କାଞ୍ଜିଆହୁଦା ନାହିଁ, ମୁଖ୍ୟରାସ୍ତାରେ ବୁଲାଗୋରୁ

ନିମାପଡ଼ା,୧୯।୭(ବିଚିତ୍ରାନନ୍ଦ ସାହୁ): ପାଟପୁର ମୁଖ୍ୟରାସ୍ତା, ବଡ଼ ବଜାର ରାସ୍ତା, ଦୋଳବେଦି ଛକ ରାସ୍ତା ଏବେ ବୁଲା ଗୋରୁଙ୍କ ନିରାପଦ ଆଶ୍ରୟସ୍ଥଳୀ ପାଲଟିଛି। ମୁଖ୍ୟ ରାସ୍ତା, ବ୍ଲକ ଛକ, ତହସିଲ ଅଫିସ ଛକ, ଥାନା ଛକ, ଦୋଳବେଦି ଛକ ଉପରେ ଦୈନିକ ବହୁ ବୁଲା ଗୋରୁ ଶୋଇରହି ରାସ୍ତା ଅବରୋଧ କରୁଥିବାରୁ ଯାନବାହନ ଚଳାଚଳ, ସାଧାରଣ ଯାତାୟାତ ବହୁଳ ଭାବେ ବାଧାପ୍ରାପ୍ତ ହେଉଛି। ଗୋରୁଙ୍କ ମଧ୍ୟରେ ମରାମରି ଓ ମୁଖ୍ୟରାସ୍ତା ଅବରୋଧ ଯୋଗୁ ବିଭିନ୍ନ ସମୟରେ ଛୋଟ ବଡ଼ ଦୁର୍ଘଟଣା ଘଟି ବହୁ ପଥଚାରୀ ଓ ଗାଡ଼ି ଚାଳକମାନେ ଆହତ ହେଉଥିବା ନଜିର ରହିଛି। ହେଲେ ଏ ଦିଗରେ ସ୍ଥାନୀୟ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ଆଦୌ ଦୃଷ୍ଟି ପଡୁ ନ ଥିବା ବିଭିନ୍ନ ମହଲରୁ ତଥା ବଜାରର ବ୍ୟବସାୟୀମାନେ ଅଭିଯୋଗ କରିଛନ୍ତି। ମୁଖ୍ୟ ରାସ୍ତା, ବିଭିନ୍ନ ଛକ ଜାଗାଗୁଡ଼ିକରେ ରାସ୍ତା ଅବରୋଧ କରି ରହୁଥିବା ବୁଲା ଗୋରୁଙ୍କୁ ହଟାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଦିଗରେ ଏନ୍‌ଏସି ପକ୍ଷରୁ କୌଣସି ଆଖିଦୃଶିଆ ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ସାଧାରଣରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ଦେଖାଦେଇଛି। ତୁରନ୍ତ ମୁଖ୍ୟରାସ୍ତା, ବିଭିନ୍ନ ଛକଗୁଡ଼ିକରେ ରାସ୍ତା ଅବରୋଧ କରି ରହୁଥିବାରୁ ବୁଲା ଗୋରୁଙ୍କୁ ହଟାଯାଇ ଅନ୍ୟତ୍ର ସ୍ଥାନାନ୍ତର କରାଯିବା ଦିଗରେ ବିହିତ ପଦକ୍ଷେପ ନେବାକୁ ଯୁବନେତା ପୂର୍ଣ୍ଣଚନ୍ଦ୍ର ସାହୁ, ସନ୍ତୋଷ ଓଝା, କାଶୀନାଥ ବେହେରା, ବ୍ୟବସାୟୀ କୈଳାସ ବେହେରା, ରାମଚନ୍ଦ୍ର ସାହୁ, ଭରତ ବେହେରା ପ୍ରମୁଖ ଏନ୍‌ଏସି କର୍ତ୍ତୃପକ୍ଷଙ୍କ ନିକଟରେ ଦୃଢ ଦାବି କରିଛନ୍ତି। ଏ ସମ୍ପର୍କରେ ଏନ୍‌ଏସି ଉପାଧ୍ୟକ୍ଷ ସନ୍ତୋଷ ଦାଶ, ପରିମଳ ଅଧିକାରୀ ବିଜୟ କୁମାର ଗ୍ରହାଚାର୍ଯ୍ୟଙ୍କୁ ପଚାରିବାରେ ଏନ୍‌ଏସି ପକ୍ଷରୁ ଡେଙ୍ଗୁରା, ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର କରାଯାଇ ଗୋରୁଙ୍କୁ ମୁଖ୍ୟ ରାସ୍ତାକୁ ନ ଛାଡ଼ି ଲୋକେ ନିଜ ନିଜ ଘରେ ବାନ୍ଧି ରଖିବାକୁ ବାରମ୍ବାର ଅବଗତ କରାଯିବା ସହ ସଚେତନ କରାଯାଉଥିବା କହିଛନ୍ତି। ଅନ୍ୟପକ୍ଷରେ ବୁଲା ଗୋରୁଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯିବା, ମୁଖ୍ୟରାସ୍ତା, ବିଭିନ୍ନ ଛକଗୁଡ଼ିକରୁ ହଟାଯିବା ନେଇ ପରିଷଦର ଏହି ପଦକ୍ଷେପ ଯଥେଷ୍ଟ ନୁହେଁ ବୋଲି ବହୁ ବୁଦ୍ଧିଜୀବୀ ଓ ପୌରବାସୀ ମତ ପ୍ରକାଶ କରିଛନ୍ତି। ସ୍ଥାନୀୟ ଏନ୍‌ଏସି ପକ୍ଷରୁ କାଞ୍ଜିଆହୁଦାର ବ୍ୟବସ୍ଥା ନ ଥିବାରୁ ଏଭଳି ସମସ୍ୟା ସୃଷ୍ଟି ହେଉଥିବା ସେମାନେ କହିଛନ୍ତି। ଏଠାରେ ଉଲ୍ଲେଖଯୋଗ୍ୟ ଯେ ଦୀର୍ଘବର୍ଷ ପୂର୍ବରୁ ବୁଲାଗୋରଙ୍କୁ ରଖାଯିବା ପାଇଁ ଏନ୍‌ଏସି ପକ୍ଷରୁ ହାଟ ଛକଠାରେ ଏକ କାଞ୍ଜିଆହୁଦା ଗୃହର ବ୍ୟବସ୍ଥା ଥିଲା। ହେଲେ ଦୀର୍ଘ ୩୦ ବର୍ଷ ହେଲା ଏହି କାଞ୍ଜିଆହୁଦା ଗୃହଟି ଭାଙ୍ଗିରୁଜି ନିଶ୍ଚିହ୍ନ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଲି ପାଇଁ ଗଡ଼ିବ ୬୨ ସ୍ବତନ୍ତ୍ର ଟ୍ରେନ୍‌

ଭୁବନେଶ୍ୱର, ୬ା୨(ଅନୁରାଧା ମହାରଣା)- ହୋଲି ଉତ୍ସବ ସମୟରେ ଯାତ୍ରୀମାନଙ୍କ ପାଇଁ ସୁଗମ, ନିରାପଦ ଏବଂ ଆରାମଦାୟକ ଯାତ୍ରା ସୁନିଶ୍ଚିତ କରିବାକୁ ପୂର୍ବତଟ ରେଳପଥ ଏହାର ପରିସୀମା ମଧ୍ୟରେ…

ଗୋଟିଏ ଦିନରେ ୩ ଦୁର୍ଘଟଣା

ମୋରଡ଼ା/ରାସଗୋବିନ୍ଦପୁର,୬ା୨(ସ୍ମାରକ ମାଜୀ/ସତ୍ୟବାଦୀ ପରିଡ଼ା)- ମୟୂରଭଞ୍ଜ ଜିଲା ମୋରଡ଼ା ଓ଼ ରାସଗୋବିନ୍ଦପୁର ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଦୁର୍ଘଟଣା ଘଟିଛି। ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ରାସଗୋବିନ୍ଦପୁର…

ସି କେ ନାଇଡୁ ଟ୍ରଫି: ବେଙ୍ଗଲ ଦଳ ୩୦୧/୬ , ଆୟୁଷ ସିଂଙ୍କ ଶତକ

ବରଗଡ଼,୬।୨(ପ୍ରେମାନନ୍ଦ ଖମାରୀ): ବରଗଡ଼ସ୍ଥିତ କ୍ରୀଷ୍ଣା ବିକାଶ ଗ୍ରାଉଣ୍ଡରେ ଓଡ଼ିଶା ଓ ବେଙ୍ଗଲ ମଧ୍ୟରେ ୨୩ ବର୍ଷରୁ କମ ସି.କେ ନାଇଡୁ ଟ୍ରଫିର ଏଲାଇଟ୍ ଗ୍ରପ୍‌ – ବି…

୮୫ କି.ଗ୍ରା. ଗଞ୍ଜେଇ ଜବତ: ୩ ଅଟକ

ଆନନ୍ଦପୁର, ୬ା୨(ସୁଶାନ୍ତ କୁମାର ସାହୁ): ଗଞ୍ଜେଇ ଭର୍ତ୍ତି ୨ଟି ଚାରିଚକିଆ ଗାଡି କେନ୍ଦୁଝର ସ୍ପେଶାଲ ସ୍କ୍ବାଡ୍‌ ଦ୍ୱାରା ଜବତ କରାଯାଇଛି। ଏଥିରେ ୮୫ କି.ଗ୍ରା. ଗଞ୍ଜେଇ ଥିବା…

U19 World Cup: ବିଶ୍ୱ ଚାମ୍ପିୟନ ହେଲା ଭାରତ, ତଥାପି ICCରୁ ପୁରସ୍କାରରେ ମିଳିବ ନାହିଁ ଗୋଟିଏ ଟଙ୍କା 

ହରାରେ,୬।୨: ଭାରତ ପୁଣି ଥରେ ୧୯ ବର୍ଷରୁ କମ୍‌ ବିଶ୍ୱକପରେ ଇତିହାସ ରଚିଲା। ଟିମ ଇଣ୍ଡିଆ ହରାରେ ସ୍ପୋଟର୍‌ସ କ୍ଲବ୍‌ରେ ଇଂଲଣ୍ଡ ବିପକ୍ଷରେ ଖେଳାଯାଇଥିବା ଫାଇନାଲରେ ବିଜୟୀ…

ଜୁଆଆଡ୍ଡା ଚାଲିଥିବା ବେଳେ ହଠାତ୍‌ ପହଞ୍ଚିଲା ପୋଲିସ

ଗଜପତି,୬।୨(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଥାନା ଅନ୍ତର୍ଗତ ଝାମିଙ୍ଗା ନିକଟରେ ଜୁଆଆଡ୍ଡା ଚାଲିଥିବା ବେଳେ ପାରଳାଖେମୁଣ୍ଡି ଆଦର୍ଶ ଥାନା ପୋଲିସ ଅତର୍କିତ ଚଢ଼ାଉ କରିଛି। ଏଥିରେ…

Under 19 World Cup 2026: ଷଷ୍ଠ ଥର ପାଇଁ ଭାରତ ଚାମ୍ପିୟନ, ୧୭୫ ରନ୍‌ର ଇନିଂସ ଖେଳି ଇଂଲଣ୍ଡର ଆଶାକୁ ଧୂଳିସାତ କଲେ…

ହରାରେ, ୬।୨: ବୈଭବ ସୂର୍ଯ୍ୟବଂଶୀଙ୍କ ରେକର୍ଡ ବ୍ରେକିଂ ଇନିଂସ ସହାୟତାରେ ଭାରତ ୬ଷ୍ଠ ଥର ପାଇଁ ୧୯ ବର୍ଷରୁ କମ୍‌ ଦିନିକିଆ କ୍ରିକେଟ ବିଶ୍ୱକପ ଚାମ୍ପିୟନ ହୋଇଛି।…

ହାତ ଯୋଡ଼ି ପ୍ରାର୍ଥନା କଲେ, ପରେ ୧୭ ମହଲାରୁ ଡେଇଁ ପଡ଼ିଲେ; ଚମକାଉଛି ବେକରୀ ମାଲିକଙ୍କ ମୃତ୍ୟୁ ପୂର୍ବର ଭିଡିଓ… 

ମୁମ୍ବାଇ,୬।୨: ମହାରାଷ୍ଟ୍ରର ସୋଲାପୁରରୁ ଏକ ଅତ୍ୟନ୍ତ ଦୁଃଖଦ ଖବର ସାମ୍ନାକୁ ଆସିଛି। ଏଠାର ପ୍ରସିଦ୍ଧ ମୁଲତାନି ବେକେରୀର ୬୦ ବର୍ଷୀୟ ମାଲିକ ସୁନୀଲ ସଦରଙ୍ଗାନୀ ବିଜୟପୁର ରୋଡରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri