ମାଡ଼ିଚାଲିଛି ଚକଡ଼ା, ଗଣ୍ଠି ପୋକ: କୀଟନାଶକ ସିଞ୍ଚନ ପରେ ବି ହେଉନି ଫସଲ ନିୟନ୍ତ୍ରଣ

ଭେଡ଼େନ,୨୯।୧୦(ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ବ୍ଲକର ଚାଷୀ ଓ ଚାଷକୁ ପ୍ରାକୃତିକ ବିପର୍ଯ୍ୟୟ ପିଛା ଛାଡୁନାହିଁ। କେତେବେଳେ ବର୍ଷା ଅଭାବ ତ’ ବିଦ୍ୟୁତ୍‌ ବିଭ୍ରାଟ ସାଙ୍ଗକୁ ରୋଗପୋକ ଦାଉରୁ ଫସଲ ବଞ୍ଚାଇବା ପାଇଁ ଚାଷୀ ସଂଘର୍ଷ ଜାରି ରଖିଛି । ସମ୍ପ୍ରତି ଧାନଫସଲ ଅମଳ ପାଖେଇ ଆସୁଛି । ଚାଷୀ ଚଳିତ ଖରିଫରେ ଭଳ ଧାନ ଅମଳ ପାଇଁ ଆଶା ରଖିଛି। ହେଲେ ଅମଳ ପୂର୍ବରୁ ରୋଗପୋକ ଯୋଗୁ ଚାଷ ଉଜୁଡ଼ି ଯିବାକୁ ବସିଛି। ଚାଷୀଙ୍କ ଆଖି ଆଗରେ ହେକ୍ଟରହେକ୍ଟର ଫସଲରେ ଚକଡ଼ା ଏବଂ ଗଣ୍ଠି ପୋକ ମାଡ଼ି ଚାଲିଛି। ଫଳରେ ରାତାରାତି ଧାନଗଛ ହଳଦିଆ ପଡ଼ି ପାଳ ହୋଇଯାଉଛି। ଏପରି ସ୍ଥଳେ ରୋଗପୋକ ଦମନ ପାଇଁ କୀଟନାଶକ ପ୍ରୟୋଗ କଲେ ବି ତାହା ଫଳପ୍ରଦ ହେଉ ନ ଥିବା କେତେକ ଚାଷୀ ଅଭିଯୋଗ କରିଛନ୍ତି।

ବ୍ଲକର ପ୍ରାୟ ସବୁ ପଞ୍ଚାୟତରେ ଧାନଚାଷ ପ୍ରଭାବିତ ହେବାରେ ଲାଗିଛି। ବିଶେଷ କରି ବ୍ଲକର ମହୁଲପାଲି, ସିଆଲଖଣ୍ଡହଥା, ମାନପୁର, ଋଷୁଡ଼ା, ଦେଶଭଟଲି, ସୁନାଲରମ୍ଭା, ବକଟି, ରେମଣ୍ଡା, ଚିଚିଣ୍ଡା, ତାଲମେଣ୍ଡା, ଡ଼ାଳବ,ରେଶମ, ଅଁଳାପାଲି ପଞ୍ଚାୟତରେ ଏହାର ପ୍ରାଦୁର୍ଭାବ ଦେଖିବାକୁ ମିଳୁଥିବା ବେଳେ ଅନ୍ୟ ପଞ୍ଚାୟତକୁ ମଧ୍ୟ ସଂକ୍ରମିତ ହେଉଥିବା ଅଭିଯୋଗ ହେଉଛି। ଏନେଇ କୃଷି ବିଭାଗ ପାଖରେ ଖବର ନ ଥିବା ପରିତାପର ବିଷୟ ହୋଇଛି। ଚାଷୀଙ୍କୁ ପରାମର୍ଶ ଦେବାକୁ କୌଣସି କୃଷି କର୍ମଚାରୀଙ୍କ ଦେଖା ମିଳୁ ନ ଥିବା ଚାଷୀ ସଂଗଠନ ଅଭିଯୋଗ କରିଛି। ଗୋଟିଏ ପଟେ ଚାଷୀ ଅଣସ୍ବୀକୃତି ପ୍ରାପ୍ତ ବିକ୍ରେତାଙ୍କ ପାଖରୁ ଚଢା ଦରରେ କୀଟନାଶକ କିଣି ଠକାମିର ଶୀକାର ହେଉଛନ୍ତି। ଅନ୍ୟ ପଟେ ଉକ୍ତ କୀଟନାଶକ ଫସଲରେ ପ୍ରୟୋଗ କରୁଥିଲେ ମଧ୍ୟ ସେଥିରେ ରୋଗପୋକ ଦମନ ହେଉ ନାହିଁ । ଏହି ସମ୍ପର୍କରେ ମତାମତ ପାଇଁ ମୁଖ୍ୟ ଜିଲା କୃଷି ଅଧିକାରୀ ଅମୀୟ କୁମାର ସାହୁଙ୍କୁ ତାଙ୍କ ମୋବାଇଲ ନମ୍ବର ୯୮୬୧୫୪୨୪୭୫ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

ଅନ୍ୟ ଜାତିର ଝିଅକୁ ପ୍ରେମ ବିବାହ ପଡିଲା ମହଙ୍ଗା: ଲଣ୍ଡା ହେଲେ ବର, ଚୁଟି କାଟିଲେ କନ୍ୟା

କୋରାପୁଟ,୨୩।୩(ଅମିତାଭ ବେହେରା ):ଆଧୁନିକ ସଭ୍ୟ ସମାଜରେ ଏବଂ ଡିଜିଟାଲ ଯୁଗରେ ଏବେ ମଧ୍ୟ କୁଳପ୍ରଥା ବଞ୍ଚିଛି । ଏହାର ଏକ ଜ୍ୱଳନ୍ତ ନମୁନା କୋରାପୁଟ ବ୍ଲକ ମାଛରା…

ବୋଟ୍‌ରୁ କାଢ଼ୁଥିଲେ ମାଛ ହଠାତ୍‌ ଟଳିପଡ଼ିଲେ…

ବାଲେଶ୍ୱର,୨୩।୩(ବାଞ୍ଛାନିଧି ଦେ): ବିଷାକ୍ତ ଗ୍ୟାସ ଯୋଗୁ ଦୁଇ ଜଣ ବୋଟ କର୍ମଚାରୀଙ୍କ ମତ୍ୟୁ ଅଭିଯୋଗ ହୋଇଛି। ବାଲେଶ୍ୱର ଜିଲା ବଳରାମଗଡ଼ି ମେରାଇନ ଥାନା ନାଉପାଳଗଡ଼ିରେ ଏଭଳି ଘଟଣା…

ମା’ ବୁଢ଼ୀ ଠାକୁରାଣୀ ମନ୍ଦିର ପ୍ରତିଷ୍ଟା ଉତ୍ସବରେ ଯୋଗଦେଲେ ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା

ଗଞ୍ଜାମ,୨୩।୩(ବିଦ୍ୟାଧର ସାହୁ): ରାଜ୍ୟ ଶିଶୁ ସୁରକ୍ଷା ଅଧ୍ୟକ୍ଷା ବବିତା ପାତ୍ର ଗଞ୍ଜାମ ଜଲାର ଗ୍ରସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିମନ୍ତ୍ରଣକ୍ରମେ ଗଞ୍ଜାମ ବ୍ଲକ ଅନ୍ତର୍ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri