Posted inଜାତୀୟ

ବେପରୁଆ ଗାଡ଼ି ଚଳାଇଲେ ମିଳିବ ନାହିଁ ବୀମା କ୍ଷତିପୂରଣ, ହାଇକୋର୍ଟଙ୍କ ନିର୍ଦ୍ଦେଶକୁ କାଏମ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୩।୭: ଏହି ଖବର ଟ୍ରାଫିକ ନିୟମ ଭଙ୍ଗ କରୁଥିବା ଏବଂ ବେପରୁଆ ଭାବରେ ଗାଡି ଚଲାଉଥିବା କିମ୍ବା ରାସ୍ତାରେ ଷ୍ଟଣ୍ଟ କରୁଥିବା ଲୋକଙ୍କ ପାଇଁ ଏକ ଚେତାବନୀ ପରି। ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ଯେଉଁ କ୍ଷେତ୍ରରେ ଡ୍ରାଇଭରଙ୍କ ଭୁଲ ଯୋଗୁ ମୃତ୍ୟୁ ଘଟେ, ବୀମା କମ୍ପାନୀଗୁଡ଼ିକ କ୍ଷତିପୂରଣ ଦେବାକୁ ବାଧ୍ୟ ନୁହଁନ୍ତି।
ମାମଲାଟି କର୍ନାଟକର ହାସନ ଜିଲାର। ୧୮ ଜୁନ ୨୦୧୪ରେ, ଏନ ଏସ ରବିଶା ନାମକ ଜଣେ ବ୍ୟକ୍ତି ତାଙ୍କ ବାପା, ଭଉଣୀ ଏବଂ ତାଙ୍କ ପିଲାମାନଙ୍କ ସହିତ ଏକ କାରରେ ଯାତ୍ରା କରୁଥିଲେ। ନିଜେ ଚଳାଉଥିବା ରବିଶା ଲଗାତାର ଟ୍ରାଫିକ ନିୟମ ଭାଙ୍ଗି ଦ୍ରୁତ ଏବଂ ବେପରୁଆ ଭାବରେ ଗାଡି ଚଲାଉଥିବା ବେଳେ ଆର୍ସିକେରେ ସହର ପୂର୍ବରୁ ମାଇଲାନହଲ୍ଲି ଅଞ୍ଚଳରେ ତାଙ୍କ କାର ଓଲଟି ପଡ଼ିଥିଲା। ଦୁର୍ଘଟଣାରେ ଗୁରୁତର ଆହତ ରବିଶାଙ୍କ ଚିକିତ୍ସା ସମୟରେ ମୃତ୍ୟୁ ହୋଇଥିଲା। ପରିବାର ବୀମା କମ୍ପାନୀଠାରୁ ୮୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲା। ପରିବାର କ୍ଷତିପୂରଣ ରାଶି ଏହି ତଥ୍ୟ ଉପରେ ଆଧାରିତ କରିଥିଲା ଯେ ସେ ପ୍ରତି ମାସରେ ୩ଲକ୍ଷ ଟଙ୍କା ରୋଜଗାର କରୁଥିଲେ।
ପୋଲିସ ରିପୋର୍ଟ ଆଧାରରେ ବୀମା କମ୍ପାନୀ ବୀମା ରାଶି ଦେବାକୁ ମନା କରି ଦେଇଥିଲା ଯେ ରବିଶା ନିଜେ ଦୁର୍ଘଟଣା ପାଇଁ ଦାୟୀ। ଏହା ବିରୁଦ୍ଧରେ, ପରିବାର ମୋଟର ଦୁର୍ଘଟଣା ଦାବି ଟ୍ରିବ୍ୟୁନାଲ କୁ ଯାଇଥିଲା। ଟ୍ରିବ୍ୟୁନାଲ କମ୍ପାନୀର ଯୁକ୍ତିକୁ ସମର୍ଥନ କରିଥିଲା। କର୍ନାଟକ ହାଇକୋର୍ଟ ୨୦୦୯ ମସିହାରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ଉଦ୍ଧୃତ କରିଛନ୍ତି। ହାଇକୋର୍ଟ କହିଛନ୍ତି ଯେ ପରିବାରକୁ ପ୍ରମାଣ କରିବାକୁ ପଡିବ ଯେ ଦୁର୍ଘଟଣାରେ ମୃତକଙ୍କ ଦୋଷ ନାହିଁ।
ହାଇକୋର୍ଟ କହିଛନ୍ତି ଯେ ଯଦି ଜଣେ ବ୍ୟକ୍ତି ନିଜ ଅବହେଳା ଯୋଗୁ ଦୁର୍ଘଟଣାର ଶିକାର ହୁଅନ୍ତି, ତେବେ ତାଙ୍କ ପରିବାର ବୀମା କ୍ଷତିପୂରଣ ପାଇପାରିବେ ନାହିଁ। ବର୍ତ୍ତମାନ ଜଷ୍ଟିସ ପି ଏସ ନରସିଂହ ଏବଂ ଜଷ୍ଟିସ ଆର ମହାଦେବନଙ୍କ ସୁପ୍ରିମକୋର୍ଟ ଖଣ୍ଡପୀଠ ଏହି ମାମଲାରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଉଚ୍ଚଶିକ୍ଷା ବିଭାଗକୁ ବଡ଼ ନିର୍ଦ୍ଦେଶ ଦେଲେ ସରକାର: ୨୪ ଘଣ୍ଟା ମଧ୍ୟରେ…

ଭୁବନେଶ୍ୱର,୧୪।୭: ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ବରୋଧୀ ବିଜେଡି ଏବଂ କଂଗ୍ରେସ...

ହତ୍ୟା ନା ଆତ୍ମହତ୍ୟା:ଭବାନୀପାଟଣା ସ୍ଥାନାନ୍ତର କରାଗଲା ମୃତଦେହ

କେସିଙ୍ଗା,୧୪।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରର ୱାର୍ଡ ନମ୍ବର ୭ର ଜଣେ ୧୬ ବର୍ଷୀୟ ଯୁବକ ବାଳକୃଷ୍ଣ ଶିଖା ବେକର ଶାଢି ଲଗାଇ ଆତ୍ମହତ୍ୟା...

ରେଳବିଭାଗରେ ଚାକିରି କରାଇବା ନାଁରେ ୮୬ ଲକ୍ଷ ଟଙ୍କା ଠକେଇ: ମାମଲା ରୁଜୁ କଲା ପୋଲିସ

ଦିଗପହଣ୍ଡି,୧୪।୭(ଅଶେଷ ନାଥ ମିଶ୍ର): ରେଳବିଭାଗରେ ଚାକିରି କରାଇବା ନାଁରେ ୭ ଜଣ ଯୁବକଙ୍କୁ ଠାରୁ ୮୬ ଲକ୍ଷ ୫୦ ହଜାର ଟଙ୍କା ଠକେଇ ହୋଇଥିବା ଅଭିଯୋଗ...

ଧରିତ୍ରୀ ୱେବ ପ୍ରଭାବ: ଯୋଡ଼ା ଲଘୁଚାପଜନିତ କ୍ଷୟକ୍ଷତି ଆକଳନ କଲା ରାଜସ୍ବ ବିଭାଗ

କୁଆଁରମୁଣ୍ଡା,୧୪।୦୭(ମହେନ୍ଦ୍ର କୁମାର ସାହୁ): ଯୋଡ଼ା ଲଘୁଚାପ ଯୋଗୁ ସୁନ୍ଦରଗଡ଼ରେ ବାଦଲ ଫଟା ବର୍ଷା ହୋଇଛି। ଜାତୀୟ ରାଜପଥରେ ଆଣ୍ଠୁଏ ପାଣି ଶୀର୍ଷକ ଏକ ଖବର ଧରିତ୍ରୀ...

FM ପୀଡ଼ିତା ଛାତ୍ରୀଙ୍କୁ ଭେଟିଲେ ରାଷ୍ଟ୍ରପତି: ପଚାରି ବୁଝିଲେ ସ୍ବାସ୍ଥ୍ୟାବସ୍ଥା

ଭୁବନେଶ୍ୱର,୧୪।୭: ବାଲେଶ୍ୱର ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ର ଦ୍ୱିତୀୟବର୍ଷରେ ଅଧ୍ୟୟନରତା ଜଣେ ଛାତ୍ରୀ ଆତ୍ମାହୁତି ଦେଇଛନ୍ତି। ଏହି ଛାତ୍ରୀ ଜଣଙ୍କ ଗୁରୁତର ଅବସ୍ଥାରେ...

ସାର୍‌ ନିଆଁ ଲଗାଇ ଦେଇଛନ୍ତି… ବାଲେଶ୍ୱର ଘଟଣାରେ ପୀଡ଼ିତା ଛାତ୍ରୀଙ୍କ ମା’ଙ୍କ ସାଂଘାତିକ ଅଭିଯୋଗ

ଭୁବନେଶ୍ୱର,୧୪।୭: ବାଲେଶ୍ୱରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟ ଛାତ୍ରୀ ଆତ୍ମହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରିଦେଇଛି। ଏହି ଘଟଣାରେ ସୋମବାର ପୀଡ଼ିତା ଛାତ୍ରୀଙ୍କ ମା’...

ରାଜ୍ୟ ସ୍ତରୀୟ କିକ୍‌ ବକ୍ସିଂ ପ୍ରତିଯୋଗିତା: ଚମକିଲେ ଗଞ୍ଜାମ ଝିଅ,ପୁଅ ପାୟଲଙ୍କୁ ସ୍ବର୍ଣ୍ଣ କଳ୍ପଜିତଙ୍କୁ

ଗଞ୍ଜାମ,୧୪।୭(ବିଦ୍ୟାଧର ସାହୁ ): ଚଳିତ ବର୍ଷ ରାଜ୍ୟ ସ୍ତରୀୟ ଟାଇକୋଣ୍ଡ ପ୍ରତିଯୋଗିତାରେ ଗଞ୍ଜାମର ଓଡ଼ିଆ ଝିଅ ପାୟଲ ନାହାକ (୯ )ସ୍ବର୍ଣ୍ଣ ପଦକ ଏବଂ କଳ୍ପଜିତ...

ମହାକାଶରୁ ଫେରିବା ପରେ ଏସବୁ ଜିନିଷ ଭୁଲିଯିବେ ଶୁଭାଂଶୁ ଶୁକ୍ଲା: ଖାଇବାଠାରୁ ଚାଲିବା ପର୍ଯ୍ୟନ୍ତ…

ନୂଆଦିଲ୍ଲୀ,୧୪।୭: ଭାରତର ମହାକାଶ ଅଭିଯାନରେ ଆଉ ଏକ ଐତିହାସିକ ମୁହୂର୍ତ୍ତ ଆସିବାକୁ ଯାଉଛି। ଭାରତୀୟ ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ୧୮ ଦିନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri