ଏଠାରେ ଆଉ ପିନ୍ଧା ଯିବନି ମାସ୍କ୍‌…

ସିଙ୍ଗାପୁର,୨୪।୩ : ସିଙ୍ଗାପୁରରୁ ଏବେ କରୋନା କଟକଣା ହଟିବାକୁ ଯାଉଛି। ଟିକାକରଣ ପରେ ସିଙ୍ଗାପୁର ପ୍ରଶାସନ ନିଷ୍ପତ୍ତି ନେଇଛି ଯେ ଲୋକଙ୍କ ଗତିବିଧି ଉପରେ ଆଉ ପ୍ରତିବନ୍ଧକ ଲଗାଯିବ ନାହିଁ। ଏହା ବ୍ୟତୀତ, ଯଦି କେହି ଟିକାର ସମସ୍ତ ଡୋଜ୍‌ ନେଇଛନ୍ତି, ତେବେ ତାଙ୍କ ପାଇଁ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ।

କରୋନା ମାମଲା ହ୍ରାସ ପରେ ସିଙ୍ଗାପୁରର ପ୍ରଧାନମନ୍ତ୍ରୀ ଲି ହେସିଏନ୍‌ ଲୋଙ୍ଗ୍‌ କହିଛନ୍ତି ଯେ ବର୍ତ୍ତମାନ ପାଞ୍ଚ ଜଣଙ୍କ ବଦଳରେ ୧୦ ଜଣ ଲୋକ ଗୋଟିଏ ସ୍ଥାନରେ ଏକାଠି ହୋଇପାରିବେ ଏବଂ ୭୫ ପ୍ରତିଶତ କର୍ମଚାରୀ ଅଫିସକୁ ଯାଇ ପାରିବେ। ଯାତ୍ରୀମାନଙ୍କ ପାଇଁ ପରୀକ୍ଷା ଏବଂ କ୍ୱାରେଣ୍ଟାଇନ କଟକଣାକୁ କୋହଳ କରାଯିବ।

ମାର୍ଚ୍ଚ ୨୯ରୁ କରୋନା ସହ ଜଡିତ ବହୁ ପ୍ରତିବନ୍ଧକ ହଟାଯିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ଆମକୁ କରୋନା ସହିତ ବଞ୍ଚିବାକୁ ପଡ଼ିବ ବୋଲି ସେ ଏହା ସ୍ପଷ୍ଟ କରିଛନ୍ତି।

ପର୍ଯ୍ୟଟନ ଶିଳ୍ପକ ସ୍ବାଭାବିକ କରିବା ପାଇଁ ସିଙ୍ଗାପୁର ମାଲେସିଆ, ଥାଇଲାଣ୍ଡ ଏବଂ ଭିଏତନାମ ସହିତ ଟିକାକରଣ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଆବଶ୍ୟକ କ୍ୱାରେଣ୍ଟାଇନ ଏବଂ କୋଭିଡ ପରୀକ୍ଷଣର ନିୟମକୁ ମଧ୍ୟ କୋହଳ କରାଯାଇଛି। ସିଙ୍ଗାପୁର ପ୍ରଶାସନ କହିଛି ଯେ ବାହାରେ ମାସ୍କ ପିନ୍ଧିବା ଜରୁରୀ ନୁହେଁ। ଘର ଭିତରେ ସଂକ୍ରମଣର ଅଧିକ ଆଶଙ୍କା ରହିଥାଏ। ତେଣୁ ଘରେ ମାସ୍କ୍‌ ପିନ୍ଧିବା ଜରୁରୀ ବୋଲି ପ୍ରଶାସନ କହିଛି।

ଇସ୍ରାଏଲ ପ୍ରଥମେ ନିଜକୁ କରୋନାମୁକ୍ତ ଘୋଷଣା କରିଥିଲା। ଟିକାକରଣ ପରେ ଜନସଂଖ୍ୟାର ୭୦ ପ୍ରତିଶତଙ୍କୁ ଆଉ ମାସ୍କ ପିନ୍ଧିବାର ଆବଶ୍ୟକତା ନାହିଁ ବୋଲି ସରକାର ଘୋଷଣା କରିଥିଲେ। ଏହା ବ୍ୟତୀତ ଭୁଟାନ ପରି ଛୋଟ ଦେଶ ମଧ୍ୟ ମାସ୍କରୁ ମୁକ୍ତି ଘୋଷଣା କରି ସାରିଛି।


Enter your email to get our daily news in your inbox.

All Right Reserved By Dharitri.Com

Bangladesh elections: ତାରିକ ଫେରିବା ପରେ ହାତ ମିଳାଇଲେ ଦୁଇ ଭାରତ ବିରୋଧୀ ଦଳ, ଜାଣନ୍ତୁ କ’ଣ କହୁଛି ରାଜନୈତିକ ସମିକରଣ

ଢାକା,୨୬।୧୨: ବାଂଲାଦେଶରେ ଫେବୃଆରୀରେ ଜାତୀୟ ର୍ନିବାଚନ ହେବାକୁ ଯାଉଛି, ଯାହା ରାଜନୈତିକ କାର୍ଯ୍ୟକଳାପକୁ ବୃଦ୍ଧି କରୁଛି। ଏହାକୁ ଦୃଷ୍ଟିରେ ରଖି, ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର...

Bangladesh Violence: ବାଂଲାଦେଶ ଫେରୁ ଫେରୁ ତାରିକ ଅହମଦଙ୍କୁ କାହିଁକି ଫୋନ କଲେ ୟୁନୁସ? ପିତାଙ୍କ କବର ସ୍ଥଳକୁ ଯିବେ ‘ଡାର୍କ ପ୍ରିନ୍ସ’

ଢାକା,୨୬।୧୨: ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି (BNP)ର କାର୍ଯ୍ୟକାରୀ ସଭାପତି ଏବଂ ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆଙ୍କ ପୁଅ ତାରିକ ରହମାନ ୧୭ ବର୍ଷ ପରେ ଗୁରୁବାର...

ବୈଭବ ସୂର୍ଯ୍ୟବଂଶୀଙ୍କୁ ମିଳିଲା ବଡ଼ ପୁରସ୍କାର: ରାଷ୍ଟ୍ରପତି ଦେଲେ….

ନୂଆଦିଲ୍ଲୀ,୨୬।୧୨: ଭାରତର ଯୁବ କ୍ରିକେଟର ବୈଭବ ସୂର୍ଯ୍ୟବଂଶୀ ପ୍ରତ୍ୟେକ ଦିନ ନୂଆ ନୂଆ ସଫଳତା ହାସଲ କରୁଛନ୍ତି। ମାତ୍ର ୧୪ ବର୍ଷ ବୟସରେ ବୈଭବ କ୍ରିକେଟ...

୨୦୨୬ର ପ୍ରଥମ ଦିନ ଭୁଲ୍‌ରେ ବି କରନ୍ତୁ ନାହିଁ ଏହି କାମ: ନଚେତ୍‌ ବର୍ଷସାରା ଗୋଡ଼ାଇବ ଦରିଦ୍ରତା

ନୂଆଦିଲ୍ଲୀ,୨୬।୧୨: ପ୍ରତିବର୍ଷ ଜାନୁଆରୀ ୧ କେବଳ ତାରିଖ ପରିବର୍ତ୍ତନ ନୁହେଁ, ବରଂ ବର୍ଷ ପରିବର୍ତ୍ତନକୁ ମଧ୍ୟ ଚିହ୍ନିତ କରେ। ୨୦୨୬ ନୂତନ ବର୍ଷ ଆସିବାକୁ ଆଉ...

ଜଳସମ୍ପଦ କର୍ମଚାରୀଙ୍କ ଦାନ ଅର୍ଥରେ ଚାଲିଛି ଅଞ୍ଚଳବାସୀଙ୍କ ସେବା, ଆଗାମୀ ଦିନରେ…

ଭଞ୍ଜନଗର,୨୬ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଜଳସମ୍ପଦ ବିଭାଗ କର୍ମଚାରୀମାନେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛନ୍ତି। କର୍ମଚାରୀମାନେ ୨୦୧୦ରେ ମିଶି ଭଞ୍ଜନଗର ଜଳସେଚନ ବିଭାଜନ କର୍ମଚାରୀ...

ରାତି ଅଧରେ ଲାଗିଲା ଗାଡ଼ି ଆଉ ତୁରନ୍ତ ଖାଲି ହେଲା ସରକାରୀ ଘର, ଗୋଟିଏ ମାସ ପୂର୍ବରୁ ମିଳିଥିଲା ନୋଟିସ

ପାଟନା,୨୬।୧୨: ବିହାରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ରାବ୍ରିଙ୍କ ବାସଭବନରୁ ଛୋଟ ଜିନିଷପତ୍ର ହଟାଇବା ପ୍ରକ୍ରିୟା ଆରମ୍ଭ ହୋଇଛି। ଗୁରୁବାର ରାତିରେ, ପାଟନାର ୧୦ ସର୍କୁଲାର ରୋଡରେ ଥିବା...

୨୯ ବଲରେ ଅର୍ଦ୍ଧଶତକ କରି ପ୍ରଶଂସକଙ୍କ ମନ ଜିଣିଲେ ବିରାଟ

ନୂଆଦିଲ୍ଲୀ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ବ୍ୟାଟସମ୍ୟାନ ବିରାଟ କୋହଲି ୨୦୨୫-୨୬ ବିଜୟ ହଜାରେ ଟ୍ରଫିରେ ଆଉ ଏକ ଚମତ୍କାର ଇନିଂସ ଖେଳି ତାଙ୍କର ପ୍ରଭାବଶାଳୀ ଫର୍ମ...

କାନାଡ଼ାରେ ଆଉ ଜଣେ ଭାରତୀୟ ଯୁବକଙ୍କୁ ଗୁଳି, ଅଭିଯୁକ୍ତ ଫେରାର

ଓଟାଓ୍ବା,୨୬।୧୨: କାନାଡ଼ାର ଟୋରଣ୍ଟୋ ବିଶ୍ୱବିଦ୍ୟାଳୟର ସ୍କାରବୋରୋ କ୍ୟାମ୍ପସ ନିକଟରେ ଗୁଳିକାଣ୍ଡରେ ଜଣେ ଭାରତୀୟ ଛାତ୍ର ପ୍ରାଣ ହରାଇଛନ୍ତି। ଭାରତୀୟ କନସୁଲେଟ ଗୁରୁବାର (ଡିସେମ୍ବର ୨୫) ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri