ଟୁଇନ୍‌ସିଟିରେ ରାତି ୧୦ଟା ପରେ ବାଣ ଫୁଟାଇବା ମନା

ଭୁବନେଶ୍ୱର,୧୧।୧୧(ସୂର୍ଯ୍ୟକାନ୍ତ ବେହେରା): ବାୟୁ ଓ ଶବ୍ଦ ପ୍ରଦୂଷଣକୁ ଦୃଷ୍ଟିରେ ରଖି ସାରା ଦେଶରେ ବାଣ ଫୁଟାଇବା ଉପରେ ରୋକ୍‌ ଲଗାଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ଏହାକୁ ନିୟନ୍ତ୍ରଣ କରିବାକୁ ଆବଶ୍ୟକ ପଦକ୍ଷେପ ନେବା ଲାଗି ପରାମର୍ଶ ଦେଇଛନ୍ତି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଓ ପରାମର୍ଶ ଅନୁଯାୟୀ କଟକଣା ଜାରି କରିଛି କଟକ-ଭୁବନେଶ୍ୱର କମିଶନରେଟ ପୋଲିସ। ଦୀପାବଳିରେ ରାତି ୧୦ଟା ପରେ ଟୁଇନ୍‌ସିଟିରେ ବାଣଫୁଟାକୁ ବନ୍ଦ କରାଯାଇଛି। ପୁଣି ୧୨ ଡେସିବିଲ୍‌ଠାରୁ ଅଧିକ ଶବ୍ଦର ବାଣ ଫୁଟାଇଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହାସହ ସମସ୍ତେ ଗ୍ରୀନ୍‌ କ୍ରାକର ଫୁଟାଇବା ପାଇଁ ସହରବାସୀଙ୍କୁ ଅପିଲ କରିଛନ୍ତି। ସେହିପରି ବେଆଇନ ବାଣ ଫୁଟା ରୋକିବା ପାଇଁ ମଧ୍ୟ ସ୍ବତନ୍ତ୍ର ଟିମ୍‌ ଗଠନ ହୋଇଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି।
ଆଲୋକର ପର୍ବ ଦୀପାବଳି ପାଳନ କରିବାକୁ ସବୁଠି ଉତ୍ସାହ ଦେଖିବାକୁ ମିଳୁଛି। ବିଶେଷକରି ଦୀପାବଳିରେ ବାଣ ଫୁଟାଇବା ସମୟରେ ଜୀବନ ପ୍ରତି ବିପଦ ସୃଷ୍ଟି କରୁଥିବା ଦେଖିବାକୁ ମିଳୁଛି। ସେହିପରି ପରିବେଶ ଉପରେ ଏହାର ଗଭୀର କୁପ୍ରଭାବ ପଡୁଛି। ତେଣୁ ଦୀପାବଳିରେ ବାଣ ଫୁଟାଇବାକୁ ନେଇ ଅଗ୍ନିଶମ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯିବା ସହ ସତର୍କ କରାଯାଇଛି। ସିଧାସଳଖ ହାତ ଦ୍ୱାରା ବାଣରେ ଅଗ୍ନି ସଂଯୋଗ କରନ୍ତୁ ନାହିଁ। ଗୃହପାଳିତ ପଶୁଙ୍କୁ ଦୂରେଇ ରଖନ୍ତୁ। ନିକଟରେ ପାଣି ବାଲ୍ଟି ଓ ବାଲି ରଖନ୍ତୁ। ବାଣ ଫୁଟାଇବା ସମୟରେ ସୂତା ବସ୍ତ୍ର ପରିଧାନ କରନ୍ତୁ। ଜନ ଗହଳି ସ୍ଥାନରେ ବାଣ ଫୁଟାନ୍ତୁ ନାହିଁ ବୋଲି କୁହାଯାଇଛି। ସେହିପର ବାଣ ଦୋକାନ ଚାରିପଟେ ପଲିଥିନ ଓ ଦହନଶୀଳ ପଦାର୍ଥ ନ ରଖିବାକୁ ପରାମର୍ଶ ଦିଆଯାଇଛି। ଦୋକାନ ପରସ୍ପରଠାରୁ ଅତି କମରେ ୧୦ ଫୁଟ ଦୂରତା ରଖିବେ। କୌଣସି ତେଲ, ଦୀପ, ଗ୍ୟାସ୍‌ ଦୀପ, ଖୋଲା ଲାଇଟ ବ୍ୟବହାର ନ କରିବାକୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଡିସେମ୍ବର ୩୧ ସୁଦ୍ଧା ଶେଷ କରନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ୍‌ ଆଉ ମିଳିବନି ବାରମ୍ବାର ସୁଯୋଗ

ନୂଆଦିଲ୍ଲୀ,୮।୧୨: ଡିସେମ୍ବର ଆରମ୍ଭ ହେବା ସହିତ, ଟିକସ, ଡକ୍ୟୁମେଣ୍ଟ ଏବଂ ସରକାରୀ ଯୋଜନା ସହିତ ଜଡିତ ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟର ଶେଷ ତାରିଖ ପାଖେଇ ଆସୁଛି।...

୫ ବର୍ଷ ପରେ ଭାରତରେ ଏହି ସେବା ଆରମ୍ଭ କରିବାକୁ ଯାଉଛି ଚାଇନା, ଜାଣନ୍ତୁ କ’ଣ ହେବ ବଡ଼ ଫାଇଦା

ନୂଆଦିଲ୍ଲୀ,୮।୧୨: ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ଭାରତ ଏବଂ ଚାଇନା ମଧ୍ୟରେ ସମ୍ପର୍କରେ ତିକ୍ତତା ଦେଖାଦେବା ପରେ, ଉଭୟ ଦେଶ ଏବେ ପୂର୍ବ ତିକ୍ତତାକୁ ପଛରେ...

ନ୍ୟାୟ ପାଇଁ ପିଏମ ମୋଦିଙ୍କୁ ଏହି ନିବେଦନ କଲେ ପାକିସ୍ତାନୀ ମହିଳା, କରାଚୀରୁ ଭିଡିଓ ଶେୟାର କରି କହିଲେ…

ନୂଆଦିଲ୍ଲୀ,୮।୧୨: ପାକିସ୍ତାନରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯେଉଁଠାରେ ଜଣେ ପାକିସ୍ତାନୀ ମହିଳା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟରେ ନ୍ୟାୟ ପାଇଁ ନିବେଦନ କରିଛନ୍ତି।...

 ଚାଲିଥିଲା ପାଟ୍ରୋଲିଂ: ଡକାୟତି କରିବାକୁ ଯାଉଥିବା ବେଳେ ୬ ଜଣଙ୍କୁ

ପାପଡାହାଣ୍ଡି,୮।୧୨(ସ୍ବପ୍ନଜିତ ପଟନାୟକ): ଜଙ୍ଗଲ ନିକଟରେ ଚାଲିଥିଲା ଡକାୟତ ଉଦ୍ୟମ ମାଡି  ବସିଲା ପୋଲିସ । ଡକାୟତ ଉଦ୍ୟମକୁ ପଣ୍ଡ କରି ୬ ଅଭିଯୁକ୍ତକୁ ଗିରଫ କରି...

ରାଜ୍ୟରେ ବଢୁଛି ମହିଳାଙ୍କ ବିରୋଧରେ ଅପରାଧ: ଦେଢ଼ ବର୍ଷରେ ୪୦ ହଜାରରୁ ଊର୍ଦ୍ଧ୍ବ ମାମଲା

ଭୁବନେଶ୍ୱର,୮।୧୨: ଓଡ଼ିଶାରେ ମହିଳାମାନଙ୍କ ବିରୋଧରେ ହେଉଥିବା ଅପରାଧ ସାଙ୍ଘାତିକ ଚିନ୍ତାର ବିଷୟ ପାଲଟିଛି। ରାଜ୍ୟ ବିଧାନସଭାରେ ଉପସ୍ଥାପିତ ତଥ୍ୟ ଅନୁଯାୟୀ, ଗତ ମାତ୍ର ଦେଢ଼ ବର୍ଷ...

ଜଳୁଛି ଗାଁ : ପୋଲିସ ଉପସ୍ଥିତରେ ମହିଳା-ପୁରୁଷ ମିଶି କରୁଛନ୍ତି ଭଙ୍ଗାରୁଜା

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଏମ୍ଭି-୨୬ ଗାଁରେ...

ମାଲକାନଗିରିରେ ୨୪ ଘଣ୍ଟା ଇଣ୍ଟରନେଟ ବନ୍ଦ ଘୋଷଣା: ଜାଣନ୍ତୁ କେବେ ଯାଏ ବଳବତ୍ତର ରହିବ…

ମାଲକାନଗିରି, ୮।୧୨(ଦୁର୍ଯ୍ୟେଧନ ପାତ୍ର): ତେଜୁଛି ଏମ୍ଭି-୨୬ ଓ ରାଖେଲଗୁଡ଼ା କଳି। ରାଖେଲଗୁଡ଼ା ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ମିଳିବା ପରେ ଉତ୍ତେଜନା ତୀବ୍ର ହୋଇଛି। ଫଳରେ ମାଲକାନଗିରିରେ...

ଗ୍ରାମ୍ୟ ବ୍ୟାଙ୍କରୁ ଡକାୟତି

ନୟାଗଡ଼/ନୂଆଗାଁ,(ଲୋକନାଥ ମିଶ୍ର/ଧନେଶ୍ୱର ପ୍ରଧାନ): ନୟାଗଡ଼ ଜିଲା ନୂଆଗାଁ ଥାନା ମହିପୁର ଫାଣ୍ଡି ଅଧୀନ ମହିପୁର ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରୁ ରବିବାର ବିଳମ୍ବିତ ରାତିରେ ଡକାୟତି ହୋଇଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri