କାନାଡାରୁ ମସୁର ଡାଲି ଆମଦାନୀ ଜାରି ରଖିବ ଭାରତ

ନୂଆଦିଲ୍ଲୀ,୨୪।୯: ଭାରତ ଓ କାନାଡା ମଧ୍ୟରେ ଚାଲିଥିବା କୂଟନୈତିକ ତିକ୍ତତା ଚରମରେ ପହଞ୍ଚିଛି। ଏହି ବିବାଦରେ ବିଶେଷ ପ୍ରଭାବ ପଡିଛି ଦୁଇ ଦେଶ ମଧ୍ୟରେ ଚାଲିଥିବା ବ୍ୟବସାୟ ମଧ୍ୟରେ। ଭାରତ କାନାଡା ଠାରୁ ସବୁଠାରୁ ଅଧିକ ମସୁର ଡାଲି ଆମଦାନୀ କରିଥାଏ। ତେବେ ଡାଲି ଆମଦାନୀ ବନ୍ଦ ହୋଇଗଲେ ଦେଶରେ ଏହାର ଦରବୃଦ୍ଧି ପାଇବ ବୋଲି ଆଶଙ୍କା କରାଯାଉଥିଲା। କିନ୍ତୁ ଏନେଇ କୌଣସି ଉଦ୍ଦେଶ୍ୟ ନାହିଁ ବୋଲି ଭାରତ ସରକାର ସ୍ପଷ୍ଟ କରିଛନ୍ତି। ଅଲ ଇଣ୍ଡିଆ ଡାଲ ମିଲର୍ସ ଆସୋସିଏସନ ମଧ୍ୟ ଏନେଇ ସରକାରଙ୍କ ସହ ଆଲୋଚନା କରିଥିଲେ।

ଡାଲି ଆମଦାନୀକାରୀମାନେ କହିଛନ୍ତି ଯେ, ବର୍ତ୍ତମାନ କାନାଡାରୁ ଡାଲି ଆମଦାନୀ କରିବାରେ କୌଣସି ଅସୁବିଧା ନାହିଁ। କାନାଡା ବ୍ୟବସାୟୀମାନେ ମଧ୍ୟ ଭାରତକୁ ଡାଲି ପଠାଉଛନ୍ତି। ଭାରତରେ ବାର୍ଷିକ ପ୍ରାୟ ୨୩ ଲକ୍ଷ ଟନ ମସୁର ବ୍ୟବହାର ହୋଇଥାଏ। ବାର୍ଷିକ ପ୍ରାୟ ୧୫ରୁ ୧୬ଲକ୍ଷ ଟନ ମସୁର ଡାଲି ଘରୋଇ ଭାବରେ ଉତ୍ପାଦିତ ହୁଏ ଏବଂ ବାକି ଆମଦାନୀ ହୋଇଥାଏ।

ମସୁର ଆମଦାନି ପାଇଁ ଭାରତ ମୁଖ୍ୟତ କାନାଡା ଉପରେ ନିର୍ଭର କରିଥାଏ। ଚଳିତ ବର୍ଷ ଏପ୍ରିଲ-ଜୁନ ମାସରେ ଭାରତ କାନାଡାରୁ ପ୍ରାୟ ଏକ ଲକ୍ଷ ଟନ ଡାଲି ଆମଦାନୀ କରିଛି। ଗତ ଆର୍ଥିକ ବର୍ଷରେ ୨୦୨୨-୨୩ରେ ଭାରତ କାନାଡାରୁ ୩୭୦ ନିୟୁତ ଡଲାରର ୪.୮୫ ଲକ୍ଷ ଟନ ମସୁର ଆମଦାନୀ କରିଥିଲା।

କାନାଡାରେ ଡାଲି ଫସଲର ୯୫ ପ୍ରତିଶତ ସସ୍କାଚେୱାନ ରାଜ୍ୟରେ ଚାଷ କରାଯାଏ ଏବଂ ଏହି ରାଜ୍ୟର ଡାଲି ବ୍ୟବସାୟୀମାନେ ଭାରତୀୟ ବଜାରରେ ସର୍ବାଧିକ ଡାଲି ବିକ୍ରି କରିଥାନ୍ତି। ଭାରତ ସହ ଥିବା ତିକ୍ତତାକୁ ଦୃଷ୍ଟିରେ ରଖି ସସ୍କାଚୱାନ ରାଜ୍ୟର ବ୍ୟବସାୟୀମାନେ ମଧ୍ୟ ଯଥାଶୀଘ୍ର ଭାରତକୁ ଡାଲି ରପ୍ତାନୀ କରିବାକୁ ଚାହୁଁଛନ୍ତି। କାନାଡାରୁ ଭାରତକୁ ଡାଲି ପହଞ୍ଚିବା ପାଇଁ ପ୍ରାୟ ୪୦ଦିନ ଲାଗିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନ ଯୁଦ୍ଧରେ ରୁଷିଆର ଏଣ୍ଟ୍ରି? ଟ୍ରମ୍ପଙ୍କ ହଜିଲା ନିଦ, ଭୟଙ୍କର ହୋଇପାରେ…

ନୂଆଦିଲ୍ଲୀ/ତେହେରାନ, ୨୬।୩: ପଶ୍ଚିମ ଏସିଆରେ ଜାରି ରହିଥିବା ଯୁଦ୍ଧ ମଧ୍ୟରେ ରୁଷିଆ ଏବଂ ଇରାନର ବଢୁଥିବା ନିକଟତରତା ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି। ପଶ୍ଚିମା ଗୋଇନ୍ଦା…

ନଦୀକୁ ଖସିଲା ବସ୍‌: ୨୪ ମୃତ, ଏବେ ବି ଅନେକ ନିଖୋଜ

ଢାକା,୨୬ା୩: ବାଂଲାଦେଶରେ ଏକ ବସ୍‌ ନଦୀ ମଧ୍ୟକୁ ଖସିପଡ଼ିବାରୁ ଅନୂ୍ୟନ ୨୪ ଜଣଙ୍କ ମୃତ୍ୟୁ ଘଟିବା ସହ ଅନେକ ନିଖୋଜ ଅଛନ୍ତି। ସେମାନଙ୍କୁ ଉଦ୍ଧାର ପାଇଁ ଉଦ୍ୟମ…

ବସଷ୍ଟାଣ୍ଡରେ OSRTC ବସ୍‌ରେ ଲାଗିଲା ନିଆଁ: ଜୀବନ ବଞ୍ଚାଇବାକୁ କିଏ ଝରକା ପଟେ ଡେଇଁଲେ ତ କିଏ… VIDEO 

କୋରାପୁଟ, ୨୬।୩ (ଅମିତାଭ ବେହେରା): କୋରାପୁଟ ବସଷ୍ଟାଣ୍ଡରେ ଏକ ବଡ଼ ଧରଣର ଅଘଟଣ ଟଳିଯାଇଛି। ଗୁରୁବାର ସଂନ୍ଧ୍ୟାରେ ଏକ ସରକାରୀ (OSRTC) ବସ୍‌ରେ ହଠାତ ନିଆଁ ଲାଗିଯିବା…

ଏମିତି ପ୍ରଶ୍ନରେ ରାଗିଗଲେ ଶୁବମନ ଗିଲ, T20 ଟିମରୁ…

ନୂଆଦିଲ୍ଲୀ,୨୬।୩: ଭାରତୀୟ ଦିନିକିଆ ଏବଂ ଟେଷ୍ଟ ଅଧିନାୟକ ଶୁବମନ ଗିଲ ଗୁରୁବାର କହିଛନ୍ତି ଯେ ୨୦୨୬ ଟି୨୦ ବିଶ୍ୱକପ ପୂର୍ବରୁ ଭାରତୀୟ ଦଳରୁ ବାଦ ପଡ଼ିବା ପରେ…

ଚକ୍‌ମା ଦେଉଛନ୍ତି ଟ୍ରମ୍ପ! ପୁଣି ଓଲଟିଲେ, କହିଲେ ‘ଡିଲ ପାଇଁ ଭିକ୍ଷା କରୁଥିଲା ଇରାନ, ମୁଁ ନୁହେଁ’, ସାରା ବିଶ୍ୱ ଆଶ୍ଚର୍ଯ୍ୟ

ଓ୍ବାଶିଂଟନ,୨୬।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଇରାନ ସହିତ ଶାନ୍ତି ଚୁକ୍ତିର ସମ୍ଭାବନା ଉପରେ ସନ୍ଦେହ ପ୍ରକାଶ କରି କହିଛନ୍ତି ଯେ ଇରାନ ଯୁଦ୍ଧ…

ଗଜପତିରେ ଗଞ୍ଜେଇ କାରବାର ଉପରେ ପୋଲିସର ଶକ୍ତ ପ୍ରହାର: ୪.୦୬ ଟନ୍‌ର ଗଞ୍ଜେଇ ଜବତ, ମୂଲ୍ୟ…

ପାରଳାଖେମୁଣ୍ଡି/ମୋହନା, ୨୬।୩ (ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଗଜପତି ଜିଲାରେ ଅବାଧ ଗଞ୍ଜେଇ ଚାଷ ଓ ଚାଲାଣକୁ ରୋକିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ଚଢାଉକୁ ଜୋରଦାର କରାଯାଇଛି।…

West Asia Conflict: ‘ପରିସ୍ଥିତି କରୋନା ପରି ହେବାକୁ ଯାଉଛି’ – ଯୁଦ୍ଧ ଲଢୁଥିବା ଦେଶଗୁଡ଼ିକ ଏହାର ପ୍ରଭାବକୁ ଅନୁଭବ କରୁନାହାଁନ୍ତି

ମସ୍କୋ,୨୬।୩: ରୁଷିଆ ରାଷ୍ଟ୍ରପତି ପୁଟିନ ପଶ୍ଚିମ ଏସିଆରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଦେଇଛନ୍ତି। ସେ କହିଛନ୍ତି ଯେ ଏହି ସଂଘର୍ଷର ପ୍ରଭାବ ପୂର୍ବାନୁମାନ…

ଦୁଃସାହସ! ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ଭାଷା କହିଲାଣି ପାକିସ୍ତାନ! ଇସାକ ଦାରଙ୍କ ବୟାନକୁ ନେଇ ନିଆଁବାଣ ଇରାନ

ଇସଲାମାବାଦ,୨୬।୩: ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଇସାକ ଦାର ଗୁରୁବାର (୨୬ ମାର୍ଚ୍ଚ, ୨୦୨୬) କହିଛନ୍ତି ଯେ ଆମେରିକା ଏବଂ ଇରାନ ମଧ୍ୟରେ ପରୋକ୍ଷ ଶାନ୍ତି ଆଲୋଚନା ଚାଲିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri