ଟଙ୍କା ନ ଦେଲେ ହେଉନି ନଳକୂପ ମରାମତି

ରାୟଗଡା,୨୩।୭(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲା ଗଠନ ହେବାର ୩୨ ବର୍ଷ ବିତିଯାଇଥିଲେ ସୁଦ୍ଧା ଜିଲାର ପାନୀୟ ଜଳ ସମସ୍ୟା ଦୂର ହୋଇପାରିନାହିଁ। ପାନୀୟ ଜଳ ପାଇଁ ବ୍ୟବସ୍ଥା ପାଇଁ ବ୍ଲକ୍‌ ପ୍ରଶାସନ ନିକଟରେ ଗୁହାରିକରି ବିଫଳ ହେବାପରେ ୩୦ କି.ମି. ଦୂର ଜିଲା ପ୍ରଶାସନକୁ ଭେଟି ଗୁହାରି ଜଣାଇଛନ୍ତି କୋଲନରା ବ୍ଲକ ଅନ୍ତର୍ଗତ ଡିମିରିଗୁଡା ପଞ୍ଚାୟତର ସାନ୍ତାବାଡ଼ିଗାଁ ଗ୍ରାମର ୩୦ରୁ ଊଦ୍ଧର୍‌ବ ମହିଳା। ସମ୍ପୃକ୍ତ ମହିଳାମାନେ ସୋମବାର ରାୟଗଡାରେ ପହଞ୍ଚି ଅତିରିକ୍ତ ଜିଲାପାଳ ଭାସ୍କର ରୟତଙ୍କ ନିକଟରେ ଅଭିଯୋଗ କରିବା ସହ ଏକ ଦାବିପତ୍ର ପ୍ରଦାନ କରିଛନ୍ତି।

କେବଳ ପାନୀୟ ଜଳ ସମସ୍ୟା ନୁହେଁ, ବରଂ ଗାଁରେ ନଳକୂପ ଅଥବା ଷ୍ଟାଣ୍ଡପୋଷ୍ଟ ଖରାପ ହେଲେ ମରାମତି କରୁଥିବା ବିଭାଗୀୟ କର୍ମଚାରୀ ଜଣକ ପ୍ରଥମେ ପାଉଣା ମାଗୁଛନ୍ତି। ଗାଁର ମହିଳାମାନେ ଜଣକ ପିଛା ୫ରୁ ୧୦ ଟଙ୍କା ଚାନ୍ଦା ଆଦାୟ କରି ପାଉଣା ଦେଲେ ମରାମତି ହେଉଥିବା ସେମାନେ ଅଭିଯୋଗ କରିଥିଲେ। ଅତିରିକ୍ତ ଜିଲାପାଳ ରୟତ ସମ୍ପୃକ୍ତ ବିଡିଓଙ୍କୁ ଫୋନକରି ଏଭଳି କାର୍ଯ୍ୟରୁ ନିବୃତ ରହିବାକୁ ସମ୍ପୃକ୍ତ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେବାକୁ କହିବା ସହିତ ଗାଁରେ କିଭଳି ପାନୀୟ ଜଳ ଯୋଗାଣ ସୁରୁଖୁରୁରେ ହୋଇପାରିବ ସେଥିପାଇଁ କଡା ନିର୍ଦ୍ଦେଶ ଦେଇଛନ୍ତି ।

ମହିଳାଙ୍କ ଅଭିଯୋଗ ଅନୁସାରେ, ସାନ୍ତାବାଡ଼ିଗାଁ ଗ୍ରାମରେ ପ୍ରାୟ ୮୦ରୁ ୯୦ ଘର ରହିଛି। ଗ୍ରାମରେ ୩ଟି ନଳକୂପ ଏବଂ ଗୋଟିଏ ସୋଲାର ଚାଳିତ ପମ୍ପ ରହିଛି। ତେବେ ନଳକୂପ ପ୍ରାୟ ସମୟ ଖରାପ ରହୁଥିବା ବେଳେ ବର୍ଷାଦିନେ ଖରା ଅଭାବ ଯୋଗୁ ସୋଲାର ଚଳିତ ପମ୍ପ କାର୍ଯ୍ୟକ୍ଷମ ହୋଇପାରୁନାହିଁ। ଅନ୍ୟପଟେ ରାଜ୍ୟ ସରକାରଙ୍କ ପକ୍ଷରୁ ଗାଁରେ ପାନୀୟ ଜଳ ବ୍ୟବସ୍ଥା ପାଇଁ ପାଣି ଟାଙ୍କି ଓ ପାଇପ କନେକ୍ସନ ରହିଥିଲେ ମଧ୍ୟ ବିଦ୍ୟୁତ୍‌ ବ୍ୟବସ୍ଥା ହୋଇ ନ ଥିବାରୁ ଏହା କାର୍ଯ୍ୟକ୍ଷମ ହୋଇପାରିନାହିଁ। ଫଳରେ ହାଣ୍ଡିଏ ପାଣି ପାଇଁ ଡହଳବିକଳ ହେଉଛନ୍ତି ଲୋକେ। ଅନ୍ୟପଟେ ନଳକୂପ ଅଥବା ପାଇପ ଖରାପ ହେଲେ ବିଭାଗୀୟ କର୍ମଚାରୀ ମରାମତି କରିବା ପାଇଁ ଟଙ୍କା ମାଗୁଛନ୍ତି। ତେଣୁ ଜିଲା ପ୍ରଶାସନ ଏଥିପ୍ରତି ଦୃଷ୍ଟିିଦେଇ ଏହାର ସମାଧାନ କରିବାକୁ ମହିଳାମାନେ ଦାବି କରିଛନ୍ତି। ତେବେ ଅତିରିକ୍ତ ଜିଲାପାଳ ରଇତ ଏ ନେଇ ବିଡିଓଙ୍କ ସହିତ ଫୋନରେ ଆଲୋଚନା କରି ଶୀଘ୍ର ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା କରି ଗାଁରେ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁଧାରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ସମସ୍ୟା କହିଲେ ଲୋକେ: ୧୬୬ ଅଭିଯୋଗ ଶୁଣିଲେ…

ବାଙ୍କୀ,୨୩।୩( ଶୁଭେନ୍ଦୁ ମହାପାତ୍ର ): କଟକ ଜିଲା ଡମପଡା ବ୍ଲକ ଅଧୀନ ଜାତମୁଣ୍ଡିଆ ପଞ୍ଚାୟତ ଭବନଠାରେ ଏକ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର କଟକ ଜିଲାପାଳ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

ପାଣି ପାଇଁ ତାତିଲେ ଗ୍ରାମବାସୀ: ହାଣ୍ଡି, ମାଠିଆ, ବାଲଟି ରଖି ରାସ୍ତାରେ ଶୋଇ ପ୍ରତିବାଦ

ବାରଙ୍ଗ,୨୩।୩(ଲିଙ୍ଗରାଜ ରାଉତ): ପିଇବା ପାଣି ଠିକ୍‌ ଭାବେ ନ ମିଳିବା ପ୍ରତିବାଦରେ ସୋମବାର ପାଟପୁର ଗ୍ରାମବାସୀ ତ୍ରିଶୁଳିଆ-ବାଙ୍କି ରାସ୍ତାକୁ ପାଟପୁର ଗାଁ ମୁଣ୍ଡରେ ଅବରୋଧ କରିଥିଲେ ।…

ଡାକ୍ତରଙ୍କ ଅମାନବୀୟ କାର୍ଯ୍ୟ; ଚିକିତ୍ସା ବାହାନାରେ ନିଶା ଇଞ୍ଜେକ୍ସନ ଦେଲେ, ଅଶ୍ଳୀଳ ଭିଡିଓ କରି…

ଭୋପାଳ,୨୩।୩: ମଧ୍ୟପ୍ରଦେଶର ଇନ୍ଦୋର ଜିଲ୍ଲାର ମହୁରେ, ଜଣେ ଡାକ୍ତର ଏକ ଘୃଣ୍ୟ କାର୍ଯ୍ୟ ସାମ୍ନାକୁ ଆସିଛି ।ଅଭିଯୋଗ ହୋଇଛି ଯେ ଡାକ୍ତର ଜଣେ ଯୁବତୀଙ୍କୁ ଚିକିତ୍ସା ସମୟରେ…

ପୁଣିଥରେ ସାରା ବିଶ୍ୱରେ ଘାରିଲାଣି ଲକ୍‌ଡାଉନ ଛାୟା, ପ୍ରସ୍ତୁତି ଆରମ୍ଭ କରିଦେଲେଣି ଅନେକ ଦେଶ

ନୂଆଦିଲ୍ଲୀ,୨୩।୩: ମଧ୍ୟପ୍ରାଚ୍ୟରେ, ଇରାନ ସହିତ ଚାଲିଥିବା ଉତ୍ତେଜନା ହର୍ମୁଜ ପ୍ରଣାଳୀକୁ ପ୍ରାୟତଃ ଅବରୋଧ କରିଛି, ଯେଉଁଠାରୁ ବିଶ୍ୱ ତୈଳ ଯୋଗାଣର ଏକ ବଡ଼ ଅଂଶ ଯାଏ। ଏହା…

ଭବାନୀପୁର ଆସନ ମମତା ବାନାର୍ଜୀଙ୍କ ପାଇଁ କାହିଁକି ଏତେ ସ୍ବତନ୍ତ୍ର, ଜାଣନ୍ତୁ କ’ଣ କହିଲେ ଦିଦି…

କୋଲକାତା,୨୩ା୩: ପଶ୍ଚିମବଙ୍ଗ ରାଜନୀତିରେ ଭବାନୀପୁର ପରି କିଛି ନିର୍ବାଚନମଣ୍ଡଳୀର ଐତିହାସିକ ଗୁରୁତ୍ୱ ରହିଛି। ଏହି ଆସନର ନିର୍ବାଚନୀ ଯାତ୍ରା ରାଜ୍ୟରେ କଂଗ୍ରେସ ପ୍ରାଧାନ୍ୟରୁ ଟିଏମ୍‌ସିର ଉତ୍ଥାନ ପତ୍ତନ…

ଯୁଦ୍ଧ ମଧ୍ୟରେ ଏଲପିଜିକୁ ନେଇ ବଡ଼ ପଦକ୍ଷେପ ନେଲେ ସରକାର, ଏଣିକି…

ନୂଆଦିଲ୍ଲୀ,୨୩।୩: ଉପସାଗରୀୟ ଦେଶଗୁଡ଼ିକରେ ଚାଲିଥିବା ସଂଘର୍ଷ ଏବେ ଭାରତର ଶକ୍ତି ଯୋଗାଣକୁ ପ୍ରଭାବିତ କରୁଛି। ଅଶୋଧିତ ତୈଳ ଏବଂ ଗ୍ୟାସ ଯୋଗାଣ ପ୍ରଭାବିତ ହୋଇଛି, ଯାହା ଫଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri