ଏଠାରେ ଆଉ ପିନ୍ଧା ଯିବନି ମାସ୍କ୍‌…

ସିଙ୍ଗାପୁର,୨୪।୩ : ସିଙ୍ଗାପୁରରୁ ଏବେ କରୋନା କଟକଣା ହଟିବାକୁ ଯାଉଛି। ଟିକାକରଣ ପରେ ସିଙ୍ଗାପୁର ପ୍ରଶାସନ ନିଷ୍ପତ୍ତି ନେଇଛି ଯେ ଲୋକଙ୍କ ଗତିବିଧି ଉପରେ ଆଉ ପ୍ରତିବନ୍ଧକ ଲଗାଯିବ ନାହିଁ। ଏହା ବ୍ୟତୀତ, ଯଦି କେହି ଟିକାର ସମସ୍ତ ଡୋଜ୍‌ ନେଇଛନ୍ତି, ତେବେ ତାଙ୍କ ପାଇଁ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ।

କରୋନା ମାମଲା ହ୍ରାସ ପରେ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ହେସିଏନ୍‌ ଲୋଙ୍ଗ୍‌ କହିଛନ୍ତି ଯେ ବର୍ତ୍ତମାନ ପାଞ୍ଚ ଜଣଙ୍କ ବଦଳରେ ୧୦ ଜଣ ଲୋକ ଗୋଟିଏ ସ୍ଥାନରେ ଏକାଠି ହୋଇପାରିବେ ଏବଂ ୭୫ ପ୍ରତିଶତ କର୍ମଚାରୀ ଅଫିସକୁ ଯାଇ ପାରିବେ। ଯାତ୍ରୀମାନଙ୍କ ପାଇଁ ପରୀକ୍ଷା ଏବଂ କ୍ୱାରେଣ୍ଟାଇନ କଟକଣାକୁ କୋହଳ କରାଯିବ।

ମାର୍ଚ୍ଚ ୨୯ରୁ କରୋନା ସହ ଜଡିତ ବହୁ ପ୍ରତିବନ୍ଧକ ହଟାଯିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ଆମକୁ କରୋନା ସହିତ ବଞ୍ଚିବାକୁ ପଡ଼ିବ ବୋଲି ସେ ଏହା ସ୍ପଷ୍ଟ କରିଛନ୍ତି।

ପର୍ଯ୍ୟଟନ ଶିଳ୍ପକ ସ୍ବାଭାବିକ କରିବା ପାଇଁ ସିଙ୍ଗାପୁର ମାଲେସିଆ, ଥାଇଲାଣ୍ଡ ଏବଂ ଭିଏତନାମ ସହିତ ଟିକାକରଣ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଆବଶ୍ୟକ କ୍ୱାରେଣ୍ଟାଇନ ଏବଂ କୋଭିଡ ପରୀକ୍ଷଣର ନିୟମକୁ ମଧ୍ୟ କୋହଳ କରାଯାଇଛି। ସିଙ୍ଗାପୁର ପ୍ରଶାସନ କହିଛି ଯେ ବାହାରେ ମାସ୍କ ପିନ୍ଧିବା ଜରୁରୀ ନୁହେଁ। ଘର ଭିତରେ ସଂକ୍ରମଣର ଅଧିକ ଆଶଙ୍କା ରହିଥାଏ। ତେଣୁ ଘରେ ମାସ୍କ୍‌ ପିନ୍ଧିବା ଜରୁରୀ ବୋଲି ପ୍ରଶାସନ କହିଛି।

ଇସ୍ରାଏଲ ପ୍ରଥମେ ନିଜକୁ କରୋନାମୁକ୍ତ ଘୋଷଣା କରିଥିଲା। ଟିକାକରଣ ପରେ ଜନସଂଖ୍ୟାର ୭୦ ପ୍ରତିଶତଙ୍କୁ ଆଉ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ ବୋଲି ସରକାର ଘୋଷଣା କରିଥିଲେ। ଏହା ବ୍ୟତୀତ ଭୁଟାନ ପରି ଛୋଟ ଦେଶ ମଧ୍ୟ ମାସ୍କରୁ ମୁକ୍ତି ଘୋଷଣା କରି ସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜ ଦଳର ମନ୍ତ୍ରୀଙ୍କୁ ଘେରିଲେ ମୈଥିଳୀ ଠାକୁର: ଗୃହରେ ସମସ୍ତେ ଆଶ୍ଚର୍ଯ୍ୟ

ପାଟନା,୧୦।୧: ବିହାର ବିଧାନସଭାର ବଜେଟ ଅଧିବେଶନରେ ସରକାରୀ ହସ୍ପିଟାଲଗୁଡ଼ିକର ଶୋଚନୀୟ ଅବସ୍ଥା ପୁଣି ଥରେ ଆଲୋଚନାର କେନ୍ଦ୍ରବିନ୍ଦୁ ପାଲଟିଛି। ଏଥର ଯୁବ ବିଧାୟକ ଏବଂ ପ୍ରସିଦ୍ଧ ଲୋକ…

‘ୟେ ଦୋସ୍ତି ହମ୍‌ ନେହିଁ ତୋଡେଙ୍ଗେ’, ଭାରତକୁ ନେଇ ରୁଷିଆର ବଡ଼ ବୟାନ, ପାକିସ୍ତାନ ଶୁଣିଲେ…

ନୂଆଦିଲ୍ଲୀ,୧୦।୨: “ୟେ ଦୋସ୍ତି ହମ୍‌ ନେହିଁ ତୋଡେଙ୍ଗେ” ଶୋଲେର ଜୟ ଏବଂ ବୀରୁଙ୍କ ବନ୍ଧୁତା ଉପରେ ଆଧାରିତ ଏହି ଗୀତଟି ରୁଷିଆ ଏବଂ ଭାରତ ପାଇଁ ଉପଯୁକ୍ତ।…

ପାକିସ୍ତାନର ନାହିଁ ଦମ୍‌! ପୂର୍ବରୁ ଭାରତ କରି ସାରିଛି ମ୍ୟାଚ ବୟକଟ

ନୂଆଦିଲ୍ଲୀ,୧୦।୨: ଭାରତ ଏବଂ ପାକିସ୍ତାନ ମଧ୍ୟରେ ICC T20 ବିଶ୍ୱକପ ମ୍ୟାଚ ନେଇ ବିବାଦର ଅନ୍ତ ଘଟିଛି। ICC ବୈଠକ ପରେ ସୋମବାର PCB ଏବଂ ପାକିସ୍ତାନ…

ଘରର ଛାତ ଉପରେ ରଖନ୍ତୁନି ଏପରି ଜିନିଷ: ହୋଇପାରେ ବଡ଼ କ୍ଷତି

ବାସ୍ତୁଶାସ୍ତ୍ର ଅନୁଯାୟୀ ଘରର ଛାତ ଉପରେ କିଛି ଜିନିଷ ରଖିବା ବର୍ଜିତ। କାହିଁକି ନା ଏହାଦ୍ୱାରା ବାସ୍ତୁଦୋଷ ଲାଗିଥାଏ। ବାସ୍ତୁଶାସ୍ତ୍ର ଅନୁଯାୟୀ ଅନାବଶ୍ୟକ ସାମଗ୍ରୀ ରଖିବା ଦ୍ୱାରା…

ନୂତନ ଏନ୍‌ଏସି ପାଇଁ ୧୩ ୱାର୍ଡ ପରିକଳ୍ପନା: ଅନୁପସ୍ଥିତ ରହିଲେ ଭାରପ୍ରାପ୍ତ କାର୍ଯ୍ୟନିର୍ବାହୀ ଅଧିକାରୀ

ଲୋଇସିଂହା,୧୦।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ ସଭାଗୃହରେ ରବିବାର ନବଗଠିତ ଲୋଇସିଂହା ଏନ୍‌ଏସି ସୀମା ନିର୍ଦ୍ଧରଣ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ପ୍ରଶାସନ ପକ୍ଷରୁ…

ବିଜୁ ଏକ୍ସପ୍ରେସ୍‌ ୱେ ମରଣଯନ୍ତା: ପ୍ରତିଦିନ ଦୁର୍ଘଟଣା

ନୂଆପଡ଼ା,୧୦ା୨ (ମକାରୁ ବେମାଲ): ନୂଆପଡ଼ା ଜିଲାର ଲାଇଫ୍‌ଲାଇନ କୁହାଯାଉଥିବା ବିଜୁ ଏକ୍ସପ୍ରେସ୍‌ ଫୋର ୱେ ଏବେ ମରଣଯନ୍ତା ପାଲଟିଛି। ଏଥିଯୋଗୁ ପ୍ରତିଦିନ ଛୋଟବଡ଼ ଦୁର୍ଘଟଣା ଘଟି ନିରୀହ…

Video: ଶ୍ରୀଲଙ୍କାରେ ପାକିସ୍ତାନ ଟିମ୍‌କୁ ଏମିତି କରାଗଲା ସ୍ବାଗତ! ଭାଇରାଲ ଭିଡ଼ିଓକୁ ନେଇ ମଜା ଉଡାଉଛନ୍ତି ୟୁଜର

ନୂଆଦିଲ୍ଲୀ,୧୦।୨: ICC T20 ବିଶ୍ୱକପ 2026 ଆରମ୍ଭ ହୋଇସାରିଛି, ଏବଂ ପାକିସ୍ତାନ ଦଳ ଶ୍ରୀଲଙ୍କାରେ ତାର ସମସ୍ତ ମ୍ୟାଚ ଖେଳୁଛି। ତଥାପି, କ୍ରିକେଟ ଅପେକ୍ଷା ଅଧିକ ଆଲୋଚନା…

VIDEO: ବ୍ୟସ୍ତବହୁଳ ରାସ୍ତାରେ କ୍ରାଶ ଲ୍ୟାଣିଂ କଲା ବିମାନ, ଅନେକ କାର ସହିତ ଧକ୍କା…

ନୂଆଦିଲ୍ଲୀ, ୧୦।୨: ଆମେରିକାର ଜର୍ଜିଆରେ ଏକ ବଡ଼ ଦୁର୍ଘଟଣା ଟଳି ଯାଇଛି । ଜର୍ଜିଆର ଗେନ୍ସଭିଲରେ ରାସ୍ତା ମଝିରେ ଏକ ବିମାନ ଜରୁରୀକାଳୀନ ଅବତରଣ କରିଥିଲା। ଦୁର୍ଘଟଣାଗ୍ରସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri