ଟୁଇନ୍‌ସିଟିରେ ରାତି ୧୦ଟା ପରେ ବାଣ ଫୁଟାଇବା ମନା

ଭୁବନେଶ୍ୱର,୧୧।୧୧(ସୂର୍ଯ୍ୟକାନ୍ତ ବେହେରା): ବାୟୁ ଓ ଶବ୍ଦ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସାରା ଦେଶରେ ବାଣ ଫୁଟାଇବା ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ଏହାକୁ ନିୟନ୍ତ୍ରଣ କରିବାକୁ ଆବଶ୍ୟକ ପଦକ୍ଷେପ ନେବା ଲାଗି ପରାମର୍ଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ପରାମର୍ଶ ଅନୁଯାୟୀ କଟକଣା ଜାରି କରିଛି କଟକ-ଭୁବନେଶ୍ୱର କମିଶନରେଟ ପୋଲିସ। ଦୀପାବଳିରେ ରାତି ୧୦ଟା ପରେ ଟୁଇନ୍‌ସିଟିରେ ବାଣଫୁଟାକୁ ବନ୍ଦ କରାଯାଇଛି। ପୁଣି ୧୨ ଡେସିବିଲ୍‌ଠାରୁ ଅଧିକ ଶବ୍ଦର ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହାସହ ସମସ୍ତେ ଗ୍ରୀନ୍‌ କ୍ରାକର ଫୁଟାଇବା ପାଇଁ ସହରବାସୀଙ୍କୁ ଅପିଲ କରିଛନ୍ତି। ସେହିପରି ବେଆଇନ ବାଣ ଫୁଟା ରୋକିବା ପାଇଁ ମଧ୍ୟ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି।
ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ସବୁଠି ଉତ୍ସାହ ଦେଖିବାକୁ ମିଳୁଛି। ବିଶେଷକରି ଦୀପାବଳିରେ ବାଣ ଫୁଟାଇବା ସମୟରେ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି। ସେହିପରି ପରିବେଶ ଉପରେ ଏହାର ଗଭୀର କୁପ୍ରଭାବ ପଡୁଛି। ତେଣୁ ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯିବା ସହ ସତର୍କ କରାଯାଇଛି। ସିଧାସଳଖ ହାତ ଦ୍ୱାରା ବାଣରେ ଅଗ୍ନି ସଂଯୋଗ କରନ୍ତୁ ନାହିଁ। ଗୃହପାଳିତ ପଶୁଙ୍କୁ ଦୂରେଇ ରଖନ୍ତୁ। ନିକଟରେ ପାଣି ବାଲ୍ଟି ଓ ବାଲି ରଖନ୍ତୁ। ବାଣ ଫୁଟାଇବା ସମୟରେ ସୂତା ବସ୍ତ୍ର ପରିଧାନ କରନ୍ତୁ। ଜନ ଗହଳି ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ ବୋଲି କୁହାଯାଇଛି। ସେହିପର ବାଣ ଦୋକାନ ଚାରିପଟେ ପଲିଥିନ ଓ ଦହନଶୀଳ ପଦାର୍ଥ ନ ରଖିବାକୁ ପରାମର୍ଶ ଦିଆଯାଇଛି। ଦୋକାନ ପରସ୍ପରଠାରୁ ଅତି କମରେ ୧୦ ଫୁଟ ଦୂରତା ରଖିବେ। କୌଣସି ତେଲ, ଦୀପ, ଗ୍ୟାସ୍‌ ଦୀପ, ଖୋଲା ଲାଇଟ ବ୍ୟବହାର ନ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି: ଏଣିକି ୬୦% ସିଟ୍‌ ମାଗଣାରେ ବାଛିପାରିବେ

ନୂଆଦିଲ୍ଲୀ,୧୮ା୩: ବିମାନଯାତ୍ରୀଙ୍କ ପାଇଁ ବଡ଼ ଆଶ୍ୱସ୍ତି। ବୁଧବାର ବିମାନଯାତ୍ରୀମାନଙ୍କୁ ଲାଭ ଦେବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଏକ ବ୍ୟାପକ ତଥା ନୂଆ ନିୟମ ପ୍ରଚଳନ…

ରୁଷିଆ ପରେ ଭାରତକୁ ତେଲ ପଠାଇଲା ଏହି ମୁସିଲମ ଦେଶ, ଚମକି ପଡିଲେ ଟ୍ରମ୍ପ!

ନୂଆଦିଲ୍‌ଲୀ,୧୮।୩: ଆମେରିକା, ଇସ୍ରାଏଲ ଏବଂ ଇରାନ ସହିତ ଚାଲିଥିବା ବିବାଦ ଯୋଗୁଁ ହର୍ମୁଜରେ ସଙ୍କଟ ଆହୁରି ଗଭୀର ହେଉଛି। ଏହି ପରିସ୍ଥିତି ମଧ୍ୟରେ, ଭାରତ ପାଇଁ ଏକ…

ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଯୁବକ ଉଦ୍ଧାର: ବଢୁଛି ସନ୍ଦେହ

ବାହାନଗା,୧୮।୩(ଅରୂପ କୁମାର ଦାସ): ରକ୍ତ ଜୁଡୁବୁଡୁ ଅବସ୍ଥାରେ ଭଡାଘରୁ ଜଣେ ଯୁବକ ଉଦ୍ଧାର କରାଯିବା ଘଟଣା ପୋଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି। ଏଭଳି ଘଟଣା ଘଟିଛି…

ତେଲକୁ ନେଇ ରୁଷିଆ-ପାକିସ୍ତାନ ଭିତରେ ବଡ଼ ଡିଲ୍‌, ଭାରତକୁ ଜୋରଦାର ଝଟ୍‌କା!

ମସ୍କୋ,୧୮।୩: ବିଶ୍ୱର ଗଭୀର ଶକ୍ତି ସଙ୍କଟ ଏବଂ ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ରୁଷିଆ ପାକିସ୍ତାନ ପ୍ରତି ବନ୍ଧୁତାର ହାତ ବଢ଼ାଇଛି। ପାକିସ୍ତାନରେ…

କେସିଙ୍ଗାରୁ ଭୁବନେଶ୍ୱର ହେଉ ସିଧା ଟ୍ରେନ ଚଳାଚଳ: ଲୋକ ସଭାରେ ଦାବି ଉଠାଇଲେ ଏମ୍‌ପି

କେସିଙ୍ଗା,୧୮।୩(ତୁମେଶ୍ୱର ସାହୁ): କଳାହାଣ୍ଡି ଏମପି ମାଲବିକା ଦେବୀ ଦିଲ୍ଲୀରେ ଅନୁଷ୍ଠିତ ଲୋକ ସଭା ଗୃହରେ କଳାହାଣ୍ଡି ଜିଲାର ସଂସଦୀୟ କ୍ଷେତ୍ର କଳାହାଣ୍ଡି ଓ ନୂଆପଡ଼ା ଜିଲା ପାଇଁ…

ବିଧାନସଭାରେ କୋକେଇ ଶୋଭାଯାତ୍ରା:‘ରାମ ନାମ ସତ୍ୟ ହେ’ ଧ୍ୱନିରେ ପ୍ରକମ୍ପିତ ପରିସର

ଭୁବନେଶ୍ୱର,୧୮।୩: ବିଧାନସଭାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖାଯାଇଛି। SCB ଟ୍ରାଜେଡିକୁ ଦେଇ ଗୃହରେ କମ୍ପିଛନ୍ତି ବିରୋଧୀ। ବିଧାନସଭାରେ ପ୍ରତିକାତ୍ମକ କୋକେଇ ଶୋଭାଯାତ୍ରା ବାହାର କରିଛନ୍ତି ବିରୋଧୀ…

ଏହି ୬ ସହରରେ ଆରମ୍ଭ ହେଲା ଇଣ୍ଡିଆ ପୋଷ୍ଟ’ର ୨୪ ଘଣ୍ଟିଆ ଗ୍ୟାରେଣ୍ଟେଡ୍‌ ଡେଲିଭରି ସେବା

ନୂଆଦିଲ୍ଲୀ ,୧୮ା୩:ଭାରତୀୟ ଡାକ ସେବା ପକ୍ଷରୁ ଦେଶର ୬ ସହରରେ ୨୪ ଘଣ୍ଟିଆ ନିଶ୍ଚିତ ଡେଲିଭରି(ସ୍ପିଡ୍‌ପୋଷ୍ଟ) ସେବା ଆରମ୍ଭ ହୋଇଛି। କେନ୍ଦ୍ର ଯୋଗାଯୋଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ…

ଘଟିବ କି କିଛି ଅଶୁଭ: ପୁଣି ନୀଳଚକ୍ର ଉପରେ ବସିଲା ଚିଲ

ପୁରୀ,୧୮ା୩(ଅଜିତ୍‌ କୁମାର ମହାନ୍ତି):ଶ୍ରୀମନ୍ଦିର ନୀଳଚକ୍ର ଉପରେ ମଙ୍ଗଳବାର ଅପରାହ୍ନରେ କିଛି ସମୟ ଧରି ଚିଲ ବସିଥିବା ଦେଖିବାକୁ ମିଳିଥିଲା। କିଛିଦିନ ହେବ ଲଗାତର ଏପରି ଘଟଣା ଦେଖିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri