Posted inଜାତୀୟ

ହେବନି ନିର୍ବାଚନ! ଯେତେବେଳେ ମୁଖ୍ୟ ନିର୍ବାଚନ କମିଶନରଙ୍କ କଥା ଶୁଣି ସ୍ତବ୍ଧ ହୋଇ ଯାଇଥିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୬।୩: ଆଉ କିଛି ସମୟ ପରେ ଘୋଷଣା ହେବ ନିର୍ବାଚନ ତାରିଖ। ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସାମ୍ବାଦିକ ସମ୍ମିଳନୀ କରୁଛନ୍ତି। ଯେଉଁଥିରେ ସେ ନିର୍ବାଚନ ତାରିଖ ଘୋଷଣା କରିବେ। ଜାଣି ଆଶ୍ଚର୍ଯ୍ୟ ହେବେ ଭାରତରେ ଜଣେ ମୁଖ୍ୟ ନିର୍ବାଚନ କମିଶନର ଥିଲେ ଯିଏ ଦେଶରେ ନିର୍ବାଚନ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀଙ୍କୁ ମୁହେଁ ମୁହେଁ ଶୁଣାଇ ଦେଇଥିଲେ। ସେ ହେଲେ ଟିଏନ ସେଶାନ(T. N. Seshan)।

ସେଶାନ, ଭାରତର ନିର୍ବାଚନ ଆୟୋଗର ସ୍ବାଧୀନତା ଏବଂ ପ୍ରାଧିକରଣ ପାଇଁ ଲଢୁଥିଲେ। କିନ୍ତୁ ୧୯୩୩ରେ ନିର୍ବାଚନ କମିଶନରଙ୍କ ଭୂମିକାକୁ ନେଇ ତିକ୍ତତା ଆହୁରି ବୃଦ୍ଧି ପାଇଲା। ଏହି ସମୟରେ ସେଶାନ ଏପରି ଏକ ଆଦେଶ ଜାରି କରିଥିଲେ ଯେଉଁଥିରେ ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା। କେନ୍ଦ୍ର ସରକାର ନିର୍ବାଚନ କମିଶନରଙ୍କର କ୍ଷମତାକୁ ସ୍ବୀକୃତି ନ ଦେବା ପର୍ଯ୍ୟନ୍ତ ଦେଶରେ କୌଣସି ର୍ନିବାଚନ ଅନୁଷ୍ଠିତ ହେବ ନାହିଁ ବୋଲି ଏକ ୧୭ ପୃଷ୍ଠାର ଆଦେଶ ଜାରି କରିଥିଲେ। ଏହା କେବଳ ପ୍ରଧାନମନ୍ତ୍ରୀଙ୍କୁ ନୁହେଁ ସାରା ଦେଶକୁ ସ୍ତବ୍ଧ କରି ଦେଇଥିଲେ।

ଚନ୍ଦ୍ରଶେଖର ପ୍ରଧାନମନ୍ତ୍ରୀ ଥିବା ସମୟରେ ସେ ଟିଏନ ସେଶାନଙ୍କୁ କ୍ୟାବିନେଟ ସଚିବ ପଦବୀ ଅଫର୍‌ ଦେଇଥିଲେ। କିନ୍ତୁ ଏନେଇ ସେ ସଫା ସଫା ମନା କରିଦେଇଥିଲେ। ସେ କହିଥିଲେ, ବହୁତ ଶୀଘ୍ର ଅବସର ନେବାକୁ ଯାଉଛିି ତେଣୁ ପୁନର୍ବାର କ୍ୟାବିନେଟ ସଚିବ ପଦ ଗ୍ରହଣ କରିବା ସମ୍ଭବ ନୁହେଁ।
ଯେତେବେଳେ ଟିଏନ ସେଶନ ନିର୍ବାଚନ କମିଶନର ହୋଇଥିଲେ ସେତେବେଳେ ଦେଶର ଆଇନ୍‌ ମନ୍ତ୍ରୀ ଭାବେ ଶପଥ ନେଇଥିଲେ ବିଜୟ ଭାସ୍କର ରେଡ୍ଡୀ। ତେବେ ବିଜୟ ରେଡ୍ଡୀ, ସେଶାନଙ୍କ ଉପରେ ଚାପ ପକାଉଥିଲେ କି, ସେ ସଂସଦରେ ପଚରାଯାଉଥିବା ପ୍ରଶ୍ନର ଉତ୍ତର ରଖନ୍ତୁ। ଏନେଇ ସେଶାନ ଜବାବ ରଖିଥିଲେ, ନିର୍ବାଚନ କମିଶନର ସରକାରଙ୍କ କୌଣସି ବିଭାଗ ନୁହେଁ, ଯେଉଁଥିରେ ସେ ଜବାବ ରଖିବାକୁ ବାଧ୍ୟ ହେବ।

ଏହି ମାମଲା ତତ୍କାଳୀନ ପ୍ରଧାନମନ୍ତ୍ରୀ ପି.ଭି ନରସିଂହ ରାଓଙ୍କ ନିକଟରେ ପହଞ୍ଚିଥିଲା। ରାଓ ଉଭୟ ଆଇନ ମନ୍ତ୍ରୀ ରେଡ୍ଡୀ ଏବଂ ସେଶାନଙ୍କୁ ଡକେଇ ପଠାଇଥିଲେ। ସେଶାନ ସେଇଠି ପ୍ରଧାନମନ୍ତ୍ରୀଙ୍କୁ କହିଥିଲେ. ନିର୍ବାଚନ କମିଶନର କୌଣସି କୋଅପରଟେଭି ସୋଶାଇଟି ନୁହେଁ। ପ୍ରଧାନମନ୍ତ୍ରୀ ରାଓ ତାଙ୍କ କଥା ଶୁଣିବା ପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ସେଶାନ (ଟିଏନ ସେଶନ) ଏତିକିରେ ଅଟକି ନ ଥିଲେ। ସେ ଆହୁରି କହିଥିଲେ, ‘ପ୍ରଧାନମନ୍ତ୍ରୀ ଜୀ, ଯଦି ଆପଣଙ୍କର ଏପରି ମନୋଭାବ ଜାରି ରହେ ତେବେ ମୁଁ ଭବିଷ୍ୟତରେ ଆପଣଙ୍କ ସହ କାମ କରିପାରିବି ନାହିଁ।’

ଯେତେବେଳେ ସେଶାନ ମୁଖ୍ୟ ନିର୍ବାଚନ କମିଶନର ଥିଲେ, ସେତେବେଳେ ଏକ ଲୋକକଥା ଶୁଣିବାକୁ ମିଳିଥିଲା। ତାହା ହେଲା ‘ନେତାଏ ଭଗବାନଙ୍କୁ ଭୟ କରନ୍ତି କିମ୍ବା ସେଶାନଙ୍କୁ’ । ୧୯୯୨ରେ, ଯେତେବେଳେ ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ସେ ଅପରାଧୀଙ୍କୁ ନିଜେ ଆସି ପୋଲିସ ପାଖରେ ଆତ୍ମ ସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସେ କହିଥିଲେ, ନିର୍ବାଚନରେ ସାମାନ୍ୟ ହସ୍ତକ୍ଷେପକୁ ବରଦାସ୍ତ କରାଯିବ ନାହିଁ।

ଟି.ଏନ ସେଶାନଙ୍କ ପୁରା ନାମ ତିରୁନେଲାଇ ନାରାୟଣ ଆୟର୍‌ ସେଶାନ। ୧୯୯୦ ମସିହାରେ ସେ ଭାରତର ଦଶମ ମୁଖ୍ୟ ନିର୍ବାଚନ କମିଶନର ଭାବେ ନିଯୁକ୍ତ ହୋଇଥିଲେ ଏବଂ ପ୍ରାୟ ୬ ବର୍ଷ ଏହି ପଦବୀରେ ରହିଲେ। ତାଙ୍କର ସ୍ବଚ୍ଛ ଭାବମୂର୍ତ୍ତି ଏବଂ କଠୋର ସ୍ବଭାବ ପାଇଁ ସେ ପୁରା ବିଶ୍ୱରେ ଜଣାଶୁଣା।


Enter your email to get our daily news in your inbox.

All Right Reserved By Dharitri.Com

ଯୁଦ୍ଧ ମଧ୍ୟରେ ଟ୍ରମ୍ପଙ୍କ ବଡ଼ ଘୋଷଣା: ବିଶ୍ୱ ବଜାରରେ ଆଶ୍ୱସ୍ତି, ହ୍ରାସ ପାଇଲା…

ଓ୍ବାଶିଂଟନ୍‌,୨୩।୩: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଯୋଗୁ ସାରା ବିଶ୍ୱରେ ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧି ପାଇଛି। ଭାରତୀୟ ମୁଦ୍ରା ଡଲାର ତୁଳନାରେ ୯୪.୦୧କୁ ଖସି ଆସି ଏସିଆରେ…

ଉଡାଣ ଭରିବାର କିଛି ସମୟ ପରେ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ, ୧୧୦ ଜଣ କରୁଥିଲେ ଯାତ୍ରା

କଲମ୍ବିଆ,୨୩।୩: କଲମ୍ବିଆରେ ଏକ ବାୟୁସେନା ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ମୋଟ ୧୧୦ ଜଣ ଯାତ୍ରା କରୁଥିଲେ। ରିପୋର୍ଟ ଅନୁଯାୟୀ ବିମାନଟି ଉଡ଼ାଣ ଆରମ୍ଭ ହେବାର କିଛି…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ଯୁଦ୍ଧ ଭିତରେ ଟ୍ରମ୍ପଙ୍କ ବଡ଼ ଘୋଷଣା, ଇରାନ ବିରୋଧରେ ୫ ଦିନ ଯୁଦ୍ଧ ସ୍ଥଗିତ ରଖିଲା ଆମେରିକା

ନୂଆଦିଲ୍ଲୀ,୨୩।୩: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଆଗାମୀ ପାଞ୍ଚ ଦିନ ପାଇଁ ଇରାନର ଏନର୍ଜୀ ଭିତ୍ତିଭୂମି ଉପରେ ଆକ୍ରମଣ ଯୋଜନାକୁ ସ୍ଥଗିତ…

ଇତିହାସରେ ପ୍ରଥମ: ଏଥର ହେବ ଡିଜିଟାଲ ଜନଗଣନା, ଗାଁରେ ଘରକୁ ଘର ବୁଲି…

ଭୁବନେଶ୍ୱର,୨୩ା୩: ରାଜ୍ୟରେ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି ଜନଗଣନା ପ୍ରସ୍ତୁତି। ଏନେଇ ଓଡ଼ିଶା ଜନଗଣନା ନିର୍ଦ୍ଦେଶକ ନିଖିଲ ପଓ୍ବନ କଲ୍ୟାଣ ସୂଚନା ଦେଇଛନ୍ତି। ଏପ୍ରିଲ ୧ରୁ ୧୫ ତାରିଖ…

ମୃତଦେହ ସହିତ ୧୩ ଘଣ୍ଟା ଉଡିଲା ବିମାନ, ହେଲେ ଜରୁରୀକାଳୀନ ଅବତରଣ କଲେନି ପାଇଲଟ, ଜାଣନ୍ତୁ କାହିଁକି…

ନୂଆଦିଲ୍ଲୀ,୨୩।୩: ହଂକଂରୁ ଲଣ୍ଡନ ଯାଉଥିବା ବ୍ରିଟିଶ ଏୟାରୱେଜ ବିମାନ BA32ରେ ଏକ ଏଭଳି ଘଟଣା ଘଟିଛି, ଯାହା ବିମାନ ଚଳାଚଳ ନିୟମ ଏବଂ ମାନବ ସମ୍ବେଦନଶୀଳତା ମଧ୍ୟରେ…

ଗାଁରେ ପଡିଛି ମହିଳାଙ୍କ ଦରପୋଡା ମୃତଦେହ, ହତ୍ୟା ପରେ ଜାଳିଦେଲେ….

ଦେବଗଡ,୨୩।୩(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ଜିଲା କୁଣ୍ଢେଇଗୋଳା ଥାନା ମହ୍ଲାରବାହାଲ ଗ୍ରାମରେ ଭୟାନକ ହତ୍ୟାକାଣ୍ଡ । ମହିଳାଙ୍କୁ ହତ୍ୟା ପରେ ନିଆଁ ଲଗାଇ ପୋଡି ଦେଇଥିବା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri