ସହଯୋଗକାରୀଙ୍କୁ ଅସହଯୋଗ

ତାଳଚେର,୨୨ା୭:  ଯୁଦ୍ଧ ହେଉ ଅବା ପ୍ରାକୃତିକ ବିପର୍ଯ୍ୟୟ, ଜନସାଧାରଣଙ୍କ ଆଡ଼କୁ ଲମ୍ବିବ ଅଧିକ ସହଯୋଗର ହାତ। ପୋଲିସ, ଅଗ୍ନିଶମ, ଓଡ୍ରାଫ୍ଟ ଓ ସେନା କର୍ମଚାରୀଙ୍କ ପରି ତାଲିମପ୍ରାପ୍ତ ସ୍ବେଚ୍ଛାସେବୀମାନେ ବିପଦ ବେଳର ବନ୍ଧୁ ସାଜିବେ। ଧନଜୀବନ ସୁରକ୍ଷାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବେ। ଆବଶ୍ୟକସ୍ଥଳେ ଆଇନଶୃଙ୍ଖଳା କାର୍ଯ୍ୟରେ ପୋଲିସକୁ ସହାୟତା ଦେବେ। ଏହି ଉଦ୍ଦେଶ୍ୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବେସାମରିକ ପ୍ରତିରକ୍ଷା ସଙ୍ଗଠନ ବା ସିଭିଲ ଡିଫେନ୍ସ ଅର୍ଗାନାଇଜେଶନ ଆରମ୍ଭ କରାଯାଇଥିଲା। ୧୯୮୧ରୁ ଏହାର ଏକ କାର୍ଯ୍ୟାଳୟ ଅନୁଗୋଳ ଜିଲା ତାଳଚେରଠାରେ ସ୍ଥାପନ ହୋଇଥିଲା। ଶିଳ୍ପାଞ୍ଚଳ ହୋଇଥିବାରୁ ଏଠାକାର ୧୫୧୩ ସ୍ବେଚ୍ଛାସେବୀଙ୍କୁ ତାଲିମ ଦିଆଯାଇ ସଙ୍ଗଠନରେ ସାମିଲ କରାଯାଇଛି। କିନ୍ତୁ ଦୀର୍ଘଦିନ ହେଲା ତାଳଚେରସ୍ଥିତ ଏହି ସଙ୍ଗଠନ ଓ ସ୍ବେଚ୍ଛାସେବୀଙ୍କୁ ସରକାରଙ୍କ ପକ୍ଷରୁ ସେପରି ସହଯୋଗ ମିଳୁନାହିଁ। କେବଳ ରାତ୍ର ଜଗୁଆଳଙ୍କୁ ଛାଡ଼ିଦେଲେ କାର୍ଯ୍ୟାଳୟରେ କୌଣସି ଅଧିକାରୀ, କର୍ମଚାରୀଙ୍କୁ ନିଯୁକ୍ତି ଦିଆଯାଉ ନାହିଁ।
ଏମ୍‌ସିଏଲ୍‌, ଏନ୍‌ଟିପିସି, ଟିଟିପିଏସ୍‌, ହେଭିୱାଟର ପ୍ରୋଜେକ୍ଟ ଭଳି ଗୁରୁତ୍ୱପୂର୍ଣ୍ଣ ସରକାରୀ ଉଦ୍ୟୋଗ ଥିବା ତାଳଚେରରେ ବେସାମରିକ ପ୍ରତିରକ୍ଷା ସଙ୍ଗଠନର କାର୍ଯ୍ୟାଳୟ ପ୍ରତିଷ୍ଠା ନିମନ୍ତେ ଓଡ଼ିଶା ସରକାରଙ୍କ ପକ୍ଷରୁ ୧୯୮୧ ମସିହାରେ ପଦକ୍ଷେପ ନିଆଯାଇଥିଲା। ଗୃହ ବିଭାଗ ଚିଠି ନଂ ୮୫୧/୧୦ା୭ା୮୧ରେ ଏହି କାର୍ଯ୍ୟାଳୟକୁ କାଟେଗୋରି-୨ ସିଭିଲ ଡିଫେନ୍ସ ଟାଉନ ଭାବେ ସ୍ଥାପନ କରାଯାଇଥିଲା। ୧୯୮୨ରେ ଏହା କାଟେଗୋରି-୧(କ) ସିଭିଲ ଡିଫେନ୍ସ ଟାଉନ ଓ ପରେ କେନ୍ଦ୍ର ସରକାରଙ୍କ ଦ୍ୱାରା କାଟେଗୋରି-୧ ସିଡି ଟାଉନକୁ ଉନ୍ନିତ ହୋଇଥିଲା। କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ଘରୋଇ ବିଭାଗ ଦ୍ୱାରା ପରିଚାଳିତ ଏହି ସଙ୍ଗଠନରେ ଥିବା ୧୫୧୩ ଜଣ ସ୍ବେଚ୍ଛାସେବୀଙ୍କୁ ଯୁଦ୍ଧ ସମୟରେ ଧନଜୀବନ ସହ ଜାତୀୟ ସମ୍ପତ୍ତିର ସୁରକ୍ଷା ସମ୍ପର୍କରେ ତାଲିମ ଦିଆଯାଇଛି। ଏଥିସହ ମହାବାତ୍ୟା, ବନ୍ୟା ଭଳି ବିପତ୍ତିର ମୁକାବିଲା କରିବାରେ ଏମାନେ ସକ୍ଷମ। ରଥଯାତ୍ରା, ହିଙ୍ଗୁଳା ଯାତ୍ରା ଓ ରାଜ୍ୟସ୍ତରୀୟ ବିଭିନ୍ନ ମହୋତ୍ସବରେ ଆଇନଶୃଙ୍ଖଳା ରକ୍ଷାରେ ଏହି ସଙ୍ଗଠନର ସ୍ବେଚ୍ଛାସେବୀମାନେ ପୋଲିସକୁ ସାହାଯ୍ୟ କରିଥାନ୍ତି। ଏହି କାର୍ଯ୍ୟାଳୟରେ ଜଣେ ସିଡିଆଇ, ଏସ୍‌ଏସ୍‌ଆଇ, ଜୁନିୟର କ୍ଲର୍କ, ପିଅନ, ମୋଟରସାଇକେଲ ଆରୋହୀ ଓ ଜଣେ ରାତ୍ର ଜଗୁଆଳ ରହିବା କଥା। କିନ୍ତୁ ଦୀର୍ଘ ୧୧ ବର୍ଷ ଧରି ଅଧିକାରୀ ପଦବୀ ଖାଲି ପଡିବା ପରେ ୨୦୧୬ ଜୁନ୍‌ରେ ଜଣେ ସିଡିଆଇଙ୍କୁ ଏଠାରେ ନିଯୁକ୍ତି ଦିଆଯାଇଥିଲା। ୨୦୧୮ ଏପ୍ରିଲରେ ସେ ଅବସର ନେବା ପରେ ଉକ୍ତ ପଦବୀରେ ଆଉ ନିଯୁକ୍ତି ଦିଆଯାଇ ନାହିଁ। କାର୍ଯ୍ୟାଳୟ ସମ୍ଭାଳୁଥିବା ଜଣେ କିରାଣିଙ୍କ ବଦଳି ପରଠାରୁ ଏଠାରେ ତାଲା ଝୁଲୁଥିଲା। ଗତମାସ ୨୨ ତାରିଖଠାରୁ ରାତ୍ରଜଗୁଆଳ ଦୈନିକ ଅଫିସ ଖୋଲିବା ସହ ତାଲା ପକାଇବା କାର୍ଯ୍ୟ କରୁଛନ୍ତି। ବିପଦ ସମୟରେ ଉଦ୍ଧାର କାର୍ଯ୍ୟ ନିମନ୍ତେ ଆବଶ୍ୟକ ସରଞ୍ଜାମ ମଧ୍ୟ ଏଠାରେ ନାହିଁ। ଜିଲାପାଳ ସଙ୍ଗଠନର ନିୟନ୍ତ୍ରକ ଓ ଉପଜିଲାପାଳ ଉପନିୟନ୍ତ୍ରକ ଦାୟିତ୍ୱରେ ଅଛନ୍ତି। କିନ୍ତୁ ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରତିଷ୍ଠାନରେ ସିଧାସଳଖ ଭାବେ ଉପନିୟନ୍ତ୍ରକ ନ ଥିବାରୁ ସଙ୍ଗଠନର କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ସ୍ବେଚ୍ଛାସେବୀମାନଙ୍କ ଆୟ ଦିଗରେ ମଧ୍ୟ ଉପଯୁକ୍ତ ଧ୍ୟାନ ଦିଆଯାଉ ନ ଥିବା ଅଭିଯୋଗ ହେଉଛି।

ସରକାରଙ୍କ ଶୁଭ ଦୃଷ୍ଟି ପଡ଼ୁ
ଏହା ଏକ କାଟେଗୋରି-୧ ସିଭିଲ ଡିଫେନ୍ସ ଟାଉନ ମାନ୍ୟତାପ୍ରାପ୍ତ ସଙ୍ଗଠନ। ଏହାର ସ୍ବେଚ୍ଛାସେବୀମାନେ ଉତ୍ସାହିତ ଥିବାବେଳେ ସରକାର ସଙ୍ଗଠନ ପ୍ରତି ଦୃଷ୍ଟି ଦେଉନାହାନ୍ତି। କେନ୍ଦ୍ର ଓ ରାଜ୍ୟ ସରକାର ତୁରନ୍ତ ଏ ନେଇ ପଦକ୍ଷେପ ନେବା ଜରୁରୀ।
– ଜ୍ଞାନରଞ୍ଜନ ଦାସ, ସ୍ବେଚ୍ଛାସେବୀ, ତାଳଚେର

ମନୋବଳ ବଢ଼ାଯିବା ଦରକାର
ତାଳଚେର ଭଳି ଶିଳ୍ପାଞ୍ଚଳରେ ଏଭଳି ସଙ୍ଗଠନ ବଞ୍ଚି ରହିବା ଦରକାର। ଦୀର୍ଘଦିନ ହେଲା କାର୍ଯ୍ୟାଳୟରେ ଅଧିକାରୀ ନାହାନ୍ତି। ସରକାର କାହିଁକି ଏହାକୁ ଅଣଦେଖା କରୁଛନ୍ତି ତାହା ବୁଝାପଡୁ ନାହିଁ। ସହଯୋଗ ମିଳିଲେ ସ୍ବେଚ୍ଛାସେବୀଙ୍କ ମନୋବଳ ବଢ଼ନ୍ତା।
-ବାଉରିବନ୍ଧୁ ବେଜ, ସ୍ବେଚ୍ଛାସେବୀ, ତାଳଚେର

ଅଫିସ ବନ୍ଦ ସହ ସମାନ
ଉପଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଏହି ଅଫିସକୁ ଜାଣିଶୁଣି ସ୍ଥାଣୁ କରି ରଖାଯାଇଛି। କର୍ମଚାରୀଙ୍କୁ ନିଯୁକ୍ତି ଦିଆ ନ ଯିବା କାର୍ଯ୍ୟାଳୟ ବନ୍ଦ ସହ ସମାନ। ସ୍ବେଚ୍ଛାସେବୀମାନଙ୍କୁ କାମ ମିଳୁନି କି ସେମାନେ ଆୟ ପାଉନାହାନ୍ତି।
– ଶ୍ରୀନିବାସ ସେଠୀ, ସ୍ବେଚ୍ଛାସେବୀ, ତାଳଚେର

କର୍ତ୍ତୃପକ୍ଷଙ୍କୁ ଅବଗତ କରାଯାଇଛି
ଦୀର୍ଘଦିନ ହେଲା ଅଫିସ ବନ୍ଦ ରହିଥିଲା। ଉପଜିଲାପାଳ ଭାବେ ଯୋଗଦେବା ପରେ ଏହି ଅଫିସକୁ ପିଅନ ଦ୍ୱାରା ଖୋଲାଇ ସଫା ସୁତୁରା କରାଇଛି। ଅଧିକାରୀ କି କର୍ମଚାରୀ କେହି ନାହାନ୍ତି। ଏ ସମ୍ପର୍କରେ ଜିଲାପାଳଙ୍କୁ ଅବଗତ କରାଯାଇଛି।
-ବିଶ୍ୱରଞ୍ଜନ ରଥ, ଉପଜିଲାପାଳ, ତାଳଚେର

ପଦକ୍ଷେପ ଗ୍ରହଣ କରାଯିବ
ବେସରକାରୀ ପ୍ରତିରକ୍ଷା ସଙ୍ଗଠନ କାର୍ଯ୍ୟାଳୟରେ କର୍ମଚାରୀ ନ ଥିବା ନେଇ ଅନୁଧ୍ୟାନ କରାଯିବ। କେଉଁ କାରଣରୁ ସେଠାରେ କର୍ମଚାରୀଙ୍କୁ ନିୟୋଜିତ କରାଯାଇନାହିଁ, ତାହା ଜଣାପଡ଼ିବା ପରେ ପଦକ୍ଷେପ ଗ୍ରହଣ କରାଯିବ।
-ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଜିଲାପାଳ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ସୁରକ୍ଷା ନେଇ ଉଠିଲା ପ୍ରଶ୍ନବାଚୀ, ରତ୍ନଭଣ୍ଡାର ଗଣତିମଣତି ବେଳେ ଶ୍ରୀମନ୍ଦିର ଉପରେ ଉଡ଼ିଲା ଡ୍ରୋନ୍‌

ପୁରୀ,୨୫ା୩(ଅଜିତ୍ କୁମାର ମହାନ୍ତି): ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପୁଣି ଚାଲେଞ୍ଜ କଲେ ଅସାମାଜିକ ବ୍ୟକ୍ତି । ଏକାସାଙ୍ଗରେ ପୁଣି ଶ୍ରୀମନ୍ଦିର ନୀଳଚକ୍ର ଉପରେ ଉଡିଲା ଦୁଇ ଦୁଇଟି…

ପାକିସ୍ତାନ ମାଟିରୁ ଟ୍ରମ୍ପଙ୍କୁ କଡ଼ା ବାର୍ତ୍ତା ଦେଲା ଇରାନ, କହିଲା ଆମେରିକା ସହ କୌଣସି…

ଇସଲାମବାଦ/ତେହରାନ,୨୫ା୩: ତେହରାନ ଏବଂ ଓ୍ବାଶିଂଟନ ମଧ୍ୟରେ ଯୁଦ୍ଧବିରତି ଆଲୋଚନା ଚାଲିଥିବା ଟ୍ରମ୍ପ ପ୍ରଶାସନର ଦାବିକୁ ପ୍ରତ୍ୟାଖ୍ୟାନ କରିଛି ଇରାନ। ପାକିସ୍ତାନରେ ଇରାନୀ ରାଷ୍ଟ୍ରଦୂତ ରେଜା ଆମରି ମୋଗାଦମ…

ଆରମ୍ଭ ହେଲା ରତ୍ନଭଣ୍ଡାର ଗଣତି: ୪୮ ବର୍ଷ ପରେ ଝଲସିବ କାଳିଆ ସାଆନ୍ତଙ୍କ ଅଳଙ୍କାର

ପୁରୀ,୨୫ା୩(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ବୁଧବାରଠାରୁ ରତ୍ନଭଣ୍ଡାର ଗଣତି ଆରମ୍ଭ ହୋଇଛି। ଏନେଇ ସରକାରଙ୍କଠାରୁ ଆରମ୍ଭକରି ଶ୍ରୀମନ୍ଦିର ପ୍ରଶାସନ, ପୋଲିସ ପ୍ରଶାସନ,…

ଘଡ଼ଘଡ଼ି ସହ ଝଡ଼ ବର୍ଷା ନେଇ ୮ ଜିଲାକୁ ୟେଲୋ ଓ୍ବାର୍ନିଂ, ୪୦ରୁ ୫୦ କିମି ପର୍ଯ୍ୟନ୍ତ ପବନ….

ଭୁବନେଶ୍ବର,୨୫।୩: ଗତ କିଛିଦିନ ଧରି ବିଭିନ୍ନ ସ୍ଥାନରେ ଝଡ଼ବର୍ଷା ଲାଗି ରହିଛି । ଏହାରି ଭିତରେ ଭୁବନେଶ୍ବର ପାଣିପାଗ ବିଭାଗ ପକ୍ଷରୁ ଓ୍ବାର୍ନିଂ ଜାରି କରାଯାଇଛି ।…

ଯୁଦ୍ଧ ଭିତରେ ଭାରତ ପାଇଁ ଖୁସି ଖବର; ମହଜୁଦ ରହିଛି ପର୍ଯ୍ୟାପ୍ତ ପରିମାଣର ଅଶୋଧିତ ତୈଳ, ଭୟଭୀତ ହୁଅନ୍ତୁ ନାହିଁ

ନୂଆଦିଲ୍ଲୀ,୨୫।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ସଂଘର୍ଷ ମଧ୍ୟରେ, ଭାରତ ସରକାର ଏକ ବଡ଼ ଆଶ୍ୱସ୍ତି ପ୍ରଦାନ କରିଛନ୍ତି। ପେଟ୍ରୋଲିୟମ୍ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଦେଶ ଭିତରେ ପର୍ଯ୍ୟାପ୍ତ ପରିମାଣରେ…

ଗ୍ୟାସ୍‌ ସଙ୍କଟ ମଧ୍ୟରେ ସରକାର ନେଲେ ବଡ଼ ପଦକ୍ଷେପ: ଏଣିକି ଅଧିକରୁ ଅଧିକ ମିଳିବ…

ନୂଆଦିଲ୍ଲୀ,୨୫ା୩: ଏଲପିଜି ସଙ୍କଟ ମଧ୍ୟରେ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପେଟ୍ରୋଲ ଏବଂ ଡିଜେଲ ଅଭାବର ଗୁଜବକୁ ମଧ୍ୟ ସ୍ପଷ୍ଟ କରାଯାଇଛି। ଲୋକଙ୍କୁ ଏଥିପ୍ରତି ଧ୍ୟାନ…

ଯୁଦ୍ଧ ଭିତରେ ୧ ଏପ୍ରିଲରୁ ବଦଳିଯିବ ୫ ନିୟମ, ରୋଷେଇ ଘରରୁ ପେଟ୍ରୋଲ ଯାଏ ପଡିବ ବଡ଼ ପ୍ରଭାବ

ନୂଆଦିଲ୍ଲୀ,୨୫।୩: ୧ ଏପ୍ରିଲରୁ ଆର୍ଥିକ ନିୟମାବଳୀରେ ଅନେକ ପରିବର୍ତ୍ତନ କାର୍ଯ୍ୟକାରୀ ହେବାକୁ ଯାଉଛି। ଏହି ପରିବର୍ତ୍ତନଗୁଡ଼ିକ ସାଧାରଣ ଲୋକଙ୍କ ପକେଟ ଏବଂ ଦୈନନ୍ଦିନ ଖର୍ଚ୍ଚ ଉପରେ ସିଧାସଳଖ…

ସରକାରଙ୍କ ବଡ଼ ନିର୍ଦ୍ଦେଶ, ଏଭଳି କାମ କଲେ ବନ୍ଦ ହେବ LPG ସପ୍ଲାଇ

ନୂଆଦିଲ୍ଲୀ,୨୫।୩:  କେନ୍ଦ୍ର ସରକାରଙ୍କ ନୂତନ ନିର୍ଦ୍ଦେଶନାମା ଅନୁଯାୟୀ, ଯେଉଁ ଅଞ୍ଚଳରେ ପାଇପ୍ ଯୁକ୍ତ ପ୍ରାକୃତିକ ଗ୍ୟାସ (PNG) ସଂଯୋଗ ଉପଲବ୍ଧ, ସେଠାରେ ଗ୍ରାହକମାନେ PNG ବ୍ୟବହାର ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri