Posted inଜାତୀୟ

ଚାରିଧାମର ଏହି ମନ୍ଦିରରେ ଲାଗିଲା କଟକଣା: ଅଣ-ହିନ୍ଦୁଙ୍କ ପ୍ରବେଶ ମନା

ନୂଆଦିଲ୍ଲୀ,୨୬।୧: ଉତ୍ତରାଖଣ୍ଡର ପବିତ୍ର ଚାରିଧାମ ମଧ୍ୟରୁ ଅନ୍ୟତମ ଗାଙ୍ଗୋତ୍ରୀ ଧାମରେ ଏଣିକି ଅଣ-ହିନ୍ଦୁମାନେ ପ୍ରବେଶ କରିପାରିବେ ନାହିଁ। ଶ୍ରୀ ଗାଙ୍ଗୋତ୍ରୀ ମନ୍ଦିର କମିଟି ପକ୍ଷରୁ ରବିବାର ଏହି ଗୁରୁତ୍ୱପୂର୍ଣ୍ଣ ଘୋଷଣା କରାଯାଇଛି। କେବଳ ମୁଖ୍ୟ ଧାମ ନୁହେଁ, ବରଂ ମା’ ଗଙ୍ଗାଙ୍କ ଶୀତକାଳୀନ ଆବାସସ୍ଥଳୀ ‘ମୁଖବା’ରେ ମଧ୍ୟ ଏହି ନିୟମ କଡ଼ାକଡ଼ି ଭାବେ ଲାଗୁ ହେବ ବୋଲି କମିଟି ଅଧ୍ୟକ୍ଷ ସୁରେଶ ସେମୱାଲ ନିଶ୍ଚିତ କରିଛନ୍ତି।

ଗାଙ୍ଗୋତ୍ରୀ କମିଟିର ନିଷ୍ପତ୍ତି ପରେ ଶ୍ରୀ ବଦ୍ରିନାଥ-କେଦାରନାଥ ମନ୍ଦିର କମିଟି (BKTC) ମଧ୍ୟ ସମାନ ପଦକ୍ଷେପ ନେବାକୁ ଯାଉଛି। BKTC ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ ସୂଚନା ଦେଇଛନ୍ତି ଯେ, ବଦ୍ରିନାଥ, କେଦାରନାଥ ଏବଂ ଏହି କମିଟି ଅଧୀନରେ ଥିବା ସମସ୍ତ ମନ୍ଦିରରେ ଅଣ-ହିନ୍ଦୁଙ୍କ ପ୍ରବେଶ ବାରଣ କରିବା ପାଇଁ ଆଗାମୀ ବୋର୍ଡ ବୈଠକରେ ଏକ ପ୍ରସ୍ତାବ ଆଗତ କରାଯିବ।

ଉତ୍ତରାଖଣ୍ଡର ଧାର୍ମିକ ଓ ସାଂସ୍କୃତିକ ପରମ୍ପରାକୁ ବଜାୟ ରଖିବା ପାଇଁ ଏହି ନିଷ୍ପତ୍ତି ନିଆଯାଉଛି। ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ କହିଛନ୍ତି ଯେ, ତୀର୍ଥସ୍ଥଳୀ ପରିଚାଳନା କମିଟିଗୁଡ଼ିକର ସୁପାରିଶ ଅନୁଯାୟୀ ପ୍ରଶାସନ ପଦକ୍ଷେପ ଗ୍ରହଣ କରିବ। ରାଜ୍ୟରେ ଥିବା ବେଆଇନ ମନ୍ଦିର/ଧାର୍ମିକ ସ୍ଥଳ ଉଚ୍ଛେଦ କରିବାକୁ ମୁଖ୍ୟମନ୍ତ୍ରୀ ଦେଇଥିବା ନିର୍ଦ୍ଦେଶକୁ ମଧ୍ୟ କମିଟି ସ୍ୱାଗତ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ସାଧାରଣତନ୍ତ୍ର ଦିବସ ପାଳନକୁ ଅବମାନନା, ଉଡ଼ିଲା ନାହିଁ ଜାତୀୟ ପତାକା, ତେଜିଲା କାର୍ଯ୍ୟାନୁଷ୍ଠାନ ଦାବି

ତୁମୁଡିବନ୍ଧ,୨୬।୧(ଦୀପକ କୁମାର ପରାସେଠ): ପଲ୍ଲୀରୁ ଦିଲ୍ଲୀ ସୋମବାର ଆନନ୍ଦ ଉଲ୍ଲାସରେ ୭୭ତମ ସାଧାରଣତନ୍ତ୍ର ଦିବସ ପାଳନ କରାଯାଉଥିବା ବେଳେ କନ୍ଧମାଳ ଜିଲା ତୁମୁଡିବନ୍ଧ ବ୍ଲକ କୃଷି ସୂଚନା…

ଐତିହାସିକ ବାଣିଜ୍ୟ ଚୁକ୍ତି ପୂର୍ବରୁ ଇୟୁ ମୁଖ୍ୟଙ୍କ ବଡ଼ ବୟାନ, “ସଫଳ ଭାରତ ବିଶ୍ୱକୁ ରଖିବ ସ୍ଥିର”

ନୂଆଦିଲ୍ଲୀ ,୨୬ା୧: ୟୁରୋପୀୟ ସଂଘ ଅଧ୍ୟକ୍ଷା ଉର୍ସୁଲା ଭନ୍ ଡେର ଲେୟେନ୍ ଭାରତର ଆର୍ଥିକ ସ୍ଥିତିକୁ ନେଇ ବଡ ବୟାନ ଦେଇଛନ୍ତି। ସୋମବାର ସେ କହିଛନ୍ତି ଯେ,…

ନବ ନିର୍ମିିତ ଖେଳ ପଡ଼ିଆ ଉଦ୍‌ଘାଟନ କଲେ ମନ୍ତ୍ରୀ

କେସିଙ୍ଗା,୨୬।୧(ତୁମେଶ୍ୱର ସାହୁ):କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନବ ନିର୍ମିତ ଖେଳ ପଡିଆକୁ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ…

ସାଧାରଣତନ୍ତ୍ର ଦିବସ ଭାଷଣରେ ଆମ୍ବେଦକରଙ୍କୁ ଭୁଲିଗଲେ ମନ୍ତ୍ରୀ, ଅଭିଯୋଗ ଆଣି ମହିଳା କର୍ମଚାରୀ କହିଲେ…

ମୁମ୍ବାଇ,୨୬ା୧: ସୋମବାର ମହାରାଷ୍ଟ୍ରର ନାସିକରେ ସାଧାରଣତନ୍ତ୍ର ଦିବସ ପାଳନ ସମୟରେ ମହାରାଷ୍ଟ୍ର ଜଳସମ୍ପଦ ମନ୍ତ୍ରୀ ଗିରିଶ ମହାଜନ ଏକ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ। ଯେତେବେଳେ ଜଣେ…

‘ଅପରେସନ୍ ସିନ୍ଦୂର’: ଭାରତୀୟ ବାୟୁସେନାର ପ୍ରଭାବ ଦେଖି ଅସ୍ତ୍ରବିରତି ପାଇଁ ବାଧ୍ୟ ହୋଇଥିଲା ପାକିସ୍ତାନ

ନୂଆଦିଲ୍ଲୀ,୨୬।୧: ୨୦୨୫ ମେ ମାସରେ ଭାରତ ଓ ପାକିସ୍ତାନ ମଧ୍ୟରେ ହୋଇଥିବା ୮୮ ଘଣ୍ଟିଆ ଯୁଦ୍ଧ ଉପରେ ବଡ ଖୁଲାସା ହୋଇଛି। ସୁଇଜରଲ୍ୟାଣ୍ଡର ପ୍ରତିଷ୍ଠିତ ସାମରିକ ଥିଙ୍କ୍…

ଦିଗପହଣ୍ଡିରେ ସାଧାରଣତନ୍ତ୍ର ଦିବସ: ବିଧାୟକ କଲେ ବହୁମୁଖୀ ଭବନ ଉଦ୍‌ଘାଟନ

ଦିଗପହଣ୍ଡି,୨୬।୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ସହର ସମେତ ଆଖପାଖ ପୁରପଲ୍ଲୀରେ ସୋମବାର ୭୭ ତମ ସାଧାରଣତନ୍ତ୍ର ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି। ଦିଗପହଣ୍ଡି…

ଭାରତ ହେବ ବାଲ୍ୟ ବିବାହମୁକ୍ତ

ଦିଗପହଣ୍ଡି,୨୬।୧(ଅଶେଷନାଥ ମିଶ୍ର): ରାଜ୍ୟ ଆଇନସେବା ପ୍ରାଧିକରଣ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶ କ୍ରମେ ଗଞ୍ଜାମ ଜିଲା ଦିଗପହଣ୍ଡି କୋର୍ଟ ପରିସରରେ ଥିବା ତାଲୁକ ଆଇନ ସହାୟତା କମିଟି ପକ୍ଷରୁ ସୋମବାର…

ସାଧାରଣତନ୍ତ୍ର ଦିବସକୁ ଭୁଲିଗଲେ ପୋଷ୍ଟ ଅଫିସ, ବ୍ୟାଙ୍କ ଅଧିକାରୀ-କର୍ମଚାରୀମାନେ

ପୁରୁଷୋତ୍ତମପୁର,୨୬।୧(ସବିତା ମିଶ୍ର):ସାରାଦେଶର ପୁରପଲ୍ଲୀରେ ପବିତ୍ର ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳନ ହେଉଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ରହିଥିବା ପୋଷ୍ଟ ଅଫିସ, ଇଣ୍ଡିଆନ ଓଭରସିଜ୍‌ ବ୍ୟାଙ୍କରେ ପତାକା…

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri