ଆଉ ଦେଖିବାକୁ ମିଳୁନି ମେଘଦୂତ ପୋଷ୍ଟକାର୍ଡ

ଜଗତ୍‌ସିଂହପୁର ଅଫିସ, ୪।୩: ଡାକସେବାରେ ମେଘଦୂତ ପୋଷ୍ଟକାର୍ଡର ଭୂମିକା ଗୁରୁତ୍ୱପୂର୍ଣ୍ଣ। ୧୦ କୋଟିରୁ ଊର୍ଦ୍ଧ୍ୱ ସାଧାରଣ ଜନତା ତଥା ଗରିବଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ୨୦୦୨ ସେପ୍ଟେମ୍ବର ୨ରେ ମେଘଦୂତ ପୋଷ୍ଟକାର୍ଡ ପ୍ରଚଳନ ଆରମ୍ଭ କରିଥିଲେ। ଏହି କାର୍ଡର ମୂଲ୍ୟ ଥିଲା ମାତ୍ର ୨୫ ପଇସା। ଏତେ କମ୍‌ ପଇସାରେ କିପରି ପୋଷ୍ଟକାର୍ଡ ଦିଆଯାଇପାରିବ ସେନେଇ ଖସଡ଼ା ପ୍ରସ୍ତୁତ ହୋଇଥିଲା। ବିଜ୍ଞାପନ ହିଁ ଆର୍ଥିକ କ୍ଷତି ଭରଣା କରିପାରିବ ବୋଲି ଚିନ୍ତା କରାଯାଇଥିଲା। ଅର୍ଥାତ୍‌ ସରକାରୀ, ବେସରକାରୀ ତଥା ସାମାଜିକ ସଂସ୍ଥାଗୁଡ଼ିକର ସହାୟତା ନେବାକୁ ଲକ୍ଷ୍ୟ ରଖାଯାଇଥିଲା। କିନ୍ତୁ ସରକାରଙ୍କ ଏହି ଆଶା ନିରାଶାରେ ପରିଣତ ହେବାକୁ ଯାଉଛି। ବିଜ୍ଞାପନ ଅଭାବ ଥିବାରୁ ଅଟକିଯାଇଛି ମେଘଦୂତ। ଦିନେ କି ମାସେ ନୁହେଁ, ବର୍ଷାଧିକ କାଳ ହେବ ଜଗତ୍‌ସିଂହପୁର ଜିଲାର କୌଣସିି ପୋଷ୍ଟ ଅଫିସରେ ଏହି କାର୍ଡ ଦେଖିବାକୁ ମିଳୁନାହିଁ। ଆଗାମୀ ଦିନରେ ମିଳିବ କି ନାହିଁ ତାହା ମଧ୍ୟ ସନ୍ଦେହ ଭିତରେ ଅଛି। ରାଜ୍ୟରେ ବଡ଼ ବଡ଼ ଶିଳ୍ପ ସଂସ୍ଥା ସାଙ୍ଗକୁ ବଦାନ୍ୟ ବ୍ୟକ୍ତି କିମ୍ବା ଅନୁଷ୍ଠାନର ଅଭାବ ନାହିଁ। କିନ୍ତୁ ମେଘଦୂତ ପାଇଁ ବିଜ୍ଞାପନ ନିମନ୍ତେ ସେମାନଙ୍କୁ ସାମିଲ କରାଯିବା ପାଇଁ ପ୍ରଚେଷ୍ଟାର ଅଭାବ ମନେହେଉଛି। ଏ ବାବଦରେ ଅର୍ଥ ବିନିଯୋଗ ପାଇଁ ଆଗ୍ରହ ପ୍ରକାଶ ନ କରିବା ଆଲୋଚନାର ବିଷୟ ହୋଇଛି।
ବିଭାଗର ଭୁବନେଶ୍ୱର ବରିଷ୍ଠ ଡାକ ଟିକଟ ସଂଗ୍ରାହକ କାଶୀନାଥ ସାହୁଙ୍କ କହିବା କଥା ହେଲା, ସାଧାରଣ ପୋଷ୍ଟକାର୍ଡର ଦାମ୍‌ ୫୦ ପଇସା ଥିବାବେଳେ ମେଘଦୂତ ଦାମ୍‌ କିନ୍ତୁ ୨୫ ପଇସା। ଇତିମଧ୍ୟରେ ସାରା ଦେଶରେ ୯୦୦ ପ୍ରକାର କାର୍ଡ ଛପା ସରିଲାଣି। କିନ୍ତୁ ଏବେ ଆଉ ପୂର୍ବ ସ୍ଥିତି ନାହିଁ। ଏହି କାର୍ଡ ଛପା ପାଇଁ ବିଜ୍ଞାପନ ଦରକାର। ପୋଷ୍ଟକାର୍ଡର ଗୋଟିଏ ପଟର ଅଧାସ୍ଥାନରେ ଠିକଣା ଓ ଅବଶିଷ୍ଟରେ ବିଜ୍ଞାପନ ପ୍ରକାଶ ପାଇବା ପାଇଁ ବ୍ୟବସ୍ଥା କରାଯାଇଛି। ହେଲେ ବିଜ୍ଞାପନ ପହଞ୍ଚୁ ନ ଥିବାରୁ ଛପା ବନ୍ଦ ରହିଛି। ଗୋଟିଏ ପୋଷ୍ଟ କାର୍ଡ ପିଛା ବିଜ୍ଞାପନଦାତା ୨ ଟଙ୍କା ହିସାବରେ ସର୍ବନିମ୍ନ ୧ ଲକ୍ଷ ଛାପିବାକୁ ୨ ଲକ୍ଷ ଟଙ୍କା ଦେବାକୁ ପଡ଼ିଥାଏ। ଏହି ଅନୁସାରେ ଯେତେ ଅର୍ଡର ମିଳିବ ସେଇ ଅନୁସାରେ ହାଇଦ୍ରାବାଦ୍‌ର ସିକ୍ୟୁରିଟି ପ୍ରିଣ୍ଟିଂ ପ୍ରେସ୍‌କୁ ଇଣ୍ଡେନ ଯାଇଥାଏ। ରାଜ୍ୟରେ ୩୫ଟି ମୁଖ୍ୟ ଡାକଘର, ପାଖାପାଖି ୬୮୦୦ ଶାଖା ଡାକଘର ଏବଂ ସହରଗୁଡିକରେ ୪୦୦ରୁ ଅଧିକ ଡାକଘର ରହିଛି।
ତାମିଲନାଡ଼ୁ ସର୍କଲରେ ମେଘଦୂତ କାର୍ଡ ସର୍ବାଧିକ ବିକ୍ରି ହୁଏ। ୨୦୦୨ରେ ତାମିଲ ହିରୋ ରଜନୀକାନ୍ତ ପ୍ରଥମେ ବିଜ୍ଞାପନ ଦେଇଥିଲେ। ୨୦୧୦ରେ ମଧ୍ୟ ରଜନୀକାନ୍ତ ତାଙ୍କ ସୁପରହିଟ୍‌ ରୋବର୍ଟ ଫିଲ୍ମର ବିଜ୍ଞାପନ ମେଘଦୂତରେ ଦେଇଥିଲେ। ୨୦୦୮ ପର୍ଯ୍ୟନ୍ତ ମେଘଦୂତ ପୋଷ୍ଟକାର୍ଡ ଭଲ ଚାଲିଥିଲା। ଏହି ସମୟ ଭିତରେ ପାଖାପାଖି ୨୦୦ରୁ ୨୫୦ ପୋଷ୍ଟକାର୍ଡ ବାହାରିଥିଲା। କିନ୍ତୁ ୨୦୦୯ରୁ ଏହା କମିବାରେ ଲାଗିଲା। ମୋଟାମୋଟି ଭାବେ ୨୦୦୨ରୁ ଏହା ଭିତରେ ଓଡ଼ିଶା ସରକାରଙ୍କ ପକ୍ଷରୁ ମାତ୍ର ୬/୭ଥର ବିଜ୍ଞାପନ ଦିଆଯାଇଛି। କୋଭିଡ୍‌ ସମୟରେ କୌଣସି ବିଜ୍ଞାପନ ମିଳିନାହିଁ। ଆଗକୁ ନିର୍ବାଚନ ଥିବାରୁ ବିଜ୍ଞାପନ ମିଳିବାର ଆଶା ଥିବା ସାହୁ କହିଛନ୍ତି। ରାତି ପାହିଲେ ଏହି ଡାକଘରଗୁଡ଼ିକୁ ଶହ ଶହ ଲୋକଙ୍କ ଯାତାୟାତ ହେଉଛି। ମେଘଦୂତ ନ ମିଳିବାରୁ ସେମାନଙ୍କୁ ନିରାଶ ହେବାକୁ ପଡ଼ୁଛି। ଏନେଇ ସାଧାରଣ ଜନତା ଯେତିକି ଅସୁବିଧାରେ ପଡୁଛନ୍ତି ପୋଷ୍ଟାଲ କର୍ମଚାରୀମାନେ ମଧ୍ୟ ହଇରାଣ ହେଉଛନ୍ତି । ଲୋକଙ୍କୁ ବୁଝାଇବାରେ ସେମାନଙ୍କ ସମୟ ଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

କୁରୁକୁଟି ମୌଜାରେ ଜମି ବିବାଦ ଅସମାହିତ: ଜିଲାପାଳ-ଏସପିଙ୍କ ବୁଝାଶୁଝା ସତ୍ତ୍ୱେ ହଟିଲେନି ଆନ୍ଦୋଳନକାରୀ

ଥୁଆମୂଳ ରାମପୁର, ୩ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣକୁ ନେଇ ଚାଲିଥିବା ବିବାଦ ଆଜି…

୬ ଘଣ୍ଟା ଧରି ପୂର୍ତ୍ତ ବିଭାଗ କର୍ମଚାରୀଙ୍କ ହାତଗୋଡ଼ ବାନ୍ଧି ମାଡ଼ ମାରି ଲୁଟ୍‌, ମହିଳାଙ୍କ ସମେତ ୫ଜଣଙ୍କୁ ବାନ୍ଧିଲା…

ରାୟଗଡ଼ା, ୩।୪ (ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ସହରରେ ଜଣେ ସରକାରୀ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ମରଣାନ୍ତକ ଆକ୍ରମଣ ଓ ଲୁଟ କରିବା ଘଟଣାର ପର୍ଦ୍ଦାଫାଶ କରିଛି…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

କୁଆପଥର ବର୍ଷା: ଗଛ ଉପୁଡ଼ିବା ସହ ଉଡ଼ିଲା ଛପର

ନନ୍ଦପୁର,୩ା୪(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ଅଞ୍ଚଳରେ କୁଆପଥର ବର୍ଷା ପବନ ପ୍ରଭାବରେ ମାଳିବେଲଗାଁ ପଞ୍ଚାୟତ ରାସ୍ତାରେ ୨ଗଛ ଉପୁଡ଼ି ପଡ଼ିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି।…

ରିଲ୍ସ ପାଇଁ ବନ୍ଧୁକ ଧରି ଯୁବକଙ୍କ ଫାଙ୍କା ଗୁଳିଚାଳନା ଭିଡିଓ ଭାଇରାଲ, ଏସ୍‌ପି କହିଲେ ତଦନ୍ତ ଚାଲିଛି

ପୁରୀ,୩ା୪(ଅଜିତ୍‌ କୁମାର ମହାନ୍ତି): ରିଲ୍ସ ପାଇଁ ଜଣେ ଯୁବକ ବନ୍ଧୁକ ଧରି ଫାଙ୍କା ଗୁଳିଚାଳନା କରୁଥିବାର ଏକ ଭିଡିଓ ଶୁକ୍ରବାର ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି। ଏହି…

ପୋଖରୀରେ ବୁଡ଼ିଲେ ଜଣଙ୍କ ପରେ ଜଣେ …

ଦିଗପହଣ୍ଡି,୩ା୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୁଶପଡ଼ା ଗ୍ରାମ ନିକଟସ୍ଥ ଏକ ପୋଖରୀରେ ଶୁକ୍ରବାର ୩ଜଣ ମହିଳା ବୁଡି ଯାଉଥିବା ବେଳେ ସେମାନଙ୍କୁ ଉଦ୍ଧାର…

ଛେଳି ଖାଇଲା ଟମାଟୋ ଗଛ: ମାଡ଼ ଖାଇଲେ ଦମ୍ପତି, ମାମଲା ଏବେ…

ଦିଗପହଣ୍ଡି,୩।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ବଜାପଲ୍ଲୀ ଗ୍ରାମ ନିକଟରେ ଜି.ଦୁର୍ଯ୍ୟ ରେଡ୍ଡୀଙ୍କ ଜମିରେ ଲାଗିଥିବା ଟମାଟୋ ଗଛ ଗୁଡ଼ିକୁ ଶୁକ୍ରବାର ମଧ୍ୟାହ୍ନରେ କିଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri