Posted inଫୁରସତ

ବିବାହକୁ ନା !

କୁହାଯାଏ ନାରୀ ହେଉ ବା ପୁରୁଷ, ବିବାହ ମଣିଷ
ଜୀବନରେ ପୂର୍ଣ୍ଣତା ଆଣିଦିଏ। ସେଇଠୁ ସୃଷ୍ଟି ହୁଏ ଏକ ନୂଆ ଜୀବନ ଏବଂ ଆଗକୁ ବଢ଼େ ପରିବାର। ପରସ୍ପର ପ୍ରତି ଭଲପାଇବା, ଠିକ୍‌ ବୁଝାମଣା, ପରିବାର ପ୍ରତି କର୍ତ୍ତବ୍ୟ ଏବଂ ଦାୟିତ୍ୱବୋଧ ଏହି ସମ୍ପର୍କକୁ କରିଥାଏ ଆହୁରି ମଜଭୁତ। ହେଲେ ବର୍ତ୍ତମାନ ଅନେକ ଯୁବପିଢ଼ି ବିଭିନ୍ନ କାରଣରୁ ଏହି ସମ୍ପର୍କ ଏବଂ ଦାୟିତ୍ୱରୁ ନିଜକୁ ମୁକ୍ତ ରଖିବାକୁ ଚାହୁଁଛନ୍ତି, ଯେଉଁଥିପାଇଁ ଦିନକୁଦିନ ଅବିବାହିତଙ୍କ ସଂଖ୍ୟା
ବଢ଼ୁଥିବାର ଦେଖିବାକୁ ମିଳୁଛି…

ବର୍ତ୍ତମାନ ଅନେକ ଯୁବତୀଯୁବକ ବୈବାହିକ ଜୀବନ ବିତାଇବାକୁ ଆଗ୍ରହ ପ୍ରକାଶ କରୁନାହାନ୍ତି। ନେତା, ମନ୍ତ୍ରୀ, ସେଲିବ୍ରିଟୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ଅନେକ ଅବିବାହିତ ରହୁଥିବା ଦେଖିବାକୁ ମିଳୁଛି। ଏକ ଗବେଷଣା ରିପୋର୍ଟ ମୁତାବକ, ସମଗ୍ର ପୃଥିବୀରେ ବିବାହକୁ ମନା କରୁଥିବା ଯୁବପିଢ଼ି ବିଶେଷକରି ଯୁବତୀଙ୍କ ସଂଖ୍ୟା ଜାପାନରେ ସର୍ବାଧିକ। ୨୦୨୨ରେ ଜାପାନ ସରକାରଙ୍କ ଦ୍ୱାରା ପ୍ରକାଶିତ ଜେଣ୍ଡର ରିପୋର୍ଟ ମୁତାବକ ୨୦ରୁ ୩୦ ବର୍ଷ ମଧ୍ୟରେ ୧୪% ଏବଂ ୩୦ରୁ ଊର୍ଦ୍ଧ୍ୱ ପ୍ରାୟ ୨୫.୪% ଯୁବତୀ ବିବାହ କରିବାକୁ ଇଚ୍ଛା ପ୍ରକାଶ କରୁନାହାନ୍ତି।
ସେହିପରି ଭାରତରେ ଜୁଲାଇ ୨୦୨୨ରେ ମିନିଷ୍ଟ୍ରି ଅଫ୍‌ ଷ୍ଟାଟିଷ୍ଟିକ୍‌ ଆଣ୍ଡ ପ୍ରୋଗ୍ରାମ ଇମ୍ପ୍ଲିମେଣ୍ଟେଶନ୍‌ ଦ୍ୱାରା ହୋଇଥିବା ସର୍ଭେ ରିପୋର୍ଟ ମୁତାବକ ଆମ ଦେଶରେ ମଧ୍ୟ ବିବାହ କରୁ ନ ଥିବା ଯୁବପିଢ଼ିଙ୍କ ସଂଖ୍ୟା ବୃଦ୍ଧି ପାଉଛି। ଏହି ଲିଷ୍ଟରେ ଜମ୍ମୁ-କଶ୍ମୀର ସବୁଠୁ ଆଗରେ ରହିଛି। ଏଠାରେ ୨୦୧୯ରେ ୨୦.୮% ଅବିବାହିତ ରହିଥିବା ବେଳେ ୨୦୨୧ରେ ବୃଦ୍ଧି ପାଇ ୨୬.୧%ରେ ପହଞ୍ଚତ୍ଥିଲା। ସେହିପରି ଉତ୍ତର ପ୍ରଦେଶରେ ୨୬.୭%, ଦିଲ୍ଲୀରେ ୨୬.୫%, ପଞ୍ଜାବ ୨୫%, ହିମାଚଳ ପ୍ରଦେଶ ୨୦.୮% ରହିଛି। ଓଡ଼ିଶାରେ ମଧ୍ୟ ବର୍ତ୍ତମାନ ଅନେକ ଯୁବତୀଯୁବକ ବିବାହରୁ ବିମୁଖ ହେଉଥିବା ଘଟଣା ବୃଦ୍ଧି ପାଉଛି।
ତେବେ ଏହା ପଛରେ କ’ଣ ରହିଛି କାରଣ: କ୍ୟାରିୟରକୁ ପ୍ରାଥମିକତା: ଆଜିର ଯୁବପିଢ଼ି ଅଧିକ କ୍ୟାରିୟର ଓରିଏଣ୍ଡେଡ୍‌। ସଫଳ କ୍ୟାରିୟର ଗଢ଼ିବାକୁ ନେଇ ଏତେ ତତ୍ପର ଯେ, ବିବାହକୁ ଏକ ଜଞ୍ଜାଳ ଭାବିବାକୁ ବି ସେମାନେ ପଛାଉନାହାନ୍ତି। କେତେକଙ୍କ ମତରେ ବିବାହ କରିବା ଦ୍ୱାରା ପାରିବାରିକ ଚାପରେ ଆଗକୁ ବଢ଼ିବା କଷ୍ଟକର ହୋଇଥାଏ। ତେଣୁ କ୍ୟାରିୟରକୁ ପ୍ରାଥମିକତା ଦେବା ଆଳରେ ଅନେକେ ବୈବାହିକ ଜଞ୍ଜାଳରୁ ମୁକ୍ତ ରହିବାକୁ ଅଧିକ ପସନ୍ଦ କରୁଛନ୍ତି।
ଆଜାଦି ହରାଇବାର ଭୟ: ପୂର୍ବରୁ ସାଧାରଣତଃ ପୁଅମାନେ ଚାକିରି କରୁଥିଲେ ଏବଂ ଝିଅମାନେ ବିବାହ ପରେ ପରିବାର ସଦସ୍ୟଙ୍କ ଦାୟିତ୍ୱ ନେବା ସହ ଘରର ସମସ୍ତ କାର୍ଯ୍ୟ ତୁଲାଉଥିଲେ। ହେଲେ ବର୍ତ୍ତମାନ ଅଧିକାଂଶ ଯୁବତୀଯୁବକ ଜବ୍‌ କରୁଛନ୍ତି ଏବଂ ଫାଇନାନ୍‌ସିଆଲ ଇଣ୍ଡିପେଣ୍ଡେଣ୍ଟ ରହୁଛନ୍ତି। ବିବାହ ପରେ ନିଜ ରୋଜଗାର ଟଙ୍କା ପାର୍ଟନରଙ୍କ ସହ ଶେୟାର କରିବା, ଟଙ୍କାକୁ ନେଇ କେବେକେବେ ମତାନ୍ତର, ମନାନ୍ତର ହେବା, ଝିଅମାନଙ୍କ କ୍ଷେତ୍ରରେ ପରିବାର ପାଇଁ କେବେକେବେ ଜବ୍‌ ଛାଡ଼ିବାକୁ ପଡ଼ିଥାଏ ଏବଂ ପ୍ରତ୍ୟେକ କାର୍ଯ୍ୟ ପାଇଁ ଅନ୍ୟ ଉପରେ ନିର୍ଭର କରିବାକୁ ପଡ଼ିଥାଏ। ତା’ଛଡ଼ା ପ୍ରତ୍ୟେକ କାର୍ଯ୍ୟରେ ପରସ୍ପରକୁ ପଚାରିବା, ସମସ୍ତ କାର୍ଯ୍ୟ ଏକାଠି କରିବା ଦ୍ୱାରା ଆଜାଦି ନଷ୍ଟ ହୋଇଥାଏ ବୋଲି ଅନେକେ ଭାବନ୍ତି। ଏଭଳି ଘଟଣାକୁ ଏଡ଼ାଇବା ଲାଗି ଅନେକେ ବିବାହ କରିବାକୁ ଚାହୁଁ ନ ଥିବା ଦେଖିବାକୁ ମିଳୁଛି।
ଆର୍ଥତ୍କ ଚାପ: ବିବାହ ପରେ ପରିବାର ସହ ପିଲା ଏବଂ ଅନ୍ୟାନ୍ୟ ଖର୍ଚ୍ଚ ପାଇଁ ଅଧିକ ଅର୍ଥ ଆବଶ୍ୟକ ହୋଇଥାଏ। ଏକାଠି ବୁଲାବୁଲି କରିବା, ମାର୍କେଟିଂ କରିବା ଦ୍ୱାରା ମଧ୍ୟ ଖର୍ଚ୍ଚ ବୃଦ୍ଧି ପାଇଥାଏ। ଏସବୁ ଖର୍ଚ୍ଚର ଆର୍ଥିକ ଚାପ ସମ୍ଭାଳି ନ ପାରିଲେ ଦମ୍ପତିଙ୍କ ମଧ୍ୟରେ ଅଯଥା କଳହ ଏମିତିକି କେତେକ କ୍ଷେତ୍ରରେ ବିବାହ ବିଚ୍ଛେଦ ଭଳି ଘଟଣା ବି ଦେଖିବାକୁ ମିଳେ। ଏହା ବ୍ୟତୀତ ବର୍ତ୍ତମାନ ସମୟରେ ଆର୍ଥତ୍କ ପରିସ୍ଥିତିକୁ ଆଖିଆଗରେ ରଖି ଉଭୟ ରୋଜଗାର କରିବା ଆବଶ୍ୟକ ହେଉଛି। ହେଲେ ପିଲାଙ୍କ ପାଇଁ କିମ୍ବା ଅନ୍ୟ କୌଣସି ପରିସ୍ଥିତିରେ ସ୍ତ୍ରୀଙ୍କୁ ଚାକିରି ଛାଡ଼ିବାକୁ ପଡ଼ିଲେ ଜଣଙ୍କ ଉପରେ ଆର୍ଥିକ ଚାପ ପଡୁଛି। ତେବେ ସମାଜରେ ଅନେକ ଏଭଳି ଘଟଣା ଦେଖି ମଧ୍ୟ ଅନେକ ପୁଅ ବିବାହ କରିବାକୁ ଚାହୁଁ ନାହାନ୍ତି।
ଡେଟିଂ, ଲିଭ୍‌ ଇନ୍‌ ରିଲେଶନ୍‌ଶିପ୍‌: ବର୍ତ୍ତମାନ ଇଣ୍ଟରନେଟ୍‌ରେ ଅନେକ ଡେଟିଂ ଆପ୍‌ ରହିଛି, ଯାହାର ଭରପୂର ଫାଇଦା ଅନେକ ଯୁବପିଢ଼ି ନେଉଛନ୍ତି। ଏହାଦ୍ୱାରା ସେମାନେ ନିଜର ପାର୍ଟନର ଖୋଜିବା ସହ ଡେଟ୍‌ ମଧ୍ୟ କରୁଛନ୍ତି। ଏକାଠି ବୁଲିବା, ପରସ୍ପର ସହ ଅଧିକ ସମୟ ବିତାଉଥିବା ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ, କେହି କେହି ବିବାହ ପୂର୍ବରୁ ଏକାଠି ରହିବା ବା ଲିଭ୍‌ ଇନ୍‌ ରିଲେଶନଶିପ୍‌ରେ ରହିବା ଭଳି ଘଟଣା ବି ଏବେ ବଢ଼ିବାରେ ଲାଗିଛି। ଏହାଦ୍ୱାରା କେବେ କେବେ ସମ୍ପର୍କ ମଜଭୁତ ହେଉଛି ଏବଂ ଜୀବନସାଥୀ ବାଛିବା ମଧ୍ୟ ସହଜ ହେଉଛି। ହେଲେ ଅପରପକ୍ଷେ, ଏହାଦ୍ୱାରା ଅନେକେ କିଛି ସମୟ ଖୁସିକୁ ପ୍ରାଥମିକତା ଦେଉଛନ୍ତି ଏବଂ ଜଣଙ୍କ ସହ ବିବାହ ଭଳି ସାରା ଜୀବନର ଦାୟିତ୍ୱପୂର୍ଣ୍ଣ ସମ୍ପର୍କ ଯୋଡ଼ିବା ପାଇଁ ଇଚ୍ଛା ପ୍ରକାଶ କରୁନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ଙ୍କୁ ହରାଇଲେ ଭଉଣୀଭାଇ, ପାଳିବା ଚିନ୍ତାରେ ଆଈ

ବ୍ରହ୍ମପୁର,୨୮ା୩(ଅଶୋକ କୁମାର ସାହୁ): ନୟାଗଡ଼ ଜିଲା ଦଶପଲ୍ଲା ଥାନା ଅଧୀନ ଟାକେରା ପିଠାଖାଇ ଘାଟିରେ ଟୁରିଷ୍ଟ ବସ୍‌ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରେ ବ୍ରହ୍ମପୁର ଧୋବାବନ୍ଧ ସାହିର ସୁମନ୍ତି…

ରୁଷିଆ ପାଇଁ ଆମେରିକାକୁ ଡ଼ରୁନାହିଁ ଇରାନ, ହଟିବାକୁ ନାରାଜ ମୋଜତାବା, ଆମେରିକା ପାଇଁ ବିପଦର ଘଣ୍ଟି!

ମସ୍କୋ/ତେହେରାନ,୨୮।୩: ବିଶ୍ୱ ରାଜନୀତିରେ ଏକ ନୂଆ ସମୀକରଣ ଦେଖିବାକୁ ମିଳିଛି। ପାଶ୍ଚାତ୍ୟ ଦେଶଗୁଡ଼ିକର କଠୋର ପ୍ରତିବନ୍ଧକ ସତ୍ତ୍ୱେ ରୁଷିଆ ଏବଂ ଇରାନ ମଧ୍ୟରେ ବନ୍ଧୁତା ଦିନକୁ ଦିନ…

ଆକ୍ସନରେ ପୋଲିସ: ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ସସ୍‌ପେଣ୍ଡ

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଏସ୍‌ପି ଅଭିଳାଷ ଜିଙ୍କ ଏକ ବଡ଼ ସୂଚନା ଦେଇଛନ୍ତି। ଟିଟିଲାଗଡ଼ ବିଧାୟକଙ୍କ ପିଏସ୍‌ଓ ପ୍ରେମଚାନ୍ଦ ନାଗଙ୍କୁ ସସ୍‌ପେଣ୍ଡ କରାଯାଇଥିବା ଏସ୍‌ପି ଶନିବାର…

ଭେଡେନ ଓକିଲ ସଂଘ: ଅଶ୍ବିନୀ ସଭାପତି ନିର୍ବାଚିତ

ଭେଡେନ,୨୮।୩(ହୃଷିକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଓକିଲ ସଂଘର ନିର୍ବାଚନ ଶନିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅଶ୍ୱିନୀ କୁମାର ଦାଶ ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି ।…

ମାନସିକ ବିକୃତ ଯୁବତୀ ଗର୍ଭବତୀ ମାମଲା: ଶିକ୍ଷକଙ୍କ ପରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ଗଞ୍ଜାମ,୨୮ା୩ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ରମ୍ଭା ଥାନା ହୁମା ଫାଣ୍ଡି ଅଞ୍ଚଳରେ ଜଣେ ମାନସିକ ବିକୃତ ଯୁବତୀ ଗର୍ଭବତୀ ହେବା ଘଟଣାରେ ଜଣେ ଶିକ୍ଷକ ଗିରଫ…

କବାଡ଼ି ପ୍ରିମିୟର ଲିଗ୍‌ ସିଜନ-୨ ଆରମ୍ଭ

ନୂଆପଡ଼ା,୨୮ା୩(ମକାରୁ ବେମାଲ): ନୂଆପଡ଼ା କବାଡ଼ି ଖେଳାଳି ସଂଘ ପକ୍ଷରୁ ପୁରୁଷ ଓ ମହିଳା ବିଭାଗରେ କବାଡ଼ି ପ୍ରିମିୟର ଲିଗ ସିଜନ-୨ ଶୁକ୍ରବାର ସାରେ ଉଦ୍‌ଘାଟିତ ହୋଇଯାଇଛି। ଜିଲା…

ରାମ ନବମୀ ଶୋଭାଯାତ୍ରାରେ ଟିଟିଲାଗଡ଼ ବିଧାୟକଙ୍କ ଗୁଳିଚାଳନା, ସୁରକ୍ଷା ବ୍ୟବସ୍ଥା ଉପରେ…

ବଲାଙ୍ଗୀର,୨୮।୩(ସୁନୀଲ କୁମାର ମହାନ୍ତି): ଟିଟିଲାଗଡ଼ ସହରରେ ପବିତ୍ର ରାମ ନବମୀ ତିଥିରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଏକ ଆଧ୍ୟାତ୍ମିକ ଶୋଭାଯାତ୍ରା ଚାଲିଥିବା ସମୟରେ ସର୍ବସମ୍ମୁଖରେ…

ଜନଗଣନା ତାଲିମ ବେଳେ ଚେତାଶୂନ୍ୟ ହୋଇପଡ଼ିଲେ ଶିକ୍ଷୟିତ୍ରୀ, ଆଉ ତା’ପରେ…

ହିଞ୍ଜିଳିକାଟୁ, ୨୮।୩( ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପିଏମଶ୍ରୀ ସରକାରୀ ବୃନ୍ଦାବନ ବିଦ୍ୟାଳୟରେ ଚାଲିଥିବା ଜନଗଣନା ତାଲିମର ତୃତୀୟ ପର୍ଯ୍ୟାୟରେ ତାଲିମ ବେଳେ ଶନିବାର କେନ୍ଦ୍ରରେ ଜଣେ ଶିକ୍ଷୟିତ୍ରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri