Posted inଜାତୀୟ

ରାମଙ୍କ ଅସ୍ତିତ୍ୱର କୌଣସି ଐତିହାସିକ ପ୍ରମାଣ ନାହିଁ: ଡିଏମ୍‌କେ ନେତାଙ୍କ ବିବାଦୀୟ ବୟାନ

ଚେନ୍ନାଇ, ୩।୮: ତାମିଲନାଡ଼ୁରେ ଭଗବାନ ରାମଙ୍କୁ ନେଇ ବିବାଦ ଆରମ୍ଭ ହୋଇଛି। ରାଜ୍ୟର ଦ୍ରାବିଡ଼ ମୁନେତ୍ର କଡ଼ଗମ(ଡିଏମ୍‌କେ) ସରକାରଙ୍କ ପରିବହନ ମନ୍ତ୍ରୀ ଏସ୍‌. ଏସ୍‌. ଶିବଶଙ୍କର ସୋମବାର ରାମଙ୍କୁ ନେଇ ବିବାଦୀୟ ବୟାନ ଦେଇଛନ୍ତି। ଅରିୟାଲୁରରେ ଚୋଳ ବଂଶର ଶାସକ ରାଜେନ୍ଦ୍ର ଚୋଳଙ୍କ ଜୟନ୍ତୀ ଅବସରରେ ସେ ଏକ ସଭାକୁ ସମ୍ବୋଧନ ଭଗବାନ ରାମଙ୍କ ଅସ୍ତିତ୍ୱକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। ଶିବଶଙ୍କର କହିଛନ୍ତି, ”ତାମିଲନାଡ଼ୁର ଜନସାଧାରଣଙ୍କୁ ମହାନ ଶାସକ ରାଜେନ୍ଦ୍ର ଚୋଳଙ୍କ ଜୟନ୍ତୀ ଧୁମ୍‌ଧାମ୍‌ରେ ପାଳନ କରିବା ଉଚିତ।

ତାଙ୍କ ପାଇଁ ଆମ ମାଟି ଗୌରବାନ୍ବିତ ହୋଇଛି। ଏହାର ଅନେକ ପ୍ରମାଣ ମଧ୍ୟ ରହିଛି। ରାଜେନ୍ଦ୍ର ଚୋଳଙ୍କ ଦ୍ୱାରା ନିର୍ମିତ ହୋଇଥିବା ବିଭିନ୍ନ ମନ୍ଦିର ଓ ପୁଷ୍କରିଣୀ ରହିଛି। ସେହିପରି ବିଭିନ୍ନ ମୃର୍ତ୍ତି, କଳାକୃତି ଓ ଲିପିଗୁଡ଼ିକରେ ତାଙ୍କ ନାମ ଉଲ୍ଲେଖ ହୋଇ ରହିଛି। ଅନ୍ୟପକ୍ଷରେ ରାମଙ୍କ ଅସ୍ତିତ୍ୱ ଥିବା ନେଇ କୌଣସି ପ୍ରମାଣ କିମ୍ବା ଐତିହାସିକ ରେକର୍ଡ ନାହିଁ।

ରାମଙ୍କୁ ନେଇ ଆମ ଇତିହାସକୁ ଲୁଚାଇବା ସହ ଅନ୍ୟ ଇତିହାସକୁ ଶ୍ରେଷ୍ଠ ଦର୍ଶାଇବା ପାଇଁ ପ୍ରୟାସ ହେଉଛି।“ତେବେ ଶିବଶଙ୍କରଙ୍କ ବୟାନକୁ ତାମିଲନାଡ଼ୁ ଭାଜପା ସଭାପତି କେ. ଆନ୍ନା ମଲାଇ ନିନ୍ଦା କରିଛନ୍ତି। ହିନ୍ଦୁ ଏବଂ ହିନ୍ଦୁ ଦେବତାଙ୍କୁ ଅପମାନ କରିବା ଡିଏମ୍‌କେର ପ୍ରାଥମିକ ନୀତିରେ ପରିଣତ ହୋଇଥିବା ସେ କହିଛନ୍ତି। ସମସ୍ତ ହିନ୍ଦୁ ସମୁଦାୟକୁ ଶିବଶଙ୍କର କ୍ଷମା ମାଗନ୍ତୁ ବୋଲି ତାମିଲନାଡ଼ୁ ଭାଜପା ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଆମ୍ବୁଲାନ୍ସ ମିଳିଲାନି, ମା’ଙ୍କ ମୃତଦେହକୁ ଷ୍ଟ୍ରେଚରରେ ଟାଣି ଘରକୁ ନେଲେ ପୁଅ

ପାଟନା,୮।୧୨: ବିହାରର ନାୱାଦା ଜିଲାରେ ମାନବିକତାକୁ ଲଜ୍ଜା ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି। ଆମ୍ବୁଲାନ୍ସ ନ ମିଳିବାରୁ ଜଣେ ପୁଅ ରାତି ଅଧରେ...

ବଲାଙ୍ଗୀର ଫଳ ବଜାରରେ ଅଗ୍ନିକାଣ୍ଡ: ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ କହିଲେ କ୍ଷତିପୂରଣ ପାଇଁ…

ବଲାଙ୍ଗୀର,୮।୧୨ ( ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ପୁରୁଣା ବସଷ୍ଟାଣ୍ଡ ଫଳ ବଜାରରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଦେଖୁ ଦେଖୁ ହୁ ହୁ ହୋଇ...

ଥମୁନି ଚାଷୀ ଅସନ୍ତୋଷ: ଧାନ କିଣାବିକାରେ ଅଚଳାବସ୍ଥା ନେଇ ଜିଲାପାଳଙ୍କୁ ଫେରାଦ ଦେଲେ…

ବରଗଡ଼, ୮।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାକୁ ରାଜ୍ୟର ଭାତହାଣ୍ଡି କୁହାଯାଏ। ଜିଲାରେ ଅଧିକ ଧାନ ଉପତ୍ାଦନ ଯୋଗୁ ବରଗଡ଼ର ଏଭଳି ପରିଚୟ ରହିଛି। ତେବେ ଉକ୍ତ...

ଜମିଜମା ବିବାଦ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ ଏଏସ୍‌ଆଇ, ମାଡିବସିଲା ଭିଜିଲାନ୍ସ

ଯାଜପୁର ଟାଉନ,୮ା୧୨(ପ୍ରଯକ୍ତା ପ୍ରିୟଦର୍ଶିନୀ ମହାନ୍ତି): ଯାଜପୁର ଟାଉନ ଥାନା ଏଏସ୍‌ଆଇ ନନ୍ଦକିଶୋର ଦାସ ଏକ ଜମିଜମା ବିବାଦ ସମାଧାନ କରିବାକୁ ୫ ହଜାର ଟଙ୍କା ଲାଞ୍ଚ...

୮ମ ବେତନ କମିଶନ ଉପରେ ଆସିଲା ବଡ଼ ଅପଡେଟ୍: ଉପକୃତ ହେବେ ଏତିକି କର୍ମଚାରୀ ଓ ପେନସନଭୋଗୀ

ନୂଆଦିଲ୍ଲୀ,୮।୧୨: କେନ୍ଦ୍ର ସରକାରୀ କର୍ମଚାରୀ ଏବଂ ପେନସନଭୋଗୀଙ୍କ ପାଇଁ ଅଷ୍ଟମ ବେତନ କମିଶନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିଛି। କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟର...

ପୋଖରୀରେ ବୁଡିଯାଇ ଏକାସାଙ୍ଗରେ ଚାଲିଗଲେ ସ୍ତ୍ରୀ-ସ୍ବାମୀ, ଅଞ୍ଚଳରେ ଶୋକର ଛାୟା

ଥୁଆମୂଳ ରାମପୁର, ୮।୧୨(ଦୁର୍ଗା କୀର୍ତ୍ତି): ବୃଦ୍ଧବୃଦ୍ଧା ସ୍ବାମୀ ସ୍ତ୍ରୀ ପୋଖରୀକୁ ଶୌଚ ହେବା ପାଇଁ ଯିବା ହେଲା କାଳ। ପୋଖରୀ ପାଣିରେ ବୁଡି ମୃତ୍ୟୁବରଣ କରିଥିବା...

ମିଳୁନଥିଲା କୌଣସି କାମ, ଭାରସାମ୍ୟ ହରାଇ ଯୁବକ ନେଲେ ଚରମ ନିଷ୍ପତ୍ତି, ଘରେ ଏକାଥିବା ବେଳେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଏନଏସି ୱାର୍ଡ ନଂ.୧୦ ଆନନ୍ଦନଗରର ସୁନୀଲ ସେଠୀ (୨୬) ନାମକ ଜଣେ ଯୁବକ ମାନସିକ ଭାରସାମ୍ୟ ହରାଇ...

ଦିଆଯାଉନାହିଁ ରାଶନ, ଭତ୍ତା: ଶତାଧିକ ବ୍ୟକ୍ତିଙ୍କ ଅଭିଯୋଗ ଶୁଣି ବିଡିଓ କହିଲେ…

ଦିଗପହଣ୍ଡି,୮।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଚଷାନିମଖଣ୍ଡି ପଞ୍ଚାୟତ କାର୍ଯ୍ୟାଳୟରେ ସୋମବାର ପଞ୍ଚାୟତସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଯାଇଛି । ଦିଗପହଣ୍ଡି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri