ମାଡ଼ିଚାଲିଛି ଚକଡ଼ା, ଗଣ୍ଠି ପୋକ: କୀଟନାଶକ ସିଞ୍ଚନ ପରେ ବି ହେଉନି ଫସଲ ନିୟନ୍ତ୍ରଣ

ଭେଡ଼େନ,୨୯।୧୦(ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ବ୍ଲକର ଚାଷୀ ଓ ଚାଷକୁ ପ୍ରାକୃତିକ ବିପର୍ଯ୍ୟୟ ପିଛା ଛାଡୁନାହିଁ। କେତେବେଳେ ବର୍ଷା ଅଭାବ ତ’ ବିଦ୍ୟୁତ୍‌ ବିଭ୍ରାଟ ସାଙ୍ଗକୁ ରୋଗପୋକ ଦାଉରୁ ଫସଲ ବଞ୍ଚାଇବା ପାଇଁ ଚାଷୀ ସଂଘର୍ଷ ଜାରି ରଖିଛି । ସମ୍ପ୍ରତି ଧାନଫସଲ ଅମଳ ପାଖେଇ ଆସୁଛି । ଚାଷୀ ଚଳିତ ଖରିଫରେ ଭଳ ଧାନ ଅମଳ ପାଇଁ ଆଶା ରଖିଛି। ହେଲେ ଅମଳ ପୂର୍ବରୁ ରୋଗପୋକ ଯୋଗୁ ଚାଷ ଉଜୁଡ଼ି ଯିବାକୁ ବସିଛି। ଚାଷୀଙ୍କ ଆଖି ଆଗରେ ହେକ୍ଟରହେକ୍ଟର ଫସଲରେ ଚକଡ଼ା ଏବଂ ଗଣ୍ଠି ପୋକ ମାଡ଼ି ଚାଲିଛି। ଫଳରେ ରାତାରାତି ଧାନଗଛ ହଳଦିଆ ପଡ଼ି ପାଳ ହୋଇଯାଉଛି। ଏପରି ସ୍ଥଳେ ରୋଗପୋକ ଦମନ ପାଇଁ କୀଟନାଶକ ପ୍ରୟୋଗ କଲେ ବି ତାହା ଫଳପ୍ରଦ ହେଉ ନ ଥିବା କେତେକ ଚାଷୀ ଅଭିଯୋଗ କରିଛନ୍ତି।

ବ୍ଲକର ପ୍ରାୟ ସବୁ ପଞ୍ଚାୟତରେ ଧାନଚାଷ ପ୍ରଭାବିତ ହେବାରେ ଲାଗିଛି। ବିଶେଷ କରି ବ୍ଲକର ମହୁଲପାଲି, ସିଆଲଖଣ୍ଡହଥା, ମାନପୁର, ଋଷୁଡ଼ା, ଦେଶଭଟଲି, ସୁନାଲରମ୍ଭା, ବକଟି, ରେମଣ୍ଡା, ଚିଚିଣ୍ଡା, ତାଲମେଣ୍ଡା, ଡ଼ାଳବ,ରେଶମ, ଅଁଳାପାଲି ପଞ୍ଚାୟତରେ ଏହାର ପ୍ରାଦୁର୍ଭାବ ଦେଖିବାକୁ ମିଳୁଥିବା ବେଳେ ଅନ୍ୟ ପଞ୍ଚାୟତକୁ ମଧ୍ୟ ସଂକ୍ରମିତ ହେଉଥିବା ଅଭିଯୋଗ ହେଉଛି। ଏନେଇ କୃଷି ବିଭାଗ ପାଖରେ ଖବର ନ ଥିବା ପରିତାପର ବିଷୟ ହୋଇଛି। ଚାଷୀଙ୍କୁ ପରାମର୍ଶ ଦେବାକୁ କୌଣସି କୃଷି କର୍ମଚାରୀଙ୍କ ଦେଖା ମିଳୁ ନ ଥିବା ଚାଷୀ ସଂଗଠନ ଅଭିଯୋଗ କରିଛି। ଗୋଟିଏ ପଟେ ଚାଷୀ ଅଣସ୍ବୀକୃତି ପ୍ରାପ୍ତ ବିକ୍ରେତାଙ୍କ ପାଖରୁ ଚଢା ଦରରେ କୀଟନାଶକ କିଣି ଠକାମିର ଶୀକାର ହେଉଛନ୍ତି। ଅନ୍ୟ ପଟେ ଉକ୍ତ କୀଟନାଶକ ଫସଲରେ ପ୍ରୟୋଗ କରୁଥିଲେ ମଧ୍ୟ ସେଥିରେ ରୋଗପୋକ ଦମନ ହେଉ ନାହିଁ । ଏହି ସମ୍ପର୍କରେ ମତାମତ ପାଇଁ ମୁଖ୍ୟ ଜିଲା କୃଷି ଅଧିକାରୀ ଅମୀୟ କୁମାର ସାହୁଙ୍କୁ ତାଙ୍କ ମୋବାଇଲ ନମ୍ବର ୯୮୬୧୫୪୨୪୭୫ରେ ଯୋଗାଯୋଗ କରାଯାଇଥିଲେ ମଧ୍ୟ ତାହା ସମ୍ଭବ ହୋଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri