ଚିକିତ୍ସାରେ ନୋବେଲ ପୁରସ୍କାର ଘୋଷଣା: ଏହି ୨ ଜଣଙ୍କୁ ମିଳିବ ପୁରସ୍କାର

ଷ୍ଟକଲାଣ୍ଡ,୭।୧୦: ୨୦୨୪ ବର୍ଷ ପାଇଁ ନୋବେଲ ପୁରସ୍କାର ଘୋଷଣା ସୋମବାର ଠାରୁ ଆରମ୍ଭ ହୋଇଛି। ଏହା ଅଧୀନରେ ଆଜି ଫିଜିଓଲୋଜି କିମ୍ବା ମେଡିସିନ କ୍ଷେତ୍ର ପାଇଁ ଏହି ସମ୍ମାନର ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା। ଚଳିତ ବର୍ଷ ଆମେରିକାର ଭିକ୍ଟର ଆମ୍ବ୍ରୋସ ଏବଂ ଗ୍ୟାରି ରୁଭକୁନଙ୍କୁ ମେଡିସିନ୍‌ରେ ନୋବେଲ ପୁରସ୍କାର ପ୍ରଦାନ କରାଯିବ। ମାଇକ୍ରୋ ଆରଏନଏ ଆବିଷ୍କାର ପାଇଁ ଉଭୟଙ୍କୁ ଏହି ସମ୍ମାନ ଦିଆଯିବ।

ଗତ ବର୍ଷ ଅର୍ଥାତ୍‌ ୨୦୨୩ରେ କାଟାଲିନ କାରିକୋ ଏବଂ ଡ୍ରୁ ୱିସମ୍ୟାନଙ୍କୁ ମେଡିସିନ୍‌ରେ ନୋବେଲ ପୁରସ୍କାର ପ୍ରଦାନ କରାଯାଇଥିଲା। ନ୍ୟୁକ୍ଲିଓସାଇଡ ବେସ ମୋଡିଫିକେସନ ସହିତ ଜଡିତ ଆବିଷ୍କାର ପାଇଁ ତାଙ୍କୁ ଏହି ସମ୍ମାନ ପ୍ରଦାନ କରାଯାଇଥିଲା। ଏହି ଆବିଷ୍କାର କରୋନାଭାଇରସ ଯଥା କୋଭିଡ୍‌-୧୯ ବିରୋଧରେ ପ୍ରଭାବଶାଳୀ mRNA ଟିକା ବିକାଶରେ ସାହାଯ୍ୟ କରିଥିଲା।

ନୋବେଲ ପୁରସ୍କାର ଘୋଷଣା ଆରମ୍ଭ ହୋଇଛି। ମଙ୍ଗଳବାର ପଦାର୍ଥ ବିଜ୍ଞାନ, ବୁଧବାର ରସାୟନ ବିଜ୍ଞାନ ଏବଂ ଗୁରୁବାର ସାହିତ୍ୟ କ୍ଷେତ୍ରରେ ନୋବେଲ ପୁରସ୍କାର ବିଜେତାଙ୍କ ନାମ ଘୋଷଣା କରାଯିବ। ଏହା ବ୍ୟତୀତ ଶୁକ୍ରବାର ନୋବେଲ ଶାନ୍ତି ପୁରସ୍କାର ଘୋଷଣା କରାଯିବ ଏବଂ ଅର୍ଥନୀତି କ୍ଷେତ୍ରରେ ଏହି ପୁରସ୍କାର ବିଜେତା ଅକ୍ଟୋବର ୧୪ରେ ଘୋଷଣା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଭାରତରେ ନୂଆ ମାଇଲଖୁଣ୍ଟ ଅତିକ୍ରମ କଲା ଡିଜିଟାଲ୍ ବିପ୍ଳବ: ୬୧% ବ୍ୟବହାରକାରୀ ଦେଖୁଛନ୍ତି ସର୍ଟ-ଭିଡିଓ

ନୂଆଦିଲ୍ଲୀ,୨୯।୧: ଭାରତରେ ଡିଜିଟାଲ୍ ବିପ୍ଳବ ଏକ ନୂଆ ମାଇଲଖୁଣ୍ଟ ଅତିକ୍ରମ କରିଛି। ‘ଇଣ୍ଟରନେଟ୍ ଆଣ୍ଡ ମୋବାଇଲ୍ ଆସୋସିଏସନ୍ ଅଫ୍ ଇଣ୍ଡିଆ’ (IAMAI) ରିପୋର୍ଟ ଅନୁଯାୟୀ, ୨୦୨୫ ସୁଦ୍ଧା…

ମଲ୍ଲୀ ଜେନା ହତ୍ୟାକାଣ୍ଡ ମାମଲା: ୮ ଦୋଷୀଙ୍କୁ ୧୦ ବର୍ଷ ଲେଖାଏ କାରାଦଣ୍ଡାଦେଶ

ବଞ୍ଚୋ,୨୯ା୧(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ବ୍ଲକ ଅନ୍ତର୍ଗତ ରାମଚନ୍ଦ୍ରପୁର ଥାନା ଅଞ୍ଚଳର ଶାଳଦେଇ ଗ୍ରାମର ବହୁଚର୍ଚ୍ଚିତ ମଲ୍ଲୀ ଜେନା ହତ୍ୟାକାଣ୍ଡ ଘଟଣାରେ…

ଦୁର୍ଗମ ବନାଞ୍ଚଳରେ ଅଫିମ ଚାଷ, ମୂଳୋତ୍ପାଟନ କଲା କେନ୍ଦୁଝର ପୋଲିସ

ଯୋଡ଼ା,୨୯ା୧(ମାନସ ମହାନ୍ତି): ଅଫିମ ଚାଷ ନଷ୍ଟ କଲା ପୋଲିସ । କେନ୍ଦୁଝର ଜିଲାର ବଡବିଲ ଥାନା ତଥା ଯୋଡା ବ୍ଲକ ଅନ୍ତର୍ଗତ ରୋଇଡା ଗ୍ରାମ ପଞ୍ଚାୟତର ମାଙ୍କଡ…

ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ, ଜାଣନ୍ତୁ କେବେଠୁ..

ବାରିପଦା,୨୯ା୧: ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ ଅଭୟାରଣ୍ୟ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶିମିଳିପାଳ ଆସିବାକୁ ଥିବାରୁ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ତେବେ ଆସନ୍ତା…

ପାରିବାରିକ କଳହ ନେଲା ଜୀବନ, ଭିଣୋଇଙ୍କ ଠେଙ୍ଗା ମାଡ଼ରେ ଶଳା ମୃତ

ଗୁଣୁପୁର,୨୯ା୧(ସଂକେତ ପାତ୍ର/ସୁଜାତା ପାଢ଼ୀ ): ଭିଣୋଇଙ୍କ ଠେଙ୍ଗା ମାଡ଼ରେ ଶଳାଙ୍କ ମୃତ୍ୟୁ। ଏହି ଅଭାବନୀୟ ଘଟଣାଟି ଘଟିଛି ରାୟଗଡା ଜିଲା ଗୁଣପୁର ମେଡିକାଲ କଲୋନୀରେ। ଭିଣୋଇ ଏବଂ…

ନାବାଳକଙ୍କୁ ବାଲିରେ ପୋତିଦେଲେ ୬ ସାଙ୍ଗ, ଭିଡିଓ ଉତ୍ତୋଳନ କରି ଦେଲେ ଏମିତି ଧମକ

ଗୁଣପୁର,୨୯ା୧(ସଙ୍କେତ ପାତ୍ର/ସୁଜାତା ପାଢ଼ୀ): ପିଲାଖେଳ ଯେ, ଜଣେ ନାବାଳକଙ୍କ ଜୀବନ ନେଇଯାଇଥାନ୍ତା ତାହା ଏକ ଭିଡିଓରୁ ଜଣାପଡ଼େ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ରାୟଗଡ଼ା ଜିଲା…

ବାଲସି ଧାନ ମଣ୍ଡିରେ ଦୁଇମାସରୁ ଉର୍ଦ୍ଧ୍ବ ହେଲା ପଡ଼ିରହିଛି ଧାନ, ଶୀତ କାକରରେ ଜଗୁଛନ୍ତି ଚାଷୀ

କେସିଙ୍ଗା,୨୯ା୧(ତୁମେଶ୍ବର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧିନସ୍ଥ ବାଲସି ଧାନ ମଣ୍ଡିରେ ଦୀର୍ଘ ଦୁଇ ମାସ ହେଲା ଧାନ ପଡି ରହିଛି । ପ୍ରବଳ ଶୀତ…

ନବଜାତ ଶିଶୁକନ୍ୟାକୁ ଅଳିଆଗଦାରେ ଫିଙ୍ଗିଦେଲେ, ଗାଁରେ ଜୋର୍‌ ଧରିଛି ଚର୍ଚ୍ଚା

ବଲାଙ୍ଗୀର/ସଇଁତଳା,୨୯ା୧(ସୁନିଲ କୁମାର ମହାନ୍ତି/ରାଖାଲ ଶତପଥୀ): ଅଳିଆଗଦାରୁ ଏକ ନବଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି। ଏପରି ଏକ ଘଟଣା ଘଟିଛି ବଲାଙ୍ଗୀର ଜିଲା ସଇଁତଳା ଥାନା ଅନ୍ତର୍ଗତ ଧରପଗଡ଼…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri