ହୋଲିରେ ଭୁବନେଶ୍ବରରେ ଜମିଲା ଆମିଷ ବେପାର: ଖାଇଗଲେ ୮ କୋଟିରୁ ଅଧିକ…

ଭୁବନେଶ୍ୱର,୫।୩: ହୋଲିରେ ଭୁବନେଶ୍ବରରେ ଜମିଲା ଆମିଷ ବେପାର । ହୋଲି ଖେଳିବା ସହ ଆମିଷର ମଜା ଉଠାଇଛନ୍ତି ଭୁବନେଶ୍ବରବାସୀ । ରାଜଧାନୀରେ କୋଟି କୋଟି ଟଙ୍କାର ଆମିଷ ବିକ୍ରି ହୋଇଛି। ୮ କୋଟିର ଆମିଷ ବିକ୍ରି ହୋଇଥିବାରୁ ବ୍ୟବସାୟୀ ଖୁସି ପ୍ରକାଶ କରିଛନ୍ତି।

ମିଳିଥିବା ସୂଚନାନୁସାରେ, ହୋଲିରେ ୬୦ ଟନ୍‌ରୁ ଅଧିକ ଖାସି ମାଂସ ବିକ୍ରି ହୋଇଛି। ଖାସି ମାଂସ କେଜି ପିଛା ୮୫୦ରୁ ୯ଶହ ଟଙ୍କାରେ ବିକ୍ରି ହୋଇଥିବାବେଳେ ମୋଟ୍‌ ୩ କୋଟି ୨ ଲକ୍ଷ ୪୦ ହଜାର ଟଙ୍କାର ଖାସି ମାଂସ ବିକ୍ରି କରାଯାଇଛଇ। ସେହିପରି ୩ କୋଟି ୩୬ ଲକ୍ଷ ୬୫ ହଜାର ଟଙ୍କାର ଚିକେନ୍‌ ମଧ୍ୟ ବିକ୍ରି ହୋଇଛି। ଏହା ସହ ପାଖାପାଖି ୧୨୮ ଟନ୍‌ର ମାଛ ବ୍ୟବସାୟ ହୋଇଛି। ତେବେ ରାଜଧାନୀରେ ମୋଟ ୮ କୋଟି ୪୧ ଲକ୍ଷ ଟଙ୍କାର ଆମିଷ ବିକ୍ରି ହୋଇଥିବା ଜଣାପଡିଛି।

 

Dharitri – Odisha’s No.1 Odia Daily

Share
Tags: odisha