ସମ୍ପତ୍ତି ବିବରଣୀ ନ ଦାଖଲ କଲେ ହେବ ନାହିଁ ପ୍ରମୋଶନ: ଓଡ଼ିଶା ସରକାରଙ୍କ କଡ଼ା ନିଷ୍ପତ୍ତି, ଡେଡ଼ଲାଇନ୍…

ଭୁବନେଶ୍ୱର,୨୭।୧୦: ଓଡ଼ିଶା ସରକାର ୨୦୨୪ ବର୍ଷର ସମ୍ପତ୍ତି ବିବରଣୀ ଦାଖଲ ପାଇଁ କୌଣସି ସମୟ ବୃଦ୍ଧି ଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଏଚ୍‌ଆର୍‌ଏମ୍‌ଏସ୍ ପୋର୍ଟାଲ୍ ପୁନର୍ବାର ଖୋଲାଯିବ ନାହିଁ। ସାଧାରଣ ପ୍ରଶାସନ ଓ ଜନଅଭିଯୋଗ ବିଭାଗ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛି।

ବିଜ୍ଞପ୍ତିରେ କୁହାଯାଇଛି, ଅନେକ କର୍ମଚାରୀ ନିର୍ଦ୍ଧାରିତ ସମୟ ମଧ୍ୟରେ ବିବରଣୀ ଦାଖଲ କରିନଥିବାରୁ ସମୟ ବୃଦ୍ଧି ଦାବି ହୋଇଥିଲା। କିନ୍ତୁ ପ୍ରଶାସନିକ ଅନୁଶାସନ ରକ୍ଷା ପାଇଁ କୌଣସି ଛାଡ଼ ଦିଆଯିବ ନାହିଁ। ୨୦୨୪ର ବିବରଣୀ ନ ଦାଖଲ କରିଥିବା କର୍ମଚାରୀମାନେ ପଦୋନ୍ନତି ପାଇଁ ଯୋଗ୍ୟ ବିବେଚିତ ହେବେ ନାହିଁ। ପରବର୍ତ୍ତୀ ବର୍ଷରେ ଅନୁପାଳନ ନ କଲେ ଡିପିସିରେ ବିଚାର ହେବ ନାହିଁ।

୨୦୨୫ ବର୍ଷର ବିବରଣୀ (୨୦୨୬ ଜାନୁଆରି ୧ରୁ ୩୧ ତାରିଖ ମଧ୍ୟରେ) ଏବଂ ଭବିଷ୍ୟତରେ ଡେଡ଼ଲାଇନ୍ କଡ଼ାକଡ଼ି ପାଳନ କରାଯିବ। ବିଭାଗୀୟ ମୁଖ୍ୟଙ୍କ ଦାୟିତ୍ୱରେ ୧୦୦% ଅନୁପାଳନ ନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।

Share