Posted inଜାତୀୟ

ଆଜି ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ଉଡ଼ିବନି ବିମାନ

ଚେନ୍ନାଇ,୩୦ା୧୧: ଶନିବାର ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ବିମାନ ଉଡ଼ାଣ ବନ୍ଦ ନେଇ ଘୋଷଣା କରାଯାଇଛି। ବାତ୍ୟା ‘ଫେଙ୍ଗାଲ’ ପାଇଁ ଚେନ୍ନାଇରେ ବିମାନ ଉଡ଼ାଣ ଉପରେ ରୋକ୍‌ ଲଗାଯାଇଛି। ଅପରାହ୍ନରେ ତାମିଲନାଡୁ-ପୁଡୁଚେରୀ ଉପକୂଳରେ ଲ୍ୟାଣ୍ଡଫଲ୍‌ କରିବ ଫେଙ୍ଗାଲ। ଏହା କରାଇକାଲ ମହାବଳିପୂରମ ମଧ୍ୟରେ କୂଳ ଛୁଇଁବା ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍‌ବେଳେ ଘଣ୍ଟାକୁ ୭୦ରୁ ୮୦ କିମି ବେଗରେ ପବନ ବହିବ। ପ୍ରବଳ ବର୍ଷା ଜାରି ରହିଥିବାରୁ ବହୁତ ଅଞ୍ଚଳ ପାଣିରେ ବୁଡ଼ିରହିଛି।

ତାମିଲନାଡ଼ୁ ଏବଂ ପୁଡୁଚେରୀର ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳକୁ ସତର୍କ ସୂଚନା ଜାରି କରାଯାଇଛି । ତଳିଆ ଅଞ୍ଚଳରୁ ସୁରକ୍ଷିତ ସ୍ଥାନକୁ ଚାଲିଯିବାକୁ ଲୋକଙ୍କୁ ପରାମର୍ଶ ଦେଇଛି ପ୍ରଶାସନ । ନାଗପାଟ୍ଟମ ଏବଂ ଅନ୍ୟ ସମୁଦ୍ର କୂଳରେ ଉଚ୍ଚ ଜୁଆରମାନ ଦେଖିବାକୁ ମିଳିଛି । ବାତ୍ୟା ମୁକାବିଲା ନେଇ ଏନଡିଆରଏଫ୍ ଏବଂ ଏସଡିଆରଏଫ୍ ଟିମ୍ ପ୍ରସ୍ତୁତ ରହିଛି । ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବିଭାଗ ପକ୍ଷରୁ ୨,୨୨୯ ରିଲିଫ୍ କ୍ୟାମ୍ପରେ ଟିମ୍ ପ୍ରସ୍ତୁତ ରହିଛି । ତିରୁଭାରୁର୍ ଏବଂ ନାଗାପାଟ୍ଟିମ୍ ଜିଲ୍ଲାର ୪୭୧ ଲୋକ ରିଲିଫ୍ କ୍ୟାମ୍ପରେ ଆଶ୍ରୟ ନେଇଛନ୍ତି । ସମୁଦ୍ରରୁ  ୪,୧୦୦ ବୋଟ୍ ଉପକୂଳକୁ ଫେରିଥିବା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ବାହାଘର ପାଇଁ ଝିଅଙ୍କୁ ଟଙ୍କା ଦେବେ ଓଡ଼ିଶା ସରକାର, ଆକାଉଣ୍ଟକୁ ଆସିବ ଏତେଟଙ୍କା

ଭୁବେନଶ୍ୱର,୫।୧୨: ସୁଭଦ୍ରା ଯୋଜନା ପରେ ଓଡ଼ିଶାରେ ନୂଆ ଯୋଜନା ପାଇଁ ବଡ଼ ଘୋଷଣା କରିଛନ୍ତି ରାଜ୍ୟ ସରକାର। ଏବେ ବାହାଘର ପାଇଁ ଟଙ୍କା ଦେବେ ଓଡ଼ିଶା...

ମୋଦିଙ୍କ ଘୋଷଣା ଶୁଣି ଟ୍ରମ୍ପ ଛାନିଆ! କହିଦେଲେ…

ନୂଆଦିଲ୍ଲୀ,୫।୧୨:ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଭାରତ ଗସ୍ତରେ ଅଛନ୍ତି। ଆଜି ତାଙ୍କ ଗସ୍ତର ଦ୍ୱିତୀୟ ଦିନ। ଗୁରୁବାର ରାତିରେ ଭାରତରେ ପହଞ୍ଚିଥିବା ପୁଟିନ ମହାତ୍ମା ଗାନ୍ଧୀଙ୍କ...

ଶୀତରେ ଥରୁଛି ଉତ୍ତର ଭାରତ

ନୂଆଦିଲ୍ଲୀ,୫ା୧୨: ସମଗ୍ର ଉତ୍ତର ଭାରତ ଶୀତରେ ଥରୁଛି। ଶୁକ୍ରବାର ରାଜସ୍ଥାନ, ପଞ୍ଜାବ ଏବଂ ହରିୟାଣାର ଅଧିକାଂଶ ଅଞ୍ଚଳରେ ସର୍ବନିମ୍ନ ତାପମାତ୍ରା ସ୍ବାଭାବିକଠାରୁ ନିମ୍ନରେ ରହିଛି। ତେବେ...

ଭାରତର ସବୁଠୁ ବିଶ୍ବାସଯୋଗ୍ୟ ଏହି ୩ଟି ବ୍ୟାଙ୍କ, RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ,୫।୧୨: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI), HDFC, ଏବଂ ICICI ବ୍ୟାଙ୍କକୁ ଦେଶର ସବୁଠାରୁ ସୁରକ୍ଷିତ ବ୍ୟାଙ୍କ ଭାବରେ...

ପୁଟିନଙ୍କ କାର୍‌ ଠାରୁ କେତେ ଦମଦାର୍‌ ମୋଦିଙ୍କ କାର୍‌? ଜାଣନ୍ତୁ ଦୁଇଟାଯାକର ଦାମ୍‌

ନୂଆଦିଲ୍ଲୀ,୫।୧୨: ଋଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ବିଶ୍ୱର ସବୁଠାରୁ ରହସ୍ୟମୟ ନେତାମାନଙ୍କ ମଧ୍ୟରୁ ଜଣେ ବୋଲି ବିବେଚନା କରାଯାଏ। ସେ ପ୍ରତ୍ୟେକ ଗସ୍ତରେ ଏକ ବୁଲେଟପ୍ରୁଫ...

ପୁଟିନ୍‌ଙ୍କୁ ଗୀତା ଉପହାର ଦେଲେ ମୋଦି

ନୂଆଦିଲ୍ଲୀ,୫।୧୨: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ଏଡି ଅବସରରେ ରାଷ୍ଟ୍ରପତି ପୁଟିନ୍‌ଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ଶ୍ରୀମଦ୍‌ଭଗବତ...

ପୂର୍ବତନ ଡିଏସ୍‌ପିଙ୍କ ଝିଅ ହାତ ଧରିଲେ ବୃନ୍ଦାବନର ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ

ଜୟପୁର,୫ା୧୨: ପ୍ରବଚକ ଇନ୍ଦ୍ରେଶ ଉପାଧ୍ୟାୟ ଏବଂ ପୂର୍ବତନ ଡିଏସ୍‌ପିଙ୍କ ଝିଅ ସିପ୍ରା ଜୟପୁରର ଏକ ହୋଟେଲରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ପ୍ରସିଦ୍ଧ ମଥୁରାର ପ୍ରବଚକ...

ସ୍ବାସ୍ଥ୍ୟକୁ ସୁସ୍ଥ ରଖେ କ୍ରୀଡ଼ା, ନିୟମିତ ଖେଳକୁଦ ଅଭ୍ୟାସ ପାଇଁ…

ଭଞ୍ଜନଗର,୫ା୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିରର ୩୬ ତମ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri