ସରପଞ୍ଚଙ୍କ ବିରୋଧରେ ହେଲାନି ଅନାସ୍ଥା ଭୋଟ୍‌, ନିରାଶରେ ଫେରିଲେ ଓ୍ବାର୍ଡ ସଭ୍ୟାସଭ୍ୟ

ଦାରିଙ୍ଗବାଡ଼ି,୧୭ା୩(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ପଞ୍ଚାୟତ ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲିକଙ୍କ ବିରୋଧରେ ଉକ୍ତ ପଞ୍ଚାୟତର ଓ୍ବାର୍ଡ ସଭ୍ୟାସଭ୍ୟମାନଙ୍କ ଅନାସ୍ଥା ପାଇଁ ଜାନୁଆରୀରେ ବାଲିଗୁଡ଼ା ଉପଜିଲାପାଳଙ୍କ ନିକଟରେ ଲିଖିତ ଅଭିଯୋଗ ହୋଇଥିଲା। ଏହି କ୍ରମରେ ବାଲିଗୁଡ଼ା ଉପାଜିଲାପାଳଙ୍କ ନିର୍ଦ୍ଦେଶ ପ୍ରକାରେ ସୋମବାର ଦାରିଙ୍ଗବାଡ଼ି ପଞ୍ଚାୟତ ସମିତି କାର୍ଯ୍ୟାଳୟରେ ଏହି ସଂକ୍ରାନ୍ତରେ ଆଲୋଚନା ଓ ଗୁପ୍ତ ଭୋଟ୍‌ କରାଯିବାକୁ ନିର୍ଦ୍ଦେଶ ରହିଥିଲା। ଏହାକୁ ପରିଚାଳନା କରିବାକୁ ପ୍ରିଜାଇଡିଂ ଅଫିସର ଭାବେ ଦାରିଙ୍ଗବାଡ଼ି ତହସିଲଦାର ଶରତ ଶବରଙ୍କୁ ନିର୍ଦ୍ଦେଶ ହୋଇଥିଲା କିନ୍ତୁ ଏହି ଆଲୋଚନାରେ ଅଂଶ ଗ୍ରହଣ କରିବାକୁ ୨୧ଟି ୱାର୍ଡ ସଭ୍ୟ ରହିଥିବା ବେଳେ ୧୬ ଜଣ ନିର୍ଦ୍ଦେଶ ଅନୁସାରେ ପୂର୍ବାହ୍ନ ୧୧ଟା ସମୟରେ ପଞ୍ଚାୟତ ସମିତିର ସଭାଗୃହଠାରେ ଉପସ୍ଥିତ ହୋଇ ପ୍ରାୟ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଅପେକ୍ଷା କରି ନିରାଶ ହୋଇଥିଲେ। ତେବେ କୌଣସି କାରଣରୁ ପ୍ରିଜାଇଡିଂ ଅଫିସର ଅନୁପସ୍ଥିତ ହୋଇଥିଲେ ମଧ୍ୟ ୱାର୍ଡ ସଭ୍ୟଙ୍କୁ କୌଣସି ନୋଟିସ୍‌ ଦିଆଯାଇ ନ ଥିବାରୁ ଓ୍ବାର୍ଡ ସଭ୍ୟାସଭ୍ୟଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଥିଲା। ସେମାନଙ୍କୁ ଅପମାନିତ କରୁଥିବା ସେମାନେ ଅଭିଯୋଗ କରିବା ସହ ଉଚ୍ଚ ନ୍ୟାୟାଳୟର ଦ୍ୱାରସ୍ଥ ହେବୁ ବୋଲି ଉପସ୍ଥିତ ଥିବା ଓ୍ବର୍ଡ ସଭ୍ୟାସଭ୍ୟ୍‌ମାନେ ମତ ରଖିଛନ୍ତ।ନାଏବ ସରପଞ୍ଚ ଦୀପକ କୁମାର ପ୍ରଧାନଙ୍କ ସମେତ ରଶାନ୍ତ ପ୍ରଧାନ,କିଲି ପ୍ରଧାନ,ସୁନନ୍ଦା ପ୍ରଧାନ,ବୁଲେଶ୍ୱର ମଲିକ,ପ୍ରଶାନ୍ତ ପ୍ରଧାନ, ସୁନିତା ମଲିକ,ଝିଲି ପ୍ରଧାନ,ବୁନିତା ପ୍ରଧାନ,ପ୍ରତିମା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ। ବ୍ଲକ ଗ୍ରାମପଞ୍ଚାୟତ ଉନ୍ନୟନ ଅଧିକାରୀ ସୁରେଶ ପଣ୍ଡା ଉପସ୍ଥିତ ସମସ୍ତ ଓ୍ବାର୍ଡ ସଭ୍ୟାସଭ୍ୟଙ୍କୁ ପ୍ରିଜାଇଡିଂ ଅଫିସରଙ୍କ ଅନୁପସ୍ଥିତି ଯୋଗୁ ଏହା ସ୍ଥଗିତ କରାଗଲା ବୋଲି ଜଣାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅପହରଣର ୬୫ ବର୍ଷ ପରେ ଘରକୁ ଫେରିଲେ ବୃଦ୍ଧା; ବର୍ତ୍ତମାନର ବୟସ ୮୦, କାହାଣୀ ଜାଣିଲେ…

ଲକ୍ଷ୍ନୌ,୧୫।୨: ଉତ୍ତର ପ୍ରଦେଶର ହରଦୋଇ ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଯେତେବେଳେ ଜଣେ ୮୦ ବର୍ଷୀୟ ବୃଦ୍ଧା ତାଙ୍କ ପିତାମାତାଙ୍କ ଘରକୁ ଫେରିଲେ, ସେତେବେଳେ…

ଡିଜିଟାଲ ଯୁଗରେ ମନ୍ଦିରରେ ବସିଛନ୍ତି କ୍ୟାସଲେସ ଭିକାରୀ, କ୍ୟୁଆର କୋଡ୍ ସ୍କାନ କରି ପେମେଣ୍ଟ….

ପାରଳାଖେମୁଣ୍ଡି,୧୫।୨(ଗିରିଧାରୀ ପରିଛା): ଡିଜିଟାଲ ଯୁଗରେ ବର୍ତ୍ତମାନ ଭିକାରୀମାନେ ମଧ୍ୟ କ୍ୟାସଲେସ ବିଧି ଆପଣାଇଲେଣି । ଏପରି କିଛି ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହୋଇଥାଏ ।…

ଲିଙ୍ଗରାଜ ମନ୍ଦିରରେ ଉଠିଲା ମହାଦୀପ: ନିର୍ଦ୍ଧାରିତ ସମୟ ପୂର୍ବରୁ ସମ୍ପନ୍ନ ହେଲା ନୀତିକାନ୍ତି

ଭୁବନେଶ୍ୱର,୧୫।୨: ପବିତ୍ର ମହାଶିବରାତ୍ରି ଅବସରରେ ଭୁବନେଶ୍ୱରର ପ୍ରସିଦ୍ଧ ଶ୍ରୀଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ମହାଦୀପ ଉଠିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଚଳିତ ବର୍ଷ ପ୍ରଶାସନ ଓ ସେବାୟତଙ୍କ…

ପାକିସ୍ତାନ ଅଧିନାୟକଙ୍କ ମାଷ୍ଟରଷ୍ଟ୍ରୋକ୍‌ରେ ଫସିଲା ଭାରତ: ଖାତା ଖୋଲିବା ପୂର୍ବରୁ ଅଭିଷେକ ଆଉଟ୍

କଲମ୍ବୋ,୧୫।୨: ଟି-୨୦ ବିଶ୍ୱକପ୍‌ର ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଭାରତକୁ ଝଟକା ଦେବାରେ ସଫଳ ହୋଇଛି ପାକିସ୍ତାନ । ପାକିସ୍ତାନ ଅଧିନାୟକ ସଲମାନ ଅଲି ଆଘାଙ୍କ ଏକ ଚତୁର ରଣନୀତି…

ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ ଉଦଯାପିତ, ଆଧ୍ୟାତ୍ମିକ ଜ୍ଞାନ ସଂପର୍କରେ ଜନ ସମାଜକୁ…

ଭଞ୍ଜନଗର,୧୫।୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ରହ୍ମକୁମାରୀ ଇଶ୍ୱରୀୟ ବିଶ୍ଵବିଦ୍ୟାଳୟ ଶାଖା ପକ୍ଷରୁ ଗତ ୨ ତାରିଖରୁ ବାହାରିଥିବା ଶିବ ସନ୍ଦେଶ ଅଭିଯାନ ରଥ ପରିଭ୍ରମଣ କାର୍ଯ୍ୟକ୍ରମ…

ଏପ୍ରିଲରୁ ଲାଗୁ ହୋଇପାରେ ଭାରତ-ୟୁକେ ଚୁକ୍ତି, କଣ ଶସ୍ତା କଣ ମହଙ୍ଗା ହେବ ଜାଣନ୍ତୁ

ନୂଆଦିଲ୍ଲୀ,୧୫।୨: ଭାରତ ଏବଂ ୟୁକେ ମଧ୍ୟରେ ଜୁଲାଇ ୨୦୨୫ ରେ ସ୍ୱାକ୍ଷରିତ ହୋଇଥିବା ଭାରତ-ୟୁକେ ମୁକ୍ତ ବାଣିଜ୍ୟ ଚୁକ୍ତିନାମା ଏପ୍ରିଲ ୨୦୨୬ ରେ କାର୍ଯ୍ୟକାରୀ ହେବା ନେଇ…

ନୂଆ ଦାୟିତ୍ବ ଦେଲେ ନବୀନ, ଗଜପତି ଜିଲା ବିଜେଡି ମହିଳା ସଭାପତି ହେଲେ ସଂଯୁକ୍ତା ବେହେରା

ଗଜପତି,୧୫।୨(ଗିରିଧାରୀ ପରିଛା): ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଜପତି ଜିଲା ମହିଳା ବିଜେଡି ସଭାପତି ଭାବେ ସଂଯୁକ୍ତା ବେହେରାଙ୍କୁ ମନୋୟନ କରିଛନ୍ତି ।…

କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ, କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଦେହାନ୍ତ

କଟକ,୧୫ା୨:  ଓଡ଼ିଶାର ସୁନାମଧନ୍ୟ କଣ୍ଠଶିଳ୍ପୀ ଗୀତା ପଟ୍ଟନାୟକଙ୍କ ପରଲୋକ । କଟକର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ରହିଛି । ଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri