ଶ୍ରାବଣରେ ବର୍ଷା ନାହିଁ, ଆଗେଇ ପାରୁନି ଚାଷ

ଝରିଗାଁ,୧୪।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଳକରେ ସ୍ବଳ୍ପ ବର୍ଷା ଯୋଗୁଁ ଚାଷୀ ଏବେ ଚିନ୍ତାରେ ପଡ଼ିଛି। ବ୍ଲକରେ ୩୩୩.୪ ହେକ୍ଟର ଜମିରେ ଧାନ ତଳି ପଡିଥିବାବେଳେ କାଦୁଅ ପାଇଁ ଆବଶ୍ୟକ ବର୍ଷା ହେଉ ନ ଥିବାରୁ ଚାଷୀ ଧାନ ରୁଆ କରିପାରୁନାହିଁ। ଫଳରେ ଝରିଗାଁ ବ୍ଳକରେ ୩୩୩୪ ହେକ୍ଟର ଧାନ ଜମି ପଡିଆ ପିଡ଼ିଛି। ଅନ୍ୟପକ୍ଷେ ଧାନ ତଳି ପାକଳ ହୋଇଯାଇଥିବା ବେଳେ ସେହି ତଳିକୁ ରୁଆ କଲେ ମଧ୍ୟ ପିଲ କମ୍‌ ହେବା ସହ ଅମଳ କମିଯିବ ବୋଲି ଚାଷୀ କହୁଛନ୍ତି। ଏହି ବ୍ଲକରେ ଅଳ୍ପ କିଛି ଚାଷୀଙ୍କ ଜମିକୁ ଜଳସେଚନ ସୁବିଧା ଥିବାରୁ ସେମାନଙ୍କ ଧାନ ରୁଆ କାମ ଶେଷ ହୋଇଯାଇଅଛି। ଯେଉଁ ଚାଷୀ ମାନଙ୍କର ଜଳ ସେଚନ ସୁବିଧା ନାହିଁ ସେମାନେ ତଳିକୁ ବଞ୍ଚାଇବା ପାଇଁ ନିକଟରେ ଥିବା କୂଅ ପୋଖରୀ ଏବଂ ନାଳରୁ ପାଣି ସଂଗ୍ରହ କରି ତଳି ଘେରରେ ପକାଉଥିବା ଦେଖିବାକୁ ମିଳିଛି। ଅନ୍ୟପକ୍ଷେ ବର୍ଷା ଅଭାବରୁ ଧାନ ଜମି ମାଟି ଫାଟି ଆଁ କଲାଣି l ଯାହାକୁ ନେଇ ଚାଷୀ ଚିନ୍ତାରେ ପଡ଼ିଯାଇଛି l ବ୍ଲକ୍‌ରେ ଚଳିତ ବର୍ଷ ଜୁନ ମାସରେ ୧୬୭.୨ମିଲିମିଟର, ଜୁଲାଇରେ ୨୯୮ ମିଲି ମିଟର ଏବଂ ଅଗଷ୍ଟରେ ମାତ୍ର ୪୪ ମିଲିମିଟର ବର୍ଷା ହୋଇଛି l ଫଳରେ ବର୍ଷା ଅଭାବ ଯୋଗୁଁ ତଳିଗୁଡିକର ରଙ୍ଗ ପରିବର୍ତ୍ତନ ହେବା ସହ ଝାଉଁଳି ଯାଉଥିବା ଚାଷୀ ଅଭିଯୋଗ କରିଛନ୍ତି। କିଛି ଦିନ ମଧ୍ୟରେ ଝରିଗାଁ ବ୍ଳକରେ ଜମିରେ କାଦୁଅ ହେଲା ଭଳି ବର୍ଷା ନ ହେଲେ ପରିସ୍ଥିତି ଶୋଚନୀୟ ହେବ ବୋଲି ଆଶଙ୍କା କରାଯାଉଛି। ସେହିପରି ମକା ଚାଷୀମାନେ ମଧ୍ୟ ସମସ୍ୟାରେ ପଡିଛନ୍ତି।
ପ୍ରକାଶ ଯେ ଝରିଗାଁ ବ୍ଳକରେ, ୧୬୮୩୫ ଜଣ ଚାଷୀ ରହିଥିବା ବେଳେ ଚଳିତ ବର୍ଷ ୮୬୫୦ ହେକ୍ଟର ଜମିରେ ବିଭିନ୍ନ କିସମର ଧାନ ଚାଷ ହେଉଛି। ସେହିପରି ୭୯୫୦ ହେକ୍ଟରରେ ମକା ଚାଷ ହେଉଥିବା ବେଳେ ୪୭୦ ହେକ୍ଟର ଜମିରେ ପରିବା ଚାଷ ହେଉଥିବା ସୂଚନା ମିଳିଛି। ଗତ ବର୍ଷ ଖରିଫ ଋତୁରେ ୪୭୨୬ ହେକ୍ଟର ଜମିରେ ଜଳସେଚିତ ହେଉଥିବା ପ୍ରଶାସନ ପକ୍ଷରୁ ଦର୍ଶାଯାଇଥିବା ବେଳେ ବାସ୍ତବରେ ତାହା ଢେର କମ ହେବ ବୋଲି କୁହାଯାଇଛି। ଯଦି ପ୍ରଶାସନ ପକ୍ଷରୁ ଝରିଗାଁ ବ୍ଲକରେ ଥିବା ଜମିରେ ଜଳସେଚନ ସୁବିଧା କରାଯାଏ, ତେବେ ଚାଷୀ ବର୍ଷା ପାଣିକୁ ନିର୍ଭର ନ କରି ବର୍ଷକୁ ଦୁଇ ଥର କିମ୍ବା ୩ ଥର ଚାଷ କରିବା ସହ ଆର୍ଥିକ ମାନଦଣ୍ଡ ବଢ଼ି ପାରିଥାନ୍ତା ବୋଲି କୁହାଯାଉଛି। ତେଣୁ ପ୍ରଶାସନ ତୁରନ୍ତ ଚାଷ ଜମିରେ ଜଳସେଚନ ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଚାଷୀମାନେ ଦାବି କରିଛନ୍ତି। ଚଳତବର୍ଷ ଖରିଫ ଋତୁରେ ଝରିଗାଁ ବ୍ଲକରେ ୩୧୫୦ ଜଣ ଚାଷୀ ୨୫୮୩.୮ହେକ୍ଟର ଚାଷ ଜମି ସକାଶେ ପ୍ରଧାନମନ୍ତ୍ରୀ ଫସଲ ବୀମା କରିଛନ୍ତି l ସ୍ବଳ୍ପ ସମୟ ଅବଧି ରହିଥିବା ହେତୁ ବହୁ ଚାଷୀ ଏହି ବୀମା କରିବାରୁ ବଞ୍ଚିତ ରହିଥିବା ଜଣାପଡିଛି l


Enter your email to get our daily news in your inbox.

All Right Reserved By Dharitri.Com

ଡେବ୍ୟୁ ମ୍ୟାଚରେ କମାଲ କଲେ କୁପର କନୋଲି; ଗୁଜରାଟ ମୁହଁରୁ ବିଜୟ ଛଡ଼ାଇ ଆଣିଲା ପଞ୍ଜାବ

ନୂଆଦିଲ୍ଲୀ,୩୧।୩: ଆଇପିଏଲ୍‌ ୨୦୨୫ର ଉପବିଜେତା ପଞ୍ଜାବ କିଙ୍ଗସ ନୂଆ ସିଜନ୍‌ରେ ନିଜର ବିଜୟ ଯାତ୍ରା ଆରମ୍ଭ କରିଛି। ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ ଟିମ ଏକ କଡ଼ା…

ନିଜ ହାତରେ ବାସନ ଧୋଇଲେ ପ୍ରିୟଙ୍କା ଚୋପ୍ରା; ସ୍ୱର୍ଣ୍ଣ ମନ୍ଦିରରେ ସେବା କରି ଜିତିଲେ କୋଟି କୋଟି ପ୍ରଶଂସକଙ୍କ ମନ

ଅମୃତସର: ବଲିଉଡରୁ ହଲିଉଡ ପର୍ଯ୍ୟନ୍ତ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ଏବେ ଭାରତ ଗସ୍ତରେ ଅଛନ୍ତି। ନିକଟରେ ସେ ଅମୃତସରର ପବିତ୍ର…

ଭାରତ-ଚାଇନା ସମ୍ପର୍କରେ ନୂଆ ଅଧ୍ୟାୟ: ଆକାଶ ମାର୍ଗରେ ଯୋଡ଼ିହେବେ ଦୁଇ ପ୍ରତିଦ୍ୱନ୍ଦ୍ୱୀ, ସାଂଘାଇ ସହିତ…

ନୂଆଦିଲ୍ଲୀ/ସାଂଘାଇ,୩୧।୩: ଭାରତ ଏବଂ ଚାଇନା ମଧ୍ୟରେ କୋଭିଡ ମହାମାରୀ ଏବଂ ଥିବା କୂଟନୈତିକ ତିକ୍ତତା ଯୋଗୁ ଦୀର୍ଘ ଦିନ ଧରି ବନ୍ଦ ରହିଥିବା ବିମାନ ସେବା ଏବେ…

ପେଟ୍ରୋଲ, ଡିଜେଲ, ଗ୍ୟାସ ଅଭାବକୁ ନେଇ ବଡ଼ କଥା କହିଦେଲେ ମୁଖ୍ୟମନ୍ତ୍ରୀ, ରାଜ୍ୟବାସୀ…

ଭୁବନେଶ୍ୱର, ୩୧।୩: ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ଏବଂ ଏହାର ସମ୍ଭାବ୍ୟ ପ୍ରଭାବକୁ ନେଇ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ସଜାଗ ଅଛନ୍ତି। ବିଧାନସଭାରେ ବ୍ୟୟ ମଞ୍ଜୁରୀ ବିଲ…

ଗୁଣିଗାରେଡ଼ି ସନ୍ଦେହରେ ବୃଦ୍ଧଙ୍କୁ ହତ୍ୟା, ୪ ଗିରଫ

ସୁନ୍ଦରଗଡ଼, ୩୧।୩(ଜୟନାରାୟଣ ମେଣ୍ଡୁଳି)-ବର୍ତ୍ତମାନର ବିଜ୍ଞାନ ଯୁଗରେ ମଧ୍ୟ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲାରେ ଲୋକଙ୍କ ମଧ୍ୟରେ ଅନ୍ଧବିଶ୍ୱାସ ଭରି ରହିଛି। ଏହି ଅନ୍ଧବିଶ୍ବାସ ଯୋଗୁ ସୋମବାର ରାତିରେ…

ଟ୍ରମ୍ପଙ୍କ ଚେତାବନୀ…’ତେଲ ଦରକାର ତ ଆମଠୁ କିଣ, ନଚେତ୍ ହର୍ମୁଜ୍‌କୁ ନିଜେ ଦଖଲ କର’

ୱାଶିଂଟନ,୩୧।୩: ଇରାନ ଯୁଦ୍ଧ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ସହଯୋଗୀ ଦେଶମାନଙ୍କ ଉପରେ ବର୍ଷିଛନ୍ତି। ଯୁଦ୍ଧରେ ବ୍ୟାକଫୁଟକୁ ଯିବା ପରେ ରାଗିଯାଇ ଟ୍ରମ୍ପ ନିଜର…

ରାସ୍ତାରେ ଷଣ୍ଢକୁ ଧକ୍କା ଦେଇ ଗଛରେ ପିଟଥିଲେ ବାଇକ୍‌ , ଚାଲିଗଲା ଜୀବନ ଦୁର୍ଘଟଣାରେ ବାଇକ ଚାଳକକଙ୍କ ମୃତ୍ୟୁ

ଦିଗପହଣ୍ଡି,୩୧।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଗାଁ ଛକରେ ମଙ୍ଗଳବାର ଅପରାହ୍ନ ପ୍ରାୟ ସାଢେ ୪ଟାରେ ଦୁର୍ଘଟଣାରେ ଜଣେ ଯୁବକଙ୍କ…

୩୦ ବର୍ଷ ସରକାରୀ ସେବା ନିୟମିତ ନ ହୋଇ ଅବସର ନେଲେ ଟୁନା ଜେନା

ଭଞ୍ଜନଗର,୩୧।୩(ବାବୁଲା ପ୍ରଧାନ): ତ୍ରୁଟିପୂର୍ଣ୍ଣ ସରକାରୀ ବିଧି ବ୍ୟବସ୍ଥା ଭିତରେ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ୩୦ ବର୍ଷ ସରକାରୀ ସେବା ଯୋଗାଇଥିଲେ ମଧ୍ୟ ନିୟମିତ କର୍ମଚାରୀ ମାନ୍ୟତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri