ସହଯୋଗକାରୀଙ୍କୁ ଅସହଯୋଗ

ତାଳଚେର,୨୨ା୭:  ଯୁଦ୍ଧ ହେଉ ଅବା ପ୍ରାକୃତିକ ବିପର୍ଯ୍ୟୟ, ଜନସାଧାରଣଙ୍କ ଆଡ଼କୁ ଲମ୍ବିବ ଅଧିକ ସହଯୋଗର ହାତ। ପୋଲିସ, ଅଗ୍ନିଶମ, ଓଡ୍ରାଫ୍ଟ ଓ ସେନା କର୍ମଚାରୀଙ୍କ ପରି ତାଲିମପ୍ରାପ୍ତ ସ୍ବେଚ୍ଛାସେବୀମାନେ ବିପଦ ବେଳର ବନ୍ଧୁ ସାଜିବେ। ଧନଜୀବନ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆବଶ୍ୟକସ୍ଥଳେ ଆଇନଶୃଙ୍ଖଳା କାର୍ଯ୍ୟରେ ପୋଲିସକୁ ସହାୟତା ଦେବେ। ଏହି ଉଦ୍ଦେଶ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବେସାମରିକ ପ୍ରତିରକ୍ଷା ସଙ୍ଗଠନ ବା ସିଭିଲ ଡିଫେନ୍ସ ଅର୍ଗାନାଇଜେଶନ ଆରମ୍ଭ କରାଯାଇଥିଲା। ୧୯୮୧ରୁ ଏହାର ଏକ କାର୍ଯ୍ୟାଳୟ ଅନୁଗୋଳ ଜିଲା ତାଳଚେରଠାରେ ସ୍ଥାପନ ହୋଇଥିଲା। ଶିଳ୍ପାଞ୍ଚଳ ହୋଇଥିବାରୁ ଏଠାକାର ୧୫୧୩ ସ୍ବେଚ୍ଛାସେବୀଙ୍କୁ ତାଲିମ ଦିଆଯାଇ ସଙ୍ଗଠନରେ ସାମିଲ କରାଯାଇଛି। କିନ୍ତୁ ଦୀର୍ଘଦିନ ହେଲା ତାଳଚେରସ୍ଥିତ ଏହି ସଙ୍ଗଠନ ଓ ସ୍ବେଚ୍ଛାସେବୀଙ୍କୁ ସରକାରଙ୍କ ପକ୍ଷରୁ ସେପରି ସହଯୋଗ ମିଳୁନାହିଁ। କେବଳ ରାତ୍ର ଜଗୁଆଳଙ୍କୁ ଛାଡ଼ିଦେଲେ କାର୍ଯ୍ୟାଳୟରେ କୌଣସି ଅଧିକାରୀ, କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉ ନାହିଁ।
ଏମ୍‌ସିଏଲ୍‌, ଏନ୍‌ଟିପିସି, ଟିଟିପିଏସ୍‌, ହେଭିୱାଟର ପ୍ରୋଜେକ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ ଉଦ୍ୟୋଗ ଥିବା ତାଳଚେରରେ ବେସାମରିକ ପ୍ରତିରକ୍ଷା ସଙ୍ଗଠନର କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ୧୯୮୧ ମସିହାରେ ପଦକ୍ଷେପ ନିଆଯାଇଥିଲା। ଗୃହ ବିଭାଗ ଚିଠି ନଂ ୮୫୧/୧୦ା୭ା୮୧ରେ ଏହି କାର୍ଯ୍ୟାଳୟକୁ କାଟେଗୋରି-୨ ସିଭିଲ ଡିଫେନ୍ସ ଟାଉନ ଭାବେ ସ୍ଥାପନ କରାଯାଇଥିଲା। ୧୯୮୨ରେ ଏହା କାଟେଗୋରି-୧(କ) ସିଭିଲ ଡିଫେନ୍ସ ଟାଉନ ଓ ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାଟେଗୋରି-୧ ସିଡି ଟାଉନକୁ ଉନ୍ନିତ ହୋଇଥିଲା। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଘରୋଇ ବିଭାଗ ଦ୍ୱାରା ପରିଚାଳିତ ଏହି ସଙ୍ଗଠନରେ ଥିବା ୧୫୧୩ ଜଣ ସ୍ବେଚ୍ଛାସେବୀଙ୍କୁ ଯୁଦ୍ଧ ସମୟରେ ଧନଜୀବନ ସହ ଜାତୀୟ ସମ୍ପତ୍ତିର ସୁରକ୍ଷା ସମ୍ପର୍କରେ ତାଲିମ ଦିଆଯାଇଛି। ଏଥିସହ ମହାବାତ୍ୟା, ବନ୍ୟା ଭଳି ବିପତ୍ତିର ମୁକାବିଲା କରିବାରେ ଏମାନେ ସକ୍ଷମ। ରଥଯାତ୍ରା, ହିଙ୍ଗୁଳା ଯାତ୍ରା ଓ ରାଜ୍ୟସ୍ତରୀୟ ବିଭିନ୍ନ ମହୋତ୍ସବରେ ଆଇନଶୃଙ୍ଖଳା ରକ୍ଷାରେ ଏହି ସଙ୍ଗଠନର ସ୍ବେଚ୍ଛାସେବୀମାନେ ପୋଲିସକୁ ସାହାଯ୍ୟ କରିଥାନ୍ତି। ଏହି କାର୍ଯ୍ୟାଳୟରେ ଜଣେ ସିଡିଆଇ, ଏସ୍‌ଏସ୍‌ଆଇ, ଜୁନିୟର କ୍ଲର୍କ, ପିଅନ, ମୋଟରସାଇକେଲ ଆରୋହୀ ଓ ଜଣେ ରାତ୍ର ଜଗୁଆଳ ରହିବା କଥା। କିନ୍ତୁ ଦୀର୍ଘ ୧୧ ବର୍ଷ ଧରି ଅଧିକାରୀ ପଦବୀ ଖାଲି ପଡିବା ପରେ ୨୦୧୬ ଜୁନ୍‌ରେ ଜଣେ ସିଡିଆଇଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିଲା। ୨୦୧୮ ଏପ୍ରିଲରେ ସେ ଅବସର ନେବା ପରେ ଉକ୍ତ ପଦବୀରେ ଆଉ ନିଯୁକ୍ତି ଦିଆଯାଇ ନାହିଁ। କାର୍ଯ୍ୟାଳୟ ସମ୍ଭାଳୁଥିବା ଜଣେ କିରାଣିଙ୍କ ବଦଳି ପରଠାରୁ ଏଠାରେ ତାଲା ଝୁଲୁଥିଲା। ଗତମାସ ୨୨ ତାରିଖଠାରୁ ରାତ୍ରଜଗୁଆଳ ଦୈନିକ ଅଫିସ ଖୋଲିବା ସହ ତାଲା ପକାଇବା କାର୍ଯ୍ୟ କରୁଛନ୍ତି। ବିପଦ ସମୟରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ଆବଶ୍ୟକ ସରଞ୍ଜାମ ମଧ୍ୟ ଏଠାରେ ନାହିଁ। ଜିଲାପାଳ ସଙ୍ଗଠନର ନିୟନ୍ତ୍ରକ ଓ ଉପଜିଲାପାଳ ଉପନିୟନ୍ତ୍ରକ ଦାୟିତ୍ୱରେ ଅଛନ୍ତି। କିନ୍ତୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ ସିଧାସଳଖ ଭାବେ ଉପନିୟନ୍ତ୍ରକ ନ ଥିବାରୁ ସଙ୍ଗଠନର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସ୍ବେଚ୍ଛାସେବୀମାନଙ୍କ ଆୟ ଦିଗରେ ମଧ୍ୟ ଉପଯୁକ୍ତ ଧ୍ୟାନ ଦିଆଯାଉ ନ ଥିବା ଅଭିଯୋଗ ହେଉଛି।

ସରକାରଙ୍କ ଶୁଭ ଦୃଷ୍ଟି ପଡ଼ୁ
ଏହା ଏକ କାଟେଗୋରି-୧ ସିଭିଲ ଡିଫେନ୍ସ ଟାଉନ ମାନ୍ୟତାପ୍ରାପ୍ତ ସଙ୍ଗଠନ। ଏହାର ସ୍ବେଚ୍ଛାସେବୀମାନେ ଉତ୍ସାହିତ ଥିବାବେଳେ ସରକାର ସଙ୍ଗଠନ ପ୍ରତି ଦୃଷ୍ଟି ଦେଉନାହାନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଏ ନେଇ ପଦକ୍ଷେପ ନେବା ଜରୁରୀ।
– ଜ୍ଞାନରଞ୍ଜନ ଦାସ, ସ୍ବେଚ୍ଛାସେବୀ, ତାଳଚେର

ମନୋବଳ ବଢ଼ାଯିବା ଦରକାର
ତାଳଚେର ଭଳି ଶିଳ୍ପାଞ୍ଚଳରେ ଏଭଳି ସଙ୍ଗଠନ ବଞ୍ଚି ରହିବା ଦରକାର। ଦୀର୍ଘଦିନ ହେଲା କାର୍ଯ୍ୟାଳୟରେ ଅଧିକାରୀ ନାହାନ୍ତି। ସରକାର କାହିଁକି ଏହାକୁ ଅଣଦେଖା କରୁଛନ୍ତି ତାହା ବୁଝାପଡୁ ନାହିଁ। ସହଯୋଗ ମିଳିଲେ ସ୍ବେଚ୍ଛାସେବୀଙ୍କ ମନୋବଳ ବଢ଼ନ୍ତା।
-ବାଉରିବନ୍ଧୁ ବେଜ, ସ୍ବେଚ୍ଛାସେବୀ, ତାଳଚେର

ଅଫିସ ବନ୍ଦ ସହ ସମାନ
ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏହି ଅଫିସକୁ ଜାଣିଶୁଣି ସ୍ଥାଣୁ କରି ରଖାଯାଇଛି। କର୍ମଚାରୀଙ୍କୁ ନିଯୁକ୍ତି ଦିଆ ନ ଯିବା କାର୍ଯ୍ୟାଳୟ ବନ୍ଦ ସହ ସମାନ। ସ୍ବେଚ୍ଛାସେବୀମାନଙ୍କୁ କାମ ମିଳୁନି କି ସେମାନେ ଆୟ ପାଉନାହାନ୍ତି।
– ଶ୍ରୀନିବାସ ସେଠୀ, ସ୍ବେଚ୍ଛାସେବୀ, ତାଳଚେର

କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି
ଦୀର୍ଘଦିନ ହେଲା ଅଫିସ ବନ୍ଦ ରହିଥିଲା। ଉପଜିଲାପାଳ ଭାବେ ଯୋଗଦେବା ପରେ ଏହି ଅଫିସକୁ ପିଅନ ଦ୍ୱାରା ଖୋଲାଇ ସଫା ସୁତୁରା କରାଇଛି। ଅଧିକାରୀ କି କର୍ମଚାରୀ କେହି ନାହାନ୍ତି। ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଛି।
-ବିଶ୍ୱରଞ୍ଜନ ରଥ, ଉପଜିଲାପାଳ, ତାଳଚେର

ପଦକ୍ଷେପ ଗ୍ରହଣ କରାଯିବ
ବେସରକାରୀ ପ୍ରତିରକ୍ଷା ସଙ୍ଗଠନ କାର୍ଯ୍ୟାଳୟରେ କର୍ମଚାରୀ ନ ଥିବା ନେଇ ଅନୁଧ୍ୟାନ କରାଯିବ। କେଉଁ କାରଣରୁ ସେଠାରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇନାହିଁ, ତାହା ଜଣାପଡ଼ିବା ପରେ ପଦକ୍ଷେପ ଗ୍ରହଣ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଭାରତକୁ ୪୦,୦୦୦ ଏଲ୍‌ଏମ୍‌ଜି ଯୋଗାଇବ ଇସ୍ରାଏଲୀ କମ୍ପାନୀ

ଜେରୁଜେଲମ୍‌ ,୬ା୧୨: ଇସ୍ରାଏଲ୍‌ର ଏକ ପ୍ରମୁଖ ପ୍ରତିରକ୍ଷା କମ୍ପାନୀ ଭାରତକୁ ପ୍ରଥମ ପର୍ଯ୍ୟାୟରେ ୪୦ ହଜାର ହାଲୁକା ମେଶିନ୍‌ ଗନ୍‌ (ଏଲ୍‌ଏମ୍‌ଜି) ଯୋଗାଇବାକୁ ଯାଉଛି। ଆସନ୍ତାବର୍ଷ...

ଏୟାରବସ୍‌ ଏ-୩୨୦ରେ ଗୁଣବତ୍ତା ସମସ୍ୟା, ବିମାନ ଡେଲିଭରିରେ ବିଳମ୍ବ

ପ୍ୟାରିସ୍‌,୬ା୧୨: ଏୟାର ବସ୍‌ ଏ-୩୨୦ ବିମାନଗୁଡ଼ିକରେ ସଫ୍ଟଓ୍ବେର ସମସ୍ୟା ଦେଖାଦେବା ପରେ ଗତ ମାସରେ କମ୍ପାନୀ ସେଗୁଡ଼ିକର ସମାଧାନ କରିଥିଲା। ସଫ୍ଟଓ୍ବେର ଅପ୍‌ଡେଟ୍‌ ପାଇଁ ଅନେକ...

ଦମ୍‌ଦାର ବିଜୟ: ୨-୧ରେ ସିରିଜ କବଜା କଲା ଟିମ୍‌ ଇଣ୍ଡିଆ

ବିଶାଖାପାଟଣା,୬।୧୨: ବିଶାଖାପାଟଣାରେ ଶନିବାର ଖେଳାଯାଇଥିବା ତୃତୀୟ ଦିନିକିଆ ମ୍ୟଚ୍‌ରେ ଯଶସ୍ବୀ ଜୟସ୍ବାଲଙ୍କ ଦମ୍‌ଦାର ଶତକ ସହ ଭାରତ ୯ ଉଇକେଟରେ ବିଜୟ ହାସଲ କରିଛି। ଏହା...

ବିମାନ କର୍ମଚାରୀଙ୍କ ଖୋଲାଚିଠି ଭାଇରାଲ, ଏଥିରେ ଲେଖାଅଛି…

ନୂୂଆଦିଲ୍ଲୀ,୬ା୧୨: ଦେଶର ଅନେକ ବିମାନବନ୍ଦରରେ ବହୁ ବିମାନ ବାତିଲ ହେବା ପରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଛି। ସାଧାରଣ ଯାତ୍ରୀଙ୍କଠାରୁ ଆରମ୍ଭ କରି କର୍ମଚାରୀମାନେ ଅସନ୍ତୋଷ...

ଇଣ୍ଡିଗୋ ସଙ୍କଟ ମଧ୍ୟରେ ବଡ଼ ଆକ୍ସନ ନେଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ,୬।୧୨: ଗତ ପାଞ୍ଚ ଦିନ ଧରି ଇଣ୍ଡିଗୋ ବିମାନ ଚଳାଚଳ ବନ୍ଦ ହେବା ଏବଂ ଯାତ୍ରୀଙ୍କ ସଂଖ୍ୟା ବୃଦ୍ଧି ପାଇବା ଯୋଗୁ, ଅନ୍ୟ ବିମାନ କମ୍ପାନୀଗୁଡ଼ିକର...

ଶେଷରେ ଟସ୍‌ ଜିତିଲା ଭାରତ: ଖୁସିକୁ ରୋକି ନ ପାରି ରାହୁଲ କରିଦେଲେ…

ନୂଆଦିଲ୍ଲୀ,୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ତୃତୀୟ ଦିନିକିଆରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତ ୨୦...

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri