ଅନ୍ୟ ଜାତିରେ ବିବାହ କରିଥିବାରୁ କେହି ଛୁଇଁଲେନି, ୧୨ ଘଣ୍ଟା ପଡ଼ିରହିଲା ମୃତଦେହ

ଅମରପାଲି,୨୮ା୯(ପୀତାମ୍ବର ସାହୁ): ଅନ୍ୟ ଜାତିରେ ବିବାହ କରିଥିଲେ ବୋଲି ମୃତ୍ୟୁ ପରେ କେହି ବି ଛୁଇଁଲେନି ମୃତଦେହ। ନୀରବଦ୍ରଷ୍ଟା ସାଜିଲେ ଜ୍ଞାତିକୁଟୁମ୍ବ ବନ୍ଧୁ ବାନ୍ଧବ ଓ ଗ୍ରାମବାସୀ। ଶେଷରେ ସାମାଜିକ ସଙ୍ଗଠନର ସ୍ବେଚ୍ଛାସେବୀମାନେ ଆସି ମୃତଦେହ ଅନ୍ତିମ ସଂସ୍କାର କରିଛନ୍ତି। ଏଭଳି ଏକ ଲଜ୍ଜିତ ଘଟଣା ଘଟିଛି ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ବହଳପଦର ପଞ୍ଚାୟତର ଚିଙ୍ଗିରାନାଲି ଗ୍ରାମରେ। ଗ୍ରାମର ସୁମିତ୍ରା ପଧାନ (୮୫)ଙ୍କ ଗୁରୁବାର ସକାଳେ ମୃତ୍ୟୁ ଘଟିଥିଲା। ସେ ଅନ୍ୟ ଜାତିରେ ବିବାହ କରିଥିବାରୁ ଜାତି ପ୍ରଥା ଯୋଗୁ ତାଙ୍କୁ ଜାତି ସମାଜରୁ ବାସନ୍ଦ କରାଯାଇଥିଲା। ସେହି ଦିନଠାରୁ ସୁମିତ୍ରା ତାଙ୍କ ସ୍ବାମୀ ବେଦ ପଧାନଙ୍କ ସହିତ ଚିଙ୍ଗିରାନାଲିର ଗାଁ ମୁଣ୍ଡରେ ଘର କରି ରହିଥିଲେ।

ସୁମିତ୍ରା ମାହାର ଜାତିର ହୋଇଥିବା ବେଳେ ତାଙ୍କ ସାମୀ ତମଲା ଜାତିର ହୋଇଥିବାରୁ ଦମ୍ପତିଙ୍କୁ ଜାତି ସମାଜରୁ ଅଲଗା କରାଯାଇଥିଲା। ଗତ ମାର୍ଚ୍ଚ ୨୭ ତାରିଖରେ ସୁମିତ୍ରାଙ୍କ ସ୍ବାମୀଙ୍କ ମୃତ୍ୟୁ ହୋଇଥିଲା। ସେତେବେଳେ ମଧ୍ୟ ଜାତି ସମାଜର କଟକଣା ଯୋଗୁ କେହି ମୃତଦେହକୁ ଛୁଇଁ ନ ଥିଲେ। ଘରେ ପ୍ରାୟ ୧୦ ଘଣ୍ଟା ମୃତଦେହ ପଡ଼ି ରହିବା ପରେ ଏକ ବିନିକାର ଏଚ୍‌ଟୁଓ ସାମାଜିକ ସଙ୍ଗଠନର ସଦସ୍ୟମାନେ ଅନ୍ତିମ ସଂସ୍କାର କରିଥିଲେ। ସେହି ଦିନଠାରୁ ସୁମିତ୍ରା ଏକୁଟିଆ ଘରେ ରହୁଥିଲେ। ମାସିକ ଭତ୍ତା ଓ ପାଞ୍ଚ କେଜି ଚାଉଳ ବ୍ୟତୀତ ଆଉ କୌଣସି ସହାୟତା ପାଉ ନ ଥିଲେ। ଏଣୁ ଅନେକ ସମୟରେ ସେ ଭୋକ ଉପାସରେ ରହୁଥିଲେ। ଗାଁ ର ଲୋକେ କେବେ କେମିତି କିଛି ଖାଇବାକୁ ଦେଉଥିଲେ। ତେବେ ଗୁରୁବାର ସୁମିତ୍ରାଙ୍କ ମୃତ୍ୟୁ ପରେ ଜାତି ସମାଜର କୁସଂସ୍କାର ଯୋଗୁ କେହି ବି ମୃତଦେହ ଛୁଇଁଲେ ନାହିଁ। ଫଳରେ ଦୀର୍ଘ ୧୨ ଘଣ୍ଟା ଧରି ମୃତଦେହ ଘରେ ପଡ଼ି ରହିଥିଲା। ଅନ୍ତିମ ସଂସ୍କାର ପାଇଁ ନା ଆସିଲା ପ୍ରଶାସନ ନା କୌଣସି ଜନପ୍ରତିନିଧି। ଶେଷରେ ଖବର ପାଇ ରାତିରେ ସୋନପୁରର ବୁଢ଼ାରଜା ସାମାଜିକ ସଂଗଠନ ଓ ଖଣ୍ଡହତାର ସିୟା ସ୍ବେଚ୍ଛାସେବୀ ସଂଗଠନର ସଭ୍ୟମାନେ ଆସି ମୃତଦେହ ନେଇ ସୋନପୁରସ୍ଥିତ ମହାନଦୀ କୂଳରେ ରାମେଶ୍ବର ଘାଟରେ ରୀତିନୀତି ମତେ ଅନ୍ତିମ ସଂସ୍କାର କରିଛନ୍ତି। ବୁଢ଼ାରଜା ସାମାଜିକ ସଂଗଠନର ସଭାପତି ଶିବ ଶଙ୍କର ନାଏକ ଏବଂ ସିୟା ସଂଗଠନର ସଭାପତି ଦିଲ୍ଲୀପ କୁମାର ପଧାନ, ସମ୍ପାଦକ ସୁଦାମ ଗାଈଗରିଆ, କାର୍ଯ୍ୟକାରୀ ସଭାପତି ସୁଶାନ୍ତ ଭୋଇ, ବରିଷ୍ଠ ସଭ୍ୟ ପ୍ରମୋଦ ପଣ୍ଡା ପ୍ରମୁଖ ମୃତଦେହକୁ ନେଇ ଅନ୍ତିମ ସଂସ୍କାର କରିଛନ୍ତି। ସ୍ବେଚ୍ଛାସେବୀ ସଂଗଠନର ଏହି କାର୍ଯ୍ୟକୁ ଅଞ୍ଚଳରେ ପ୍ରଶଂସା କରାଯାଉଛି।

ଏନେଇ ବୀରମହାରାଜପୁର ବରିଷ୍ଠ ନାଗରିକ ସଙ୍ଗଠନର ସଭାପତି ଉକ୍ତ ଘଟଣାକୁ ନିନ୍ଦା କରିଛନ୍ତି। ଆଧୁନିକ ସମାଜରେ ଏଭଳି କୁସଂସ୍କାର ନିନ୍ଦନୀୟ କହିବା ସହିତ ମୃତଦେହ ଦୀର୍ଘ ସମୟ ପଡ଼ି ରହିବା ଲଜ୍ଜାଜନକ ବୋଲି କହିଛନ୍ତି। ଏହା ସହିତ ଅନ୍ତିମ ସଂସ୍କାର କରିଥିବା ସ୍ବେଚ୍ଛାସେବୀମାନେ ପ୍ରଶଂସାର ପାତ୍ର ବୋଲି କହିଛନ୍ତି। ଏନେଇ ବୀରମହାରାଜପୁର ବିଡିଓ ସୁଶ୍ରୀ ପ୍ରିୟଦର୍ଶିନୀ ମିର୍ଦ୍ଧାଙ୍କୁ ପଚାରିବାରୁ ଏନେଇ ଆମକୁ ପଞ୍ଚାୟତ ତରଫରୁ ବା ଅନ୍ୟ କୌଣସି ସୂତ୍ରରୁ ସୂଚନା ଦେଇ ନାହାନ୍ତି ବୋଲି କହିବା ସହିତ ସ୍ବେଚ୍ଛାସେବୀଙ୍କୁ ସାଧୁବାଦ ଜଣାଇଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୮୧୦ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍‌ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ…

ଚୀରନିଦ୍ରାରେ ବଲିଉଡ଼ର ଭେଟେରାନ ଆକ୍ଟର ‘ନାନା ପାଟେକର’

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୋଆର ଡୋନା ପାଉଲା ସ୍ଥିତ…

‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

ଭୁବନେଶ୍ୱର,୮।୧୦: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି…

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୮ା୧୦, (ରବିନାରାୟଣ ଜେନା): କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ୪ ଦଫା ଦାବି ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

ପାଟ୍ରୋଲିଂ ବେଳେ କାର୍‌ ଡିକିରୁ ଆସିଲା ଛେଳି ଗନ୍ଧ, ଧରାପଡ଼ିଲେ ୪ ଚୋର; କାର୍‌-ଖଣ୍ଡା ଜବତ…

ଦିଗପହଣ୍ଡି,୭|୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଅନ୍ତର୍ଗତ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ଜଣେ ଚାଷୀଙ୍କ ଗୁହାଳରୁ ଛେଳି ଚୋରି ଘଟଣାରେ ପୋଲିସ ୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?