Coronavirus virus outbreak and coronaviruses influenza background as dangerous flu strain cases as a pandemic medical health risk concept with disease cells as a 3D render
ଭୁବନେଶ୍ୱର, ୧୭।୫(ବ୍ୟୁରୋ):ରାଜ୍ୟରେ କରୋନାକୁ ନେଇ ଏବେ ଭୟଙ୍କର ସ୍ଥିତି ଉପୁଜିବାରେ ଲାଗିଛି। ଦ୍ୱିତୀୟ ଲହର ସମସ୍ତଙ୍କ ନିଦ ହଜାଇ ଦେଇଥିବାବେଳେ ନୂଆ ଷ୍ଟ୍ରେନ୍ ଅଧିକ ଦ୍ରୁତ ଓ ଘାତକ ହେଉଛି। ୧୦ଦିନରେ ସଂକ୍ରମଣ ଲକ୍ଷେ ପାର୍ କରୁଥିବାବେଳେ ଦୈନିକ ୧୫ରୁ ଊର୍ଦ୍ଧ୍ୱ ଜୀବନ ଯାଉଛି। ଏ ପରିସ୍ଥିତିରେ ସଂକ୍ରମଣକୁ ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତମନ୍ତବ୍ୟ ବାରମ୍ବାର ବଦଳୁଥିବାରୁ ଏହା ଲୋକଙ୍କୁ ଆଶ୍ୱସ୍ତି ବଦଳରେ ବିଭ୍ରାନ୍ତ କରୁଛି। ସଂକ୍ରମଣ କେବେ କମିବ ତାହାକୁ ନେଇ କେହି କିଛି ସ୍ପଷ୍ଟ ତଥ୍ୟ ଦେଇପାରୁନାହାନ୍ତି। କେବଳ ବର୍ତ୍ତମାନର ସ୍ଥିତିକୁ ଦେଖି ସମସ୍ତେ କଥା କହି ବାହାବା ନେବାରେ ଲାଗିଛନ୍ତି।
ପୂର୍ବରୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହୁଥିଲେ, ମେ’ ୧୫ ବେଳକୁ ଓଡ଼ିଶାରେ କରୋନା ପିକ୍ ବା ଶୀର୍ଷରେ ପହଞ୍ଚତ୍ବ। କିନ୍ତୁ ଏବେସୁଦ୍ଧା ପିକ୍ରେ ପହଞ୍ଚତ୍ଲାଣି କି ନାହିଁ ତାହା କେହି ସ୍ପଷ୍ଟ କରିପାରୁନାହାନ୍ତି। ଦୈନିକ ଟେଷ୍ଟିଂର ପ୍ରାୟ ୨୦ପ୍ରତିଶତ ପଜିଟିଭ୍ ହାର ରହୁଛି। ଗତ କିଛି ଦିନର ରେକର୍ଡକୁ ଦେଖିଲେ ଜଣାପଡ଼ୁଛି ଯେ, ଯେତେ ଅଧିକ ଟେଷ୍ଟିଂ ହେଉଛି, ପଜିଟିଭ୍ ସଂଖ୍ୟା ସେତେ ବଢ଼ୁଛି। ବର୍ତ୍ତମାନ ଦୈନିକ ପ୍ରାୟ ୫୫ରୁ ୫୭ହଜାର ଟେଷ୍ଟିଂ ହେଉଥିବାବେଳେ ୧୦ରୁ ୧୨ହଜାର ସଂକ୍ରମିତ ଚିହ୍ନଟ ହେଉଛନ୍ତି। ଏବେ ପୁଣି କୁହାଗଲାଣି ମେ’ ଶେଷ ସପ୍ତାହ କିମ୍ବା ଜୁନ୍ ପ୍ରଥମ ସପ୍ତାହ ବେଳକୁ ସଂକ୍ରମଣ କମିବ। ସ୍ବାସ୍ଥ୍ୟ ବିଶେଷଜ୍ଞ ଡା. ନିରୋଜ ମିଶ୍ର କହିଛନ୍ତି, ରାଜ୍ୟରେ ଏବେ ପ୍ଲାଟ୍ୟୁ ଷ୍ଟେଜ୍ରେ ସଂକ୍ରମଣ ରହିଛି। ଆସନ୍ତା ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଏପରି ସ୍ଥିତି ଲାଗି ରହିବ। ମେ’ ଶେଷ ଅବା ଜୁନ୍ ପ୍ରଥମରୁ ସଂକ୍ରମଣ ଧୀରେ ଧୀରେ କମିବ। ମେ’ ୩୧ ପରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ହଜାର ତଳକୁ ଯିବ। ଜୁନ୍ ମଧ୍ୟଭାଗ ବେଳକୁ ଦୈନିକ ସଂକ୍ରମଣ ଅପେକ୍ଷାକୃତ କମିଯାଇଥିବ। ତେଣୁ ଆଉ ଗୋଟିଏ ସପ୍ତାହ ଲକ୍ଡାଉନ୍ ହେବା ଉଚିତ ବୋଲି ସେ କହିଛନ୍ତି। ତେଣୁ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଏଭଳି ମତକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି। କରୋନା ସ୍ଥିତି ସୁଧୁରିବ ଓ ଜୀବନଜୀବିକା ପୁଣି ସ୍ବାଭାବିକ ହେବ ବୋଲି ରାଜ୍ୟବାସୀ ଯେଉଁ ଆଶା ରଖିଥିଲେ ତାହା ଏବେ ଚିନ୍ତା ବଢ଼ାଇ ଦେଇଛି।