Posted inଜାତୀୟ

ଭାରତ ଯୋଡ ଯାତ୍ରାରେ ଆମିଷ-ମଦ୍ୟପାନ-ଧୂମପାନ ନିଷେଧ…

ନୂଆଦିଲ୍ଲୀ, ୧୨।୯ : ସୋମବାର, କେରଳରେ କଂଗ୍ରେସର ଭାରତ ଯୋଡ ଯାତ୍ରାର ଦ୍ୱିତୀୟ ଦିନରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ଼ ଜମାହୋଇଛି। ଦଳର ନେତା ରାହୁଲ ଗାନ୍ଧୀ ସକାଳେ ଭେଲାୟାନି ଜଙ୍କଶନରୁ ତାଙ୍କର ପଦଯାତ୍ରା ଆରମ୍ଭ କରିଛନ୍ତି। ଏହି ୧୫୦ ଦିନିଆ ଯାତ୍ରାରେ ଶୃଙ୍ଖଳା ବଜାୟ ରଖିବା ପାଇଁ ଭାରତ ଯାତ୍ରୀଙ୍କ ପାଇଁ ନିର୍ଦ୍ଦେଶାବଳୀ ଜାରି କରାଯାଇଛି। ଯାତ୍ରା ସମୟରେ କ’ଣ କରାଯିବ ଏବଂ କ‘ଣ କରିବା ଉଚିତ ନୁହେଁ ସେବିଷୟରେ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ଏଥିରେ ଦର୍ଶାଯାଇଛି ଯେ ଭାରତ ଯୋଡ ଯାତ୍ରାରେ ଅଂଶଗ୍ରହଣ କରୁଥିବା ବ୍ୟକ୍ତିମାନେ କେବଳ ଶାକାହାରୀ ଖାଦ୍ୟ ଖାଇବେ। ଯାତ୍ରା ସମୟ ମଧ୍ୟରେ ଆମିଷ, ମଦ୍ୟପାନ ଏବଂ ଧୂମପାନଠାରୁ ଦୂରରେ ରହିବାକୁ ପଡିବ ।

ଯାତ୍ରୀମାନଙ୍କୁ ସରଳ ଢଙ୍ଗରେ ରହିବାକୁ କୁହାଯାଇଛି। ଯାତ୍ରା ସମୟରେ ଖାଦ୍ୟ, ଶଯ୍ୟା ସୁବିଧା ଏବଂ ଅନ୍ୟାନ୍ୟ ଜିନିଷ ଉପରେ ଅଭିଯୋଗ କରିବା ନିଷେଧ। ଏହା ବ୍ୟତୀତ ଯାତ୍ରା ସମୟରେ କେବଳ ଧଳା ପୋଷାକ ପିନ୍ଧିବାକୁ କୁହାଯାଇଛି। ଏହି ନିୟମ ଭାରତ ଯାତ୍ରୀ ତଥା ରାଜ୍ୟ ଭ୍ରମଣକାରୀ ଏବଂ ଅତିଥି ଭ୍ରମଣକାରୀଙ୍କ ପାଇଁ ପ୍ରଯୁଜ୍ୟ ହେବ। ତେବେ ସ୍ବେଚ୍ଛାସେବୀ ଯାତ୍ରୀମାନଙ୍କୁ ପୋଷାକ ସମ୍ବନ୍ଧରେ ଛାଡ ଦିଆଯାଇଛି। ଯାତ୍ରୀମାନେ ଯାତ୍ରା ସମୟରେ ବିଳାସ, ସୁବିଧା ଏବଂ ବିଶେଷ ଆତିଥ୍ୟ ଆଶା କରିବେ ନାହିଁ ବୋଲି କୁହାଯାଇଛି। ଯାତ୍ରା ସମୟରେ ଲୋକଙ୍କୁ ନମ୍ରତା, ପ୍ରେମ ଏବଂ ଧୈର୍ଯ୍ୟ ସହିତ ସାକ୍ଷାତ କରିବାକୁ ନିର୍ଦ୍ଦେଶ ଜାରି ହୋଇଛି।

ଖାଦ୍ୟ ବ୍ୟବସ୍ଥା ମଧ୍ୟ ଯାତ୍ରୀଙ୍କ ପାଇଁ ଆଗୁଆ ସ୍ଥିର କରାଯାଇଛି। ଏହା ଅନୁଯାୟୀ ଯାତ୍ରୀମାନେ ରହୁଥିବା ରାଜ୍ୟର ସ୍ଥାନୀୟ କମିଟିକୁ ଦାୟିତ୍ୱ ବହନ କରିବାକୁ ପଡ଼ିବ। ଭାରତ ଯାତ୍ରୀମାନଙ୍କ ରହିବା ପାଇଁ କଣ୍ଟେନର ବ୍ୟବସ୍ଥା କରାଯାଇଛି। ଏଥି ସହିତ ଅତିଥି ତଥା ରାଜ୍ୟ ଯାତ୍ରୀମାନଙ୍କ ପାଇଁ ରହିବା ଏବଂ ଖାଦ୍ୟର ବ୍ୟବସ୍ଥା ରାଜ୍ୟ କଂଗ୍ରେସ କମିଟି ଦ୍ୱାରା କରାଯିବ। ଯଦି ଯାତ୍ରା ସମୟରେ ଯାତ୍ରୀ ବିରତି ନେବାକୁ ଚାହାଁନ୍ତି, ତେବେ ଖଟ ଏବଂ ଗାମୁଛା ଉପରେ ବିଶ୍ରାମ ନେବେ। ଦିନର କାର୍ଯ୍ୟକ୍ରମର ମତାମତ ମଧ୍ୟ ସାରେ ନିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

କୋଣାର୍କ ମନ୍ଦିର ଗର୍ଭଗୃହକୁ ବାଟ ଫିଟିଲା: ମନ୍ଦିର କାନ୍ଥରେ ଖୋଳା ହେଲା ଟନେଲ୍‌

ପୁରୀ,୮।୧୨: ବିଶ୍ୱପ୍ରସିଦ୍ଧ କୋଣାର୍କ ସୂର୍ଯ୍ୟମନ୍ଦିରର ଗର୍ଭଗୃହରେ ଥିବା ବାଲି କାଢ଼ିବା ପୂର୍ବରୁ ଆଜି ମନ୍ଦିର କାନ୍ଥର ସ୍ଥିତି ଅନୁଧ୍ୟାନ କରିବା ପାଇଁ ୯ ମିଟର (ପ୍ରାୟ...

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

‘ସବୁ ଓଡ଼ିଆଙ୍କୁ କଷ୍ଟ ଦେଉଛି’: ବିକାଶମୂଳକ ଖର୍ଚ୍ଚ ଅବହେଳା ପାଇଁ ସରକାରଙ୍କୁ ନବୀନଙ୍କ କଡ଼ା ସମାଲୋଚନା

ଭୁବନେଶ୍ୱର,୮।୧୨: ବିରୋଧୀ ଦଳ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ମୋହନ ମାଝୀ ସରକାରଙ୍କୁ ଓଡ଼ିଶାର ଲୋକଙ୍କ କଲ୍ୟାଣ ଏବଂ ବିକାଶ ପାଇଁ...

ନବୀନଙ୍କ ଟାର୍ଗେଟ୍‌ ପରେ ମୁଖ୍ୟମନ୍ତ୍ରୀଙ୍କ ପାଲଟା ଜବାବ: ‘ଗୃହରେ ୨ ମିନିଟ୍‌ ବସିବାକୁ ଧୈର୍ଯ୍ୟ ନାହିଁ’

ଭୁବନେଶ୍ୱର,୮।୧୨: ରାଜଗାଙ୍ଗପୁର ଲଞ୍ଜିବେଣ୍ଡା ଠାରେ ଜଣେ କଲେଜ ଛାତ୍ରୀଙ୍କୁ ଜାଳି ଦିଆଯିବା ଘଟଣାକୁ ନେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ରାଜ୍ୟ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ଜାପାନରରେ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ, ସୁନାମି ସତର୍କତା ଜାରି

ନୂଆଦିଲ୍ଲୀ,୮।୧୨: ସୋମବାର ଜାପାନର ଉତ୍ତର ଉପକୂଳରେ ଏକ ଶକ୍ତିଶାଳୀ ୭.୨ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଛି, ଯାହାପରେ ଜାପାନ ପାଣିପାଗ ଏଜେନ୍ସି (JMA) ପକ୍ଷରୁ ସୁନାମି...

ନବଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ, ମହଙ୍ଗା ପଡିଲା ‘୫୦୦ କୋଟି’ ମନ୍ତବ୍ୟ

ନୂଆଦିଲ୍ଲୀ,୮।୧୨: ମୁଖ୍ୟମନ୍ତ୍ରୀ ପଦ ପାଇଁ କଂଗ୍ରେସ ‘୫୦୦ କୋଟି ଟଙ୍କାର ସୁଟକେସ୍’ ନେଇଥାଏ ବୋଲି ଅଭିଯୋଗ କରି ରାଜନୈତିକ ବିବାଦ ସୃଷ୍ଟି କରିଥିବା ପଞ୍ଜାବ କଂଗ୍ରେସ...

ଭାରତରେ ଷ୍ଟାରଲିଙ୍କ୍ ଇଣ୍ଟରନେଟ ମୂଲ୍ୟ ଘୋଷଣା କଲେ ମସ୍କ: ମାସିକ ଖର୍ଚ୍ଚ ଏତିକି ଟଙ୍କା

ନୂଆଦିଲ୍ଲୀ,୮।୧୨: ଏଲନ୍ ମସ୍କଙ୍କ ସାଟେଲାଇଟ୍ ଇଣ୍ଟରନେଟ୍ ସେବା ଷ୍ଟାରଲିଙ୍କ୍ ଭାରତରେ ଏହାର ମୂଲ୍ୟ ଘୋଷଣା କରିଛି। ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହେବାକୁ ଥିବା ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri