ଉତ୍ତର କୋରିଆ ଜୁନରେ ଉତକ୍ଷେପଣ କରିବ ପ୍ରଥମ ସାମରିକ ଗୁପ୍ତଚର ଉପଗ୍ରହ

ପୋଙ୍ଗୟାଙ୍ଗ,୩୦।୫: ଉତ୍ତର କୋରିଆ ଜୁନରେ ପ୍ରଥମ ଗୁପ୍ତଚର ଉପଗ୍ରହ ଲଞ୍ଚ କରିବାକୁ ପ୍ରସ୍ତୁତ ହେଲାଣି। ଉତ୍ତର କୋରିଆର ସରକାରୀ ସମାଚାର ଏଜେନ୍ସିର ସାମରିକ ମାମଲାର ପ୍ରଭାରି ଜଣେ ବରିଷ୍ଠ ଅଧିକାରୀଙ୍କ ସୂତ୍ରର ସୂଚନା ଅନୁଯାୟୀ କହିଛି ଯେ ନିୟୋଜିତ ଲଞ୍ଚର ଉଦ୍ଦେଶ୍ୟ ବର୍ତ୍ତମାନ ସମୟ ଆଧାରରେ ଆମେରିକା ସାମରିକ କାର୍ଯ୍ୟକଳାପ ଉପରେ ନଜର ରଖିବା।
ଉତ୍ତର କୋରିଆ ଜାପାନକୁ ମେ ୩୧ରୁ ଜୁନ ୧୧ମଧ୍ୟରେ ଉପଗ୍ରହ ଉତକ୍ଷେପଣ କରିବାର ଯୋଜନା ବିଷୟରେ ସୂଚନା ଦେବାର ଗୋଟିଏ ଦିନ ପରେ ଏହା ଜଣାପଡିଛି। ଗଭର୍ନିଂ ୱାର୍କର୍ସ ପାର୍ଟି ଅଫ କୋରିଆ(ଡବ୍ଲୁପିକେ)ର କେନ୍ଦ୍ରୀୟ ସାମରିକ ଆୟୋଗର ଉପାଧ୍ୟକ୍ଷ ରି ପ୍ୟୋଙ୍ଗ-ଚୋଲ ଏକ ବୟାନରେ କହିଛନ୍ତି ଯେ ଯୁଦ୍ଧ ପାଇଁ ପ୍ରସ୍ତୁତିକୁ ମଜବୁତ କରିବା ପାଇଁ ଉତ୍ତର କୋରିଆର ନିର୍ଦ୍ଦିଷ୍ଟ ଉପଗ୍ରହ ଉତକ୍ଷେପଣ ଏକ ଅନିବାର୍ଯ୍ୟ କାର୍ଯ୍ୟ।

ଉତ୍ତର କୋରିଆ ଚଳିତ ମାସ ଆରମ୍ଭରେ କହିଛି ଯେ କିମ ଜୋଙ୍ଗଙ୍କ ଭବିଷ୍ୟତ କାର୍ଯ୍ୟ ଯୋଜନାକୁ ଅନୁମୋଦନ କରିବା ଉଦ୍ଦେଶ୍ୟରେ ପ୍ରଥମ ସାମରିକ ନୀରିକ୍ଷଣ ଉପଗ୍ରହ ଉତକ୍ଷେପଣ କରିବା ପାଇଁ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି। ନ୍ୟୁଜ ଏଜେନ୍ସି ଅନୁଯାୟୀ ଉତ୍ତର କୋରିଆର ନେତା ଏକ କଠିନ ଇନ୍ଧନ ଅର୍ନ୍ତମହାଦିପୀୟ ବାଲିଷ୍ଟିକ ମିଶାଇଲ, ଏକ ପରମାଣୁ ଚାଳିତ ବୁଡ଼ାଜାହାଜ ଏବଂ ସାମରିକ ଅନୁସନ୍ଧାନ ଉପଗ୍ରହ ସମେତ ଉନ୍ନତ ଅସ୍ତ୍ରଶସ୍ତ୍ର ନିର୍ମାଣ କରିବାକୁ ପ୍ରତିଶୃତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନକିଣା: ଟୋକନ ଅପେକ୍ଷାରେ ଚାଷୀ

ପଦ୍ମପୁର,୨୨।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ୨୫ ଦିନ ବିତିଯାଇଛି। ମାତ୍ର ଅଧିକାଂଶ ଚାଷୀଙ୍କ ପାଖରେ ଏଯାଏ ଟୋକନ ପହଞ୍ଚି ପାରିନାହିଁ। ଯେଉଁ...

ମୋବାଇଲ ସ୍କ୍ରିନ୍‌ ଆସକ୍ତି

କାଳେ ନିଦରୁ ଉଠିବାରୁ ଆରମ୍ଭ କରି ରାତିରେ ଶୋଇବା ପର୍ଯ୍ୟନ୍ତ, ଆଖି ସବୁଠାରୁ ଅଧିକ ଯେଉଁ ବସ୍ତୁଟିକୁ ଦେଖୁଛି, ତାହା ହେଉଛି ଆମ ମୋବାଇଲ୍‌ ସ୍କ୍ରିନ୍‌।...

ବରଗଡ଼ ଧନୁଯାତ୍ରା ମହୋତ୍ସବ: ସାଜସଜ୍ଜାରେ ଆଗୁଆ, ପ୍ରଚାରରେ ପଛୁଆ

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ):ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ। ଏହି ମହୋତ୍ସବର ଭିନ୍ନ ଏକ ପରିଚୟ ରହିଛି। ଅନେକ ସ୍ଥାନରେ ଏବେ ଧନୁଯାତ୍ରା ଚାଲିଛି। ହେଲେ...

୧.୩ ଲକ୍ଷ ଘର ଅନ୍ଧାରରେ: ଚିନ୍ତାରେ ସରକାର

ସାନ୍‌ ଫ୍ରାନ୍ସିସ୍କୋ,୨୨ା୧୨:ସାନ୍‌ ଫ୍ରାନ୍ସିସ୍କୋରେ ବିଜୁଳି ବିଭ୍ରାଟରୁ ୧ ଲକ୍ଷ ୩୦ ହଜାର ଘର ଏବଂ ବ୍ୟବସାୟ ପ୍ରତିଷ୍ଠାନ ଅନ୍ଧାରରେ ରହିଥିବା ପାସିଫିକ୍‌ ଗ୍ୟାସ୍‌ ଆଣ୍ଡ ଇଲେକ୍ଟ୍ରିକ୍‌...

ଗଣତନ୍ତ୍ର କାହିଁକି ଦୋଷୀ ହେବ

ସନ ପଦ୍ଧତି ମଧ୍ୟରୁ ଗଣତନ୍ତ୍ର ହିଁ ସର୍ବୋତ୍କୃଷ୍ଟ। ଗଣତନ୍ତ୍ର ଶାସନର ଅର୍ଥ ଗଣଙ୍କର ଶାସନ, ନିଜକୁ ଶାସନ କରିବା। ହେଲେ ଏଥିରେ ଜନତାର ଶାସନ ପ୍ରତ୍ୟକ୍ଷ...

ବାଂଲାଦେଶ ପରେ ବର୍ମା

ପ୍ରାୟ ଦେଢ଼ ବର୍ଷ ପରେ ପୁଣି ବାଂଲାଦେଶ ଅଶାନ୍ତ ହୋଇପଡ଼ିଛି। ଏବର ଅସ୍ବାଭାବିକ ସ୍ଥିତି ସେଠାକାର ଉଗ୍ର ଯୁବ ନେତା ଶରିଫ୍‌ ଓସ୍‌ମାନ ହାଦିଙ୍କୁ ଅଚିହ୍ନା...

ଘରୁ ଖାଦ୍ୟ ନେଇଗଲେ ଆତଙ୍କବାଦୀ: ଜଙ୍ଗଲକୁ ଘେରାବନ୍ଦୀ

ଜମ୍ମୁ,୨୨ା୧୨:ଜମ୍ମୁ-କଶ୍ମୀରର ଉଧାମପୁର ଜିଲା ଅନ୍ତର୍ଗତ ଏକ ଗ୍ରାମରେ ଆତଙ୍କବାଦୀମାନେ ଜଣକ ଘରେ ପଶି ଖାଦ୍ୟ ନେଇ ଜଙ୍ଗଲ ମଧ୍ୟକୁ ଖସି ପଳାଇଥିବା ସୂଚନା ମିଳିଛି। ସେମାନଙ୍କୁ...

ଭିତ୍ତିଭୂମି ଅଛି, ଚାଷୀଙ୍କ ଆଗ୍ରହ ନାହିଁ

ଭଣ୍ଡାରିପୋଖରୀ,୨୨।୧୨ (ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକରେ ଆଳୁଚାଷ ପାଇଁ ଉପଯୋଗୀ ୮ଶହ ହେକ୍ଟର ଉର୍ବର ପଟୁ ମାଟି ମିଶା ଦୋରସା ଚାଷଜମି ରହିଛି।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri