ବର୍ଷର ଶେଷ ଦିନରେ ଜମିଲା ଆମିଷ ବଜାର, ୭ କୋଟିର ଖାଇଦେଲେ ରାଜଧାନୀବାସୀ

ଭୁବନେଶ୍ୱର,୧।୧(ଅନୁରାଧା ମହାରଣା)- ବର୍ଷର ଶେଷ ଦିନରେ ଭୁବନେଶ୍ୱରରେ ଆମିଷ ବ୍ୟବସାୟ ଜମିଥିଲା। ପ୍ରାୟ ୭ କୋଟି ୩୦ ଲକ୍ଷ ଟଙ୍କାର ଆମିଷ କିଣିଛନ୍ତି ଗ୍ରାହକ। ଖାସି କେଜି ୮୫୦ ଟଙ୍କା ଦରରେ ୫୨୫ କୁଇଣ୍ଟାଲ ବିକ୍ରି ହୋଇଥିଲା। ଅର୍ଥାତ୍‌ ବୁଧବାର ସମୁଦାୟ ୨ କୋଟି ୫୨ ଲକ୍ଷ ଟଙ୍କାର ଖାସି କିଣିଥିଲେ ଗ୍ରାହକ। ଚିକେନ ଦର କିଲୋଗ୍ରମା ପ୍ରତି ୨୨୦ରୁ ୨୪୦ ଟଙ୍କାରେ ବିକ୍ରି ହୋଇଥିଲା। ୨କୋଟି ୩୫ ଲକ୍ଷ ୯୫ ହଜାର ଟଙ୍କାର ୧୯୫୦ କୁଇଣ୍ଟାଲ ଚିକେନ୍‌ ବ୍ୟବସାୟ ହୋଇଥିଲା।

ସେହିପରି ୧୨୦ ଟନ ମାଛ ବିକ୍ରି ହୋଇଥିଲା, ଯାହାର ମୂଲ୍ୟ ପ୍ରାୟ ୧ କୋଟି ୫୭ ଲକ୍ଷ ୯୨ ହଜାର । ଅଲ ଓଡିଶା ଆମିଷ ବ୍ୟବସାୟୀ ମହାସଂଘର ରାଜ୍ୟ ସଭାପତି ସେଖ ମୁନ୍ତାକିମ ବକ୍ସ ଏହି ସୂଚନା ଦେଇଛନ୍ତି। ରୋହି ମାଛଦର ୨୦୦ରୁ ୨୪୦ ଟଙ୍କା ରହିଥିବାବେଳେ ଭାକୁର ଦର ୨୨୦ରୁ ୪୦୦ ଟଙ୍କା ରହିଥିଲା। ଜଳଙ୍ଗ ମାଛ କିଲୋ ଗ୍ରାମ୍‌ ପ୍ରତି ୧୫୦ରୁ ୧୬୦ ଟଙ୍କାରେ ବିକ୍ରି ହୋଇଥିଲା।

ମିରିକାଳି ୨୨୦ରୁ ୨୪୦ ଟଙ୍କା, ମଉରାଡି ୨୦୦ରୁ ୨୫୦ ଟଙ୍କା, ଖଇଙ୍ଗା ୪୦୦ରୁ ୫୦୦ ଟଙ୍କା, ଇଲିସି ୧୦୦୦ରୁ ୨୦୦୦ ଟଙ୍କା, ଚିଙ୍ଗୁଡ଼ି ୨୫୦ରୁ ୪୦୦ ଟଙ୍କା, କଙ୍କଡ଼ା ୪୦୦ରୁ ୬୦୦ ଟଙ୍କା, ଜିଅନ୍ତା ଲୁଣି ଭେକଟି ୬୦୦ ଟଙ୍କା, ଲୁଣି କଙ୍କଡ଼ା ୩୦୦ ଟଙ୍କା, ଜିଅନ୍ତା ମାଛ ୨୪୦ରୁ ୨୬୦ ଟଙ୍କା, ମାଗୁର ୧୫୦ ଟଙ୍କା, ଟାଇଗର ଚୁଙ୍ଗୁଡ଼ି ୭୦୦ରୁ ୧୦୦୦ ଟଙ୍କା ଏବଂ ପାମ୍ପଲେଟ୍‌ ୧୦୦୦ରୁ ୧୫୦୦ ଟଙ୍କାରେ ବିକ୍ରି ହୋଇଥିଲା। ଅଣ୍ଡା ୫୫ ଲକ୍ଷ ୪୪ ହଜାର ଟଙ୍କା ମୂଲ୍ୟର ୪ ହଜାର କାର୍ଟୁନ୍‌ ବିକ୍ରି ହୋଇଥିଲା।

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?