ ୨୮ ତାରିଖ ପୂର୍ବାହ୍ନ ୧୧ ଟାରେ ଉଦ୍‌ଘାଟନକରି ନିମନ୍ତ୍ରିତ ଶିଳ୍ପପତିଙ୍କୁ ସମ୍ବୋଧିତ କରିବେ। ଶିଳ୍ପ ପ୍ରତିଷ୍ଠା ପାଇଁ ଅପାର ସୁଯୋଗ ରହିଥିବା ପୂର୍ବାଞ୍ଚଳ ରାଜ୍ୟ ଓଡ଼ିଶାରେ ନୂତନ ଶିଳ୍ପସଂସ୍ଥା ପ୍ରତିଷ୍ଠାକଲେ, କେନ୍ଦ୍ର ଓ ରାଜ୍ୟ ସରକାର କିଭଳି ସହଯୋଗ ଯୋଗାଇଦେବେ, ତାହା କହିବେ। ତାଙ୍କର ପୂର୍ବୋଦୟ ବିକାଶ ପରିକଳ୍ପନା ବିଷୟରେ ମଧ୍ୟ ସୂଚନା ଦେବେ। ସେ ୨୦୦୩ ମସିହାରେ ଗୁଜରାଟରେ ମୁଖ୍ୟମନ୍ତ୍ରୀ ଥିଲାବେଳେ ଦେଶରେ ପ୍ରଥମଥର ପାଇଁ ଶିଳ୍ପ ସମାବେଶ ଆରମ୍ଭ କରିଥିଲେ, ଯାହାର ନାମ ‘ଭାଇବ୍ରାଣ୍ଟ ଗୁଜରାଟ’। ସେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ସୁଯୋଗ ଦେଇପାରୁଥିବା ତଥା ଉପଲବ୍ଧ କଞ୍ଚାମାଲକୁ ବ୍ୟବହାରକରି ରପ୍ତାନିଯୋଗ୍ୟ ଶିଳ୍ପଜାତ ପଦାର୍ଥ ଉତ୍ପାଦନ କରିପାରୁଥିବା ଶିଳ୍ପ ପ୍ରତିଷ୍ଠାରେ ସଫଳ ହୋଇଥିଲେ। ତାଙ୍କର ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ସଫଳ ପ୍ରଶାସନିକ ଅଭିଜ୍ଞତା ବିଶ୍ବବିଦିତ। ଏଣୁ ଉତ୍କର୍ଷ ଓଡ଼ିଶା ସମ୍ମିଳନୀକୁ ଉଦ୍‌ଘାଟନ କରିବା ପାଇଁ ତାଙ୍କୁ ଅନୁରୋଧ କରିଥିଲି। ତାଙ୍କର ଗରିମାମୟ ଉପସ୍ଥିତି ଓ ଦିଗ୍‌ଦର୍ଶନ ଆମ ପାଇଁ ପ୍ରେରଣାଦାୟକ ସାବ୍ୟସ୍ତ ହେବା ସହ ନିବେଶକଙ୍କ ବିଶ୍ବାସ ବଢ଼ାଇବ ବୋଲି ମୋର ବିଶ୍ବାସ। ବିପୁଳ ସମ୍ଭାବନାକୁ ବ୍ୟବହାରକରି ଆମ ରାଜ୍ୟକୁ ବିକଶିତ ଓଡ଼ିଶାରେ ପରିଣତ କରିବାକୁ ସେ ଚାହାନ୍ତି। ମୁଁ ଏହି ଅବସରରେ ଓଡ଼ିଶା ମାଟିରେ ପଦାର୍ପଣ କରୁଥିବା ପ୍ରଧାନମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଗଣ, ଶିଳ୍ପପତି, ନିବେଶକ, ଷ୍ଟାର୍ଟଅପ୍‌-ୟୁନିକର୍ନ ଉଦ୍ୟୋଗୀ, ଫର୍ଚ୍ୟୁନ ୫୦୦ କମ୍ପାନୀର ଶତାଧିକ ପ୍ରତିନିଧି, ଶିଳ୍ପ ସଂଘ ପ୍ରତିନିଧି ଏବଂ ଓଡ଼ିଶାରେ ଶିଳ୍ପ ସ୍ଥାପନ କରିବାକୁ ଆଗ୍ରହୀ ସମସ୍ତ ନିମନ୍ତ୍ରିତ ଅତିଥିଙ୍କୁ ହାର୍ଦ୍ଦିକ ସ୍ବାଗତ କରୁଛି।
ଉଦ୍‌ଘାଟନ କାର୍ଯ୍ୟକ୍ରମ ପରେ,ଅପରାହ୍ଣରେ ଶିଳ୍ପପତିଙ୍କ ଉପସ୍ଥିତିରେ ୫ଟି କ୍ଷେତ୍ରରେ ଶିଳ୍ପ ପ୍ରତିଷ୍ଠାର ସମ୍ଭାବନା ପ୍ରସଙ୍ଗରେ ପର୍ଯ୍ୟାଲୋଚନା କରାଯିବ। ୨୯ ତାରିଖ ପୂର୍ବାହ୍ନରେ ୫ଟି ଓ ଅପରାହ୍ଣରେ ୫ଟି ଅଧିବେଶନ ଅନୁଷ୍ଠିତ ହେବ। ଆମେ ଉତ୍କର୍ଷ ଓଡ଼ିଶା ମହାକୁମ୍ଭରେ ରାଜ୍ୟର ବଛା ବଛା ଅଣୁ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରିବୁ। ୨୯ ତାରିଖ ଉଦ୍‌ଯାପନୀ ଉତ୍ସବରେ ରାଜ୍ୟର ୩୦ଟି ଜିଲାରୁ ୨ଜଣ ଲେଖାଏ, ୬୦ ଜଣ ଯୁବ ଉଦ୍ୟୋଗୀଙ୍କୁ ସମ୍ବର୍ଦ୍ଧିତ କରିବୁ, ଯାହା ସେମାନଙ୍କୁ ସମ୍ମାନ ଦେବା ସହ ଉଦ୍ୟୋଗ ସ୍ଥାପନକରି ଆତ୍ମନିଯୁକ୍ତିର ସ୍ବପ୍ନ ଦେଖୁଥିବା ଭଉଣୀଭାଇମାନଙ୍କୁ ଉତ୍ସାହିତ କରିବ। ଏହି ମହାକୁମ୍ଭ ଉପଲକ୍ଷେ ଶିଳ୍ପ ପ୍ରଦର୍ଶନୀ ବା ‘ଏକ୍ସପୋ’ଅନୁଷ୍ଠିତ ହେବ, ଯାହା ୩୦ ତାରିଖ ଦିନ ସର୍ବସାଧାରଣଙ୍କ ପାଇଁ ଖୋଲା ରହିବ। ଏଥିରେ ପ୍ରାୟ ୧୫୦ଟି ସଂସ୍ଥା ନିଜର ଉତ୍ପାଦ, ପ୍ରଦତ୍ତ ସେବା ଓ ତାଙ୍କର ନବସୃଜନ ସମ୍ଭାର ପ୍ରଦର୍ଶନ କରିବେ। ଏହା ସହ ‘ଷ୍ଟାର୍ଟଅପ୍‌ ଓଡ଼ିଶା’, ‘ସ୍କିଲ୍‌ଡ ଇନ୍‌ ଓଡ଼ିଶା’ ଓ ‘ସୁଭଦ୍ରା ଜରିଆରେ ମହିଳା ଉଦ୍ୟୋଗ’ ଭଳି ତିନୋଟି ବିଷୟରେ ଆଲୋଚନା କରାଯିବ। ଏହି ସମାବେଶ ସମସ୍ତ ଦୃଷ୍ଟିକୋଣରୁ ଐତିହାସିକ ହେବା ସହ ରାଜ୍ୟ ପାଇଁ ଏକ ସୁଦୃଢ଼ ଅର୍ଥନୈତିକ ଓ ଶିଳ୍ପ ଭିତ୍ତିଭୂମି ପ୍ରସ୍ତୁତ କରିବାରେ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।
ଓଡ଼ିଶାକୁ ଅର୍ଥନୀତି ଦୃଷ୍ଟିରୁ ଦେଶର ଅଗ୍ରଣୀ ରାଜ୍ୟ ମଧ୍ୟରେ ସ୍ଥାନିତ କରିବାକୁ ଆମର ଯେଉଁ ସଂକଳ୍ପ, ତାହା ନିଶ୍ଚୟ ପୂରଣ ହେବ ବୋଲି ଆମେ ଆଶାବାଦୀ। ଏହା ସମ୍ଭବ ହୋଇପାରିବ ପ୍ରତିଯୋଗିତାମୂଳକ ଶିଳ୍ପାୟନ ମାଧ୍ୟମରେ। ଏହା ଶ୍ରମିକ, କୃଷକ ଓ ସାଧାରଣ ଲୋକଙ୍କ ପାଇଁ ମଧ୍ୟ ବିପୁଳ ସୁଯୋଗ ସୃଷ୍ଟି କରିବା ସହ ଓଡ଼ିଶାକୁ କୃଷି, ଶିଳ୍ପ, ସେବା ଏବଂ ବ୍ୟବସାୟ କ୍ଷେତ୍ରରେ ସମୃଦ୍ଧି ଆଣିଦେବ। ଉତ୍କର୍ଷ ଓଡ଼ିଶା ସମାବେଶ କାଳରେ ଓଡ଼ିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ୫ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜି ବିନିଯୋଗ ପ୍ରସ୍ତାବ ମିଳିବା ସମ୍ଭାବନା ରହିଛି। ଏଥିରେ ପ୍ରଚୁର ନିଯୁକ୍ତି ଓ ରୋଜଗାରର ସୁଯୋଗ ସୃଷ୍ଟିହେବ। ଶତାଧିକ ନିବେଶକ ଆମ ସହ ବୁଝାମଣାପତ୍ର (ଏମ୍‌ଓୟୁ) ସ୍ବାକ୍ଷର କରିବା କାର୍ଯ୍ୟକ୍ରମ ରହିଛି। ଓଡ଼ିଶା ଶିଳ୍ପ ବିକାଶରେ ଭାଗୀଦାର ରହିଥିବା ଦେଶଗୁଡ଼ିକ ମଧ୍ୟରେ ପ୍ରମୁଖ ସ୍ଥାନରେ ରହିଛନ୍ତି ସିଙ୍ଗାପୁର, ଅଷ୍ଟ୍ରେଲିଆ ଓ ମାଲେସିଆ। ଏଣୁ ସେହି ସମସ୍ତ ଦେଶରୁ ଅଧିକ ଶିଳ୍ପପତି ଓ ପୁଞ୍ଜିନିବେଶକ ଉତ୍କର୍ଷ ଓଡ଼ିଶା ମହାକୁମ୍ଭରେ ଯୋଗଦେବାକୁ ଓଡ଼ିଶା ଆସିବା ସ୍ବାଭାବିକ; ଯାହା ଆମ ରାଜ୍ୟର ଶିଳ୍ପବିକାଶ ପାଇଁ ମହତ୍ତ୍ୱପୂର୍ଣ୍ଣ। କେତେକ ବିକଶିତ ଦେଶକୁ ଆମେ କଣ୍ଟ୍ରି ଅଫ୍‌ ଫୋକସ୍‌ ବା ଅଗ୍ରାଧିକାର ସହଯୋଗୀ ରାଷ୍ଟ୍ର ଭାବେ ଉତ୍କର୍ଷ ଓଡ଼ିଶାରେ ଗୁରୁତ୍ୱ ଦେବୁ। ସେମାନେ ଓଡ଼ିଶା ପାଇଁ କିଭଳି ଅବଦାନ ଦେଇପାରିବେ, ତାହାର ସୂଚନା ଦେବେ। ଏହା ଦ୍ୱାରା ଆନ୍ତର୍ଜାତିକ ଶିଳ୍ପ କ୍ଷେତ୍ରରେ ଓଡ଼ିଶାର ପ୍ରତିଷ୍ଠା ବୃଦ୍ଧି ପାଇବ। ଏହି ୨ ଦିନରେ ବିଭିନ୍ନ ଗୋଲ୍‌ ଟେବୁଲ ବୈଠକ ଅନୁଷ୍ଠିତ ହେବ। ଏଥିରେ ଆଲୋଚନା ଜରିଆରେ ଶିଳ୍ପୋଦ୍ୟୋଗୀ ଓ ବିଶେଷଜ୍ଞମାନଙ୍କ ମଧ୍ୟରେ ଆଧୁନିକତମ ଜ୍ଞାନ ଓ ବୈଷୟିକ କୌଶଳ ସମ୍ପର୍କରେ ଭାବ ଆଦାନ ପ୍ରଦାନ ହେବ। ଆପଣମାନଙ୍କ ମନେଥାଇପାରେ, ସିଙ୍ଗାପୁରର ବୈଷୟିକ ସହାୟତାରେ ଓ ନୂଆ ସହର ନିର୍ମାଣ ହେବାକୁ ସ୍ଥିର ହୋଇଛି। ଏଥିପାଇଁ ଓଡ଼ିଶା ଆସିଥିବା ସିଙ୍ଗାପୁର ରାଷ୍ଟ୍ରପତି ଶ୍ରୀଯୁକ୍ତ ଥର୍ମନ୍‌ ଶନ୍ମୁଗରତ୍ନମଙ୍କ ଉପସ୍ଥିତିରେ ଆମେ ଚଳିତ ମାସରେ ବୁଝାମଣାପତ୍ର ସ୍ବାକ୍ଷର କରିଛୁ। ଏଥିସହ ଇଣ୍ଡଷ୍ଟ୍ରିଆଲ ପାର୍କ, ସେମିକଣ୍ଡକ୍ଟର, ଗ୍ରୀନ୍‌ ହାଇଡ୍ରୋଜେନ୍‌, ଗ୍ରୀନ୍‌ ଶିପିଂ କରିଡର, ଦକ୍ଷତା ବିକାଶ ଓ ପେଟ୍ରୋକେମିକାଲ ସମେତ ୮ଟି ପ୍ରକଳ୍ପ ପାଇଁ ସିଙ୍ଗାପୁର ସହ ବୁଝାମଣାପତ୍ର ସ୍ବାକ୍ଷରିତ ହୋଇସାରିଛି।
ଓଡ଼ିଶାରେ ଆର୍ସେଲର ମିତ୍ତଲ ନିପ୍ପନ ଷ୍ଟିଲ୍‌ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରିବାକୁ ଯାଉଛନ୍ତି। କେଉଁଝର ଜିଲାରେ ଦକ୍ଷିଣ କୋରିଆର ପ୍ରସିଦ୍ଧ ଇସ୍ପାତ ଉତ୍ପାଦନକାରୀ ପସ୍କୋ ଏବଂ ଭାରତର ଜିନ୍ଦଲ ଇସ୍ପାତ ମିଳିତ ଭାବେ ଏକ ବୃହତ୍‌ ଲୌହ-ଇସ୍ପାତ ଶିଳ୍ପ ପ୍ରତିଷ୍ଠା କରିବାକୁ ଆଗ୍ରହୀ। ଆମେ ଇତିମଧ୍ୟରେ ୪୫ ହଜାର କୋଟି ଟଙ୍କାର ପୁଞ୍ଜିନିବେଶ ପ୍ରତିଶ୍ରୁତି ପାଇ ସାରିଛୁ। କେଉଁଝର ପ୍ରକଳ୍ପରୁ ମୋଟର ଗାଡ଼ିର ବହିରାବରଣ ପାଇଁ ସର୍ବୋତ୍ତମ ଇସ୍ପାତ ଚଦର ଉତ୍ପାଦନ ହେବ, ଯାହା ଓଡ଼ିଶାରେ ମୋଟରଯାନ ନିର୍ମାଣରେ ସାହାଯ୍ୟ କରିବ। ଅକ୍ଷୟ ଶକ୍ତି, ସୂଚନା ପ୍ରଯୁକ୍ତି, ରସାୟନ, ବୟନ ଓ ଖାଦ୍ୟ ପ୍ରକ୍ରିୟାକରଣ ଭଳି ୫ଟି କ୍ଷେତ୍ରକୁ ଆମେ ‘ଗୁରୁତ୍ୱ କ୍ଷେତ୍ର’ ମାନ୍ୟତା ଦେଇଛୁ।
ଏହି ସମାବେଶରେ ଯୋଗଦେଇଥିବା ଜାତୀୟ ଓ ଅନ୍ତର୍ଜାତୀୟ ପୁଞ୍ଜିନିବେଶକାରୀଙ୍କ ସହ ମୁଁ ସିଧାସଳଖ କଥା ହୋଇ ‘ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର’ରେ ପୁଞ୍ଜିବିନିଯୋଗ କରିବା ପାଇଁ ଆମନ୍ତ୍ରଣ କରିବି। ୨୦୩୬ ସୁଦ୍ଧା ‘ବିକଶିତ ଓଡ଼ିଶା’ ଆମର ଲକ୍ଷ୍ୟ। ଆମେ ସେହି ସଂକଳ୍ପ ନେଇ ଆଗକୁ ବଢୁଛୁ ଏବଂ ଜନସାଧାରଣଙ୍କ ଜୀବନଧାରଣର ମାନ ବୃଦ୍ଧି ଦିଗରେ ଅଗ୍ରଗତି କରିଚାଲିଛୁ। ସ୍ବାଧୀନତା ପୂର୍ବରୁ ଓ ପରେ ରାଜ୍ୟରେ ଯେଉଁସବୁ କୃଷି ଓ ଶ୍ରମଭିତ୍ତିକ କ୍ଷୁଦ୍ରଶିଳ୍ପ କାରଖାନା ଗଢ଼ିଉଠିଥିଲା ସେଗୁଡ଼ିକ ବିଗତ ବର୍ଷଗୁଡ଼ିକ ବନ୍ଦ ହୋଇଯାଇଥିବାରୁ ଆମେ ସେଗୁଡ଼ିକୁ ପୁନର୍ବାର କାର୍ଯ୍ୟକ୍ଷମ କରିବାକୁ ସଂକଳ୍ପ ନେଇଛୁ। ଆଗାମୀ ଦିନରେ ଆମେ ସେଥିପାଇଁ ସ୍ବତନ୍ତ୍ର ଦୃଷ୍ଟିଦେବୁ।
ଆମ ରାଜ୍ୟରେ ରହିଛି ୪୮୦ କି.ମି. ସମୁଦ୍ର ଉପକୂଳ, ଯାହାର ରଣନୈତିକ ସ୍ଥିତି ଉପଯୋଗକରି ବାଣିଜ୍ୟ ବ୍ୟବସାୟ ପାଇଁ ଦେଶର ଏକ ଗୁରୁତ୍ୱପୂର୍ଣ୍ଣ ପ୍ରବେଶ ଦ୍ୱାର କରିବୁ। ଆମର ସମୃଦ୍ଧ ଖଣିଜ ସମ୍ପଦ, ବନ୍ଦର ଉପଯୋଗୀ ସମୁଦ୍ରତଟ ଓଡ଼ିଶାକୁ ପୂର୍ବ ଭାରତରେ ଏକ ପ୍ରମୁଖ ନିବେଶସ୍ଥଳ ଭାବେ ମାନ୍ୟତା ଦେଉଛି। ଶିଳ୍ପ ବ୍ୟତୀତ, ଓଡ଼ିଶାରେ ଥିବା ପାହାଡ଼ ପର୍ବତ, ଘଞ୍ଚ ଜଙ୍ଗଲ,ଶାନ୍ତ ବେଳାଭୂମି ଏବଂ ମନୋରମ ବନ୍ୟପ୍ରାଣୀ ଅଭୟାରଣ୍ୟ ଅତ୍ୟନ୍ତ ମନୋରମ। ରାଜ୍ୟର କୋଣ ଅନୁକୋଣରେ ରହିଛି ସମୃଦ୍ଧ ଇତିହାସ ଏବଂ ସଂସ୍କୃତିର ଝଲକ। ଓଡ଼ିଶାର ଐତିହ୍ୟସ୍ଥଳୀ ବିଶ୍ବ ବିଦିତ। ଆମର ସମୃଦ୍ଧ ହସ୍ତଶିଳ୍ପ କଳା ଓ ହସ୍ତତନ୍ତ ପ୍ରସ୍ତୁତ ସାମଗ୍ରୀ ଅତୁଳନୀୟ ଓ ଅନନ୍ୟ। ଏହାକୁ ନେଇ ଆମେ ପର୍ଯ୍ୟଟନ ବିକାଶ କରିବାକୁ ସଂକଳ୍ପ ବଦ୍ଧ। ଆମେ କୃଷକଙ୍କ ସାଥିରେ ଅଛୁ। ରାଜ୍ୟ ବିକାଶରେ ମହିଳାଙ୍କ ଭାଗୀଦାରି ବୃଦ୍ଧି ପାଇଁ ସମସ୍ତଙ୍କ ମିଳିତ ଉଦ୍ୟମ ଉଲ୍ଲେଖନୀୟ। ଓଡ଼ିଶାକୁ ନବସୃଜନ ଏବଂ ପ୍ରଯୁକ୍ତିବିଦ୍ୟା କେନ୍ଦ୍ର ଭାବରେ ପରିଚୟ ଦେବା ପାଇଁ ଆମେ ସଙ୍କଳ୍ପବଦ୍ଧ। ସୂଚନା ପ୍ରଯୁକ୍ତିବିଦ୍ୟାରେ ସଫଳତା ମାଧ୍ୟମରେ ଭାରତର ଅର୍ଥନୀତିକୁ ପ୍ରମୁଖ ଯୋଗଦାନ ଦେଉଥିବା ରାଜ୍ୟଗୁଡ଼ିକ ମଧ୍ୟରେ ଓଡ଼ିଶାର ସ୍ଥାନ ଶ୍ରେଷ୍ଠ ୫ଟି ରାଜ୍ୟ ମଧ୍ୟରେ ରଖିବାକୁ ଆମେ ସଂକଳ୍ପବଦ୍ଧ। ଆମର ଯୁବସମାଜକୁ କୁଶଳୀକରି ନିଯୁକ୍ତି ଓ ଉଦ୍ୟୋଗୀ ହେବାର ସୁଯୋଗ ସୃଷ୍ଟି କରିବୁ। ରାଜ୍ୟବାସୀଙ୍କ ସଦିଚ୍ଛା ଓ ସହଯୋଗ ସହ ମୁଁ ସମସ୍ତ ଅତିଥିଙ୍କୁ ସ୍ବାଗତ ଜଣାଉଛି। ବନ୍ଦେ ଉତ୍କଳ ଜନନୀ।

ମୋହନ ଚରଣ ମାଝୀ
– ମୁଖ୍ୟମନ୍ତ୍ରୀ, ଓଡ଼ିଶା, ଭୁବନେଶ୍ବର


Enter your email to get our daily news in your inbox.

All Right Reserved By Dharitri.Com

ଘରୁ ଲକ୍ଷାଧିକ ଟଙ୍କା ଚୋରି ଘଟଣା; ୯୨ ହଜାର ୫ ଶହ ଟଙ୍କା ଜବତ, ୩ ନାବାଳକ କରିଥିଲେ…

ଦିଗପହଣ୍ଡି/ଚିକିଟି,୨୨।୩(ଅଶେଷ ନାଥ ମିଶ୍ର/ ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଚିକିଟିପେଣ୍ଠ ଗ୍ରାମ ପଦ୍ମନଗର ୬ଷ୍ଠ ଲେନ ବାସିନ୍ଦା ମଙ୍ଗୁଳୁ ପ୍ରଧାନଙ୍କ ଘରୁ ଚୋରି ଘଟଣାରେ ପୋଲିସକୁ…

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦଘାଟିତ, ତହସିଲଦାର…

ଦିଗପହଣ୍ଡି,୨୨ା୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ତହସିଲ ଓ ଏନଏସି ପ୍ରଶାସନ ପକ୍ଷରୁ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ଜାତୀୟ ଜନଗଣନା ୨୦୨୭ର…

ତାଲପାଲିପଡା ଶ୍ରୀରାମମନ୍ଦିର ବିଗ୍ରହ ପ୍ରତିଷ୍ଠା ଉତ୍ସବ ଆରମ୍ଭ, ଉତ୍ସବମୁଖର…

ବଲାଙ୍ଗୀର,୨୨ା୩(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ତାଲପାଲିପଡାରେ ପୁନଃନିର୍ମାଣ ହୋଇଥିବା ଶ୍ରୀରାମମନ୍ଦିରର ବିଗ୍ରହପ୍ରତିଷ୍ଠା ଉତ୍ସବ ରବିବାର ଠାରୁ ଆରମ୍ଭ ହୋଇଯାଇଛି । ଆୟୋଜକ କମିଟି ସହିତ ପଡାର ଶତାଧିକ…

ମଧ୍ୟପ୍ରାଚ୍ୟ ଯୁଦ୍ଧ: ମୋଦିଙ୍କ ଅଧ୍ୟକ୍ଷତାରେ ୩ଘଣ୍ଟା ଧରି ବସିଲା ଉଚ୍ଚସ୍ତରୀୟ ବୈଠକ, ତେଲ-ଗ୍ୟାସ ନେଇ ଦେଲେ ବଡ଼ ନିର୍ଦ୍ଦେଶ

ନୂଆଦିଲ୍ଲୀ,୨୨।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ମଧ୍ୟରେ ରବିବାର ସନ୍ଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ଏହି ଉଚ୍ଚସ୍ତରୀୟ…

ପଞ୍ଜାବ କିଙ୍ଗ୍ସକ ଦଳକୁ ନେଇ ବଡ଼ ମତ ରଖିଲେ ଇର୍ଫାନ ପଠାନ, ଜାଣନ୍ତୁ…

ନୂଆଦିଲ୍ଲୀ,୨୨ା୩: ଭାରତର ପୂର୍ୱତନ ଅଲରାଉଣ୍ଡର ଇର୍ଫାନ ପଠାନଙ୍କ ମତରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍‌) ଏବେ ଉଚିତ ଦିଗରେ ଆଗଉଛି। ଦଳ ଅକ୍ସନରେ ଭଲ କରିବା ସହ ଚଳିତ…

ପାରିବାରିକ କଳହର କରୁଣ ପରିଣତି; ଆତ୍ମହତ୍ୟା କଲେ ନବବଧୂ, କାରଣ ଜାଣିଲେ…

ଦିଗପହଣ୍ଡି,୨୨।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଷ୍ଟେଟବ୍ୟାଙ୍କ ସମ୍ମୁଖ ରାମଚନ୍ଦ୍ର ନଗରରେ ରହୁଥିବା ଚନ୍ଦ୍ରମା ଗୌଡ଼ (୨୮)ନାମକ ଜଣେ ନବବଧୂ ଆତ୍ମହତ୍ୟା କରିଥିବା ଜଣାପଡିଛି ।…

ବସ୍‌ରେ ଚାଲାଣ ହେଉଥିଲା କଫସିରଫ: ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୨୨।୩(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ବ୍ଲକ ରାମପୁର ଥାନା ପୋଲିସ ରବିବାର ୟ୧୫ ସହ ବୋତଲ କଫସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି…

ବେପରୁଆ ଗାଡି ଚାଳନା, ଚକା ଫାଟି ଭାଙ୍ଗିଲା ଘର କାଚ

ଗଞ୍ଜାମ,୨୨।୩(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଗ୍ରାସୀମ କମ୍ପାନୀକୁ ବିଭିନ୍ନ କାମରେ ଦୈନଦିନ ଶହ ଶହ ଟ୍ରକ ଟ୍ରାକ୍ଟର ଦଶ ଚକିଆ ଭାରୀଯାନ ଯାତାୟତ କରୁଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri