ମଣ୍ଡି ନାହିଁ, ଫାଇଦାରେ ଆନ୍ଧ୍ର ବେପାରୀ

ପାରଳାଖେମୁଣ୍ଡି, ୭/୩(ଗିରିଧାରୀ ପରିଛା):ଗଜପତି ଜିଲାରେ କପା ମଣ୍ଡିର ସୁବିଧା ନ ଥିବାରୁ କପାଚାଷୀ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଦୀର୍ଘ ଦିନର ଦାବି ପରେ ମଧ୍ୟ ଜିଲାରେ କପା ମଣ୍ତି ଖୋଲିପାରିନି। ଏହାର ଫାଇଦା ନେଇ ଆନ୍ଧ୍ର ବ୍ୟବସାୟୀ ଚାଷୀଙ୍କ ଘର ପାଖରୁ କମ ଦରରେ କପା ସଂଗ୍ରହ କରି ନିଜ ରାଜ୍ୟକୁ ନେଇ ଅଧିକ ଦରରେ ବିକି ପ୍ରଚୁର ଲାଭ ଉଠାଉଛନ୍ତି। ଏଠାରେ ମଣ୍ଡି ନ ଥିବା ହେତୁ ଚାଷୀଙ୍କ କପା ପାରଳାଖେମୁଣ୍ଡି ନିୟନ୍ତ୍ରିତ ବଜାରରେ କପାକେନ୍ଦ୍ର ଖୋଲି ସେଠାରୁ ଗୁଣୁପୁରରେ ଖୋଲିଥିବା କପାକ୍ରୟ କେନ୍ଦ୍ରକୁ ପଠାଇବା ସୁବିଧା କଲେ ଚାଷୀ ଉପକୃତ ହୋଇପାରିବେ ବୋଲି ଅନେକ କପା ଚାଷୀ ପ୍ରକାଶ କରିଛନ୍ତି। ଏହି ସୁବିଧା ନ ଥିବାରୁ ଗୁଣୁପୁର ମଣ୍ଡିକୁ ନିଜ ଅମଳ କପାକୁ ଚାଷୀ ନିଜସ୍ବ ଖର୍ଚ୍ଚରେ ନେଇଥାନ୍ତି। ସେଠାରୁ ରାୟଗଡାଠାରେ ଥିବା ମଣ୍ଡିକୁ ପଠାଯାଏ। ଏ ନେଇ କପା ଚାଷୀମାନେ ବହୁବାର ଜିଲା ପ୍ରଶାସନଠାରୁ ଆରମ୍ଭ କରି ରାଜନେତାଙ୍କୁ ଜଣାଇଛନ୍ତି। ଏଥିପାଇଁ ଅନେକ ଥର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ମଧ୍ୟ ଦେଇଥିବା ଚାଷୀ କାର୍ତ୍ତିକ ଶବର, ପ୍ରଶାନ୍ତ ମାଝୀ,ଗଣେଶ ଶବର କହିଛନ୍ତି। ଏ ନେଇ ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷ ରେବତୀ ମୋହନ ରାଉତଙ୍କୁ ପଚାରିବାରୁ ସେ କହିଲେ, ଜିଲାର ସବୁ କପା ଚାଷୀଙ୍କୁ ସୁବିଧା ଯୋଗାଇବା ପାଇଁ ସେଣ୍ଟ୍ରାଲ କଟନ କର୍ପୋରେଶନ ଅଫ୍‌ ଇଣ୍ଡିଆକୁ ଜିଲାପାଳ ବିଜୟ କୁମାର ଦାସ ବହୁବାର ଚିଠି ଲେଖିଥିଲେ। ଏହାର ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ପକ୍ଷରୁ ମଧ୍ୟ ବହୁବାର ଟେଣ୍ଡର ବାହାରିଛି। ମାତ୍ର ଏହି ଟେଣ୍ଡର ପ୍ରକ୍ରିୟାରେ କେହି ଅଂଶଗ୍ରହଣ କରୁ ନ ଥିବା ଯୋଗୁ ମଣ୍ଡି ଖୋଲା ହୋଇପାରୁନାହିଁ ବୋଲି ରାଉତ କହିଛନ୍ତି। ନିୟନ୍ତ୍ରିତ ବଜାର କମିଟି ଅଧ୍ୟକ୍ଷଙ୍କୁ ପଚାରିବାରୁ ସେ କହିଲେ, ଗଜପତି ଜିଲାରେ ଅଧିକ କପା ଚାଷ ହେଉଥିବା ଯୋଗୁ ଆଗାମୀ ଦିନରେ ଏଠାରେ ଚାଷୀମାନଙ୍କ ପାଇଁ ମଣ୍ତି ଖୋଲିବା ପାଇଁ ସ୍ଥାନ ଚିହ୍ନଟ ହୋଇଛି। ଚଳିତ ବର୍ଷ ମଣ୍ଡି ଖୋଲିବାକୁ ସରକାରଙ୍କ ନିକଟକୁ ପ୍ରସ୍ତାବ ପଠାଯାଇଛି। ଖୁବଶୀଘ୍ର ମଣ୍ଡି ଖୋଲାଯିବ ବୋଲି ସେ କହିଛନ୍ତି।
ଅନ୍ୟପକ୍ଷରେ କପା ଉତ୍ପାଦନ ହେଉଥିବା ଅଞ୍ଚଳ ବଦଳରେ ଏହା ଜିଲା ସଦର ମହକୁମା ପାରଳାଖେମୁଣ୍ଡି ପାଇଁ ଟେଣ୍ଡର ପ୍ରକ୍ରିୟା କଲେ ଚାଷୀଙ୍କ କୌଣସି ସୁବିଧା ହୋଇପାରିବ ନାହିଁ ବୋଲି କପା ଚାଷୀ ପ୍ରକାଶ କରିଛନ୍ତି। ଚାଷୀଙ୍କୁ ସଦର ମହକୁମାକୁ କପା ଆଣିବା ପାଇଁ ପରିବହନ ବାବଦରେ ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବ। ଏହି ମଣ୍ଡି ଯଦି ରାୟଗଡ ବ୍ଲକରେ ଖୋଲେ ତେବେ ଚାଷୀ ଉପକୃତ ହୋଇପାରିବେ। ରାଜ୍ୟ ସରକାର କପା ମୂଲ୍ୟ କୁଇଣ୍ଟାଲ ପ୍ରତି ୭୫୦୦ ଟଙ୍କା ସ୍ଥିର କରିଥିବା ବେଳେ ଜିଲାରେ ମଣ୍ଡି ଅଭାବରୁ କପାଚାଷୀ ବାଧ୍ୟ ହୋଇ ଆନ୍ଧ୍ର ବ୍ୟବସାୟୀଙ୍କ ଶୋଷଣର ଶିକାର ହେଉଛନ୍ତି। ଚାଷୀଙ୍କ ଘର ସମ୍ମୁଖରୁ କପା ସଂଗ୍ରହ କରି ଅର୍ଥ ଦେଉଥିବାରୁ କୁଇଣ୍ଟାଲ ପ୍ରତି ଧାର୍ଯ୍ୟ ଅର୍ଥ ନ ମିଳିଲେ ମଧ୍ୟ ଚାଷୀ ବାଧ୍ୟ ହୋଇ କମ ଦରରେ କପା ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ସୂଚନାଯୋଗ୍ୟ, ପାରଳାଖେମୁଣ୍ଡି, କାଶୀନଗର ଏବଂ ଗୋଷାଣି ଅଞ୍ଚଳର ଚାଷୀମାନେ ଧାନ ଚାଷ ଉପରେ ନିର୍ଭର କରୁଥିବା ବେଳେ ରାୟଗଡ଼, ନୂଆଗଡ, ରା.ଉଦୟଗିରି ଏବଂ ମୋହନା ବ୍ଲକର ଚାଷୀମାନେ ଧାନ ଚାଷ ସହ ପନିପରିବା, ମକା ଓ ଅନ୍ୟାନ୍ୟ ଚାଷ କରୁଛନ୍ତି। ରାୟଗଡ ବ୍ଲକର ଅଧିକାଂଶ ଚାଷୀ କେବଳ କପା ଚାଷ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମା’ ବୁଢ଼ୀ ଠାକୁରାଣୀଙ୍କ ଯାତ୍ରା ପାଇଁ ଉତ୍ସବମୁଖର ତିଳେଶ୍ୱର ଗାଁ: ପୋଷ୍ୟ ଗ୍ରାମ ଘୋଷଣା କଲା ବ୍ଲକ ପ୍ରଶାସନ

ଦିଗପହଣ୍ଡି, ୨୪।୩ (ଅଶେଷ ନାଥ ମିଶ୍ର):  ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମୌଳାଭଞ୍ଜା ପଞ୍ଚାୟତର ଐତିହାସିକ ଗ୍ରାମ ତିଳେଶ୍ୱର ଏବେ ଉତ୍ସବମୁଖର। ବୁଧବାରଠାରୁ ଗ୍ରାମଦେବତୀ ମା’ ବୁଢ଼ୀ…

ରେଳମନ୍ତ୍ରୀଙ୍କୁ ଭେଟିଲେ ଏମପି ପ୍ରଦୀପ ପୁରୋହିତ: ପଶ୍ଚିମ ଓଡ଼ିଶାର ରେଳ ସମସ୍ୟାର ସମାଧାନ ପାଇଁ…

ବରଗଡ,୨୪।୩(ପ୍ରେମାନନ୍ଦ ଖମାରୀ) – ପଶ୍ଚିମ ଓଡ଼ିଶାରେ ରେଳ ବିକାଶ ନେଇ ବରଗଡ଼ ଲୋକସଭା ସାଂସଦ(ଏମପି) ପ୍ରଦୀପ ପୁରୋହିତ ମଙ୍ଗଳବାର କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କଠାରେ ଦାବି କରିଛନ୍ତି।…

ପାଣି ଟାଙ୍କିରେ ଅଜଣା ବ୍ୟକ୍ତିଙ୍କ ମୃତଦେହ, ହତ୍ୟା କରି ପ୍ରମାଣ ନଷ୍ଟ କରିବାକୁ ଫିଙ୍ଗି ଦେଇଥିବା ସନ୍ଦେହ, ଖୋଳତାଡ଼ କରୁଛି…

ବଲାଙ୍ଗୀର, ୨୪।୩ (ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ତୁଷୁରା ଥାନା ଅନ୍ତର୍ଗତ ଡୁଙ୍ଗିବାହାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଚେକ୍‌ ଡ୍ୟାମ…

ପୁଣି ଅଶାନ୍ତ ବରଗଡ଼: ଅଟୋ ଚାଳକଙ୍କୁ ସାଇଡ୍‌ ଦେବାକୁ କହିବାରୁ ଭୁଜାଲି ମାଡ଼, ଭୟଭୀତ ସହରବାସୀ…

ବରଗଡ଼, ୨୪।୩ (ପ୍ରେମାନନ୍ଦ ଖମାରୀ): କିଛି ଦିନର ଶାନ୍ତି ପରେ ବରଗଡ଼ ସହର ପୁଣି ଅଶାନ୍ତ ହୋଇପଡ଼ିଛି। ମଙ୍ଗଳବାର ସନ୍ଧ୍ୟାରେ ସ୍ଥାନୀୟ ଟାଉନ ଥାନା ସମ୍ମୁଖ ହାଟପଦା…

ଭଞ୍ଜନଗରରେ ବଢୁଛି ଦୁର୍ଘଟଣା: ୪ ଘଣ୍ଟାରେ ୩ ଦୁର୍ଘଟଣା, ଜଣେ ମୃତ, ଦୁଇ ଗୁରୁତର…

ଭଞ୍ଜନଗର, ୨୪।୩(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଅଞ୍ଚଳରେ ଦୁର୍ଘଟଣା ହାର ବଢ଼ିବାରେ ଲାଗିଛି। ମଙ୍ଗଳବାର ମାତ୍ର ୪ ଘଣ୍ଟା ମଧ୍ୟରେ ଘଟିଥିବା ତିନୋଟି ପୃଥକ ପୃଥକ…

୪୦ ବର୍ଷ ଭିତରେ କେବେ ଘଟିନଥିଲା! ୨୦% କମିଲା ସୁନା ଦର, 22k କିଣିଲେ GST ଓ ମେକିଂ ଚାର୍ଜ ବାଦରେ ଦେବେ…

ନୂଆଦିଲ୍ଲୀ,୨୪।୩: ୪୦ ବର୍ଷ ମଧ୍ୟରେ ସୁନାର ମୂଲ୍ୟ ସବୁଠାରୁ ଅଧିକ ହ୍ରାସ ପାଇଛି। ବିଶ୍ୱ ବଜାରରେ, ସୁନାର ମୂଲ୍ୟ ହ୍ରାସ ପାଇଛି। ତଥାପି ଇରାନ ଯୁଦ୍ଧ ଆରମ୍ଭ…

ଯୁବକଙ୍କୁ ମରଣାନ୍ତକ ଆକ୍ରମଣ ଘଟଣା: ୨ ଭାଇଙ୍କ ସମେତ ସହଯୋଗୀ ଗଲେ ଜେଲ

ଦିଗପହଣ୍ଡି,୨୪।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିରେ ରହୁଥିବା ପଦ୍ମନାଭପୁର ଗ୍ରାମର ବଳିଆ ସେଠୀ ଏବଂ ତାଙ୍କ ଭାଇ କାଳିଆ ସେଠୀଙ୍କ ସମେତ ସହଯୋଗୀ ଚାଞ୍ଚଡାପଲ୍ଲୀ ଗ୍ରାମର…

ଯୁଦ୍ଧ ଭିତରେ ହରମୁଜରେ ଫସିଲା ୯୨ହଜାର ଟନ୍‌ LPG ଥିବା ଜାହାଜ, ଭାରତୀୟ ଜାହାଜକୁ ଘେରିଗଲେ…

ନୂଆଦିଲ୍ଲୀ,୨୪।୩: ଭାରତୀୟ ନୌସେନା ଦୁଇଟି ଭାରତୀୟ ଏଲପିଜି ଜାହାଜକୁ ସୁରକ୍ଷିତ ଭାବରେ ଜଗ ବସନ୍ତ ଏବଂ ପାଇନ ଗ୍ୟାସ ହରମୁଜ ପ୍ରଣାଳୀ ଦେଇ ଗତି କରିଛି ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri