ଭିତ୍ତିଭୂମି ନାହିଁ, ୟୁଏଏସ ନାହିଁ: ବିଇଓ ଅଫିସ ଆଗରେ ଗର୍ଜିଲା ପ୍ରାଥମିକ ଶିକ୍ଷକ ସଂଘ

ଥୁଆମୂଳ ରାମପୁର,୧।୮(ଦୁର୍ଗା କୀର୍ତ୍ତି): ବିଦ୍ୟାଳୟରେ ଆବଶ୍ୟକୀୟ ଭିତ୍ତିଭୂମି ନ ଥାଇ ୟୁ.ଏ.ଏସ ଲାଗୁ କରିବା ବିଭାଗୀୟ ଦୂରଦୃଷ୍ଟି ଅଭାବ ବୋଲି କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ କୁହାଯାଇଛି। ୟୁ.ଏ.ଏସ ପ୍ରଚଳନକୁ ବିରୋଧ କରି ଗୋଷ୍ଠୀଶିକ୍ଷା ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି l ନିକଟ ଅତୀତରେ କଳାହାଣ୍ଡି ଜିଲା ପ୍ରାଥମିକ ସଂଘ ତରଫରୁ ମାନ୍ୟବର ମୁଖ୍ୟମନ୍ତ୍ରୀ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ, ଶିକ୍ଷା ସଚିବ, ଓସେପା ନିର୍ଦ୍ଦେଶକ ଓ ପ୍ରାଥମିକ ଶିକ୍ଷା ନିର୍ଦେଶକଙ୍କୁ ଆବଶ୍ୟକୀୟ ଭିତ୍ତିଭୂମି ଯଥା ଶିକ୍ଷକ ନିଯୁକ୍ତି, ମୋବାଇଲ କିମ୍ବା ଲାପଟପ ପ୍ରଦାନ, ନେଟ୍‌ପ୍ୟାକ୍‌ର ବ୍ୟବସ୍ଥା ଏବଂ କମ୍ପୁଟର ଶିକ୍ଷକ ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ୟୁ.ଏ.ଏସ ପ୍ରଚଳନ ବ୍ୟବସ୍ଥାକୁ ସ୍ଥଗିତ ରଖିବା ପାଇଁ ମାନନୀୟ କଳାହାଣ୍ଡି ଜିଲାପାଳଙ୍କ ଜରିଆରେ ଦାବୀ କରାଯାଇଥିଲା l
ସାମ୍ପ୍ରତିକ ପରିସ୍ଥିତିରେ ବିଦ୍ୟାଳୟରେ ଶିକ୍ଷକ ଅଭାବ, ଶିଶୁ ବାଟିକା ପାଇଁ ଶ୍ରେଣୀଗୃହ ଅଭାବ, ଅଣ ଶିକ୍ଷାଦାନ କାର୍ଯ୍ୟକ୍ରମ ଶିକ୍ଷକମାନଙ୍କ ଉପରେ ବୋଝ l ଏତତ ବ୍ୟତୀତ ଓଡିଶା ପ୍ରାଥମିକ ବିଦ୍ୟାଳୟ ସମୂହକୁ ଆକଳନ କଲେ ଜଣାଯାଏ ଯେ, ସମଗ୍ର ରାଜ୍ୟରେ ୬୦% ବିଦ୍ୟାଳୟରେ ୪୦ ରୁ ୫୦ ଜଣ ଛାତ୍ର ଛାତ୍ରୀ ରହିଛନ୍ତି, ସରକାରୀ ନିୟମ ଅନୁଯାୟୀ ଅନୁନ୍ୟ ଗୋଟିଏ ବିଦ୍ୟାଳୟରେ ୨ ଜଣ ଶିକ୍ଷକ ରହନ୍ତି ଏଭଳି ମଧ୍ୟ ବିଦ୍ୟାଳୟ ଅଛି ଯେଉଁଠି ୩୦୦ ରୁ ୭୦୦ ଛାତ୍ରଛାତ୍ରୀ ସେଠାରେ ମଧ୍ୟ ପି.ଟି.ଆର ମୁତାବକ ଶିକ୍ଷକ ନାହାନ୍ତି କିମ୍ବା ଶ୍ରେଣୀ ମୁତାବକ ଶିକ୍ଷକ ନାହାନ୍ତି l ଏହିପରି ସ୍ଥିତିରେ ୟୁ.ଏ.ଏସ ଲାଗୁ କରିବା ସମ୍ଭବ ନୁହେଁ l
ଏଣୁ ନିବେଦନ ତୁରନ୍ତ ବିଭିନ୍ନ ବର୍ଗର ପଦବୀକୁ ପୂରଣ କରିବା ସହ ଶିକ୍ଷକମାନଙ୍କୁ ବୋଝମୁକ୍ତ କରାଇଲେ ୟୁ.ଏ.ଏସ ତଥା ଶିଶୁ ବାଟିକା ବ୍ୟବସ୍ଥା ସାକାର ହୋଇପାରିବ l ଯେପର୍ଯ୍ୟନ୍ତ ଉପଯୁକ୍ତ ଭିତ୍ତିଭୂମି ନ କରାଯାଇଛି, ୟୁ.ଏ.ଏସ ବନ୍ଦ କରିବାକୁ ନେଇ ଥୁଆମୂଳ ରାମପୁର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ସଭାପତି ଅଜିତ କୁମାର ନାୟକଙ୍କ ନେତୃତ୍ୱରେ ସ୍ଥାନୀୟ ମା’ ମାଣିକେଶ୍ବରୀ ମନ୍ଦିର ନିକଟରୁ ଏକ ବାହାରି ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଯାଇ ସେଠାରେ ବ୍ଲକ ଶିକ୍ଷାଧିକାରୀ ତପିମଣୀ ଜାନୀ ଅନୁପସ୍ଥିତ ଥିବାରୁ ବ୍ଲକ ଅତିରିକ୍ତ ଶିକ୍ଷାଧିକାରୀ ହେମନ୍ତ କୁମାର ପଣ୍ଡାଙ୍କୁ ଦାବି ପ୍ରଦାନ କରାଯାଇଥିଲା।
ଏହି ରାଲିରେ ଜିଲା ଯୁଗ୍ମ ସମ୍ପାଦକ ଉପେନ୍ଦ୍ର ପ୍ରଧାନ, ବ୍ଲକ ସମ୍ପାଦକ ସୁରେଶ ଚନ୍ଦ୍ର ନାଏକ, ଉପସଭାପତି ସୁବାଷ ଚନ୍ଦ୍ର ନାଏକ, ଯୁଗ୍ମ ସମ୍ପାଦକ ସଂଗ୍ରାମ କେଶରୀ ବେହେରା, କୋଷାଧ୍ୟକ୍ଷ ମାଧବ ଚନ୍ଦ୍ର ନାଏକ, କୋଡିନେଟର ଚୈତନ୍ୟ ନାଏକ, ଅର୍ଣ୍ଣପୂର୍ଣ୍ଣା ବାଗ, ଉପ ସଭାନେତ୍ରୀ ସୁକାନ୍ତି ନାଏକଙ୍କ ସମେତ ଅନେକ ଶିକ୍ଷକ ସଂଘ କର୍ମକର୍ତ୍ତା ଉପସ୍ଥିତ ଥିବାତ୍‌ବେଳେ ଜିଲା କୋର କମିଟି ସଦସ୍ୟ ସୁବାଷ ବିଶ୍ୱାଳ, ରାମେଶ୍ୱର ନାଏକ ଏବଂ ୧୪ ଗୋଟି କ୍ଲଷ୍ଟରରୁ ଆସିଥିବା ଶିକ୍ଷକ ଶିକ୍ଷୟିତ୍ରୀ ପ୍ରମୁଖ ଉପସ୍ଥିତ ରହିଥିଲେ l


Enter your email to get our daily news in your inbox.

All Right Reserved By Dharitri.Com

ବର୍ଷା ଋତୁରେ ଖାଦ୍ୟ ସୁରକ୍ଷା

ବର୍ଷା ଋତୁ ଗରମରୁ ମୁକ୍ତି ଆଣିଥାଏ, କିନ୍ତୁ ବର୍ଦ୍ଧିତ ଆର୍ଦ୍ରତା ଯୋଗୁ ଖାଦ୍ୟ ନଷ୍ଟ ହେବାର ଆଶଙ୍କା ବୃଦ୍ଧି କରିଥାଏ। ତା’ସହ ଖାଦ୍ୟଜନିତ ରୋଗ ସୃଷ୍ଟି କରିବାରେ…

ଟ୍ରେନ୍‌ରେ ପିଟିହୋଇ ମହିଳା ଗୁରୁତର

ବଲାଙ୍ଗୀର, ୨୪।୮: ବଲାଙ୍ଗୀର ସହର ନିକଟସ୍ଥ ଝୁଜେନପାଲି ରେଳ ଫାଟକଠାରେ ଟ୍ରେନ୍‌ରେ ପିଟି ହୋଇ ଜଣେ ମହିଳା ଗୁରୁତର ହୋଇଛନ୍ତି। ମହିଳା ଜଣକ ପାଟଣାଗଡ଼ ଥାନା ଅନ୍ତର୍ଗତ…

ଝାଡ଼ଖଣ୍ଡ-ରାଉରକେଲା ପୋଲିସର ବଡ଼ ଅପରେଶନ, ଜଙ୍ଗଲରୁ ଜବତ ହେଲା ବିପୁଳ ବିସ୍ଫୋରକ

ରାଉରକେଲା,୨୪।୮: ସୁନ୍ଦରଗଡ଼ ଜିଲା କେ.ବଲାଙ୍ଗ ଥାନା ନିକଟ ଜଙ୍ଗଲରୁ ସୋମବାର ବିପୁଳ ପରିମାଣର ବିସ୍ଫୋରକ ଜବତ ହୋଇଛି। ମାଓବାଦୀମାନେ ଜଙ୍ଗଲରେ ଏହି ବିସ୍ଫୋରକ ଲୁଚାଇ ରଖିଥିବା ଜଣାପଡିଛି।…

ଗଞ୍ଜାମ ତହସିଲରେ କର୍ମଚାରୀ ଅଭାବ : ଏକାଥରକେ ୬ କର୍ମଚାରୀଙ୍କ ବଦଳି, କାର୍ଯ୍ୟ ବାଧାପ୍ରାପ୍ତ

ଗଞ୍ଜାମ, ୨୪।୮ (ବିଦ୍ୟାଧର ସାହୁ): ଗଞ୍ଜାମ ସହରର ଐତିହାସିକ ପୋତାଗଡ଼ ରାସ୍ତାରେ ଅବସ୍ଥିତ ଗଞ୍ଜାମ ତହସିଲ କାର୍ଯ୍ୟାଳୟରେ କର୍ମଚାରୀ ଅଭାବ ଯୋଗୁ ବିଭିନ୍ନ ସରକାରୀ କାର୍ଯ୍ୟ ବାଧାପ୍ରାପ୍ତ…

ଲଗାଣ ବର୍ଷାରେ ଥୁଆମୂଳ ରାମପୁର ବେହାଲ: ଭାଙ୍ଗିଲା ଘର, ସ୍ଥାନୀୟ ଲୋକଙ୍କ ଅଭିଯୋଗ ପରେ ମୁହଁ ଖୋଲିଲେ RI

ଥୁଆମୂଳ ରାମପୁର,୨୪ା୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଓ ଏହାର ଆଖପାଖ ଅଞ୍ଚଳରେ ଲଗାଣ ବର୍ଷା ଯୋଗୁ ସାଧାରଣ ଜୀବନଯାତ୍ରା ସମ୍ପୂର୍ଣ୍ଣ ଅସ୍ତବ୍ୟସ୍ତ ହୋଇପଡ଼ିଛି।…

୨,୨୪୮ କୋଟି ତୁରନ୍ତ ଫେରାଅ, ୨୧ ବିଭାଗକୁ ଅର୍ଥ ବିଭାଗର ପତ୍ର

ଭୁବନେଶ୍ୱର,୨୪ା୮(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ୨୧ଟି ବିଭାଗ କେନ୍ଦ୍ରୀୟ ପ୍ରବର୍ତ୍ତିତ ଯୋଜନା ଅର୍ଥ ଖର୍ଚ୍ଚ କରିପାରି ନ ଥିବାରୁ ଏବେ ସମସ୍ୟା ସୃଷ୍ଟି ହୋଇଛି। ୨୦୨୫-୨୬ ଆର୍ଥିକବର୍ଷର…

ମନ୍ଦିରକୁ ଯାଇଥିଲେ ମା’, ଫେରିଲା ବେଳକୁ ଝୁଲି ପଡିଥିଲେ ଝିଅ

ଉଦଳା,୨୪।୮(ସନ୍ତୋଷ ବାଛିନୀ): ଘର ଭିତରୁ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଉଦଳା ଥାନା ଏନଏସି ୧୦ ନମ୍ବର ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଘଟିଛି…

ଟ୍ରେନରେ ସୁଟକେସ, ରୋଷେଇ ଘରେ ମଣିଷ ଶରୀରର ଅଙ୍ଗ, ସିସିଟିଭି ଖୋଲିଦେଲା ରହସ୍ୟ

ଆଗ୍ରା,୨୪।୮: କିଛି ଦିନ ପୂର୍ବରୁ, ଆଗ୍ରାରେ ଏକ ଟ୍ରେନରେ ଏକ ସୁଟକେସ ଭିତରେ ପଚିଯାଇଥିବା ଶରୀରର ଅଂଶ ମିଳିବା ସହିତ ଏକ ମାମଲା ସାମ୍ନାକୁ ଆସିଥିଲା। ଏବେ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri