Posted inଜାତୀୟ

ଭାରତ ଯୋଡ ଯାତ୍ରାରେ ଆମିଷ-ମଦ୍ୟପାନ-ଧୂମପାନ ନିଷେଧ…

ନୂଆଦିଲ୍ଲୀ, ୧୨।୯ : ସୋମବାର, କେରଳରେ କଂଗ୍ରେସର ଭାରତ ଯୋଡ ଯାତ୍ରାର ଦ୍ୱିତୀୟ ଦିନରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମାହୋଇଛି। ଦଳର ନେତା ରାହୁଲ ଗାନ୍ଧୀ ସକାଳେ ଭେଲାୟାନି ଜଙ୍କଶନରୁ ତାଙ୍କର ପଦଯାତ୍ରା ଆରମ୍ଭ କରିଛନ୍ତି। ଏହି ୧୫୦ ଦିନିଆ ଯାତ୍ରାରେ ଶୃଙ୍ଖଳା ବଜାୟ ରଖିବା ପାଇଁ ଭାରତ ଯାତ୍ରୀଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଯାତ୍ରା ସମୟରେ କ’ଣ କରାଯିବ ଏବଂ କ‘ଣ କରିବା ଉଚିତ ନୁହେଁ ସେବିଷୟରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଦର୍ଶାଯାଇଛି ଯେ ଭାରତ ଯୋଡ ଯାତ୍ରାରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିମାନେ କେବଳ ଶାକାହାରୀ ଖାଦ୍ୟ ଖାଇବେ। ଯାତ୍ରା ସମୟ ମଧ୍ୟରେ ଆମିଷ, ମଦ୍ୟପାନ ଏବଂ ଧୂମପାନଠାରୁ ଦୂରରେ ରହିବାକୁ ପଡିବ ।

ଯାତ୍ରୀମାନଙ୍କୁ ସରଳ ଢଙ୍ଗରେ ରହିବାକୁ କୁହାଯାଇଛି। ଯାତ୍ରା ସମୟରେ ଖାଦ୍ୟ, ଶଯ୍ୟା ସୁବିଧା ଏବଂ ଅନ୍ୟାନ୍ୟ ଜିନିଷ ଉପରେ ଅଭିଯୋଗ କରିବା ନିଷେଧ। ଏହା ବ୍ୟତୀତ ଯାତ୍ରା ସମୟରେ କେବଳ ଧଳା ପୋଷାକ ପିନ୍ଧିବାକୁ କୁହାଯାଇଛି। ଏହି ନିୟମ ଭାରତ ଯାତ୍ରୀ ତଥା ରାଜ୍ୟ ଭ୍ରମଣକାରୀ ଏବଂ ଅତିଥି ଭ୍ରମଣକାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ। ତେବେ ସ୍ବେଚ୍ଛାସେବୀ ଯାତ୍ରୀମାନଙ୍କୁ ପୋଷାକ ସମ୍ବନ୍ଧରେ ଛାଡ ଦିଆଯାଇଛି। ଯାତ୍ରୀମାନେ ଯାତ୍ରା ସମୟରେ ବିଳାସ, ସୁବିଧା ଏବଂ ବିଶେଷ ଆତିଥ୍ୟ ଆଶା କରିବେ ନାହିଁ ବୋଲି କୁହାଯାଇଛି। ଯାତ୍ରା ସମୟରେ ଲୋକଙ୍କୁ ନମ୍ରତା, ପ୍ରେମ ଏବଂ ଧୈର୍ଯ୍ୟ ସହିତ ସାକ୍ଷାତ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ଖାଦ୍ୟ ବ୍ୟବସ୍ଥା ମଧ୍ୟ ଯାତ୍ରୀଙ୍କ ପାଇଁ ଆଗୁଆ ସ୍ଥିର କରାଯାଇଛି। ଏହା ଅନୁଯାୟୀ ଯାତ୍ରୀମାନେ ରହୁଥିବା ରାଜ୍ୟର ସ୍ଥାନୀୟ କମିଟିକୁ ଦାୟିତ୍ୱ ବହନ କରିବାକୁ ପଡ଼ିବ। ଭାରତ ଯାତ୍ରୀମାନଙ୍କ ରହିବା ପାଇଁ କଣ୍ଟେନର ବ୍ୟବସ୍ଥା କରାଯାଇଛି। ଏଥି ସହିତ ଅତିଥି ତଥା ରାଜ୍ୟ ଯାତ୍ରୀମାନଙ୍କ ପାଇଁ ରହିବା ଏବଂ ଖାଦ୍ୟର ବ୍ୟବସ୍ଥା ରାଜ୍ୟ କଂଗ୍ରେସ କମିଟି ଦ୍ୱାରା କରାଯିବ। ଯଦି ଯାତ୍ରା ସମୟରେ ଯାତ୍ରୀ ବିରତି ନେବାକୁ ଚାହାଁନ୍ତି, ତେବେ ଖଟ ଏବଂ ଗାମୁଛା ଉପରେ ବିଶ୍ରାମ ନେବେ। ଦିନର କାର୍ଯ୍ୟକ୍ରମର ମତାମତ ମଧ୍ୟ ସାରେ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ଶିବମ୍‌ ଦୁବେଙ୍କୁ ଆଉଟ କରିବା ପରେ କାହିଁକି ‘ଗନ୍‌-ସଟ୍‌’ ସେଲିବ୍ରେଶନ କରିଥିଲେ ଜାଡେଜା? ନିଜେ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ,୩୧।୩: ସୋମବାର ଖେଳାଯାଇଥିବା ହାଇଭୋଲଟେଜ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ (RR)ର ଷ୍ଟାର୍‌ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ନିଜର ପୁରୁଣା ଟିମ ଚେନ୍ନାଇ ସୁପର କିଙ୍ଗସ (CSK) ବିପକ୍ଷରେ…

ଭାଜପାରେ ଯୋଗଦେଲେ ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌

ନୂଆଦିଲ୍ଲୀ,୩୧ା୩: ଭାରତର ଟେନିସ୍‌ କିମ୍ବଦନ୍ତୀ ଲିଆଣ୍ଡର ପେସ୍‌ ମଙ୍ଗଳବାର ଭାରତୀୟ ଜନତା ପାର୍ଟି (ଭାଜପା)ରେ ଯୋଗଦେଇଛନ୍ତି। ପଶ୍ଚିମବଙ୍ଗରେ ହେବାକୁଥିବା ବିଧାନସଭା ନିର୍ବାଚନ ପୂର୍ବରୁ ୫୧ ବର୍ଷୀୟ ପେସ୍‌…

LIVE ମ୍ୟାଚ୍‌ରେ ଭୋ ଭୋ ହୋଇ କାନ୍ଦି ପକାଇଲେ ଜାଡେଜା, CSK ଲୋଗୋକୁ କଲେ ଚୁମ୍ବନ; ପ୍ରଶଂସକଙ୍କୁ ଭାବବିହ୍ବଳ କରୁଛି VIDEO 

ଅହମ୍ମଦାବାଦ,୩୧।୩: ଚେନ୍ନାଇ ସୁପର କିଙ୍ଗସ (CSK)  ସହ ରବୀନ୍ଦ୍ର ଜାଡେଜା ଦୀର୍ଘ ବର୍ଷ ଧରି ଜଡ଼ିତ ହୋଇ ରହିଥିଲେ। କିନ୍ତୁ ଆଇପିଏଲ ୨୦୨୬ରେ ଏହି ସମୀକରଣ ବଦଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri