ଯାଜପୁର/ଯାଜପୁର ରୋଡ଼,୭ା୩(ହର୍ଷବର୍ଦ୍ଧନ ବେହେରା/ପବିତ୍ର ମହାନ୍ତି): ଯାଜପୁର ଜିଲା ବ୍ୟାସନଗର ପୌରାଧ୍ୟକ୍ଷା ସଙ୍ଗୀତା ପିଙ୍ଗୁଆଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଗୁରୁବାର ଆଗତ ହୋଇଛି ା
ଏହି ମର୍ମରେ ୨୬ରୁ ୨୦ ଜଣ କାଉନ୍ସିଲରଙ୍କ ସ୍ବାକ୍ଷର ସମ୍ବଳିତ ଏକ ଅନାସ୍ଥା ପ୍ରସ୍ତାବ ଜିଲାପାଳଙ୍କୁ ପ୍ରଦାନ କରାଯାଇଛି ା
ଜିଲାପାଳ ପି.ଅନ୍ବେଷା ରେଡ୍ଡୀ ଏହି ଅନାସ୍ଥା ପ୍ରସ୍ତାବ ଗ୍ରହଣ କରି ପୌର ଆଇନ ଅନୁଯାୟୀ ପଦକ୍ଷେପ ନେବେ ବୋଲି କାଉନ୍ସିଲରମାନଙ୍କୁ କହିଛନ୍ତି।
ସୂଚନାଯୋଗ୍ୟ, ପୌରାଧ୍ୟକ୍ଷା ପିଙ୍ଗୁଆଙ୍କ ମନମୁଖି କାର୍ଯ୍ୟକୁ ବିରୋଧ କରି ତାଙ୍କୁ ଗାଦିଚ୍ୟୁତ କରିବା ପାଇଁ ବିଜେଡି କାଉନ୍ସିଲରମାନେ ଯୋଜନା କରି ଆସୁଥିଲେ।


