ଆଉ ଦେଖିବାକୁ ମିଳୁନି ମେଘଦୂତ ପୋଷ୍ଟକାର୍ଡ

ଜଗତ୍‌ସିଂହପୁର ଅଫିସ, ୪।୩: ଡାକସେବାରେ ମେଘଦୂତ ପୋଷ୍ଟକାର୍ଡର ଭୂମିକା ଗୁରୁତ୍ୱପୂର୍ଣ୍ଣ। ୧୦ କୋଟିରୁ ଊର୍ଦ୍ଧ୍ୱ ସାଧାରଣ ଜନତା ତଥା ଗରିବଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୦୨ ସେପ୍ଟେମ୍ବର ୨ରେ ମେଘଦୂତ ପୋଷ୍ଟକାର୍ଡ ପ୍ରଚଳନ ଆରମ୍ଭ କରିଥିଲେ। ଏହି କାର୍ଡର ମୂଲ୍ୟ ଥିଲା ମାତ୍ର ୨୫ ପଇସା। ଏତେ କମ୍‌ ପଇସାରେ କିପରି ପୋଷ୍ଟକାର୍ଡ ଦିଆଯାଇପାରିବ ସେନେଇ ଖସଡ଼ା ପ୍ରସ୍ତୁତ ହୋଇଥିଲା। ବିଜ୍ଞାପନ ହିଁ ଆର୍ଥିକ କ୍ଷତି ଭରଣା କରିପାରିବ ବୋଲି ଚିନ୍ତା କରାଯାଇଥିଲା। ଅର୍ଥାତ୍‌ ସରକାରୀ, ବେସରକାରୀ ତଥା ସାମାଜିକ ସଂସ୍ଥାଗୁଡ଼ିକର ସହାୟତା ନେବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ସରକାରଙ୍କ ଏହି ଆଶା ନିରାଶାରେ ପରିଣତ ହେବାକୁ ଯାଉଛି। ବିଜ୍ଞାପନ ଅଭାବ ଥିବାରୁ ଅଟକିଯାଇଛି ମେଘଦୂତ। ଦିନେ କି ମାସେ ନୁହେଁ, ବର୍ଷାଧିକ କାଳ ହେବ ଜଗତ୍‌ସିଂହପୁର ଜିଲାର କୌଣସିି ପୋଷ୍ଟ ଅଫିସରେ ଏହି କାର୍ଡ ଦେଖିବାକୁ ମିଳୁନାହିଁ। ଆଗାମୀ ଦିନରେ ମିଳିବ କି ନାହିଁ ତାହା ମଧ୍ୟ ସନ୍ଦେହ ଭିତରେ ଅଛି। ରାଜ୍ୟରେ ବଡ଼ ବଡ଼ ଶିଳ୍ପ ସଂସ୍ଥା ସାଙ୍ଗକୁ ବଦାନ୍ୟ ବ୍ୟକ୍ତି କିମ୍ବା ଅନୁଷ୍ଠାନର ଅଭାବ ନାହିଁ। କିନ୍ତୁ ମେଘଦୂତ ପାଇଁ ବିଜ୍ଞାପନ ନିମନ୍ତେ ସେମାନଙ୍କୁ ସାମିଲ କରାଯିବା ପାଇଁ ପ୍ରଚେଷ୍ଟାର ଅଭାବ ମନେହେଉଛି। ଏ ବାବଦରେ ଅର୍ଥ ବିନିଯୋଗ ପାଇଁ ଆଗ୍ରହ ପ୍ରକାଶ ନ କରିବା ଆଲୋଚନାର ବିଷୟ ହୋଇଛି।
ବିଭାଗର ଭୁବନେଶ୍ୱର ବରିଷ୍ଠ ଡାକ ଟିକଟ ସଂଗ୍ରାହକ କାଶୀନାଥ ସାହୁଙ୍କ କହିବା କଥା ହେଲା, ସାଧାରଣ ପୋଷ୍ଟକାର୍ଡର ଦାମ୍‌ ୫୦ ପଇସା ଥିବାବେଳେ ମେଘଦୂତ ଦାମ୍‌ କିନ୍ତୁ ୨୫ ପଇସା। ଇତିମଧ୍ୟରେ ସାରା ଦେଶରେ ୯୦୦ ପ୍ରକାର କାର୍ଡ ଛପା ସରିଲାଣି। କିନ୍ତୁ ଏବେ ଆଉ ପୂର୍ବ ସ୍ଥିତି ନାହିଁ। ଏହି କାର୍ଡ ଛପା ପାଇଁ ବିଜ୍ଞାପନ ଦରକାର। ପୋଷ୍ଟକାର୍ଡର ଗୋଟିଏ ପଟର ଅଧାସ୍ଥାନରେ ଠିକଣା ଓ ଅବଶିଷ୍ଟରେ ବିଜ୍ଞାପନ ପ୍ରକାଶ ପାଇବା ପାଇଁ ବ୍ୟବସ୍ଥା କରାଯାଇଛି। ହେଲେ ବିଜ୍ଞାପନ ପହଞ୍ଚୁ ନ ଥିବାରୁ ଛପା ବନ୍ଦ ରହିଛି। ଗୋଟିଏ ପୋଷ୍ଟ କାର୍ଡ ପିଛା ବିଜ୍ଞାପନଦାତା ୨ ଟଙ୍କା ହିସାବରେ ସର୍ବନିମ୍ନ ୧ ଲକ୍ଷ ଛାପିବାକୁ ୨ ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ। ଏହି ଅନୁସାରେ ଯେତେ ଅର୍ଡର ମିଳିବ ସେଇ ଅନୁସାରେ ହାଇଦ୍ରାବାଦ୍‌ର ସିକ୍ୟୁରିଟି ପ୍ରିଣ୍ଟିଂ ପ୍ରେସ୍‌କୁ ଇଣ୍ଡେନ ଯାଇଥାଏ। ରାଜ୍ୟରେ ୩୫ଟି ମୁଖ୍ୟ ଡାକଘର, ପାଖାପାଖି ୬୮୦୦ ଶାଖା ଡାକଘର ଏବଂ ସହରଗୁଡିକରେ ୪୦୦ରୁ ଅଧିକ ଡାକଘର ରହିଛି।
ତାମିଲନାଡ଼ୁ ସର୍କଲରେ ମେଘଦୂତ କାର୍ଡ ସର୍ବାଧିକ ବିକ୍ରି ହୁଏ। ୨୦୦୨ରେ ତାମିଲ ହିରୋ ରଜନୀକାନ୍ତ ପ୍ରଥମେ ବିଜ୍ଞାପନ ଦେଇଥିଲେ। ୨୦୧୦ରେ ମଧ୍ୟ ରଜନୀକାନ୍ତ ତାଙ୍କ ସୁପରହିଟ୍‌ ରୋବର୍ଟ ଫିଲ୍ମର ବିଜ୍ଞାପନ ମେଘଦୂତରେ ଦେଇଥିଲେ। ୨୦୦୮ ପର୍ଯ୍ୟନ୍ତ ମେଘଦୂତ ପୋଷ୍ଟକାର୍ଡ ଭଲ ଚାଲିଥିଲା। ଏହି ସମୟ ଭିତରେ ପାଖାପାଖି ୨୦୦ରୁ ୨୫୦ ପୋଷ୍ଟକାର୍ଡ ବାହାରିଥିଲା। କିନ୍ତୁ ୨୦୦୯ରୁ ଏହା କମିବାରେ ଲାଗିଲା। ମୋଟାମୋଟି ଭାବେ ୨୦୦୨ରୁ ଏହା ଭିତରେ ଓଡ଼ିଶା ସରକାରଙ୍କ ପକ୍ଷରୁ ମାତ୍ର ୬/୭ଥର ବିଜ୍ଞାପନ ଦିଆଯାଇଛି। କୋଭିଡ୍‌ ସମୟରେ କୌଣସି ବିଜ୍ଞାପନ ମିଳିନାହିଁ। ଆଗକୁ ନିର୍ବାଚନ ଥିବାରୁ ବିଜ୍ଞାପନ ମିଳିବାର ଆଶା ଥିବା ସାହୁ କହିଛନ୍ତି। ରାତି ପାହିଲେ ଏହି ଡାକଘରଗୁଡ଼ିକୁ ଶହ ଶହ ଲୋକଙ୍କ ଯାତାୟାତ ହେଉଛି। ମେଘଦୂତ ନ ମିଳିବାରୁ ସେମାନଙ୍କୁ ନିରାଶ ହେବାକୁ ପଡ଼ୁଛି। ଏନେଇ ସାଧାରଣ ଜନତା ଯେତିକି ଅସୁବିଧାରେ ପଡୁଛନ୍ତି ପୋଷ୍ଟାଲ କର୍ମଚାରୀମାନେ ମଧ୍ୟ ହଇରାଣ ହେଉଛନ୍ତି । ଲୋକଙ୍କୁ ବୁଝାଇବାରେ ସେମାନଙ୍କ ସମୟ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ଦ ହେବ ରୁଷିଆ-ୟୁକ୍ରେନ ଯୁଦ୍ଧ! ୩ ଘଣ୍ଟା ଚାଲିଲା ଟ୍ରମ୍ପ-ଜେଲେନସ୍କି ସାକ୍ଷାତ, ଜାଣନ୍ତୁ କ’ଣ କହିଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୨୯।୧୨:ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ଏହି ବୈଠକ ୟୁକ୍ରେନ-ରୁଷିଆ ଯୁଦ୍ଧର ଅନ୍ତ ପାଇଁ...

ବିବାହ କରିବାକୁ ଯାଉଥିଲେ ନିଶ୍ଚିତ ଯାଞ୍ଚ କରନ୍ତୁ ଏସବୁ, ନଚେତ୍‌ ପରେ କରିବେ ପଶ୍ଚାତାପ

ବିବାହ ହେଉଛି ଜୀବନର ସବୁଠାରୁ ବଡ଼ ତଥା ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ମଧ୍ୟରୁ ଗୋଟିଏ। ଏହା କେବଳ ଦୁଇଟି ଲୋକ ମଧ୍ୟରେ ସୀମିତ ସମ୍ପର୍କ ନୁହେଁ। ଦୁଇଟି...

କଂସ ବ୍ୟସ୍ତବିବ୍ରତ, ଆଜି ରଙ୍ଗସଭା

ମଥୁରାନଗରୀ/ଗୋପପୁର,୨୯ା୧୨ (ପ୍ରେମାନନ୍ଦ ଖମାରୀ:ରବିବାର ଥିଲା ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବର ପଞ୍ଚମ ଦିବସ। ଉଭୟ ମଥୁରାନଗରୀ ଏବଂ ଗୋପପୁର ଦୃଶ୍ୟାଭିନୟ ଚିତ୍ତାକର୍ଷକ ଥିଲା।...

ଫ୍ରେଞ୍ଚ ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କ ପରଲୋକ

ପ୍ୟାରିସ୍‌,୨୯ା୧୨:୫୦ ଦଶକରେ ଫ୍ରେଞ୍ଚ୍‌ ସିନେମାରେ ବିପ୍ଳବ ଆଣିବା ସହ ଯୌନ ଉଦାରତାର ପ୍ରତୀକ ପାଲଟିଥିବା ଅଭିନେତ୍ରୀ ବ୍ରିଗିଟ୍ଟେ ବାର୍ଡୋଟଙ୍କର ପରଲୋକ ହୋଇଯାଇଛି। ତାଙ୍କୁ ୯୧ ବର୍ଷ...

ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର: ଖୋଲିଲା ଶିଖରଚଣ୍ଡୀ

ଭୁବନେଶ୍ୱର,୨୯ା୧୨: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଖୋଲିଲା ଶିଖରଚଣ୍ଡୀ ପୀଠ। ପାହାଡ଼ରୁ ଦନ୍ତା ବିଦା ହେବା ପରେ ଖୋଲିଛି ଶିଖରଚଣ୍ଡୀ ପୀଠ। ମା’ଙ୍କ ଦର୍ଶନ ସହ...

ପର କରିଦେଲେ ପୁଅ: ଅର୍ଦ୍ଧନିର୍ମିତ ଘରେ ଦୟନୀୟ ଜୀବନ କାଟୁଛନ୍ତି ବୃଦ୍ଧ ଦମ୍ପତି

ଲୋଇସିଂହା,୨୯ା୧୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକ୍‌ ହୀରାପୁର ପଞ୍ଚାୟତ ଅଧୀନ ପନେସରା ଗ୍ରାମର ବୃଦ୍ଧ ଦମ୍ପତି ବିଜୁଳି ନାଏକ(୬୫), ସ୍ବାମୀ ସୁରଭି ନାଏକ(୭୦) ବେସାହାରା ହୋଇ...

ଟାଟା-ଏର୍ନାକୁଲମ୍‌ ଏକ୍ସପ୍ରେସ୍‌ରେ ହଠାତ୍‌ ଲାଗିଲା ନିଆଁ: ଜଳିଗଲା ୨ ବଗି

ଅମରାବତୀ,୨୯ା୧୨: ସୋମବାର ଆନ୍ଧ୍ରପ୍ରଦେଶର ୟେଲାମାଞ୍ଚିଲିରେ ଏକ ବଡ଼ ରେଳ ଦୁର୍ଘଟଣା ଘଟିଛି। ଟାଟା-ଏର୍ନାକୁଲମ ଏକ୍ସପ୍ରେସ୍‌ର B1 ଏବଂ M2 ବଗିରେ ହଠାତ୍‌ ନିଆଁ ଲାଗିଗଲା। ଅଗ୍ନିକାଣ୍ଡ...

ହନିମୁନ୍‌ ଅଧାରୁ ଫେରି ଆତ୍ମହତ୍ୟା କଲେ ନବଦମ୍ପତି: କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ବେଙ୍ଗାଲୁରୁ,୨୯ା୧୨:ବେଙ୍ଗାଲୁରୁର ଏକ ନବଦମ୍ପତି ପରସ୍ପରଠାରୁ ୧,୦୦୦ କି.ମି. ଦୂରରେ ଆତ୍ମହତ୍ୟା କରିଛନ୍ତି। ଗତ ଅକ୍ଟୋବର ୨୯ରେ ସୂରଜ ଶିବାନ୍ନା(୩୬) ବେଙ୍ଗାଲୁରୁରେ ଗାନ୍‌ଭିଙ୍କୁ ବିବାହ କରିଥିଲେ। ଗତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri