Posted inଜାତୀୟ

ବରଯାତ୍ରୀଙ୍କ ପାଇଁ ମାଛ-ମାଂସ ନ କରିବାରୁ କନ୍ୟା ପକ୍ଷଙ୍କୁ ପିଟିଲେ ବର ପରିବାର, ଭାଙ୍ଗିଲା ବାହାଘର

ନୂଆଦିଲ୍ଲୀ, ୧୩।୭: ବରଣମାଳା ଦିଆନିଆ ସାରିଥିଲା, ହେଲେ ବରଯାତ୍ରୀଙ୍କ ପାଇଁ ମାଛ-ମାଂସ ନ କରିବାରୁ ବାହାଘର ଭାଙ୍ଗିଦେଲେ ବରପକ୍ଷ। ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଉତ୍ତରପ୍ରଦଶରେ। ଖବର ଅନୁଯାୟୀ ବରଯାତ୍ରୀନଙ୍କ ପାଇଁ ପୁଲାଓ, ପନିର ଏବଂ ନାନା ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା ଏବଂ ଲକ୍ଷ ଲକ୍ଷ ଟଙ୍କା ଯୌତୁକ ପ୍ରଦାନ କରାଯାଇଥିଲା, କିନ୍ତୁ ଦୁଇଟି ଜିନିଷ ନ ଥିଲା ମାଛ ଏବଂ ମାଂସ। ଯାହାକୁ ନେଇ ବର ଏବଂ ତାଙ୍କ ସମ୍ପର୍କୀୟଙ୍କୁ ଏତେ ରାଗିଗଲେ ଯେ ସେମାନେ ବରର ପରିବାରକୁ ମାଡ ମାରିବା ଆରମ୍ଭ କରିଦେଲେ, ଏପରିକି ବାଡ଼ିରେ ପିଟିଲେ।

ଏଭଳି ପରିସ୍ଥିତିରେ ବାହାଘରକୁ ବନ୍ଦ କରି ଦିଆଯାଇଥିଲା ଏବଂ ବର ଘଟଣାସ୍ଥଳ ଛାଡି ପଳାଇଥିଲେ। ଏହା ପରେ କନ୍ୟା ପରିବାର ପୋଲିସ ନିକଟରେ ବାର ପକ୍ଷ ଆକ୍ରମଣ କରିଥିବା ଓ ଯୌତୁକ ନେଇଥିବା ଅଭିଯୋଗ କରିଛନ୍ତି।

ଗୁରୁବାର ଅଭିଷେକ ଶର୍ମା ଦୀନେଶ ଶର୍ମାଙ୍କ ଝିଅ ସୁଷମାଙ୍କୁ ବିବାହ କରିବା ପାଇଁ ଦେଓରିଆ ଜିଲାର ଆନନ୍ଦ ନାଗ ଗ୍ରାମକୁ ଏକ ‘ବାରାତି’ (ବିବାହ ଶୋଭାଯାତ୍ରା) ର ନେଇ ଯାଇଥିଲେ। ସବୁକିଛି ଯୋଜନା ମୁତାବକ ଚାଲିଥିଲା ଏପରିକି ବରମାଳା ମଧ୍ୟ ଦିଆନିଆ ସାରିଥିଲା, ତେବେ ଏତିକିବେଳେ ବର କହିଥିଲା ଯେ, ଏହା କୌଣସି ଶାକାହାରୀ ଭୋଜି ନୁହେଁ।

ଏହାପରେ ବର, ତାଙ୍କ ପିତା ସୁରେନ୍ଦ୍ର ଶର୍ମା ଏବଂ ଅନ୍ୟମାନେ ମାଛ, ମାଂସ ନଥିବାରୁ ଅଶାଳୀନ ଭାଷା ବ୍ୟବହାର କରିବା ଆରମ୍ଭ କଲେ। ମୁଁ ଯେତେବେଳେ ଆପତ୍ତି କଲି, ଅଭିଷେକ ଶର୍ମା, ସୁରେନ୍ଦ୍ର ଶର୍ମା, ରାମପ୍ରକାଶ ଶର୍ମା, ରାଜକୁମାର ଏବଂ କିଛି ଅଜ୍ଞାତ ବ୍ୟକ୍ତି ମୋ ପରିବାରକୁ ବାଡ଼ିରେ ପିଟିବା ଆରମ୍ଭ କରିଥିଲେ ବୋଲି ବରର ପିତା ହିନ୍ଦୀରେ ପୋଲିସ ଅଭିଯୋଗରେ କହିଛନ୍ତି।

ଅଭିଯୋଗରେ ଆହୁରି ମଧ୍ୟ କୁହାଯାଇଛି ଯେ ପ୍ରାୟ ଲକ୍ଷ ୪.୫ଟଙ୍କା ଯୌତୁକ ରୂପେ ଦିଆଯାଇଛି। ଦୀନେଶ ଶର୍ମା ଅଭିଯୋଗରେ କହିଛନ୍ତି, “ସୁରେନ୍ଦ୍ର ଶର୍ମାଙ୍କ ପୁଅ ଅଭିଷେକ ଶର୍ମାଙ୍କୁ ଏକ କାର କିଣିବା ପାଇଁ ମୁଁ ୪.୫ ଲକ୍ଷ ଟଙ୍କା ଦେଇଛି। ଏକ ତିଲକ ସେଟ୍ ଏବଂ ଦୁଇଟି ସୁନା ମୁଦି (ମୂଲ୍ୟ ୨୦,୦୦୦) ମଧ୍ୟ ଦିଆଯାଇଛି।”


Enter your email to get our daily news in your inbox.

All Right Reserved By Dharitri.Com

ଶିଶିର ସରସ ମେଳା-୨୦୨୬ରେ ୩୦ କୋଟି ଟପିଲା ବ୍ୟବସାୟ

ଭୁବନେଶ୍ୱର,୨୦।୧: ରାଜଧାନୀରେ ଚାଲିଥିବା ଜାତୀୟ ସ୍ତରୀୟ ‘ଶିଶିର ସରସ ମେଳା-୨୦୨୬’ ମଙ୍ଗଳବାର ଉଦଯାପିତ ହୋଇଯାଇଛି। ଚଳିତ ବର୍ଷ ଏହି ମେଳା ବିକ୍ରି ଏବଂ ଜନସମାଗମ କ୍ଷେତ୍ରରେ...

ବାଲେଶ୍ୱରରେ ସଂଖ୍ୟାଲଘୁ ଯୁବକଙ୍କ ହତ୍ୟା: ନବୀନଙ୍କ ଗଭୀର ଦୁଃଖ ପ୍ରକାଶ

ଭୁବନେଶ୍ୱର,୨୦।୧: ବାଲେଶ୍ୱର ଜିଲାରେ ଗୋ-ଚାଲାଣ ଅଭିଯୋଗରେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ଯୁବକଙ୍କୁ ହତ୍ୟା ଘଟଣାରେ ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ...

୨୦୦୦ ଟଙ୍କାର ଛୋଟିଆ SIP କରିବ କୋଟିପତି, ଜାଣନ୍ତୁ କିଭଳି ନିବେଶ… 

ନୂଆଦିଲ୍ଲୀ, ୨୦।୧: କ’ଣ ୨୦୦୦ର ଛୋଟ SIPରୁ ଆପଣ କୋଟିପତି ହୋଇପାରିବେ? ଉତ୍ତର ହେଉଛି ହଁ! କେବଳ ଧୌର୍ଯ୍ୟ ଏବଂ ସମୟର ଆବଶ୍ୟକତା ରହିଛି। ଏସ୍‌ଆଇପି,...

୨୭ ବର୍ଷ ପରେ ନକ୍ଷତ୍ର ପରିବର୍ତ୍ତନ କଲେ ଶନି, ଏହି ୩ ରାଶିର ବଦଳିବ ଭାଗ୍ୟ…

ଜାନୁଆରୀ ୨୦ ତାରିଖ ଅର୍ଥାତ୍ ଆଜିର ଦିନରୁ ଶନିଦେବ ଉତ୍ତରା ଭାଦ୍ରପଦ ନକ୍ଷତ୍ରରେ ପ୍ରବେଶ କରିବାକୁ ଯାଉଛନ୍ତି । ଜ୍ୟୋତିଷ ଶାସ୍ତ୍ରର ଗଣନା ଅନୁଯାୟୀ ପାଖାପାଖି...

ନିରଞ୍ଜନଙ୍କୁ ଗୁରୁଦାୟିତ୍ୱ: ରାଜ୍ୟ ସରପଞ୍ଚ ମହାସଂଘର ଉପଦେଷ୍ଟା ହେଲେ …

ଦିଗପହଣ୍ଡି,୨୦|୧(ଅଶେଷନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକର ପୂର୍ବତନ ସମିତି ସଭ୍ୟ ତଥା ରେଡ୍ଡୀ ସମାଜ ଦିଗପହଣ୍ଡି ଜୋନର ସଭାପତି ଏମ୍ . ନିରଞ୍ଜନ ରେଡ୍ଡୀଙ୍କୁ...

ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବଡ଼ ପଦକ୍ଷେପ: ଆସୁଛି ଶକ୍ତିଶାଳୀ ଲେଜର ଅସ୍ତ୍ର

ନୂଆଦିଲ୍ଲୀ,୨୦।୧: ବିଶ୍ୱରେ ବଦଳୁଥିବା ସୁରକ୍ଷା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତ ଏବେ ନିଜସ୍ୱ ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଅଧିକ ସୁଦୃଢ଼ କରିବାକୁ ଯାଉଛି। ରୁଷର S-400...

ଟାଙ୍ଗିଆରେ ହାଣି କରିଥିଲେ ହତ୍ୟା: ବାପା-ପୁଅକୁ ଆଜୀବନ ଜେଲ

ବ୍ରହ୍ମପୁର,୨୦।୧(ସୁବାସ ଚନ୍ଦ୍ର ପାଢ଼ୀ): କିଆବାଡ଼ ଭାଗବଣ୍ଟାକୁ ନେଇ ଘଟିଥିବା ହତ୍ୟା ମାମଲାର ବିଚାର କରି ଗଞ୍ଜାମ ଜିଲା ଜଜ୍‌ ଅଶାନ୍ତ କୁମାର ଦାଶ ଅଭିଯୁକ୍ତ ବାପ-ପୁଅଙ୍କୁ...

ମୁନିଗୁଡ଼ା ବ୍ଲକ୍‌ ତେଲେଙ୍ଗାପଦର ଛକରେ ମାଓବାଦୀ ବ୍ୟାନର

ରାୟଗଡା,୨୦।୧ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡ଼ା ମୁନିଗୁଡ଼ା ବ୍ଲକ୍‌ ଅନ୍ତର୍ଗତ ତେଲେଙ୍ଗାପଦର ଛକ ନିକଟରେ ମାଓବାଦୀ ବ୍ୟାନର ଲାଗିଥିବା ଦେଖିବାକୁ ମିଳିଛି I ଖଣି ଖାଦାନକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri