ଏନଏସି ଅଧ୍ୟକ୍ଷାଙ୍କ ଉପରେ ଅନାସ୍ଥା ପ୍ରସ୍ତାବ: ଜିଲାପାଳଙ୍କୁ ଭେଟିଲେ ୧୫ କାଉନସିଲର

ଛତ୍ରପୁର,୨୪।୨(ସନ୍ତୋଷ ପାଢ଼ୀ/ ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଅନ୍ତର୍ଗତ କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଏସ. ଲକ୍ଷ୍ମୀ ସେଠୀଙ୍କ ମନମୁଖୀ କାର୍ଯ୍ୟ, ଦୁର୍ନୀତି, ଭ୍ରଷ୍ଟାଚାର ଓ ଦୁବ୍ୟବହାର କରୁଥିବା ଯୋଗୁ ଅନାସ୍ଥା ପ୍ରସ୍ତାବ ଗ୍ରହଣ ନିମନ୍ତେ ୧୫ ଜଣ କାଉନସିଲରମାନେ ସୋମବାର ଜ଼ିଲାପାଳଙ୍କ ଠାରେ ଅନୁରୋଧ କରିଛନ୍ତି।
ଏମାନଙ୍କ କହିବା ଅନୁଯାୟୀ, ପ୍ରତି ମାସରେ ଅଧ୍ୟକ୍ଷା ସାଧାରଣ ବୈଠକ ଡାକୁନଥିବା କାଉନସିଲ ବୈଠକରେ ଗୃହୀତ ପ୍ରସ୍ତାବର ନକଲ ବୈଠକର ତିନି ଦିନ ମଧ୍ୟରେ କାଉନସିଲ୍‌କୁ ନ ଦେବା, ସେ କୌଣସି କମିଟି ଗଠନ କରି ନ ଥିବା, ୨୦୨୩-୨୦୨୪ ଓ ୨୦୨୪-୨୦୨୫ ଏହି ଦୁଇ ବର୍ଷର ବଜେଟ ମଞ୍ଜୁରୀ ନ କରି ପରିଷଦର ଅର୍ଥ କାରବାର କରିଚାଲିଥିବା,ଟେଣ୍ଡର ନ କରି ଏକ ସଂସ୍କାକୁ କ୍ରମାଗତ ଭାବେ ତିନି ବର୍ଷ ପର୍ଯ୍ୟନ୍ତ ସହର ପରିମଳ କାର୍ଯ୍ୟ କରିବା ପାଇଁ ବେଆଇନ ଆଦେଶ ଦେଇ ସରକାରଙ୍କ ଲକ୍ଷଲକ୍ଷ ଟଙ୍କା ହରିଲୁଟ କରି ଚାଲିଛନ୍ତି, ସହରର ଉନ୍ନୟନ କାର୍ଯ୍ୟ କାଉନସିଲ ବୈଠକରେ ମଞ୍ଜୁର ନ କରି ଅଧ୍ୟକ୍ଷା ତାଙ୍କ ମନ ଇଚ୍ଛାରେ ନିଜ ସମ୍ପର୍କୀୟ ମାନଙ୍କ ସହ ଜଡ଼ିତ ରହି ନିମ୍ନମାନର କାର୍ଯ୍ୟ କରି ଅର୍ଥ ହରିଲୁଟ କରି ଚାଲିଥିବା ଅଭିଯୋଗ କରାଯାଇଛି ।
ବିନା ଟେଣ୍ଡରରେ ପୋଖରୀ କାର୍ଯ୍ୟ କରାଇବା, ପରିଷଦର ଆୟ ବ୍ୟୟ ତାଲିକା ପ୍ରତିମାସରେ କାଉନସିଲ ବୈଠକରେ ମଞ୍ଜୁରୀ ନ କରିା ନେଇ ଅଭିଯୋଗ କରାଯାଇଛି ଏଣୁ ବାଧ୍ୟ ହୋଇ ଆମ୍ଭେ ପରିଷଦର ନିର୍ବାଚିତ ୱାର୍ଡ଼ ସଦସ୍ୟ ଓ ସଦସ୍ୟା ମାନେ ଗୋଟିଏ ବୈଠକ କରି ଉପରୋକ୍ତ ଅଭିଯୋଗ ଗୁଡ଼ିକ ବିଷୟରେ ଆଲୋଚନ କରି ଓଡ଼ିଶା ମ୍ୟୁନିସିପାଲ ଆଇନ ଧାରା ୫୪ ପ୍ରକାରେ ପରିଷଦର ଅଧ୍ୟକ୍ଷାଙ୍କୁ ଅନାସ୍ଥା ପ୍ରସ୍ତାବ ମାଧ୍ୟମରେ କବିସୂର୍ଯ୍ୟନଗର ବିଜ୍ଞାପିତ ଅଞ୍ଚଳ ପରିଷଦରୁ ବାହାର କରିବା ପାଇଁ ସେମାନେ ସମସ୍ତେ ଲିଖିତ ଭାବେ ଜ଼ିଲାପାଳଙ୍କୁ ଅନୁରୋଧ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀକୁ ବେଆଇନ ମଦ ଚାଲାଣ ବେଳେ ମାଡ଼ିବସିଲା ରମ୍ଭା ପୋଲିସ: କାର ସହ ୪୦୦ ଲିଟର ମଦ ଜବତ, ୩ ଗିରଫ

ରମ୍ଭା,୨୯।୯(ବିଦ୍ୟାଧର ସାହୁ): ପୁରୀ ଜିଲାକୁ ବେଆଇନ ଭାବେ କାର୍‌ ଯୋଗେ ମଦ ଚାଲାଣ ହେଉଥିବା ବେଳେ ରମ୍ଭା ଥାନା ପୋଲିସ ହାତରେ ଧରାପଡ଼ିଛନ୍ତି ମଦ ଚାଲାଣକାରୀ। ପୋଲିସ…

ବେଲଘର ଜଙ୍ଗଲରୁ ଛେଳି ଗୋଠ ସହ ଚାଲିଆସିଲା ହରିଣ ଛୁଆ: ଉଦ୍ଧାର ପରେ ଜଙ୍ଗଲରେ ଛାଡ଼ିଲା ବନ ବିଭାଗ

ବାଲିଗୁଡ଼ା/ତୁମୁଡ଼ିବନ୍ଧ,୨୯।୯ (ସଞ୍ଜୟ କୁମାର ପାଣିଗ୍ରାହୀ/ଦୀପକ କୁମାର ପରାସେଠ): କନ୍ଧମାଳ ଜିଲା ତୁମୁଡ଼ିବନ୍ଧ ବ୍ଲକ୍ ଅନ୍ତର୍ଗତ ବେଲଘର ବନାଞ୍ଚଳରୁ ମଙ୍ଗଳବାର ସକାଳୁ ଏକ ହରିଣ ଛୁଆକୁ ସୁରକ୍ଷିତ ଭାବେ…

ବୁଧଙ୍କ ଓଲଟା ଚାଲି: ଅକ୍ଟୋବରରେ ଏହି ୩ ରାଶିଙ୍କ ବଢ଼ିବ ଟେନସନ, ପାଖରୁ ପଳେଇବ ସବୁ ଟଙ୍କା!

ବୁଧଙ୍କ ରାଶି ପରିବର୍ତ୍ତନ ସହିତ ତାଙ୍କର ମାର୍ଗୀ ଏବଂ ବକ୍ରୀ ହେବା ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିକୋଣରୁ ବିଶେଷ ମହତ୍ତ୍ୱ ବହନ କରେ। ଜ୍ୟୋତିଷୀୟ ମାନ୍ୟତା ଅନୁଯାୟୀ, ବୁଧଙ୍କ…

ବେଲଗୁଣ୍ଠା ଏନ୍‌ଏସିର ନୂଆ ଉପାଧ୍ୟକ୍ଷା ପ୍ରିୟମ୍ବଦା ସାମଲ: ନିର୍ବିରୋଧ ନିର୍ବାଚିତ, ୨ ବର୍ଷ ପରେ…

ବେଲଗୁଣ୍ଠା,୨୯।୯(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ବେଲଗୁଣ୍ଠା ବିଜ୍ଞାପିତ ଅଞ୍ଚଳ ପରିଷଦ (ଏନ୍‌ଏସି)ର ଉପାଧ୍ୟକ୍ଷା ପଦବୀ ପାଇଁ ମଙ୍ଗଳବାର ଉପ-ନିର୍ବାଚନ ଶାନ୍ତିପୂର୍ଣ୍ଣ ଭାବେ ସମ୍ପନ୍ନ ହୋଇଛି। ଏଥିରେ ୪ ନମ୍ବର…

କ୍ରେନ ତଳେ ଚାପି ହୋଇ ଗଞ୍ଜାମର ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ଗଞ୍ଜାମ,୨୯।୯(ଅନାଥ ତରାଇ): ପେଟ ପାଇଁ ଆନ୍ଧ୍ରପ୍ରଦେଶର ତିରୁପତି ଯାଇଥିବା ଗଞ୍ଜାମ ଜିଲାର ଜଣେ ପ୍ରବାସୀ ଶ୍ରମିକଙ୍କର ଏକ ଅଭାବନୀୟ ଦୁର୍ଘଟଣାରେ ମୃତ୍ୟୁ ଘଟିଛି। ଗଞ୍ଜାମ ବ୍ଲକ ପାଳିବନ୍ଧ…

ଏସିଡ ଆକ୍ରମଣ ବିରୋଧରେ ସଚେତନତା ସଭା ଓ ପଥପ୍ରାନ୍ତ ନାଟକ, ଛାତ୍ରୀଛାତ୍ର ସମ୍ୱର୍ଦ୍ଧିତ

ଥୁଆମୂଳ ରାମପୁର, ୨୯।୯ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତାଲୁକ ଆଇନ ସେବା ସମିତି (T.L.S.C.) ଆନୁକୂଲ୍ୟରେ ମଙ୍ଗଳବାର କୋର୍ଟ ସାମ୍ନା ମଣ୍ଡପଠାରେ ଏସିଡ…

ହଜିଗଲା ମାନବିକତା: ଗଞ୍ଜାମରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଲା ନିରାଶ୍ରୟା ବୃଦ୍ଧାଙ୍କ ମୃତଦେହ

ଗଞ୍ଜାମ,୨୯।୯(ଅନାଥ ତରାଇ ): ଗଞ୍ଜାମ ସହରରୁ ଆସିଥିବା ଏକ ହୃଦୟବିଦାରକ ଦୃଶ୍ୟ ଆଜି ସମାଜର ମୁଖା ଖୋଲିଦେଇଛି। ବଜାରର ଭିଡ଼ ମଝିରେ ଘଣ୍ଟା ଘଣ୍ଟା ଧରି ପଡ଼ିରହିଥିଲା…

ବଦଳିବ ଭଞ୍ଜନଗର ପର୍ଯ୍ୟଟନର ଚେହେରା: ଗଠନ ହେବ ଉପଖଣ୍ଡ ସ୍ତରୀୟ କମିଟି, ବୋଟିଂ-ଭାସମାନ ରେଷ୍ଟୁରାଣ୍ଟ…

ଭଞ୍ଜନଗର,୨୯।୯(ବାବୁଲା ପ୍ରଧାନ): ଭଞ୍ଜନଗର ଉପଖଣ୍ଡରେ ପର୍ଯ୍ୟଟନର ସାମଗ୍ରିକ ବିକାଶ, ପ୍ରମୁଖ ପର୍ଯ୍ୟଟନ ସ୍ଥଳୀଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ୀକରଣ ଏବଂ ପର୍ଯ୍ୟଟକମାନଙ୍କୁ ଉନ୍ନତ ସୁବିଧା ପ୍ରଦାନ ନେଇ ମଙ୍ଗଳବାର ଉପଜିଲାପାଳଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?