କାମ ହୋଇନି, ୬ ପ୍ରକଳ୍ପ ନାଁରେ ୧୦ ଲକ୍ଷ ହଡ଼ପ

ରାଜନଗର, ୨୬ା୯ (ଭାସ୍କର ରାଉତରାୟ): ପଞ୍ଚାୟତିରାଜ ବ୍ୟବସ୍ଥାରେ ପଞ୍ଚାୟତଗୁଡ଼ିକର ଉନ୍ନତି ଓ ବିକାଶ ପାଇଁ କ୍ଷମତା ଅର୍ପଣ କରାଯାଇଛି। କରୋନା ମହାମାରୀ ସମୟରେ ସରପଞ୍ଚମାନଙ୍କୁ ଜିଲାପାଳଙ୍କ କ୍ଷମତା ଅର୍ପଣ କରାଗଲା। ମାତ୍ର ଜିଲାପାଳଙ୍କ କ୍ଷମତା ପାଇଥିବା ସରପଞ୍ଚ ଓ ନିର୍ବାଚିତ ପ୍ରତିନିଧି ଏପରିକି ଅଞ୍ଚଳବାସୀଙ୍କୁ ଅନ୍ଧାରରେ ରଖି ସରକାରୀ ଟଙ୍କା ଲୁଟି ନିଆଯାଇଛି। ଏହି ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ କୋଇଲିପୁର ପଞ୍ଚାୟତ କ୍ଷେତ୍ରରେ। ପଞ୍ଚାୟତରେ ଫାଇଲ ଖୋଲିଲେ ୱାର୍ଡ ସଭ୍ୟଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ଯାଏ ଜାଣିବାର ସମ୍ଭାବନା ଥିବାରୁ ସେମାନଙ୍କ ଅଗୋଚରରେ ବ୍ଲକ କାର୍ଯ୍ୟାଳୟରେ ଫାଇଲ ଖୋଲି ସରକାରୀ ଟଙ୍କା ଲୁଟି ନିଆଯାଇଥିବା ଗୁରୁତର ଅଭିଯୋଗ ହୋଇଛି। ଗୋଟିଏ କି ଦୁଇଟି ନୁହେଁ, ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ ରାସ୍ତାପାର୍ଶ୍ୱ ମାଟି ଫିଲିଂ ଲାଗି ୬ ପ୍ରକଳ୍ପ ନାଁରେ ଫାଇଲ ଖୋଲି ୧୦ ଲକ୍ଷ ଟଙ୍କା ଲୁଟି ନିଆଯାଇଥିବା ଗୁରୁତର ଅଭିଯୋଗ ହୋଇଛି।
କୋଲଇିପୁର ପଞ୍ଚାୟତରେ ୬ଟି ପ୍ରକଳ୍ପ ନିମନ୍ତେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ଫାଇଲ ଖୋଲାଯାଇଛି। ଗ୍ରାମସଭାରେ ପ୍ରକଳ୍ପ ନିମନ୍ତେ ପ୍ରସ୍ତାବ ଗୃହୀତ ହେବା ପରେ ପଞ୍ଚାୟତ ପରିବର୍ତ୍ତେ ବ୍ଲକ କାର୍ଯ୍ୟାଳୟରେ ଏହି ସମସ୍ତ ଫାଇଲ ଖୋଲାଯାଇଛି। ୨୦୨୨ ଜୁଲାଇ ୨୨ରେ ଗୋଟିଏ ଦିନରେ ଏହି ସମସ୍ତ ଫାଇଲ ଖୋଲାଯାଇଛି। ଏହି ପଞ୍ଚାୟତର ବଡ଼ପଲ୍ଲୀ ଗାଁର ପ୍ରାଥମିକବିଦ୍ୟାଳୟଠାରୁ ସବ୍‌ଷ୍ଟେଶନ ସ୍କୋୟାର ରାସ୍ତାର ଦୁଇପାର୍ଶ୍ୱରେ ମାଟି ଫିଲିଂ କାମ ୨୦୨୩ ମେ ୩୦ରେ ଆରମ୍ଭ ହୋଇ ୧୨ଜୁନ ଯାଏ କାମ ହୋଇଥିବା ଦର୍ଶାଇ ୪୫୦ ଶ୍ରମିକଙ୍କ ନାଁରେ ୧ ଲକ୍ଷ ୬ ହଜାର ୬୫୦ ଟଙ୍କା, କାଙ୍କଦିଆ ଗାଁର ଶେଷମୁଣ୍ଡଠାରୁ ସାଲାଇନ ଏମ୍ବ୍ରାକମେଣ୍ଟ ଯାଏ ରାସ୍ତାର ଦୁଇ ପାର୍ଶ୍ୱରେ ମାଟି ଫିଲିଂ କାମ ୨୦୨୨ ନଭେମ୍ବର ୨୨ରୁ ଆରମ୍ଭ ହୋଇ ଡିସେମ୍ବର ଯାଏ ହୋଇଥିବା ଦର୍ଶାଇ ୪୭୩ ଜଣ ଶ୍ରମିକଙ୍କ ନାଁରେ ୧ ଲକ୍ଷ ୫ ହଜାର ୬ ଟଙ୍କା, ବରୁଣିପଲ୍ଲୀ ଗାଁର ଗୋଜବାୟାଣୀ ପୀଠଠାରୁ ଶ୍ରୀଧର ବେଜ ଘର ଯାଏ ରାସ୍ତାର ଦୁଇପାର୍ଶ୍ୱରେ ମାଟି ଫିଲିଂ ଦର୍ଶାଇ ୨୦୨୨ ନଭେମ୍ବର ୨୪ରୁ ଡିସେମ୍ବର ୭ ପର୍ଯ୍ୟନ୍ତ ୪୮୦ ଶ୍ରମିକଙ୍କ ନାଁରେ ୧ ଲକ୍ଷ ୬ ହଜାର ୫୬୦ ଟଙ୍କା, ବଡ଼ପଲ୍ଲୀସ୍ଥିତ ଚଞ୍ଚଳା ଷ୍ଟାଡିୟମର ସାଇଡରେ ମାଟି ଫିଲିଂ ଦର୍ଶାଇ ୨୦୨୨ ନଭେମ୍ବର ୨୪ରୁ ୨୦୨୩ ମାର୍ଚ୍ଚ ୨୫ ମଧ୍ୟରେ ୮୮୫ ଶ୍ରମିକଙ୍କ ନାଁରେ ୧ ଲକ୍ଷ ୯୬ ହଜାର ୪୭୦ ଟଙ୍କା, ତେତେଲେଙ୍ଗା ଗାଁର ପ୍ରଫୁଲ୍ଲ ଦାସ ଘରଠାରୁ ଶ୍ମଶାନ ଘର ଯାଏ ରାସ୍ତାର ଦୁଇପାର୍ଶ୍ୱରେ ମାଟି ଫିଲିଂ ନାଁରେ ୨୦୨୩ ମେ ୩୦ରୁ ଜୁନ୍‌ ୧୨ ମଧ୍ୟରେ ୪୫୬ଜଣ ଶ୍ରମିକ କାମ କରିବା ଦର୍ଶାଇ ୧ ଲକ୍ଷ ୮ ହଜାର ୭୨ ଟଙ୍କା, ବଡପଲ୍ଲୀ ହରଗୌରୀ ମାର୍କେଟ ନିକଟ ଏସ୍‌ଡବ୍ଲ୍ୟୁପିସି ନିକଟରେ ମାଟି ଫିଲିଂ ନାଁରେ ୨୦୨୨ ଅକ୍ଟୋବରରୁ ନଭେମ୍ବର ୧୪ ମଧ୍ୟରେ ୧୬୩୭ ଶ୍ରମିକଙ୍କ ନାଁରେ ୩ ଲକ୍ଷ ୬୪ ହଜାର ୪୧୪ ଟଙ୍କା ବିଲ କରି ଉଠାଇ ନିଆଯାଇଛି।
୬ଟି ପ୍ରକଳ୍ପ ମଧ୍ୟରୁ ୫ଟି ପ୍ରକଳ୍ପ ରାସ୍ତାର ଦୁଇପାର୍ଶ୍ୱରେ ମାଟି ଫିଲିଂ କାମ ବୋଲି ଦର୍ଶାଯାଇଥିବା ବେଳେ ଅନ୍ୟଟି ଏସ୍‌ଡବ୍ଲ୍ୟୁପିସି ନିକଟରେ ମାଟି ଫିଲିଂ ବୋଲି ଦର୍ଶାଇ ବିଲ କରାଯାଇଛି। ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ୬ଟି କାମରେ ଶ୍ରମିକଙ୍କ ନାଁରେ ୯ ଲକ୍ଷ ୮୬ ହଜାର ୧୭୨ ଟଙ୍କା ଉଠାଇ ନିଆଯାଇଛି ବୋଲି କୋଲଇିପୁର ସରପଞ୍ଚ ଦିଲୀପ କୁମାର ରାଉତ ଅଭିଯୋଗ କରିଛନ୍ତି। ଦିଲୀପଙ୍କ ଅଭିଯୋଗ ମୁତାବକ, ଯେଉଁ ୬ଟି କାମ ନାଁରେ ମାଟି ଫିଲିଂ ଦର୍ଶାଇ ୧୦ ଲକ୍ଷ ଉଠାଇ ନିଆଯାଇଛି, କୌଣସି ଗୋଟିଏ ବି ସ୍ଥାନରେ ଝୁଡିଏ ବି ମାଟି ପଡିନି କି କୋଦାଳ ଦାଗ ବସିନାହିଁ। ମୋତେ ଓ ପଞ୍ଚାୟତର ନିର୍ବାଚିତ ସମିତିସଭ୍ୟ, ୱାର୍ଡସଭ୍ୟମାନଙ୍କୁ ଅନ୍ଧାରରେ ରଖି ବ୍ଲକରେ ଫାଇଲ ଖୋଲି କାଗଜକଲମରେ କାମ ହୋଇଥିବା ଦର୍ଶାଇ ବିଡିଓଙ୍କ ଡଙ୍ଗଲରେ ସରକାରୀ ଅର୍ଥ ଲୁଟି ନିଆଯାଇଛି ବୋଲି ସେ କହିଛନ୍ତି। ସବୁଠୁ ବଡ଼କଥା ହେଲା ଯେଉଁ ୬ଟି ପ୍ରକଳ୍ପ ନାଁରେ ଏହି ଅର୍ଥ ଲୁଟ ହୋଇଛି, ସେ ପ୍ରକଳ୍ପ କୌଣସି ଜରୁରୀ କାମର ଆବଶ୍ୟକତାକୁ ସୂଚାଉ ନାହିଁ। ପ୍ରକଳ୍ପ ସବୁ ଜରୁରୀ ନ ଥିବା ବେଳେ ପଞ୍ଚାୟତ ପରିବର୍ତ୍ତେ କାହିଁକି ବ୍ଲକରେ ଫାଇଲ ଖୋଲାଗଲା ଓ ପ୍ରଶାସନିକ ଅଧିକାରୀ କିପରି ମଞ୍ଜୁରୀ ଦେଲେ, ଜିଆରଏସ୍‌, ଏପିଓ, କନିଷ୍ଠଯନ୍ତ୍ରୀ, ସହକାରୀ ଯନ୍ତ୍ରୀ କାହାକୁ ଦେଖି ବିଲ୍‌ କଲେ ଓ ଟଙ୍କା ଉଠାଇଲେ, ତାହା ଏବେ ଆଲୋଡନ ସୃଷ୍ଟି କରିଛି। ଏ ସମ୍ପର୍କରେ ବିଡିଓ ନିଶାନ ମିଶ୍ରଙ୍କୁ ପଚାରିବାରେ ଏବେ ନୂଆ କରି ଆସିଛି, କ’ଣ ହୋଇଛି ଦେଖିବି ପରେ ପଦକ୍ଷେପ ନେବି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri