Posted inଜାତୀୟ

ରାମଙ୍କ ଅସ୍ତିତ୍ୱର କୌଣସି ଐତିହାସିକ ପ୍ରମାଣ ନାହିଁ: ଡିଏମ୍‌କେ ନେତାଙ୍କ ବିବାଦୀୟ ବୟାନ

ଚେନ୍ନାଇ, ୩।୮: ତାମିଲନାଡ଼ୁରେ ଭଗବାନ ରାମଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି। ରାଜ୍ୟର ଦ୍ରାବିଡ଼ ମୁନେତ୍ର କଡ଼ଗମ(ଡିଏମ୍‌କେ) ସରକାରଙ୍କ ପରିବହନ ମନ୍ତ୍ରୀ ଏସ୍‌. ଏସ୍‌. ଶିବଶଙ୍କର ସୋମବାର ରାମଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଅରିୟାଲୁରରେ ଚୋଳ ବଂଶର ଶାସକ ରାଜେନ୍ଦ୍ର ଚୋଳଙ୍କ ଜୟନ୍ତୀ ଅବସରରେ ସେ ଏକ ସଭାକୁ ସମ୍ବୋଧନ ଭଗବାନ ରାମଙ୍କ ଅସ୍ତିତ୍ୱକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଶିବଶଙ୍କର କହିଛନ୍ତି, ”ତାମିଲନାଡ଼ୁର ଜନସାଧାରଣଙ୍କୁ ମହାନ ଶାସକ ରାଜେନ୍ଦ୍ର ଚୋଳଙ୍କ ଜୟନ୍ତୀ ଧୁମ୍‌ଧାମ୍‌ରେ ପାଳନ କରିବା ଉଚିତ।

ତାଙ୍କ ପାଇଁ ଆମ ମାଟି ଗୌରବାନ୍ବିତ ହୋଇଛି। ଏହାର ଅନେକ ପ୍ରମାଣ ମଧ୍ୟ ରହିଛି। ରାଜେନ୍ଦ୍ର ଚୋଳଙ୍କ ଦ୍ୱାରା ନିର୍ମିତ ହୋଇଥିବା ବିଭିନ୍ନ ମନ୍ଦିର ଓ ପୁଷ୍କରିଣୀ ରହିଛି। ସେହିପରି ବିଭିନ୍ନ ମୃର୍ତ୍ତି, କଳାକୃତି ଓ ଲିପିଗୁଡ଼ିକରେ ତାଙ୍କ ନାମ ଉଲ୍ଲେଖ ହୋଇ ରହିଛି। ଅନ୍ୟପକ୍ଷରେ ରାମଙ୍କ ଅସ୍ତିତ୍ୱ ଥିବା ନେଇ କୌଣସି ପ୍ରମାଣ କିମ୍ବା ଐତିହାସିକ ରେକର୍ଡ ନାହିଁ।

ରାମଙ୍କୁ ନେଇ ଆମ ଇତିହାସକୁ ଲୁଚାଇବା ସହ ଅନ୍ୟ ଇତିହାସକୁ ଶ୍ରେଷ୍ଠ ଦର୍ଶାଇବା ପାଇଁ ପ୍ରୟାସ ହେଉଛି।“ତେବେ ଶିବଶଙ୍କରଙ୍କ ବୟାନକୁ ତାମିଲନାଡ଼ୁ ଭାଜପା ସଭାପତି କେ. ଆନ୍ନା ମଲାଇ ନିନ୍ଦା କରିଛନ୍ତି। ହିନ୍ଦୁ ଏବଂ ହିନ୍ଦୁ ଦେବତାଙ୍କୁ ଅପମାନ କରିବା ଡିଏମ୍‌କେର ପ୍ରାଥମିକ ନୀତିରେ ପରିଣତ ହୋଇଥିବା ସେ କହିଛନ୍ତି। ସମସ୍ତ ହିନ୍ଦୁ ସମୁଦାୟକୁ ଶିବଶଙ୍କର କ୍ଷମା ମାଗନ୍ତୁ ବୋଲି ତାମିଲନାଡ଼ୁ ଭାଜପା ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ପାକିସ୍ତାନରେ ହେବ ଲକ୍‌ଡାଉନ୍‌

ଇସ୍‌ଲାମାବାଦ,୨୯ା୩: ମଧ୍ୟପ୍ରାଚ୍ୟ ଯୁଦ୍ଧ ଯୋଗୁ ପାକିସ୍ତାନରେ ଇନ୍ଧନ ସଙ୍କଟ ଗୁରୁତର ହୋଇପଡିଛି। ଦେଶରେ ଶକ୍ତି ଏବଂ ଇନ୍ଧନ ବ୍ୟବହାର କମାଇବା ଉଦ୍ୟମ ସ୍ବରୂପ ପାକ୍‌ ସରକାର ପ୍ରତି…

ଭିମ୍‌ସାରରେ ପିଜି ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ, ନିର୍ଯାତନା ଅଭିଯୋଗ ନେଇ ଚର୍ଚ୍ଚା

ସମ୍ବଲପୁର,୨୯ା୩(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଆୟୁର୍ବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ(ଭିମ୍‌ସାର)ର ଜଣେ ପିଜି ଛାତ୍ରୀ ଆତ୍ମହତ୍ୟା ଉଦ୍ୟମ କରି ଗୁରୁତର ହୋଇଛନ୍ତି।…

 ଓହରିଯାଉଥିବା ବିଦେଶୀ ଖେଳାଳିଙ୍କୁ କଠୋର ଦଣ୍ଡ ଦେବାକୁ ଦାବି କଲେ ଗାଭାସ୍କର

ନୂଆଦିଲ୍ଲୀ,୨୯ା୩: କିମ୍ବଦନ୍ତୀ ଭାରତୀୟ କ୍ରିକେଟର ସୁନୀଲ ଗାଭାସ୍କର ଆଇପିଏଲ୍‌ରୁ ଅନ୍ତିମ ସମୟରେ ଓହରିଯାଉଥିବା ବିଦେଶୀ ଖେଳାଳିଙ୍କ ପାଇଁ କଠୋର ଦଣ୍ଡ ଲାଗି ଦାବି କରିଛନ୍ତି। ଏଥିସହିତ ବର୍ତ୍ତମାନ…

ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନିଖୋଜ ନାବାଳିକାଙ୍କୁ ଖୋଜିଲା ପାଟପୁର ପୋଲିସ, ଗାଁରୁ….

ଦିଗପହଣ୍ଡି,୨୯।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଅଧିନ ଏକ ଗାଁରୁ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିବା ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଉଦ୍ଧାର କଲା…

ଆମେରିକାକୁ ଧମକ ଦେଲା ତେହେରାନ, ‘ସାର୍କର ଖାଦ୍ୟ ହେବେ…..’

ନୂଆଦିଲ୍ଲୀ,୨୯।୩: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷର ଅନ୍ତ ପାଇଁ ପ୍ରୟାସ ଚାଲିଥିବା ବେଳେ ଉଭୟ ପକ୍ଷ ପରସ୍ପର ଉପରେ ନିରନ୍ତର ଆକ୍ରମଣ ଜାରି ରଖିଛନ୍ତି । ଆମେରିକାର ସ୍ଥଳ…

ଗାଧୋଇବାକୁ ଯାଇ ମହାନଦୀରେ ବୁଡ଼ିଗଲେ ନାବାଳକ

ବାଙ୍କୀ,୨୯।୩(ଶୁଭେନ୍ଦୁ ମହାପାତ୍ର): ବାଙ୍କୀ ବୈଦେସ୍ବର ଥାନା ଅଧୀନ ମହାନଦୀରେ ଗାଧୋଉଥିବା ବେଳେ ପାଣିରେ ବୁଡି ଜଣେ ନାବାଳକଙ୍କ ମୃତ୍ୟୁ ଘଟିଛି। ସେ ହେଲେ ଶୁଭମ୍‌ କୁମାର ରାଉତ(୧୫)।…

ବରଗଡ଼ରେ ଟମାଟୋର ଅଭାବୀ ବିକ୍ରି, ମିଳୁନି ମୂଲ

ବରଗଡ଼,୨୯।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ଧାନ ଭଳି ବିଭିନ୍ନ ପନିପରିବାରେ ମଧ୍ୟ ଅଭାବୀ ବିକ୍ରି ସ୍ଥିତି ଉପୁଜିଛି । ଫଳରେ ଚାଷୀଙ୍କୁ କ୍ଷତି ସହିବାକୁ ପଡୁଛି ।…

ହୁମା ସାପ୍ତାହିକ ଶୁଖୁଆ ହାଟରୁ ଚୋରି, ୩ ମୋବାଇଲ….

ଗଞ୍ଜାମ,୨୯।୩(ବିଦ୍ୟାଧର ସାହୁ ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ହୁମ୍ମା ହାଟରୁ ରବିବାର ୩ଟି ମୋବାଇଲ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଯାହାକୁ ନେଇ ହାଟ ଆସୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri