‘କାରବାର ଉପରେ କୌଣସି ପ୍ରଭାବ ପକାଇବ ନାହିଁ’

ନୂଆଦିଲ୍ଲୀ,୧୮ା୩: ଦେଶର ପ୍ରମୁଖ ଘରୋଇ ପ୍ରତିଷ୍ଠାନ ତଥା ପତଞ୍ଜଳି ଆୟୁର୍ବେଦର ସହଯୋଗୀ କମ୍ପାନୀ ପତଞ୍ଜଳି ଫୁଡ୍‌ସ ଲିମିଟେଡ୍‌(ପିଏଫ୍‌ଏଲ୍‌)ର ପ୍ରମୋଟରଙ୍କ ଶେୟାରକୁ ଷ୍ଟକ୍‌ ବଜାର ପକ୍ଷରୁ ନିଷ୍କ୍ରିୟ(ଫ୍ରିଜ୍‌)କରି ଦିଆଯାଇଛି। ବିଶେଷକରି ସିକ୍ୟୁରିଟିଜ୍‌ ଆଣ୍ଡ ଏକ୍ସଚେଞ୍ଜ ବୋର୍ଡ ଅଫ୍‌ ଇଣ୍ଡିଆ(ସେବି) ନିୟମ ୨୦୧୫ର ଧାରା ୩୮ଆଧାରରେ ଏଫ୍‌ପିଏଲ୍‌ର ପ୍ରମୋଟରଙ୍କ ଅଂଶଧନକୁ ସେବି ପକ୍ଷରୁ ନିଷ୍କ୍ରିୟ କରି ଦିଆଯାଇଛି। ୧୫ ମାର୍ଚ୍ଚରେ କମ୍ପାନୀ ପକ୍ଷରୁ ହେବାକୁ ଥିବା ଏକ୍ସଚେଞ୍ଜ ଫାଇଲିଂରୁ ଏହା ଜଣାପଡ଼ିଛି। ସେହିଭଳି ପୁଞ୍ଜିବଜାର ନିୟାମକ ପ୍ରମୋଟର ଏବଂ ପ୍ରମୋଟର କମ୍ପାନୀର ଶେୟାରକୁ ଏକ ନିର୍ଦ୍ଦିଷ୍ଟ ସମୟ ପର୍ଯ୍ୟନ୍ତ ଫ୍ରିଜ୍‌ କରିଦେଇଛି। ଫଳରେ ଉକ୍ତ ଶେୟାର ଗୁଡ଼ିକର କାରବାର ଉପରେ ବର୍ତ୍ତମାନ କଟକଣା ରହିଛି। ଏପରିକି ନୂ୍ୟନତମ ପବ୍ଲିକ୍‌ ଶେୟାର ହୋଲ୍‌ଡିଂ ସର୍ତ୍ତ ପୂରଣ ନ କରିବା ଯୋଗୁ କମ୍ପାନୀ ଉପରେ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ଜଣାପଡ଼ିଛି। ସୂଚନା ମୁତାବକ କମ୍ପାନୀର ଯେଉଁ ୨୧ ପ୍ରମୋଟର ଏବଂ ପ୍ରମୋଟର କମ୍ପାନୀ ଶେୟାର ଉପରେ କଟକଣା ଲାଗିଛି, ସେଥିମଧ୍ୟରେ ପତଞ୍ଜଳି ମଧ୍ୟ ସାମିଲ ରହିଛି।
ଏ ନେଇ ଗୁରୁବାର କମ୍ପାନୀ ପକ୍ଷରୁ ଏକ ସ୍ପଷ୍ଟୀକରଣ ଦିଆଯାଇଛି। କମ୍ପାନୀର କହିବା ମୁତାବକ ୨୦୨୩ ଏପ୍ରଲି ଯାଏ କମ୍ପାନୀର ଶେୟାର ଲକ୍‌ ଇନ୍‌ ରହିଥିବା ବେଳେ କମ୍ପାନୀର କାରବାର ଉପରେ ଏହା କୌଣସି ପ୍ରଭାବ ପକାଇବ ନାହିଁ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଏହା ବାଦ୍‌ କମ୍ପାନୀର ଆଥିର୍କ ସ୍ଥିତି ଉପରେ ଏହାର ପ୍ରଭାବ ମଧ୍ୟ ରହିବନି ବୋଲି କୁହାଯାଉଛି। ସେହିପରି ପବ୍ଲିକ୍‌ ଶେୟାର ହୋଲ୍‌ଡରଙ୍କ ସ୍ବାର୍ଥ ରକ୍ଷା ଦିଗରେ କମ୍ପାନୀ ବେଶ୍‌ ସଚେତନ ରହିଛି। କମ୍ପାନୀକୁ ଅଭିବୃଦ୍ଧି ପଥକୁ ନେଇଯିବା ଏବଂ ଏକ ପ୍ରମୁଖ ଏଫ୍‌ଏମ୍‌ସିଜିରେ ପରିଣତ କରାଇବା ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରଯାଉଛି ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି। ଉଲ୍ଲେଖଯୋଗ୍ୟ, ସେବି ନିୟମ ମୁତାବକ, ଷ୍ଟକ୍‌ ବଜାରରେ କୌଣସି ସୂଚୀଭୂକ୍ତ କମ୍ପାନୀ ଅତିକମ୍‌ରେ ୨୫% ଶେୟାର ପବ୍ଲିକ୍‌ ଶେୟାର ହୋଲ୍‌ଡରଙ୍କ ନିକଟରେ ରହିବା ଆବଶ୍ୟକ। ହେଲେ ପତଞ୍ଜଳି ଏ କ୍ଷେତ୍ରରେ ୮୦.୮୨% ଶେୟାର ନିଜ ପାଖରେ ରଖିଛି। ଏପରିକି ପବ୍ଲିକ୍‌ ଶେୟାର ହୋଲ୍‌ଡରଙ୍କ ଅଂଶ ୧୯.୧୮% ରହିଛି। ଅପରପକ୍ଷରେ ପବ୍ଲିକ୍‌ ଶେୟାର ହୋଲ୍‌ଡିଂ ନିୟମ ପାଳନ କରିବା ଲାଗି କମ୍ପାନୀ ୨୦୨୨ ମାର୍ଚ୍ଚରେ ପ୍ରାୟ ୪୩୦୦ କୋଟି ଟଙ୍କାର ପବ୍ଲିକ ଅଫର ଜାରି କରିଥିଲା। ଫଳରେ କମ୍ପାନୀରେ ପବ୍ଲିକ ଶେୟାର ହୋଲ୍‌ଡିଂ ୧୯.୧୮% କୁ ବୃଦ୍ଧି ପାଇଥିଲା। ବର୍ତ୍ତମାନ କମ୍ପାନୀ ଉକ୍ତ ଶେୟାର ବୃଦ୍ଧି କରି ୨୫%ରେ ରଖିବାକୁ ଲକ୍ଷ୍ୟ ରଖିଛି। ସେଥିପାଇଁ କମ୍ପାନୀ ଆଉ ୫.୮୨%ର ଶେୟାର ଜାରି କରିବ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ପିଏଫ୍‌ଏଲ୍‌ ଆଣିବ ଆଉ ଏକ ଏଫ୍‌ପିଓ

ପତଞ୍ଜଳି ଫୁଡ୍‌ସ ଲିମିଟେଡ୍‌ (ପିଏଫ୍‌ଏଲ୍‌)ର ୨୧ ପ୍ରମୋଟରଙ୍କ ଉପରେ ଷ୍ଟକ୍‌ ଏକ୍ସଚେଞ୍ଜ କଟକଣା ଲଗାଇଛି। ଏପରିକି ପତଞ୍ଜଳି ପ୍ରମୋଟରଙ୍କ ଶେୟାର ଫ୍ରିଜ୍‌ କରିବା ପରେ କମ୍ପାନୀ ଆଉ ଏକ ଫଲୋ-ଅନ୍‌ ପବ୍ଲିକ୍‌ ଅଫର(ଏଫ୍‌ପିଓ) ଆଣିବାକୁ ଯାଉଛି ବୋଲି ବାବା ରାମଦେବ କହିଛନ୍ତି। ଏ ନେଇ ଚଳିତ ବର୍ଷ ଏପ୍ରଲି ମାସରୁ କମ୍ପାନୀ ଆବଶ୍ୟକ ପଦକ୍ଷେପ ଓ ପ୍ରକ୍ରିୟା ଆରମ୍ଭ କରିବ ବୋଲି ରାମଦେବ ମତବ୍ୟକ୍ତ କରିଛନ୍ତି। ସେହିଭଳି କମ୍ପାନୀ ତା’ର ପବ୍ଲିକ୍‌ ଶେୟାର ହୋଲ୍‌ଡିଂକୁ ୨୫%କୁ ବଢ଼ାଇବା ଦିଗରେ ମଧ୍ୟ ଆବଶ୍ୟକ କାର୍ଯ୍ୟ କରୁଛି। ଏପରିକି ନିବେଶକମାନେ ଆଶଙ୍କା କରିବାର କୌଣସି କାରଣ ନାହିଁ ବୋଲି ରାମଦେବ ଆଶାବ୍ୟକ୍ତ କରିଛନ୍ତି। ବିଶେଷକରି ନିୟାମକଙ୍କ କାର୍ଯ୍ୟାନୁଷ୍ଠାନ ଯୋଗୁ ପିଏଫ୍‌ଏଲ୍‌ର କାର୍ଯ୍ୟଧାରାରେ କୌଣସି ପ୍ରଭାବ ପଡ଼ିବନାହିଁ। ସେହିପରି ପତଞ୍ଜଳି ଗ୍ରୁପ୍‌ ଦ୍ୱାରା ଏହା ପରିଚାଳିତ ହେଉଥିବାର ବିତରଣ, ବାଣିଜ୍ୟ ସମ୍ପ୍ରସାରଣ, ଲାଭ ଏବଂ ପ୍ରଦର୍ଶନ କ୍ଷତିଗ୍ରସ୍ତ ହେବ ନାହିଁ ବୋଲି ରାମଦେବ ନିବେଶକଙ୍କୁ ଭରସା ଦେଇଛନ୍ତି। ଅପରପକ୍ଷରେ କମ୍ପାନୀର ୬% ଅଂଶଧନ ପବ୍ଲିକ୍‌ଙ୍କ ନିକଟକୁ ହସ୍ତାନ୍ତର କରିବୁ। ତେବେ ବଜାର ପ୍ରଭାବିତ ଥିବାରୁ ଏହା ବିଳମ୍ବ ହୋଇଛି। ଚଳିତ ଆର୍ଥିକ ବର୍ଷ ଶେଷ ହେବା ପରେ ୨୦୨୩ ଏପ୍ରିଲରେ ଏଫ୍‌ପିଓ ନେଇ ଆବଶ୍ୟକ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାମଦେବ ସ୍ପଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?