ଏଲିଏନ୍‌ଙ୍କ ପ୍ରମାଣ ନାହିଁ

ଓ୍ବାଶିଂଟନ,୧୫।୯:ଅଜଣା ଉଡ଼ନ୍ତା ବସ୍ତୁ(ଏଲିଏନ୍‌) ସମ୍ପର୍କିତ ଅଧ୍ୟୟନ ପାଇଁ ନୂଆ ବୈଜ୍ଞାନିକ କୌଶଳର ଆବଶ୍ୟକତା ରହିଛି। ଅତ୍ୟାଧୁନିକ ସାଟେଲାଇଟ୍‌ ବ୍ୟବହାର କରି ୟୁଏଫ୍‌ଓ ସମ୍ପର୍କରେ ଅଧିକ ଗବେଷଣା କରାଯିବା ଜରୁରୀ ବୋଲି ଗୁରୁବାର ଆମେରିକୀୟ ମହାକାଶ ଗବେଷଣା ସଂସ୍ଥା ନାସା ସ୍ପଷ୍ଟ କରିଛି। ବର୍ଷାଧିକ କାଳର ଗବେଷଣା ପରେ ଜାରି କରାଯାଇଥିବା ୩୩ ପୃଷ୍ଠା ସମ୍ବଳିତ ବହୁ ପ୍ରତୀକ୍ଷିତ ରିପୋର୍ଟରେ ମହାକାଶ ସଂସ୍ଥା ପକ୍ଷରୁ ଦର୍ଶାଯାଇଛି ଯେ ଆକାଶରେ ବିଭିନ୍ନ ସମୟରେ ଦେଖାଯାଉଥିବା ଅସ୍ବାଭାବିକ ଘଟଣାମାନ ପଛରେ ଏଲିଏନ୍ସଙ୍କ ଭୂମିକା ନେଇ କୌଣସି ପ୍ରମାଣ ମିଳିନାହିଁ। ତେବେ ପୃଥିବୀରେ ଏଲିଏନ୍ସଙ୍କ ଅସ୍ତିତ୍ୱକୁ ମଧ୍ୟ ଏଥିରେ ଅସ୍ବୀକାର କରାଯାଇନାହିଁ। କିନ୍ତୁ ଅନ୍‌ଆଇଡେନ୍ଟିଫାଏଡ୍‌ ଏନମାଲସ୍‌ ଫେନୋମେନା(ୟୁଏପି) ଗୁଡ଼ିକୁ ନେଇ କିଭଳି ଅଧିକ ତଦନ୍ତ କରାଯିବ ତାହା ମଧ୍ୟ ନାସାର ୧୬ ସଦସ୍ୟ ବିଶିଷ୍ଟ ପ୍ୟାନେଲ ସ୍ପଷ୍ଟ କରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ପାଠ ପଢ଼ାଇଲେ, ଆଡ୍‌ମିଟ୍‌ କାର୍ଡ ଦେଲେନି: ସିବିଏସ୍‌ଇ ୧୦ମ ପରୀକ୍ଷାରୁ ଛାତ୍ର ବଞ୍ଚିତ

ପାରଳାଖେମୁଣ୍ଡି,୧୮ା୨ (ଗିରିଧାରୀ ପରିଚ୍ଛା):ସିବିଏସ୍‌ଇ ମାଟ୍ରିକ ପରୀକ୍ଷା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ହେଲେ ଏକ ଘରୋଇ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଅବହେଳାରୁ ଗଜପତି ଜିଲା କାଶୀନଗରରେ ଜଣେ ଛାତ୍ର ପରୀକ୍ଷା…

ବୟସ ୮୦ ଟପିଲାଣି, ବୃଦ୍ଧାଙ୍କୁ ମିଳୁନି ବର୍ଦ୍ଧିତ ଭତ୍ତା

ଦାରିଙ୍ଗବାଡ଼ି,୧୮ା୨(ଅରୁଣ ସାହୁ): ବୟସ ୮୦ ଟପିଲାଣି। ହାତରେ ବଙ୍କୁଲି ବାଡ଼ି ଟିଏ ଧରି ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚିଥିଲେ। ଆଉ ଅଭିଯୋଗ ମଧ୍ୟ କଲେ ମଧ୍ୟ ଅନୁଭବ…

୧୪ ଥର ସାକ୍ଷାତ, ୬୨ ଇମେଲ୍‌: ଏପ୍‌ଷ୍ଟିନ୍‌-ପୁରୀ ସମ୍ପର୍କର ସ୍ପଷ୍ଟୀକରଣ ମାଗିଲା କଂଗ୍ରେସ

ନୂଆଦିଲ୍ଲୀ,୧୮ା୨(ପି.ଟି.):ଆମେରିକାର ଦୋଷୀସାବ୍ୟସ୍ତ ଯୌନ ଅପରାଧୀ ଜେଫ୍ରି ଏପ୍‌ଷ୍ଟିନ୍‌ଙ୍କୁ କେନ୍ଦ୍ରମନ୍ତ୍ରୀ ହରଦୀପ୍‌ ସିଂ ପୁରୀ ୨୦୧୪ରୁ ୨୦୧୭ ମଧ୍ୟରେ ୧୪ ଥର ଭେଟିଥିଲେ। ଏହି ସମୟ ମଧ୍ୟରେ ଉଭୟଙ୍କ…

୩ ଘଣ୍ଟାରେ ବୈଠକ ଶେଷ, ଫଳ ଶୂନ: ଯୁଦ୍ଧ ଆଶଙ୍କା ମଧ୍ୟରେ…

ଜେନେଭା,୧୮ା୨:ଆମେରିକା-ଇରାନ ଯୁଦ୍ଧ ଆଶଙ୍କା ମଧ୍ୟରେ ଉଭୟ ପକ୍ଷଙ୍କ ଭିତରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ମଙ୍ଗଳବାର ଜେନେଭାରେ ଶେଷ ହୋଇଛି। ପ୍ରାୟ ୩ ଘଣ୍ଟା ଧରି ଚାଲିଥିବା ଏହି…

କ୍ଷମା ମାଗିଲେ ଅଶ୍ୱିନ ବୈଷ୍ଣବ: କାରଣ ଜାଣିଲେ…

ନୂଆଦିଲ୍ଲୀ,୧୮ା୨(ପି.ଟି.):ଇଣ୍ଡିଆ ଏଆଇ ଇମ୍ପାକ୍ଟ ସମିଟ୍‌, ୨୦୨୬ର ଉଦ୍‌ଘାଟନ ଦିବସରେ ଯୋଗ ଦେଇଥିବା ଲୋକେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇଥିବାରୁ ଏଥିପାଇଁ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ମଙ୍ଗଳବାର କ୍ଷମା…

ଦିବ୍ୟାଙ୍ଗଙ୍କୁ ଜିଲାପାଳଙ୍କ ଅଭିଯୋଗ ପ୍ରକୋଷ୍ଠରେ ପହଞ୍ଚାଇ ଚର୍ଚ୍ଚାରେ ସୁରକ୍ଷାକର୍ମୀ

ଦାରିଙ୍ଗବାଡ଼ି,୧୮ା୨(ଅରୁଣ ସାହୁ): ଜଣେ ସୁରକ୍ଷାକର୍ମୀ ଅସହାୟ ଓ ଦିବ୍ୟାଙ୍ଗଙ୍କୁ ନେଇ ଜିଲାପାଳଙ୍କ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ପହଞ୍ଚାଇ ଏବେ ସବୁଠି ଚର୍ଚ୍ଚା ଓ ପ୍ରଶଂସା ସାଉଣ୍ଟୁଥିବା ଜଣାପଡ଼ିଛି।…

ବ୍ରିଜ୍‌ କାମ ଶେଷ ନ କରି ବନ୍ଦ ପ୍ରସ୍ତାବ

ଯାଜପୁର,୧୮।୨(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଗ୍ରାମ୍ୟ ନିର୍ମାଣ ଡିଭିଜନ-୧  ଅଧୀନ ଜିଲାର ସୀମାନ୍ତବର୍ତ୍ତି ତଥା ସୁକିନ୍ଦା ଖଣି ଅଞ୍ଚଳରେ ଏଯାଏ ଗମନାଗମନ ପାଇଁ ଉପଯୁକ୍ତ ରାସ୍ତା ଓ ବ୍ରିଜ…

ଟେକ୍ସଟାଇଲ ପାର୍କ ଆଶାରେ ବଲାଙ୍ଗୀର

ବଲାଙ୍ଗୀର,୧୮ା୨(ବୀରେନ୍ଦ୍ର କୁମାର ଝାଙ୍କର): ଦାଦନପ୍ରବଣ ତଥା ଶିଳ୍ପବିହୀନ ବଲାଙ୍ଗୀର ଜିଲାରେ ଟେକ୍ସଟାଇଲ ପାର୍କ(କ୍ଲଷ୍ଟର) ପ୍ରତିଷ୍ଠା ଘୋଷଣାରେ ଅଟକିଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ‘ଓଡିଶା ଟେକ୍ସଟାଇଲ କନ୍‌କ୍ଲେଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri